Posted inRasifala

ରାଶିଫଳ: ଶନିବାର, ନଭେମ୍ବର ୫ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ କୌଣସି ବିଜାତୀୟ ବ୍ୟକ୍ତି ସମସ୍ୟା ସୃଷ୍ଟି କରିପାରନ୍ତି। ବିବାଦୀୟ ପରିସ୍ଥିତିରେ ଜଣେ ଗୌରବର୍ଣ୍ଣ ବ୍ୟକ୍ତି ସାହାଯ୍ୟ କରିବେ। କଳା, ସାହିତ୍ୟଚର୍ଚ୍ଚା, ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇପାରନ୍ତି। ପାରିବାରିିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ।
ବୃଷ
ବୃଷ
ବିଭିନ୍ନ ସମସ୍ୟାଗ୍ରସ୍ତ କାରଣରୁ କୌଣସି ଅଭାବ ନ ଥାଇ ମଧ୍ୟ ମନ ଭଲ ଲାଗିବ ନାହିଁ । ନିଜ ପରିସରରେ ଅଥବା ସାମାଜିକ ସ୍ତରରେ ସଭା ସମିତିରେ ପ୍ରଶଂସିତ ହେବେ । ବନ୍ଧୁଗହଣରେ ମନର ଦୁଃଖକୁ ଲୁଚାଇ ହସି ହସି କଥା କହିବାର ଅଭିନୟ କରିବାକୁ ପଡ଼ିପାରେ। ବ୍ୟବସାୟ, ବାଣିଜ୍ୟ, ପରିବହନ, ଶିଳ୍ପ ଓ ଏଜେନ୍ସିପରୁ ଖୁସି ରହିବେ।
ମିଥୁନ
ମିଥୁନ
ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ସଫଳତା ପାଇବାରେ କୌଣସି ଅସୁବିଧା ରହିବନାହିଁ। ପିଲାମାନଙ୍କ କଳହକୁ କେନ୍ଦ୍ରକରି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ଧାର୍ମିକ ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇ ଯିବେ। କୌଣସି ସାଧାରଣ ଘଟଣାକୁ କେନ୍ଦ୍ରକରି ମନ ଅଶାନ୍ତ ରହିବ।
କର୍କଟ
କର୍କଟ
ଗତକାଲିର ଆଲୋଚନା ଅନୁଯାୟୀ ଆଜିର କାମ ଗୁଡ଼ିକ ସବୁ ଠିକ୍‌ ଠିକ୍‌ ହୋଇଯିବ। ତଥାପି ଯେତେ ଭଲ କାମ କଲେ ମଧ୍ୟ ପାରିବାରିକ କ୍ଷେତ୍ରରୁ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ବିତର୍କଜନିତ ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି।
ସି˚ହ
ସି˚ହ
ସାମାଜିକ ସ୍ତରରେ ଗଠନମୂଳକ କାଯର୍‌ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ପରିସ୍ଥିତିକୁ ଯେତେ ଜଟିଳ ମନେ କରୁଛନ୍ତି ସେପରି କିଛି ହେବନି। ବନ୍ଧୁମାନଙ୍କ ପ୍ରେରଣାରେ ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ। ପୂର୍ବାଫାଲଗୁନୀ ମାନସିକ ଅଶାନ୍ତି ଥିବା ହେତୁ କୌଣସି କାମକୁ ଠିକ୍‌ ଭାବେ କରିପାରିବେ ନାହିଁ।
କନ୍ୟା
ନିଜ ବାସସ୍ଥାନ ନିକଟବର୍ତ୍ତୀ ସ୍ଥାନରେ ଆକସ୍ମିକ ବନ୍ଧୁମିଳନ ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ। ଫେରନ୍ତା ସମୟରେ ଠିକଣା ଜାଗାରେ ପ୍ରିୟ ଲୋକଟିକୁ ନ ପାଇ ବ୍ୟସ୍ତ ହୋଇ ପଡ଼ିବେ। କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ଆର୍ଥିକ ଅନଟନକୁ ସୁଧାରିବା ସକାଶେ ବିଭିନ୍ନ ଯୋଜନା କରିପାରନ୍ତି।
ତୁଳା
ତୁଳା
ବହୁ ପୂର୍ବରୁ ସ୍ଥିରୀକୃତ ଆଜିର ଯାତ୍ରା ପ୍ରୀତିପ୍ରଦ ରହିବ। ଗୃହ ସମସ୍ୟା, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ପରିସ୍ଥିତିକୁ ଲକ୍ଷ୍ୟକରି ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ। ପାରିବାରିକ ସମସ୍ୟାକୁ ମନ ଭିତରେ ରଖି କାମ କରିବାକୁ ବାଧ୍ୟ ହେବେ।
