Posted inRasifala

ରାଶିଫଳ: ଶନିବାର, ମାର୍ଚ୍ଚ ୫ ତାରିଖ – Daily Horoscope

ମେଷ
ଆଜିର ପ୍ରତ୍ୟୁଷ ଯାତ୍ରା, ବନ୍ଧୁ ସମ୍ପର୍କ, ଆନୁଷ୍ଠାନିକ କ୍ଷେତ୍ର ବହୁତ ଭଲ ରହିବ। ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ସହ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ଖୁସି ରହିବେ। ଘରର କେତେକ ସ୍ଥଗିତ କାମ ସମ୍ପନ୍ନ କରିବା ସକାଶେ ତତ୍ପର ରହିପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ସତ ମାତ୍ର ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ।
ବୃଷ
ବୃଷ
କର୍ମକ୍ଷେତ୍ରରେ ଗୁଡ଼ିଏ କାମ ହାତକୁ ନେଇ ଟେନ୍‌ସନ ମଧ୍ୟରେ ରହିବେ। ପାରିବାରିକ ସ୍ଥିତି ମନ୍ଦ ହେବନି କିନ୍ତୁ ସାମୟିକ ମତାନ୍ତର ଘଟିବ। ବ୍ୟବସାୟିକ ଉତ୍କର୍ଷ, ବିବାଦୀୟ ପରିସ୍ଥିତିର ଶିଥିଳତାରୁ ଆଶ୍ୱସ୍ତି ମିଳିବ। ଜମିଜମା କାରବାର, ରାଜନୀତି, ଲେଖାପଢ଼ା, ଯାତ୍ରା ଓ ଆଲୋଚନାଦି କ୍ଷେତ୍ରରେ ଉନ୍ନତମାନର ସୁଫଳ ପାଇବେ।
ମିଥୁନ
ମିଥୁନ
ଅତୀତ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ଆଶଙ୍କା ଜାଗ୍ରତ ହୋଇପାରେ। ସ୍ନାୟବିକ ଦୁର୍ବଳତା, ପରୋକ୍ଷ ଶତ୍ରୁତା, ଧାର, କରଜ ହେତୁ ଚିନ୍ତିତ ରହିବେ। ବନ୍ଧୁଙ୍କ ନିକଟରେ ମନକଥାକୁ ଲୁଚାଇ ରଖିପାରିବେ ନାହିଁ। ସାଙ୍ଗଠନିକ, ରାଜନୈତିକ, ଆନୁଷ୍ଠାନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ।
କର୍କଟ
କର୍କଟ
ଦୀର୍ଘମିଆଦୀ କାମଗୁଡ଼ିକ ସୁରୁଖୁରୁରେ ସମ୍ପନ୍ନ ହେବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ସଭାସମିତିରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟଲାଭର ସୁଯୋଗ ପାଇବେ। ବାଣିଜ୍ୟ, ବ୍ୟବସାୟରେ ସଫଳତା ହାସଲ କରିବେ। କଳା, କ୍ରୀଡ଼ା, ସଙ୍ଗୀତ ଓ ପ୍ରତିଯୋଗିତାରେ ନିଜର ଦକ୍ଷତା ପ୍ରତିପାଦନ କରି ପ୍ରଶଂସିତ ହେବେ।
ସି˚ହ
ସି˚ହ
ବାଧ୍ୟବାଧକତାରେ କେତେକ କାମ କରିବାକୁ ପଡ଼ିପାରେ। ଆକସ୍ମିକ ଭାବରେ ବନ୍ଧୁଙ୍କ ଅନୁରୋଧ ରକ୍ଷାକରି ଦୂରଯାତ୍ରା କରିବାର ସୂଚନା ରହିଛି। ଘରୋଇ ସମସ୍ୟା ହେତୁ ମାନସିକ ଶାନ୍ତି ବ୍ୟାହତ ହେବ। ପ୍ରଶାସନ, ବ୍ୟବସାୟ, ବନ୍ଧୁମିଳନ, ଅର୍ଥପ୍ରାପ୍ତି, ସଭାସମିତିରେ ଯୋଗଦାନ ପ୍ରଭୃତି ସୁଯୋଗ ଜୁଟିପାରେ।
କନ୍ୟା
ସକାଳୁ ସକାଳୁ ବନ୍ଧୁଙ୍କ ଆହ୍ବାନ ଆପଣଙ୍କୁ ଯାତ୍ରାର ପ୍ରସ୍ତୁତିକୁ ତ୍ୱରାନ୍ବିତ କରାଇବ। ଆଜିର ଅପରାହ୍ନରେ ଜଣେ ମହିଳାଙ୍କ ସାହାଯ୍ୟରୁ ଉପକୃତ ହେବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ନିଜର କୌଣସି କାର୍ଯ୍ୟ ସକାଶେ ଅନୁରୋଧ କରିିପାରନ୍ତି। ପରିବାରର ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରିବେ ।
ତୁଳା
ତୁଳା
କର୍ମକ୍ଷେତ୍ରରେ ଜଟିଳତା ଦୂରେଇଯିବା ଆଶା କରାଯାଇପାରେ। କଳା, କ୍ରୀଡ଼ା, ପ୍ରତିଯୋଗିତା, ସଙ୍ଗୀତ କ୍ଷେତ୍ରରେ ପ୍ରଶଂସାଭାଜନ ହେବେ। ଶାରୀରିକ ଅସୁସ୍ଥତା ଲାଗି ରହିବା କାରଣରୁ ମନୋରଞ୍ଜନ ଉପଭୋଗ୍ୟ ହୋଇ ନପାରେ । ବାଣିଜ୍ୟ ବ୍ୟବସାୟରେ ବିଭିନ୍ନ ପ୍ରକାର ମଧ୍ୟ ସମସ୍ୟା ଦେଖାଦେବାର ସୂଚନା ରହିଛି।
ବିଛା
ବିଛା
କର୍ମକ୍ଷେତ୍ରରେ କିଛି ମନ୍ତବ୍ୟକୁ କେନ୍ଦ୍ରକରି ବୟସ୍କ ବ୍ୟକ୍ତି ଜଣେ ଅସନ୍ତୋଷ ପ୍ରକାଶ କରିପାରନ୍ତି। ମାନସିକ ଦ୍ୱନ୍ଦ୍ୱ ଦୂରେଇଯିବ ଓ ଭାଙ୍ଗିପଡ଼ିଥିବା ସମ୍ପର୍କର ପୁନରୁଦ୍ଧାର କରିପାରିବେ। କିଣା ବିକା କ୍ଷେତ୍ରରେ କିମ୍ବା ଜମିଜମା କାରବାରରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି। ବାଣିଜ୍ୟ, ବ୍ୟବସାୟ, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ।
ଧନୁ
ଧନୁ
ଅଯଥା ଗୁଡ଼ାଏ କଥା ଚିନ୍ତାକରି ମନକୁ ବିଭ୍ରମ କରିପାରନ୍ତି। ଅନ୍ୟମନସ୍କ ହେତୁ ଧନହାନି, କଳହ, ପ୍ରତାରଣା ଓ ଶାରୀରିକ ଆଘାତ ପାଇବାର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ। ବିଳାସ ଉପକରଣ କ୍ରୟ କରିବା ସକାଶେ ଘରୁ ବରାଦ ପାଇପାରନ୍ତି।
ମକର
ମକର
ପାରିବାରିକ ଜୀବନ ପ୍ରୀତିପ୍ରଦ ରହିବା ସହ ଲୋକ ସମ୍ପର୍କରେ ଉନ୍ନତି ଘଟିବ। କର୍ମକ୍ଷେତ୍ରରେ ଉଚ୍ଚ ଚିନ୍ତା କରିବେ ଏବଂ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ଭୁଲ୍‌ ବୁଝାମଣା କାରଣରୁ ଆତ୍ମୀୟମାନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ବନ୍ଧୁଙ୍କ ନିକଟରେ ବାକି ରହିଯାଇଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟ ଯଦିଓ ଠିକ୍‌ ରହିବ ତଥାପି ଏଣୁତେଣୁ କଥା ଭାବି ମାନସିକ ସ୍ଥିତି ଠିକ୍‌ ରହି ନ ପାରେ। ସମସ୍ତ ସୁବିଧା ଥିଲେ ମଧ୍ୟ ହାତକୁ ନେଇଥିବା କାମଟି ବିଳମ୍ବରେ ଓ ବହୁ କଷ୍ଟରେ ସମ୍ପନ୍ନ ହେବ। କେତେକ ବିବାଦୀୟ କଥାକୁ ମନେପକାଇ ଆତ୍ମୀୟସ୍ବଜନ ଦୂରେଇ ଯାଇପାରନ୍ତି। ଅର୍ଥ ସମ୍ପର୍କୀୟ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ।
ମୀନମୀନ
ଆଜିର ପ୍ରତ୍ୟୁଷ ଯାତ୍ରା ଫଳପ୍ରଦ ହେବ ଏବଂ ଅଭିଳଷିତ ଦ୍ରବ୍ୟ ପ୍ରାପ୍ତିରେ କୌଣସି ଅସୁବିଧା ରହିବ ନାହିଁ । ସଭାସମିତିରେ ସମ୍ମାନିତ ହେବେ ଏବଂ ଆନୁଷ୍ଠାନିକ କାମରେ ଦକ୍ଷତା ବୃଦ୍ଧି ପାଇବ। ଅଜଣା ବନ୍ଧୁଙ୍କ ସାହାଯ୍ୟ ସବୁ ଦିନ ସକାଶେ ସ୍ମରଣୀୟ ରହିଯାଇପାରେ। ସ୍ବକର୍ମକ୍ଷେତ୍ରରେ ମଧ୍ୟ ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ରହିବା ଭଲ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଜୁନ ୧୧ ତାରିଖ – Daily Horoscope

