Posted inRasifala

ରାଶିଫଳ: ବୁଧବାର, ମେ ୦୫ ତାରିଖ – Daily Horoscope

ମେଷ
ଆଜିର ଏକାଦଶସ୍ଥ ଚନ୍ଦ୍ର ଓ ବୁଧ ପରିବାରରେ ସ୍ବାସ୍ଥ୍ୟ ସମସ୍ୟା କିମ୍ବା ସ୍ବଜନ ଶତ୍ରୁତା ସୃଷ୍ଟି କରିବ। କର୍ମକ୍ଷେତ୍ରରେ ଅତ୍ୟଧିକ ଯୁକ୍ତିତର୍କ କରିବା ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ। ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିବାର ସୂଚନା ରହିଛି। ଅବଶ୍ୟ ଦ୍ୱିଜା ନକ୍ଷତ୍ର ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ।
ବୃଷ
ବୃଷ
କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ଅର୍ଥନୈତିକ ପ୍ରଗତି ସାମୂହିକ ଜୀବନଯାତ୍ରାକୁ ସୁଖମୟ କରିବ। ସହକର୍ମୀମାନଙ୍କ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି। ଅତ୍ୟଧିକ କାର୍ଯ୍ୟବ୍ୟସ୍ତ ଯୋଗୁ ଖାଦ୍ୟପେୟ ଠିକ୍‌ ରହି ନ ପାରେ।
ମିଥୁନ
ମିଥୁନ
ପୂର୍ବର ସମସ୍ୟା ସମାଧାନ ହେବା କାରଣରୁ ମାନସିକ ଶାନ୍ତି ପାଇବେ। ବହୁତ ଦିନରୁ ରହିଯାଇଥିବା ଅପୂର୍ଣ୍ଣ କାମକୁ ଆଜି ସନ୍ଧ୍ୟା ସୁଦ୍ଧା ସମ୍ପୂର୍ଣ୍ଣ କରିବେ। ସାମାଜିକ ସ୍ତରରେ ଆନୁଷ୍ଠାନିକ କିମ୍ବା ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିବେ। ଅଫିସରେ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡିବ।
କର୍କଟ
କର୍କଟ
ଆଶା ଓ ଆଶଙ୍କା ମଧ୍ୟରେ ସମୟ କଟାଇବା ସଙ୍ଗକୁ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ। ଆର୍ଥିକ ଅନଟନ ଲାଗି ରହିଲେ ମଧ୍ୟ ଆପଣ ପରିସ୍ଥିତିକୁ ସମ୍ଭାଳି ନେବେ। ଆତ୍ମୀୟମାନେ ପ୍ରତ୍ୟେକ କ୍ଷେତ୍ର ସକାଶେ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ବନ୍ଧୁମାନଙ୍କ ସହାୟତାରେ ଆରୋଗ୍ୟ ଲାଭ କରିବେ।
ସି˚ହ
ସି˚ହ
ଆଜି ଜଣେ ପଦସ୍ଥ ବ୍ୟକ୍ତିଙ୍କ ସହାୟତାରେ କାର୍ଯ୍ୟ ସାଧିତ ହେବ। କର୍ମକ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡି ସହକର୍ମୀଙ୍କ ପ୍ରତ୍ୟେକ କଥାକୁ ଠିକ୍‌ ଭାବେ ବୁଝି ପାରିବେନି। ଆକସ୍ମିକ ଭାବରେ ଦୂରଯାତ୍ରା କରିବାକୁ ପଡିପାରେ। ଏହା ସଙ୍ଗକୁ ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ।
କନ୍ୟା
ଆଜି ଆପଣଙ୍କର ନରମ କଥା କହିବାଶୈଳୀ ହେତୁ କାର୍ଯ୍ୟଗୁଡିକ ସୁରୁଖୁରୁରେ ସମ୍ପନ୍ନ ହୋଇଯିବ। ଯିବା ରାସ୍ତାରେ ଠିକଣା ଜାଗାରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇ ପଡିବେ। ସାଧାରଣ ଯୁକ୍ତିତର୍କରେ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ବ୍ୟବସାୟ ଓ ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତା, କଚେରି ମାମଲା ବିଷୟରେ ଚିନ୍ତା କରିପାରନ୍ତି।
ତୁଳା
ତୁଳା
ଆଜି ସକାଳୁ ସକାଳୁ ମନ କୌଣସି ଶୁଭ ଖବର ପାଇ ଖୁସୀ ହୋଇଯିବ। ଅର୍ଥ ଓ ସମ୍ମାନ ପାଇବେ ଏବଂ ଏହା ସଙ୍ଗକୁ ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁଁ କର୍ମ ମୁଖର ହେବେ। କିନ୍ତୁ, ଦିନ ମଧ୍ୟରେ ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବାକୁ ପଡିପାରେ। ଅଫିସରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ।
ବିଛା
ବିଛା
କୌଶଳପ୍ରୟୋଗ କରି ନିକଟ ସମ୍ପର୍କୀୟମାନଙ୍କୁ ନିଜ ସପକ୍ଷରେ ଆଣିବାରେ ସମର୍ଥ ହେବେ। ଅନୁରାଧାର ବାରମ୍ବାର ଚେଷ୍ଟାର ପରିଣାମ ସ୍ବରୂପ ଆଜି ସାମାନ୍ୟ ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟସାଧିତ ହେବ। ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ ଯୋଗୁଁ କ୍ଷୋଭ ପ୍ରକାଶ କରିପାରନ୍ତି। ଗଠନମୂଳକ ପ୍ରସ୍ତାବ ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
ଧନୁ
ଧନୁ
ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କଲେ ସବୁକିଛି ଠିକ୍‌ ହୋଇଯିବ। ନିର୍ମାଣାଧୀନ କାମ ଶେଷ ପର୍ଯ୍ୟାୟକୁ ଯିବାରେ କିଛି ଅସୁବିଧା ହେବ ନାହିଁ। ସଭାସମିତିରେ ଯୋଗଦେଇ ପାରନ୍ତି କିମ୍ବା ଜମିଜମା କାରବାରରେ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ।
ମକର
ମକର
ପ୍ରତ୍ୟେକ କ୍ଷେତ୍ରରେ ନିଜ ଲୋକମାନଙ୍କ ଦ୍ୱାରା ସମସ୍ୟାଗ୍ରସ୍ତ ହୋଇପାରନ୍ତି। ଅବଶ୍ୟ ବନ୍ଧୁମାନଙ୍କ ସହ ଆଲୋଚନା କରି ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ କୌଣସି ଯୋଜନା କରିବେ। ନିଜର ଦୂରଦର୍ଶିତା ହେତୁ ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ।
କୁମ୍ଭ
କୁମ୍ଭ
ଆଜିର କାମଗୁଡିକ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବାରେ ପ୍ରତିବନ୍ଧକ ରହିବ ନାହିଁ। କିନ୍ତୁ ପରିବାରରେ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ପୂର୍ବ ଶତ୍ରୁତାକୁ ନେଇ ଆମତ୍ୀୟମାନଙ୍କ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ।
ମୀନମୀନ
ମାନସିକ ସ୍ଥିତି ଭଲ ନ ରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ସମସ୍ୟା ଏକ ପ୍ରକାର ନିୟନ୍ତ୍ରଣାଧୀନ ରହିବ। ପରିବାର ପାଇଁ ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ବନ୍ଧୁଙ୍କ ଜରିଆରେ ଆଜିର ଅର୍ଥ ସଂଗ୍ରହର ପ୍ରଚେଷ୍ଟା ନିଷ୍ଫଳ ହେବ ନାହିଁଁ। କଳା, ସାହିତ୍ୟ, ସାମ୍ବାଦିକତା, ଆଲୋଚନା, ସତ୍‌ସଙ୍ଗ, ଆନୁଷ୍ଠାନିକ କ୍ଷେତ୍ରରୁ ସୁଫଳ ମିଳିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଜୁଲାଇ ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭିନ୍ନ ପ୍ରକାର ହେତୁ ଅନ୍ୟମାନେ ଭୁଲ୍‍ ବୁଝିପାରନ୍ତି। ବ୍ୟବସାୟ ଓ ବାଣିଜ୍ୟରେ ଆଶା ଅନୁଯାୟୀ ସଫଳତା ମିଳିବ। ଦୀର୍ଘ ଦିନରୁ ରହିଯାଇଥିବା…