ବିଛା
ବିଛା
ଆକସ୍ମିକ ବିବାଦୀୟ ପରିବେଶରେ ବନ୍ଧୁମାନଙ୍କ ସାହାଯ୍ୟରୁ ସହସା ମୁକ୍ତି ମିଳିବ। ନୀଚ ମନୋଭାବ ସମ୍ପନ୍ନ ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ପ୍ରିୟଜନମାନଙ୍କ ସହ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ। ପଡ଼ୋଶୀଙ୍କ ହସ୍ତକ୍ଷେପ ଫଳରେ ପାରିବାରିକ ତିକ୍ତତାର ସମାପ୍ତି ଘଟାଇବେ।
ଧନୁ
ଧନୁ
ପାରିବାରିିକ ଜଞ୍ଜାଳ ବୃଦ୍ଧି ଆପଣଙ୍କୁ ଅଣନିଃଶ୍ୱାସୀ କରାଇପାରେ । ଆଲୋଚନା କାଳରେ ନ୍ୟାୟୋଚିତ ପରାମର୍ଶ ଏବଂ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦେହ ଭଲ ରହିଲେ ମଧ୍ୟ ସାମୟିକ କ୍ରନିକ୍‌ ରୋଗରେ କଷ୍ଟ ପାଇବେ। ଉପରିସ୍ଥଙ୍କ ଆଦେଶପ୍ରାପ୍ତ ହୋଇ ଆଜିର ଦୂରଯାତ୍ରା ସଫଳ ହେବ।
ମକର
ମକର
ଦୀର୍ଘଦିନ ଉପରାନ୍ତେ ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ। ଅଫିସ କାମରେ ଛୋଟ ଘଟଣା ପ୍ରତି ଗୁରୁତ୍ୱଦେଲେ ସମସ୍ୟା ବଢ଼ିଯାଇପାରେ । ଭୁଲ୍‌ ବୁଝାମଣାରୁ ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହେବାର ସମ୍ଭାବନା ରହିଛି। ପଦସ୍ଥ ବ୍ୟକ୍ତିଙ୍କ ସହାୟତାରେ ନିର୍ମାଣ କାମରେ ପ୍ରତିବନ୍ଧକକୁ ଦୂରେଇବାରେ ସମର୍ଥ ହେବେ ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ବିବାଦୀୟ ସ୍ଥିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଦୀର୍ଘପଥ ଭ୍ରମଣହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍‌ଧ ହେବେ।
ମୀନମୀନ
ଦୈହିକ ଦୁର୍ବଳତା ଯୋଗୁ କୌଣସି କାମରେ ମନ ଲାଗିବନାହିଁ। କର୍ମକ୍ଷେତ୍ରରେ ଟେନସନ୍‌ କମିଯିବ ଓ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ। ବହୁତ ଦିନଧରି ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ଖୋଜ ଖବର ପାଇପାରନ୍ତି। ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି…

ରାଶିଫଳ: ମଙ୍ଗଳବାର , ଅକ୍ଟୋବର ୬ ତାରିଖ – Daily Horoscope

ମେଷ ଚତୁର୍ଥକେନ୍ଦ୍ରରେ ଶୁଭଗ୍ରହଙ୍କ ସମାବେଶ ପାରିବାରିକ, ସାମାଜିକ ଏବଂ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ମନ ବୁଝିଲା…

ରାଶିଫଳ: ସୋମବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ ଆଜି ଯେକୌଣସି କ୍ଷେତ୍ରରେ ମଧ୍ୟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ସାମାଜିକ ଜୀବନରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ…

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?