Posted inRasifala

ରାଶିଫଳ: ବୁଧବାର, ଅଗଷ୍ଟ ୬ ତାରିଖ – Daily Horoscope

ମେଷ
ଆଜି କୋଣଭାବସ୍ଥ କେତୁ ପ୍ରଭାବରୁ କେତେକ ସାମାନ୍ୟ ଭୁଲରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ। ଆନୁଷ୍ଠାନିକ କାମରେ ବନ୍ଧୁଙ୍କୁ ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ। ବହୁତ ଦିନହେଲା ଦେଖି ନ ଥିବା ବନ୍ଧୁଙ୍କୁ ଭେଟିପାରନ୍ତି। ପାରିବାରିକ ଅସହଯୋଗ ନୂତନ କାମ, ବ୍ୟବସାୟ, ଯାତ୍ରାରେ ବ୍ୟାଘାତ ସୃଷ୍ଟି କରିପାରେ।
ବୃଷ
ବୃଷ
ଧନଭାବସ୍ଥ ଗୁରୁ ଓ ଶୁକ୍ର ଯୋଗୁ ମନ ଯେମିତି ଉଚ୍ଚ କାମ ମଧ୍ୟ ତଦନୁରୂପ ସମ୍ପନ୍ନ କରିବାରେ ଅସୁବିଧା ହେବନାହିଁ। ବିବାଦୀୟ ଘଟଣାର ସମାଧାନ ପରିପ୍ରେକ୍ଷୀରେ ଆତ୍ମୀୟଙ୍କ ପାଇଁ ଚିନ୍ତା ବଢ଼ିପାରେ। ଶିଳ୍ପ, ବାଣିଜ୍ୟ ଓ ପରିବହନାଦି କ୍ଷେତ୍ରରୁ ଲାଭବାନ ହେବେ। ଅସମର୍ଥିତ ସୂତ୍ରରୁ ଶୁଣା କଥାରେ ପ୍ରଭାବିତ ହୋଇ ଭୁଲ୍‌ କରିପାରନ୍ତି।
ମିଥୁନ
ମିଥୁନ
ଶନିଙ୍କ ଯୋଗୁ କର୍ମକ୍ଷେତ୍ରରେ ସମସ୍ୟା ଲାଗି ରହିଥିଲେ ମଧ୍ୟ କାମ ଅଟକିବ ନାହିଁ । ପରିବାରର ଆବଶ୍ୟକତା ପୂରଣ ସକାଶେ କରଜ କରିବାକୁ ବାଧ୍ୟ ହେବେ। ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହେବେ କିନ୍ତୁ କୌଣସି ପ୍ରତିକାର କରିପାରିବେ ନାହିଁ। ସରକାରୀ ସ୍ତରରୁ କିମ୍ବା କମ୍ପାନୀ ସମ୍ବନ୍ଧୀୟ ପ୍ରତୀକ୍ଷିତ ଖବରଟି ଆଜି ପାଇପାରନ୍ତି।
କର୍କଟ
କର୍କଟ
ଧନାକ୍ଷଧିପ ରାଶିରେ ଥିବାରୁ ଯାହା ପାଇବା ପାଇଁ ଆଶା କରିଥିଲେ ତାହା ଆକସ୍ମିକ ଭାବରେ ପ୍ରାପ୍ତ ହେବ। ସାମୂହିକ କାର୍ଯ୍ୟ କ୍ଷେତ୍ରରେ ନୂତନ ବନ୍ଧୁସମ୍ପର୍କ ସୃଷ୍ଟିହେବାର ସୂଚନା ରହିଛି। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ପ୍ରହେଳିକାପୂର୍ଣ୍ଣ କଥା ଶୁଣି ମରୀଚିକା ପଛରେ ଦୌଡ଼ିପାରନ୍ତି। ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ।
ସି˚ହ
ସି˚ହ
ମୁଖଭାବରେ ମଙ୍ଗଳ ଅବସ୍ଥାନ କରିଥିବାରୁ ଆପଣଙ୍କ କଠୋର ବାକ୍ୟାଳାପରୁ ବନ୍ଧୁ ଦୁଃଖ ପ୍ରକାଶ କରିବେ। ଅତୀତର ବିବାଦୀୟ ଘଟଣାରେ ଆଶଙ୍କା କ୍ରମଶଃ ଦୂରେଇଯିବାର ସମ୍ଭାବନା ରହିଛି। ଅତି ଭଲ ସମ୍ପର୍କ ରହିଥିବା ନିଜଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି।
କନ୍ୟା
ଚତୁର୍ଥକେନ୍ଦ୍ରରେ ଚନ୍ଦ୍ର ଥିବାରୁ ସାମଗ୍ରିକ ଦୃଷ୍ଟିକୋଣରୁ ଦିନଟି ଭଲରେ ଭଲରେ ଅତିବାହିତ ହେବ। କିନ୍ତୁ ମଙ୍ଗଳଙ୍କ ପ୍ରଭାବରେ ପ୍ରତିକ୍ରିୟାଶୀଳ ମନୋବୃତ୍ତି ଗ୍ରହଣ କରିବା ଠିକ୍‌ ହେବନାହିଁ। ପୂର୍ବ ପ୍ରତିକ୍ରିୟା ନ ଥାଇ ହଠାତ୍‌ ପୁରାତନ ରୋଗର ପୀଡ଼ା ଅନୁଭବ ହୋଇପାରେ। କର୍ମକ୍ଷେତ୍ରରେ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି।
