Posted inRasifala

ରାଶିଫଳ: ବୁଧବାର, ମାର୍ଚ୍ଚ ୫ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ସହକର୍ମୀଙ୍କ ବିରୁଦ୍ଧାଚରଣ ଯୋଗୁ ଯୋଜନା ଭଣ୍ଡୁର ହୋଇପାରେ। ଭୁଲ୍‌ ବୁଝାମଣା ଯୋଗୁ ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିବାରୁ ମନ ଉଦାସ ରହିବ। ଅଶ୍ୱିନୀ ନକ୍ଷତ୍ର ପରିବାରର ବରାଦ ଅନୁଯାୟୀ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। କୌଶଳ ଖଟାଇ କାମଟିକୁ ସୁବିଧାରେ କରିପାରିବାରେ ସଫଳ ହେବେ ।
ବୃଷ
ବୃଷ
ସ୍ଥଗିତ ରହିଯାଇଥିବା ଅସମ୍ପୂର୍ଣ୍ଣ କାଯର୍‌ୟକୁ ବନ୍ଧୁଙ୍କ ସହାୟତାରେ ପୂର୍ଣ୍ଣାଙ୍ଗ କରିବେ। ସାମାଜିକ ସ୍ତରରେ ପ୍ରତ୍ୟେକ କାର୍ଯ୍ୟରେ ବିରୁଦ୍ଧତା ଓ ବିଫଳତା ଲାଗି ରହିବ। ଆକସ୍ମିକ ଆଗତ ଅପରିଚିତ ବ୍ୟକ୍ତି ଜଣକ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ରୋହିଣୀ ନକ୍ଷତ୍ର କଳା, ସାହିତ୍ୟ, ସଙ୍ଗୀତ ସାଧନାରେ ମନୋନିବେଶ କରିବେ।
ମିଥୁନ
ମିଥୁନ
ଚେଷ୍ଟାକଲେ ମଧ୍ୟ କର୍ମଚାରୀଙ୍କ ଅସହଯୋଗ କାରଣରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆଶାନୁରୂପ ଫଳ ପାଇବେ। ମୃଗଶିରା ନକ୍ଷତ୍ର ରଚନାମତ୍କ କାର୍ଯ୍ୟରୁ ସାମାଜିକ ସ୍ତରରେ ପ୍ରଶଂସିତ ହେବେ। ସାମାଜିକ ସ୍ତରରେ ସେବା ଓ ପରୋପକାର ମନୋବୃତ୍ତିରୁ ପ୍ରଶଂସିତ ହେବେ।
କର୍କଟ
କର୍କଟ
ଉପର ଅଧିକାରୀଙ୍କ ଅନୁକମ୍ପାରୁ ଆପଣଙ୍କର କାମକୁ ପସନ୍ଦ କରିବେ। ପାଖ ପଡ଼ୋଶୀ ସହଯୋଗର ହାତ ବଢ଼ାଇବେ ଏବଂ ଲୋକ ଚିହ୍ନିବାରେ ମଉକା ପାଇବେ। କର୍ମକ୍ଷେତ୍ରରେ ଗୁରୁ ଦାୟିତ୍ୱ ବହନ କରି ବ୍ୟସ୍ତ ହୋଇପାରନ୍ତି। ପୁଷ୍ୟା ନକ୍ଷତ୍ରର ସଚେତନତା ଅଭାବରୁ ପୁରାତନ ରୋଗର ପୀଡ଼ା ବୃଦ୍ଧି ପାଇପାରେ।
ସି˚ହ
ସି˚ହ
ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ର କର୍ମ କ୍ଷେତ୍ରରେ କଠିନ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ। ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ। ଲେଖାପଢ଼ାରେ ଆଳସ୍ୟ ଓ ଅବହେଳା ପ୍ରଦର୍ଶନ କରିପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା କ୍ରମଶଃ ବୃଦ୍ଧି ପାଉଥିବାରୁ ମନ ଉଦ୍‌ବେଗଯୁକ୍ତ ହୋଇପାରେ।
କନ୍ୟା
ପୂର୍ବ ନିର୍ଦ୍ଧାରିତ ଯୋଜନା ଠିକ୍‌ ଭାବରେ ବଦଳାଇବା ପାଇଁ କଷ୍ଟକର ହେବ। ହସ୍ତା ନକ୍ଷତ୍ର ସନ୍ଦେହ କାରଣରୁ ପତ୍ନୀଙ୍କ ସହ ସାମୟିକ ମତାନ୍ତର ସୃଷ୍ଟି ହୋଇପାରେ। ଆତ୍ମପ୍ରଶଂସା ପ୍ରିୟତା କାରଣରୁ ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରିବେ। ଆର୍ଥିକ ସ୍ଥିତି ପୂର୍ବପରି ରହିବା ହେତୁ ନୂଆ ନୂଆ ଯୋଜନାର ରୂପରେଖ ପ୍ରସ୍ତୁତ କରିବେ।
ତୁଳା
ତୁଳା
କାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇବେ। ସ୍ବାତୀ ନକ୍ଷତ୍ର ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବ୍ୟବସାୟରେ ଲାଭ ମିଳିବ, ମାତ୍ର ନିଜର ଅବହେଳାରୁ ଅନ୍ୟ ବାଟରେ ବ୍ୟୟ ହେବ। ବିଳାସ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ ହେବାର ସାମୟିକ ଖୁସି ଅନୁଭବ କରିବେ।
ବିଛା
ବିଛା
ଅତି ନିଜର ବୋଲି ଭାବୁଥିବା ବନ୍ଧୁଟି ହିଁ ସ୍ବାର୍ଥବାଦୀ ହୋଇପଡ଼ିବ। ଯାତ୍ରା, ପ୍ରଶାସନ, ଆଇନ, କଳା ଓ ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। ଅନୁରାଧା ନକ୍ଷତ୍ରର ଆଜିର ପ୍ରତ୍ୟୁଷ ଯାତ୍ରାରେ ଯାନ୍ତ୍ରିକ ତ୍ରୁଟି ଯାତ୍ରାକୁ ବିଳମ୍ବ କରିବ। ବହୁତ ଦିନରୁ ରହିଥିବା ବକେୟା ଟଙ୍କା ବନ୍ଧୁଙ୍କ ସହାୟତାରୁ ଆଜି ପାଇବେ।
ଧନୁ
ଧନୁ
ପୂର୍ବାଷାଢ଼ା ନକ୍ଷତ୍ର ଚିନ୍ତା କରୁଥିବା କାମରେ ସଫଳତା ବିଳମ୍ବରେ ପାଇବେ। ଭୁଲ୍‌ ବଶତଃ ନିର୍ଦ୍ଦିଷ୍ଟ ସ୍ଥାନରେ ନ ରଖି ଅନ୍ୟସ୍ଥାନରେ ରଖିଥିବା ଜିନିଷଟି ଆଜି ହଠାତ୍‌ ପାଇଯିବେ। ବହୁତ ଦିନରୁ ସ୍ଥଗିତ ରହିଥିବା କାମକୁ ଆଜି ଦୃଢ଼ ପଦକ୍ଷେପ ନେଇ ସମ୍ପନ୍ନ କରିବେ। ପରିବାରରେ ଦାୟିତ୍ୱ କ୍ରମଶଃ ବୃଦ୍ଧି ପାଇବାରୁ ସାମୟିକ ଟେନ୍ସନ ବୃଦ୍ଧି ପାଇବ।
ମକର
ମକର
ପାରିବାରିକ ଜୀବନରେ ସହନଶୀଳତା ଗୁଣର ଅଭାବ ଅଶାନ୍ତିର କାରଣ ହେବ। ପରିବାରରେ ଛୋଟ କଥାକୁ କେନ୍ଦ୍ର କରି କଳହ ସୃଷ୍ଟି ହେବାର ସୂଚନା ରହିଛି। ପୂର୍ବଶତ୍ରୁତାକୁ କେନ୍ଦ୍ରକରି ନିଜଲୋକଙ୍କଠାରୁ ଆସ୍ଥାହରାଇ ବସିବେ। ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା ସାଙ୍ଗକୁ ଚାକିରକ୍ଷେତ୍ରରେ ପଦୋନ୍ନତି ଘଟିବ।
କୁମ୍ଭ
କୁମ୍ଭ
ବନ୍ଧୁଙ୍କ ସହାୟତାରେ ଯୋଜନା ମୁତାବକ ସବୁକାମ ଠିକ୍‌ ଠିକ୍‌ ହୋଇଯିବ। ପରିବାରର ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବାରୁ ସାମୟିକ ବ୍ୟସ୍ତତା ବୃଦ୍ଧି ପାଇବ। ଶତଭିଷା ନକ୍ଷତ୍ରର କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ପରିବାରର ସହମତି ପ୍ରକାରେ ଇଚ୍ଛାମୁତାବକ କାମକରିବାରେ ସଫଳ ହେବେ।
ମୀନମୀନ

