Posted inRasifala

ରାଶିଫଳ: ସୋମବାର, ଜୁଲାଇ ୦୫ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ, ମାଙ୍ଗଳିକ କାମରେ ଠିକ୍‌ ପରାମର୍ଶ ଦେଇ ଅନ୍ୟମାନଙ୍କ ବିରାଗ ଭାଜନ ହେବେ। ପ୍ରଶାସନିକ ସ୍ତରରେ ଉପରିସ୍ଥ କର୍ମଚାରୀଙ୍କ ଚାପରେ ପଡ଼ି କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବନ୍ଧୁଙ୍କ ନିକଟରୁ ଆଦର ଅଭ୍ୟର୍ଥନା ପାଇ ମନ ଖୁସି ହୋଇଯିବ।
ବୃଷ
ବୃଷ
ଭାଗ୍ୟକର୍ମାଧିପ ସ୍ବଗୃହରେ ଥିବାରୁ ଦିନଟିରେ ଯାତ୍ରା, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଉନ୍ନତ ଫଳ ପାଇବେ। ସଭାସମିତି ତଥା ଆଲୋଚନା କ୍ଷେତ୍ରରେ ଠିକ୍‌ ନିଷ୍ପତ୍ତି ନେବାରେ ସମର୍ଥ ହେବେ। ବେପରୁଆ କାର୍ଯ୍ୟକଳାପ ସକାଶେ ସମାଲୋଚିତ ହୋଇପାରନ୍ତି। କେତେକ କ୍ଷେତ୍ରରେ ଅନ୍ୟମାନଙ୍କ ଭଲ ସକାଶେ ନିଜକୁ ଦାୟୀ ହେବାକୁ ପଡ଼ିପାରେ।
ମିଥୁନ
ମିଥୁନ
ଦ୍ୱନ୍ଦ୍ୱରେ ପଡ଼ି କୌଣସି ସଠିକ୍‌ ନିଷ୍ପତ୍ତି ନେଇପାରିବେ ନାହିଁ। ପଡ଼ୋଶୀଙ୍କ ସହାୟତାରେ ବକେୟା ଅର୍ଥ ପାଇବା ସମ୍ଭାବନା ରହିଛି। ପର କଥାରେ ନିଜ ଲୋକଙ୍କୁ ଭୁଲ ବୁଝିପାରନ୍ତି। ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ, କିନ୍ତୁ ନୀଚ ଜାତିର ବ୍ୟକ୍ତିଙ୍କ ସହ କଳହ ଲାଗିପାରେ। ପରୋକ୍ଷ ଶତ୍ରୁତା ଓ ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ତିରସ୍କୃତ ହୋଇପାରନ୍ତି।
କର୍କଟ
କର୍କଟ
ସ୍ବାସ୍ଥ୍ୟ ପ୍ରତି ନଜର ରଖି କାମ କରନ୍ତୁ, ନତୁବା ପରେ ଅନୁତାପ କରିବାକୁ ପଡ଼ିବ। ଆଜିର କର୍ମକ୍ଷେତ୍ରରେ କିଛି ଅସୁବିଧା ରହିଥିବାରୁ ମାନସିକ ଦ୍ୱନ୍ଦ୍ୱ ଭିତର ଦେଇ ଗତି କରିବେ। ପାରିବାରିିକ କ୍ଷେତ୍ର ବୁଝାମଣା ମଧ୍ୟରେ ଶୃଙ୍ଖଳିତ ରହିବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ ଓ ଫାଇଲ କାମରେ ଅଧିକ ସମୟ ବିନିଯୋଗ କରିପାରନ୍ତି।
ସି˚ହ
ସି˚ହ
ଘର ଲୋକଙ୍କ ଅସନ୍ତୋଷଜନକ କାର୍ଯ୍ୟ ଭିତରେ ଭିତରେ ରାଗରେ ଜଳୁଥିଲେ ମଧ୍ୟ କିଛି କହିପାରିବେ ନାହିଁ। ଅଫିସ୍‌ କାମରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି, ବାସ୍ତବରେ ସେପରି କିଛି ହେବନି। ସ୍ତ୍ରୀଙ୍କ ସାହାଯ୍ୟରୁ ମନୋବଳ ବୃଦ୍ଧି ପାଇବ। ମନ ଧରିଲା ଭଳି କଥା କହି ଶତ୍ରୁଠାରୁ କାମ ହାସଲ କରିନେବେ।
କନ୍ୟା
ପାରିବାରିକ ପ୍ରତିକୂଳ ପରିସ୍ଥିତି ଯୋଗୁ ଚିନ୍ତା କରିଥିବା କାମଗୁଡ଼ିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ। ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେବାର ଆଶଙ୍କା ରହିଛି। ସମ୍ପର୍କୀୟଙ୍କ ଦ୍ୱାରା ପ୍ରଶଂସିତ ହେବେ ଓ କିଛି ନୂତନ କାମ ଆରମ୍ଭ କରିପାରନ୍ତି।
ତୁଳା
ତୁଳା
ଆଜି ନିଜର ପ୍ରତ୍ୟୁତ୍ପନ୍ନମତିତା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ବନ୍ଧୁଙ୍କ କଥାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। କଚେରି ମାମଲାର ଶୁଣାଣିର ବିଳମ୍ବତାକୁ ନେଇ ବ୍ୟସ୍ତତା ପ୍ରକାଶ କରିପାରନ୍ତି। ନିଜର ଅବହେଳା କାରଣରୁ କର୍ମକ୍ଷେତ୍ରରେ କୌଣସି ସୁଯୋଗ ହରାଇ ମୁଣ୍ଡରେ ହାତ ଦେଇ ବସିବେ।
ବିଛା
ବିଛା
ସବୁ ଥାଇ କିଛି ନ ଥିଲା ଭଳି ପରିସ୍ଥିତି ଭିତର ଦେଇ ଗତି କରିବାକୁ ବାଧ୍ୟ ହେବେ। ସମ୍ପର୍କ ଭଲ ନ ଥିବା କାରଣରୁ ସତର୍କରେ ନ ଚଳିଲେ ନିନ୍ଦିତ ହୋଇପାରନ୍ତି। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ପରିପ୍ରେକ୍ଷୀରେ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ। ପାରିବାରିିକ ସମସ୍ୟା ସମାଧାନ ସକାଶେ ବନ୍ଧୁମାନଙ୍କ ସହଯୋଗ ଭିକ୍ଷା କରିପାରନ୍ତି।
ଧନୁ
ଧନୁ
କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ। ଅନ୍ୟମାନଙ୍କ ଶତ୍ରୁତା କାରଣରୁ ଅପମାନଜନକ ସ୍ଥିତିରୁ ଖସି ଯାଇପାରନ୍ତି। ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତି ଜଣକ ସକାଶେ ବ୍ୟସ୍ତତା ବୃଦ୍ଧି ପାଇପାରେ। କାର୍ଯ୍ୟଶୈଳୀର ଭୁଲ ପଦକ୍ଷେପ ଅସୁବିଧାରେ ପକାଇପାରେ।
ମକର
ମକର
ଚିନ୍ତା ନ କରି କାମରେ ଆଗକୁ ମାଡ଼ିଚାଲନ୍ତୁ, କୌଣସି ଅସୁବିଧା ହେବ ନାହିଁ। ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବା କାରଣରୁ ଚିନ୍ତିତ ରହିବେ। ଘରେ ବନ୍ଧୁମିଳନରୁ ଆମୋଦ ପ୍ରମୋଦର ସୁଅ ଛୁଟିବ। ନିଜର ସୀମା ଭିତରେ ଜଗି ରଖି କଥା କହିବା ଭଲହେବ, ନତୁବା କଳହ ଭିତରକୁ ଟାଣି ହୋଇପାରନ୍ତି।
କୁମ୍ଭ
କୁମ୍ଭ
ମନ କଥା ମନରେ ରଖି ବନ୍ଧୁଙ୍କ ସହ ମିଶିବେ, ଯାହା ଓ ଯେତିକି ପାଇବା କଥା ଅବଶ୍ୟ ପାଇବେ। ଆଲୋଚନା କ୍ଷେତ୍ରରେ କିମ୍ବା ସଭାସମିତିରେ ସଫଳତା ହାସଲ କରିବେ। ସ୍ତ୍ରୀଙ୍କ ଅଭିଯୋଗର ପୁନର୍ବିଚାର କରି କାମ କରିବା ଭଲ। ଅଯଥା ମୂଲ୍ୟହୀନ କଥାକୁ ଗୁରୁତ୍ୱ ଦେଇ ଶୋକାକୁଳ ରହିବେ। ସ୍ବାସ୍ଥ୍ୟକୁ ଜଗି ରଖି ଚଳିବା ଭଲ ହେବ।
ମୀନମୀନ
ଆଜି କାର୍ଯ୍ୟହାସଲ ନିମିତ୍ତ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ଏଜେନ୍ସି, ସାହିତ୍ୟ ଚର୍ଚ୍ଚା, ସଭାସମିତି, ମାଙ୍ଗଳିକ କାମ ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ। ଈର୍ଷାପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି ସମସ୍ୟା ସୃଷ୍ଟି କରିପାରନ୍ତି। କୃତୀ ଓ କୃତିତ୍ୱଜନିତ ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଜୁଲାଇ ୧୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରୁ ବନ୍ଧୁମିଳନ ସାଙ୍ଗକୁ କର୍ମମୁଖର ରହିବେ। ପାରିବାରିକ ସଦ୍‌ଭାବ ମଧ୍ୟରେ ହସଖୁସିର ମଜା ଉଠାଇପାରନ୍ତି। ସଭାସମିତି, ନୃତ୍ୟ ସଙ୍ଗୀତ, ସେବା କାର୍ଯ୍ୟରେ…