ରାଶିଫଳ: ଶୁକ୍ରବାର , ଜୁଲାଇ ୧୦ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟରୁ ଅର୍ଥଲାଭ ହେବା ସାଙ୍ଗକୁ ପ୍ରିୟଜନଙ୍କ ଦେଖାସାକ୍ଷାତ୍‍ରୁ ଖୁସି ରହିବେ। ମତପାର୍ଥକ୍ୟ କାରଣରୁ ବନ୍ଧୁ କିମ୍ବା ପରିବାର ସହ ମନୋମାଳିନ୍ୟ ସୃଷ୍ଟିର…

ରାଶିଫଳ: ଗୁରୁବାର, ଜୁଲାଇ ୯ ତାରିଖ – Daily Horoscope

ମେଷ ଆଜି ଜନ୍ମଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ମତାନ୍ତର ସାଙ୍ଗକୁ ଧନହାନିର ଆଶଙ୍କା ରହିଛି। ପାରିବାରିକ ସମସ୍ୟା ସମାଧାନ ପାଇଁ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।…

ରାଶିଫଳ: ବୁଧବାର, ଜୁଲାଇ ୮ ତାରିଖ – Daily Horoscope

ମେଷ ଆଜି ଆନୁଷ୍ଠାନିକ କାର୍ଯ୍ୟରେ ବନ୍ଧୁଗୃହକୁ ଯାତ୍ରା ସକାଶେ ମନସ୍ଥ କରିବେ। ସରକାରୀ ସ୍ତରରୁ ପ୍ରତୀକ୍ଷିତ ଖବରଟି ବନ୍ଧୁଙ୍କ ମାଧ୍ୟମରେ ପାଇବେ। ଅଶ୍ୱିନୀ ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri