Posted inRasifala

ରାଶିଫଳ: ସୋମବାର, ମେ ୫ ତାରିଖ – Daily Horoscope

ମେଷ
ମାନସିକ ଅସ୍ଥିରତା ରହିଲେ ମଧ୍ୟ ସ୍ବାସ୍ଥ୍ୟ ଓ ପାରିବାରିକ ପରିସ୍ଥିତି ପୂର୍ବପରି ରହିବ। ଆଶା କରୁଥିବା ଦିଗରୁ ଅର୍ଥଲାଭ ସାଙ୍ଗକୁ ସାମାଜିକ ସ୍ତରରେ ସମ୍ମାନ ଅବ୍ୟାହତ ରହିବ। ପରିବାରରେ ଯୁକ୍ତିତର୍କ କରିବା ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ କୃତ୍ତିକା ନକ୍ଷତ୍ର ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ।
ବୃଷ
ବୃଷ
ମାନସିକ ଧୈର୍ଯ୍ୟ ରହିଥିବା ହେତୁ କୌଣସି ସମସ୍ୟା କାମକୁ ଅଟକାଇପାରିବ ନାହିଁ। ଅର୍ଥନୈତିକ ପ୍ରଗତି ଓ ପାରିବାରିକ ସ୍ଥିରତା ସାମୂହିକ ଜୀବନଯାତ୍ରାକୁ ସୁଖମୟ କରିବ। କର୍ମକ୍ଷେତ୍ରରେ ସହକର୍ମୀମାନେ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି। ମୃଗଶିରା ନକ୍ଷତ୍ରର ଅତ୍ୟଧିକ କାର୍ଯ୍ୟବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍‌ ରହି ନ ପାରେ।
ମିଥୁନ
ମିଥୁନ
ପୂର୍ବରୁ ରହିଆସିଥିବା ସମସ୍ୟା ସମାଧାନ ହେବା କାରଣରୁ ମାନସିକ ଶାନ୍ତି ପାଇବେ। ସାମାଜିକ ସ୍ତରରେ ଆନୁଷ୍ଠାନିକ କିମ୍ବା ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି। ଆରର୍ଦ୍ରା ନକ୍ଷତ୍ର ସକାଶେ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡିବ। ଆଜିର ଯାତ୍ରା, ବାଣିଜ୍ୟ ଏବଂ ବନ୍ଧୁଙ୍କ ସହ ଆଲୋଚନା ନିଷ୍ଫଳ ହେବନାହିଁ।
କର୍କଟ
କର୍କଟ
ସାମାଜିକ ସ୍ତରରେ ଆଦର, ଅଭ୍ୟର୍ଥନା ପାଇବା ସାଙ୍ଗକୁ ସମ୍ମାନଜନକ ସ୍ଥିତିରୁ ବହୁତ ଖୁସି ରହିବେ। କର୍ମକ୍ଷେତ୍ରରେ ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍‌ ହେବ। ପୁନର୍ବସୁ ନକ୍ଷତ୍ର ପାଇଁ ଆତ୍ମୀୟମାନେ ପ୍ରତ୍ୟେକ କ୍ଷେତ୍ର ସକାଶେ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି। କାମର ଚାପ ବୃଦ୍ଧି ଯୋଗୁ ପରିବାରର କେତେକ କାମ ଅଟକି ରହିଯିବ।
ସି˚ହ
ସି˚ହ
ଆଜିର କର୍ମକ୍ଷେତ୍ରରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସହାୟତାରେ କାର୍ଯ୍ୟ ସାଧିତ ହେବ। ବନ୍ଧୁଙ୍କ ସହ ଆଲୋଚନାରେ ଦ୍ୱନ୍ଦ୍ୱରେ ପଡି ସହକର୍ମୀଙ୍କ ପରାମର୍ଶକୁ ଗୁରୁତ୍ୱ ଦେଇ ନ ପାରନ୍ତି। ପାରିବାରିକ କଳହଜନିତ କାମ ଉତ୍ସାହପ୍ରଦ ହେବ ନାହିଁ। ଉତ୍ତରାଫାଲଗୁନୀ ନକ୍ଷତ୍ର ସକାଶେ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡ଼ିବ।
କନ୍ୟା
ପ୍ରତ୍ୟେକ କ୍ଷେତ୍ରରେ ବୁଝିବିଚାରି କାମ କରିବା ଦ୍ୱାରା ଆଜିର କାର୍ଯ୍ୟଗୁଡ଼ିକ ସୁରୁଖୁରୁରେ ସମ୍ପନ୍ନ ହୋଇଯିବ। ସାଧାରଣ ଯୁକ୍ତିତର୍କରେ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି। ବ୍ୟବସାୟ ଓ ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତା, କଚେରି ମାମଲା ବିଷୟରେ ଚିନ୍ତା କରିପାରନ୍ତି। ହସ୍ତା ନକ୍ଷତ୍ର ସକାଶେ ପାରିବାରିକ ସ୍ଥିତି ବିଶେଷ ଭଲ ରହିବ।
ତୁଳା
ତୁଳା
ଆଜି ସକାଳୁ ଶୁଭ ଖବର ପାଇ ଖୁସି ହୋଇଯିବେ। ଆନୁଷ୍ଠାନିକ କ୍ଷେତ୍ରରୁ ଅର୍ଥ ଓ ସମ୍ମାନ ପାଇବେ ଏବଂ ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁ କର୍ମମୁଖର ହେବେ। ଆଜି ଆପଣଙ୍କୁ ଘର କାମ ଛାଡ଼ି ବାହାର କାମରେ ବେଶି ସମୟ କଟାଇବାକୁ ପଡ଼ିପାରେ। ସ୍ବାତୀ ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ସୌଜନ୍ୟରୁ ମୂଲ୍ୟବାନ ଦ୍ରବ୍ୟ ପାଇପାରନ୍ତି ।
ବିଛା
ବିଛା
ନିଜର କାମ ହାସଲ ସକାଶେ ସମ୍ପର୍କୀୟମାନଙ୍କୁ ନିଜ ସପକ୍ଷରେ ଆଣିବାରେ ସମର୍ଥ ହେବେ। ଭୁଲ୍‌ ବୁଝାମଣା ଜନିତ ମତାନ୍ତର ସୃଷ୍ଟି ହେବା କାରଣରୁ ପାରିବାରିକ କଳହର ଆଶଙ୍କା ରହିଛି। ସାମାଜିକ କ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ। ଅନୁରାଧା ନକ୍ଷତ୍ର ବାଣିଜ୍ୟ ଓ ପରିବହନରେ ଲାଭବାନ୍‌ ହେବେ।
ଧନୁ
ଧନୁ
ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରିପାରିଲେ ସବୁ କାମ ଠିକ୍‌ ହୋଇଯିବ। ମୂଳା ନକ୍ଷତ୍ର ପାଇଁ ନିଜ ଲୋକମାନେ ବିଶ୍ୱାସଘାତକତା କରିବାର ସୂଚନା ରହିଛି। ନିର୍ମାଣାଧୀନ କାମ ଶେଷ ପର୍ଯ୍ୟାୟକୁ ଯିବାରେ ଅସୁବିଧା ହେବ ନାହିଁ। ସଭାସମିତିରେ ଯୋଗ ଦେଇପାରନ୍ତି କିମ୍ବା ଜମିଜମା କାରବାରରେ ଚୁକ୍ତିପତ୍ର ସ୍ବାକ୍ଷରିତ ହେବ।
ମକର
ମକର
ଧନିଷ୍ଠା ନକ୍ଷତ୍ର ସକାଶେ ଆଜିର ଯାତ୍ରା, ବାଣିଜ୍ୟ, ତଥା ପାରିବାରିକ ଜୀବନକୁ ପ୍ରଭାବିତ କରିପାରେ। ପରୋକ୍ଷ ଶତ୍ରୁତା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ନିଜ ଲୋକଙ୍କ ଦ୍ୱାରା ସମସ୍ୟାଗ୍ରସ୍ତ ହେବେ। ବନ୍ଧୁଙ୍କ ସହ ଆଲୋଚନା କରି ମାଙ୍ଗଳିକ କାର୍ଯ୍ୟ ସକାଶେ ଯୋଜନା କରିବେ। ଦୂରଦର୍ଶିତା ହେତୁ ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ।
କୁମ୍ଭ
କୁମ୍ଭ
ଅଟକି ରହିଥିବା କାମ ଆଜି ସୁବିଧାରେ ସମ୍ପନ୍ନ ହୋଇଯିବ। ପୂର୍ବଭାଦ୍ରପଦ ନକ୍ଷତ୍ରର ପରିବାରରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ପୂର୍ବ ଶତ୍ରୁତାକୁ ନେଇ ଆତ୍ମୀୟମାନଙ୍କ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ।
ମୀନମୀନ

ରେବତୀ ନକ୍ଷତ୍ରର ଶାରୀରିକ ସ୍ବାସ୍ଥ୍ୟ ସମସ୍ୟା ଏକ ପ୍ରକାର ନିୟନ୍ତ୍ରଣାଧୀନ ରହିବ। ପରିବାର ପାଇଁ ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ବନ୍ଧୁଙ୍କ ଜରିଆରେ ଆଜିର ଅର୍ଥ ସଂଗ୍ରହର ପ୍ରଚେଷ୍ଟା ନିଷ୍ଫଳ ହେବ ନାହିଁ। ସାହିତ୍ୟ, ସାମ୍ବାଦିକତା, ଆଲୋଚନା, ସତ୍‌ସଙ୍ଗ, ଆନୁଷ୍ଠାନିକ କ୍ଷେତ୍ରରୁ ସୁଫଳ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?