ରାଶିଫଳ: ବୁଧବାର, ଜୁଲାଇ ୧୫ ତାରିଖ – Daily Horoscope

ମେଷ ଆଜିର ପାରିବାରିକ ସ୍ଥିତି ଏବଂ କର୍ମକ୍ଷେତ୍ରର ପରିସ୍ଥିତି ସ୍ବାଭାବିକ ରହିବ। ନିକଟରେ ରହୁ ନ ଥିବା ପିଲାଙ୍କ ସ୍ବାସ୍ଥ୍ୟ ସକାଶେ ଏବଂ ସଭାସମିତି ଓ ଆନୁଷ୍ଠାନିକ…

ରାଶିଫଳ: ମଙ୍ଗଳବାର , ଜୁଲାଇ ୧୪ ତାରିଖ – Daily Horoscope

ମେଷ ଆଜି ତୃତୀୟଭାବରେ ତିନୋଟି ଗ୍ରହଙ୍କ ସଂଯୋଗ କାରଣରୁ ବନ୍ଧୁମିଳନ,ଧାର୍ମିକ କାର୍ଯ୍ୟ ଏବଂ ଭ୍ରମଣସୌଖ୍ୟ ଲାଭ କରିବେ। ପାରିବାରିକ ଓ ପରିବହନ କ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମର ଆଶଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri