Posted inRasifala

ରାଶିଫଳ: ସୋମବାର, ଜୁନ୍ ୬ ତାରିଖ – Daily Horoscope

ମେଷ
ଆଜି କର୍ମକ୍ଷେତ୍ର, ପରିବାର ଓ ଆର୍ଥିକ ଦିଗଟି ସାମାନ୍ୟ ବ୍ୟତିକ୍ରମ ଭିତରେ ଗତିକରିବ। ସବୁ କିଛି ଭଲ ମଧ୍ୟରେ ଖର୍ଚ୍ଚ ପରିମାଣ ବୃଦ୍ଧି, ଦୂରଯାତ୍ରା ଓ ସ୍ଥାନାନ୍ତରର ସୂଚନା ରହିଛି। ଭୁଲ୍‌ ବୁଝାମଣା କାରଣରୁ ମାନସିକ ସ୍ଥିତି ହଠାତ୍‌ ବଦଳି ଯିବ ଏବଂ ଅପମାନିତ ହୋଇପାରନ୍ତି। ଅବଶ୍ୟ ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ।
ବୃଷ
ବୃଷ
ଆଜି ଯେତିକି ପାଇବେ ତାହାଠାରୁ ଅଧିକ ଦେବାକୁ ପଡ଼ିପାରେ। ସହକର୍ମୀଙ୍କ ସହ ମତାନ୍ତର ଘଟିବାର ସମ୍ୟକ ସୂଚନା ରହିଛି। ପରିବାର ସକାଶେ ଆକସ୍ମିକ ଆବଶ୍ୟକତା କାରଣରୁ ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ପାଇ ଚିନ୍ତାକୁ ବଢ଼ାଇ ଦେବ। କେତେକ କାରଣକୁ ନେଇ ଇଚ୍ଛା ନ ଥିଲେ ମଧ୍ୟ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ।
ମିଥୁନ
ମିଥୁନ
ପାରିବାରିକ ଅଶାନ୍ତି କାରଣରୁ ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ। ଋଣ ପରିଶୋଧ କରିବା ସକାଶେ ବିଭିନ୍ନ ପ୍ରକାର ଧନ୍ଦା କରିବାକୁ ମନ ବଳାଇବେ। କର୍ମକ୍ଷେତ୍ରରେ ଜଣେ ବନ୍ଧୁ ଆଜି ଆପଣଙ୍କର ମାର୍ଗଦର୍ଶକ ସାଜିପାରନ୍ତି। ବ୍ୟବସାୟ,ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।
କର୍କଟ
କର୍କଟ
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିବ। ଆର୍ଥିକ ସମସ୍ୟା ନେଇ ବିଭିନ୍ନ ଦୁର୍ଭାବନା ଦୂରେଇବାରେ ସମର୍ଥ ହେବେ। ଅଧସ୍ତନ କର୍ମଚାରୀ ଜଣେ କର୍ମକ୍ଷେତ୍ରରେ ସାଧାରଣ କଥାକୁ ବଡ କରି କଳହର ମାତ୍ରାକୁ ବଢାଇପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ ତଥା ଚଳଚ୍ଚିତ୍ର, ସାମ୍ବାଦିକତା କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ।
ସି˚ହ
ସି˚ହ
ଆଜି କୈାଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଅନ୍ୟମାନଙ୍କ ପରାମର୍ଶକୁ ଗ୍ରହଣ କରିବା ଭଲ। ପିଲାଙ୍କୁ କେନ୍ଦ୍ରକରି କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଆତ୍ମୀୟଙ୍କ ସକାଶେ ଯେତେପ୍ରକାର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ।
କନ୍ୟା
ସାମଗ୍ରିକ ଦିଗରୁ ଦିନଟି ଭଲ ମନେ ହେଲେ ମଧ୍ୟ ଆପଣଙ୍କ ଉପଭୋଗ୍ୟ ହୋଇପାରିବ ନାହିଁ। ଅବଦମିତ ଇଚ୍ଛା ମନରେ ଅନାଗତ ଭୟ ସୃଷ୍ଟି କରିପାରେ। ଗୃହସଜ୍ଜା, ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି। କର୍ମକ୍ଷେତ୍ରରେ ଯେସାକୁତେସା ନୀତିରେ କାମ କରି ବନ୍ଧୁଙ୍କ ଅପ୍ରିୟଭାଜନ ହୋଇପାରନ୍ତି।
ତୁଳା
ତୁଳା
ଅଧିକାଂଶ ସମୟ ମନ ଅସ୍ଥିର ରହିବା କାରଣରୁ ଦୃଷ୍ଟିକୋଣ ବଦଳିଯାଇପାରେ। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିବା ପରି ଆଶଙ୍କା ଦେଖାଦେବ। କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ ନତୁବା ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି। ଅଫିସ୍‌ରୁ ଫେରିବା ସମୟରେ ମୂଲ୍ୟବାନ ଦ୍ରବ୍ୟ ଆଣିପାରନ୍ତି।
ବିଛା
ବିଛା
କୈାଣସି ଅଭାବ ଅସୁବିଧା ନ ଥିଲେ ମଧ୍ୟ ମନଟା ଗୋଳେଇଘାଣ୍ଟି ଲାଗିବ। ପୁନଶ୍ଚ ଘର କାମ ସାଙ୍ଗକୁ ଅଫିସ୍‌ କାମର ଜଞ୍ଜାଳ ମଧ୍ୟ ବଳିପଡିବ। ଅନ୍ୟମାନଙ୍କ କଥାରେ ଭାସି ନ ଯାଇ ଲୋକକୁ ପରଖି ଯାହା କରିବା କଥା କରନ୍ତୁ। କ୍ରୀଡ଼ା, କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ପ୍ରତିବନ୍ଧକ ଓ ସମସ୍ୟା ଦେଖାଦେବ।
ଧନୁ
ଧନୁ
ଆଜି ଅଭାବ ଅନୁଭବ କରିପାରିବେ ନାହିଁ। ଯାହା ଚାହିଁବେ ତାହା ପାଇବେ। ପ୍ରକାଶନ, ପ୍ରଶାସନ, ଗଣ ଯୋଗାଯୋଗ, ସାମ୍ବାଦିକତା କ୍ଷେତ୍ରରେ ବେଶ୍‌ ଖୁସି ରହିବେ। ରାଜନୀତିରେ ଓ ସାଂଗଠନିକ କ୍ଷେତ୍ରରେ ବହୁତ ଜନ କଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ।
ମକର
ମକର
ବନ୍ଧୁଙ୍କ କଥାକୁ ସହଜରେ ଗ୍ରହଣ କଲେ କର୍ମକ୍ଷେତ୍ରରେ ସମସ୍ୟାରୁ ମୁକୁଳି ଯାଇ ପାରନ୍ତି। ସହକର୍ମୀ କିମ୍ବା ଆମତ୍ୀୟଙ୍କଠାରୁ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ଶିକ୍ଷା, ଗଠନମୂଳକ ଆଲୋଚନା, ଆନୁଷ୍ଠାନିକ କାମ, ଲେଖାପଢ଼ା ଓ ଗବେଷଣା କ୍ଷେତ୍ରରୁ ଶୁଭଫଳ ପାଇବେ। ଆର୍ଥିକ ଅଭିବୃଦ୍ଧି ପାଇଁ ବ୍ୟାଙ୍କ ଜମା କିମ୍ବା ପଲିସ୍‌ କରିପାରନ୍ତି।
କୁମ୍ଭ
କୁମ୍ଭ
ବିଭିନ୍ନ ପ୍ରତିବନ୍ଧକ ମଧ୍ୟରେ ଗତି କରିବାର ସମ୍ଭାବନା ରହିଛି। ବିନା ଖର୍ଚ୍ଚରେ କିମ୍ବା ସରଳ ଓ ସହଜରେ କୌଣସି କାମ ହାସଲ କରିବା ଦୁରୂହ ହୋଇପଡ଼ିବ। ପରିବାରରେ କାହାର ସ୍ବାସ୍ଥ୍ୟହାନି କାରଣରୁ ମନ ସ୍ଥିର ରହିପାରିବ ନାହିଁ। ବନ୍ଧୁମାନଙ୍କ ସହାୟତା ନେଇ ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।
ମୀନମୀନ
କର୍ମକ୍ଷେତ୍ର ସକାଶେ ଚିନ୍ତିତ ରହିବେ କିନ୍ତୁ ପରକ୍ଷଣରେ ସବୁ ଠିକ୍‌ ହୋଇଯିବ। ଶିକ୍ଷା, ସନ୍ତାନ, ଅଧ୍ୟୟନ, ଅଧ୍ୟାପନା, ଆଲୋଚନା ପାଇଁ ଦିନଟି ପ୍ରକୃଷ୍ଟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯାତ୍ରା, ବ୍ୟବସାୟ, ମକଦ୍ଦମା, ସଂଗଠନ, ଲେଖାପଢ଼ାରେ ସମସ୍ୟା ସମାଧାନ ହୋଇଯିବ। ସ୍ବାସ୍ଥ୍ୟ ଭଲ ରହିବ। କର୍ମାରମ୍ଭ ସକାଶେ ମନ ବଳାଇବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଅଗଷ୍ଟ ୧୯ ତାରିଖ – Daily Horoscope

ମେଷ ଏକାଧିକ ଗ୍ରହ ସ୍ବଗୃହୀ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ ।  ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ ପ୍ରତିଶ୍ରୁତି ଦେବେ...

ରାଶିଫଳ: ଶନିବାର, ଜୁଲାଇ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜାନକ୍ଷତ୍ର ପୂର୍ବ ପରିକଳ୍ପିତ ନୂଆ କରି କାମଟିଏ ଆରମ୍ଭ କରିବାକୁ ମନ ବଳାଇବେ। ବନ୍ଧୁଗହଣରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବେ।...

ରାଶିଫଳ: ସୋମବାର, ଡିସେମ୍ବର ୭ ତାରିଖ – Daily Horoscope

ମେଷ କାର୍ଯ୍ୟ ହାସଲ ସକାଶେ ବିଶେଷ କିଛି ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। ଦ୍ୱିଜା ନକ୍ଷତ୍ରର ସମସ୍ତ କାମ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ଅନୁରାଧା ନକ୍ଷତ୍ରରେ ଚନ୍ଦ୍ର ଥିବାରୁ କୌଣସି ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ମଧ୍ୟ ହରାଇବା...

ରାଶିଫଳ: ରବିବାର, ଅକ୍ଟୋବର ୨ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆକର୍ଷଣୀୟ ମନୋରମ ଜିନିଷ ଲାଭ କରିବା ସକାଶେ ସାହାଯ୍ୟ କରିବେ। ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ସକାଶେ...

ରାଶିଫଳ: ଗୁରୁବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ କର୍ମଜଞ୍ଜାଳ ବୃଦ୍ଧି କାରଣରୁ ମାନସିକ ଅସ୍ଥିରତା ଭିତରେ ଆଜି ଦିନଟି କଟାଇବାକୁ ପଡିପାରେ । ଅବଶ୍ୟ କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମରେ କରିବାକୁ...

ରାଶିଫଳ: ଶନିବାର, ଅକ୍ଟୋବର ୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଭାବରୁ ଚନ୍ଦ୍ର ମଙ୍ଗଳଙ୍କୁ ଦେଖୁଥବାରୁ ସ୍ବାସ୍ଥ୍ୟ, ଜମିଜମା, ଋଣ ପରିଶୋଧଜନିତ ଚିନ୍ତା ଉଦ୍ରେକ କରାଇବ। କୌଣସି ବନ୍ଧୁଙ୍କ ଆଗମନ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର...

ରାଶିଫଳ: ବୁଧବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷ ଯାତ୍ରା, ବନ୍ଧୁ ସମ୍ପର୍କ, ଆନୁଷ୍ଠାନିକ କ୍ଷେତ୍ର ବହୁତ ଭଲ ରହିବ। ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ସହ ପ୍ରଶଂସା ଓ ପ୍ରୋତ୍ସାହନ ପାଇ...

Advertisement
Archives

Model This Week