ବନ୍ଧୁଗହଣରେ ସଂଯମତା ରକ୍ଷା ନ କଲେ କର୍ମକ୍ଷେତ୍ରର ପରିସ୍ଥିତି ବିବାଦଗ୍ରସ୍ତ ହେବ। ଆଲୋଚନା ପରିସରରେ ନିଜର ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରିବା ଠିକ୍‌ ହେବନାହିଁ। ସମସ୍ୟା ରହିଥିଲେ ମଧ୍ୟ ଆଜି ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ରେବତୀ ନକ୍ଷତ୍ର ସ୍ବାସ୍ଥ୍ୟରେ ଉନ୍ନତି ଘଟିବା ସଙ୍ଗକୁ ପୁରାତନ ରୋଗପୀଡ଼ାରୁ କଷ୍ଟ ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି…

ରାଶିଫଳ: ମଙ୍ଗଳବାର , ଅକ୍ଟୋବର ୬ ତାରିଖ – Daily Horoscope

ମେଷ ଚତୁର୍ଥକେନ୍ଦ୍ରରେ ଶୁଭଗ୍ରହଙ୍କ ସମାବେଶ ପାରିବାରିକ, ସାମାଜିକ ଏବଂ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ମନ ବୁଝିଲା…

ରାଶିଫଳ: ସୋମବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ ଆଜି ଯେକୌଣସି କ୍ଷେତ୍ରରେ ମଧ୍ୟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ସାମାଜିକ ଜୀବନରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ…

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?