ମେଷ ଆଜିର ଷଷ୍ଠସ୍ଥ ଚନ୍ଦ୍ର ଆପଣଙ୍କ ଯାତ୍ରା, ନୂତନ କର୍ମାରମ୍ଭ ପାଇଁ ପ୍ରୀତିପ୍ରଦ ରହିବ। ଶୁକ୍ରଙ୍କ ସୁପ୍ରଭାବରେ ଆବଶ୍ୟକତା ପୂରଣ ହେବା ସହ ବନ୍ଧୁଙ୍କ ଦ୍ୱାରା...

ରାଶିଫଳ: ଶୁକ୍ରବାର, ମେ ୧୩ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଓ ରାଶ୍ୟାଧିପତି ଷଡ଼ାଷ୍ଟକ ସ୍ଥିତି ହେତୁ ମାନସିକ ସନ୍ତୁଳନ ରକ୍ଷାରେ ଅସମର୍ଥ ହେବେ। ପ୍ରତ୍ୟେକ କାମ ଟିକିଏ ବିଳମ୍ବ ଓ ଝମେଲା...

ରାଶିଫଳ: ମଙ୍ଗଳବାର, ଜୁନ୍ 14 ତାରିଖ – Daily Horoscope

ମେଷ ପାରିବାରିକ ଶାନ୍ତି ଅକ୍ଷୁଣ୍ଣ ରହିଥିଲେ ମଧ୍ୟ ମାନସିକ ସ୍ତରରେ ଅଶାନ୍ତ ରହିପାରନ୍ତି। ବନ୍ଧୁଙ୍କ ସହଯୋଗ ଲାଭକରି ବହୁଦିନରୁ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ଶୁକ୍ରବାର, ଜାନୁଆରି ୩୧ ତାରିଖ – Daily Horoscope

ମେଷ କୌଣସି ଅତୀତ ଘଟଣା ମନରେ ବାରମ୍ବାର ଆଲୋଡ଼ନ ସୃଷ୍ଟି କରିବା କାରଣରୁ କୌଣସି କାମ ପ୍ରତି ଉତ୍ସାହ ରହି ନ ପାରେ। ବହୁପୂର୍ବରୁ ସ୍ଥିରୀକୃତ...

ରାଶିଫଳ: ଗୁରୁବାର, ଜୁନ୍ ୧୬ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ର, ମନୋରଞ୍ଜନ, କଳାସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ରାଦି ପାଇଁ ବହୁତ ଭଲ ଦିନଟିଏ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ବହୁତ ଶୁଭଫଳ ପାଇବେ।...

ରାଶିଫଳ: ରବିବାର, ନଭେମ୍ବର ୮ ତାରିଖ – Daily Horoscope

ମେଷ ସାମାଜିକ ସ୍ତରରେ ଅନ୍ୟମାନଙ୍କ ସକାଶେ ପରାମର୍ଶ ଦାତା ହୋଇ ପ୍ରଶଂସିତ ହେବେ। ବାଣିଜ୍ୟ, ବ୍ୟବସାୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ରାଜନୀତି...

ରାଶିଫଳ: ମଙ୍ଗଳବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟିହୋଇ ଆପଣଙ୍କୁ ତାହା ନିରୁତ୍ସାହିତ କରିପାରେ। ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବା ହେତୁ ମାନସିକ ଅସ୍ଥିରତା ଦୂର...

ରାଶିଫଳ: ବୁଧବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ରାଶ୍ୟାଧିପ ସହ କର୍ମାଧିପ ତୃତୀୟ ଏକାଦଶ୍ଥ ଯୋଗୁଁ ଆଶା କରିଥିବା କାର୍ଯ୍ୟରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ବୀକାର କରିବାକୁ ପଡିପାରେ। ପାରିବାରିକ...

Advertisement
Archives

Model This Week