ତୁଳା
ତୁଳା
ରାହୁ କୋଣଭାବରେ ଥିବାରୁ ସମସ୍ତ ପ୍ରକାରର ସୁବିଧା ଥାଇ ମଧ୍ୟ କାମରେ ପ୍ରତିବନ୍ଧକ ସୃଷ୍ଟିକରିବ। କେତେକ କ୍ଷେତ୍ରରେ ଇଚ୍ଛା ବିରୋଧରେ କାମ କରି ଅନୁତାପ କରିବେ। ଈର୍ଷା ପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି ସମସ୍ୟା ସୃଷ୍ଟି କରିପାରନ୍ତି। ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ଲକ୍ଷ୍ୟସ୍ଥଳକୁ ଯିବାରେ ବିଳମ୍ବିତ କରାଇପାରେ।
ବିଛା
ବିଛା
ଭାଗ୍ୟାଧିପତି ଧନଭାବସ୍ଥ ହେତୁ ପ୍ରତ୍ୟେକ କ୍ଷେତ୍ରରେ ଶୁଭଫଳ ପାଇବେ। ମନକୁ ପାଇଲା ଭଳି କଥାମାନ କହି ପାରିବାରିକ ସମସ୍ୟାର ସମାଧାନ କରିବେ। ମୂଲ୍ୟବାନ ଦ୍ରବ୍ୟ ପାଇବା ସହ ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ଲାଭବାନ ହେବେ । ପରିବହନ ଓ ନିର୍ମାଣ, ଆଲୋଚନା, ସଭା ସମିତି ଓ ଚୁକ୍ତିପତ୍ର ପାଇଁ ଦିନଟି ଭଲ।
ଧନୁ
ଧନୁ
କର୍ମକ୍ଷେତ୍ରରେ ମଙ୍ଗଳ ଥିବାରୁ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ବ୍ୟବସାୟ, ପ୍ରକାଶନ କିମ୍ବା ପ୍ରଶାସନିକ କ୍ଷେତ୍ରର ସମସ୍ୟା ସମାଧାନ ହେବ। ସାମାନ୍ୟ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ପରିବାରରେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ କିମ୍ବା ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି।
ମକର
ମକର
ଚତୁର୍ଥାଧିପତି ଭାଗ୍ୟସ୍ଥ ଯୋଗୁ ସାହସିକ ପଦକ୍ଷେପ ନେଇ ଗୁରୁତ୍ୱପୂର୍ଣ୍ଣ କାମକୁ ସମ୍ପନ୍ନ କରିବେ। କିନ୍ତୁ ଅଫିସରେ ଏକାଧିକ କାମ ହାତକୁ ନେଇ ବିବ୍ରତ ହେବେ। କର୍ମାରମ୍ଭ, ଲୋକସମ୍ପର୍କ ସଭାସମିତି ଓ ପାରିବାରିକ ସମସ୍ୟା ଦିଗରେ ଦୃଢ଼ ପଦକ୍ଷେପ ନେବେ। ସାମାଜିକ କାମରେ ସମର୍ଥକଙ୍କୁ ନିଜ ଆଡ଼କୁ ଆଣିବାରେ ସକ୍ଷମ ହେବେ।
କୁମ୍ଭ
କୁମ୍ଭ
ଅନୁକୂଳ ଗ୍ରହସ୍ଥିତିରୁ ଅନ୍ୟମାନଙ୍କ ସ୍ଥଗିତ କାମକୁ ଆଗକୁ ବଢ଼ାଇ ନେବାରେ ଆପଣଙ୍କ ଭୂମିକା ସର୍ବାଗ୍ରେ ରହିବ। ନିଜ କାମଗୁଡ଼ିକ ପାଇଁ ଦୁଶ୍ଚିନ୍ତାର ମାତ୍ରା କମିବ ନାହିଁ। ଅଫିସ୍‌ କାମରେ ବାଦବିବାଦ ଜଟିଳ ହେଲେ ମଧ୍ୟ ଆପଣ ସଫଳତା ହାସଲ କରିବେ। ପାରିବାରିକ କ୍ଷେତ୍ରରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି।
ମୀନମୀନ

ଶନି ପ୍ରଭାବରେ ସହକର୍ମୀଙ୍କ ସହ ଆଲୋଚନା ସମୟରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପାରନ୍ତି। ବାରମ୍ବାର ଚେଷ୍ଟା କରି ମଧ୍ୟ ଅପୂରଣୀୟ ଅଭିଳାଷ ନେଇ ନୈରାଶ୍ୟଜନିତ ଦୁଃଖ ଅନୁଭବ କରିବେ। ବାଣିଜ୍ୟ, ଯାତ୍ରା, ସଭାସମିତି ମନ ଅନୁଯାୟୀ କରିପାରିବେ। ପରିବାରର ଖର୍ଚ୍ଚଭାର ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?