Posted inRasifala

ରାଶିଫଳ: ସୋମବାର, ଡିସେମ୍ବର ୫ ତାରିଖ – Daily Horoscope

ମେଷ
ଆଜି ରାହୁଯୁକ୍ତ ଚନ୍ଦ୍ର ଯୋଗୁ ମାନସିକ ସ୍ଥିତି ଭଲ ରହି ନ ପାରେ। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଗଡ଼ାର ଆଶଙ୍କା ରହିଛି। ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟିଜନିତ ସମସ୍ୟା କିମ୍ବା କଳହର ସମ୍ମୁଖୀନ ହେବାକୁ ପଡ଼ିପାରେ। କେବଳ କର୍ମକ୍ଷେତ୍ର ପ୍ରଶସ୍ତ ରହିବା ସହ ଶାରୀରିକ ସୁସ୍ଥତା ମନ୍ଦ ହେବନି।
ବୃଷ
ବୃଷ
ଅଭିଳଷିତ ଦ୍ରବ୍ୟପ୍ରାପ୍ତିରେ ବିଜାତୀୟ ବ୍ୟକ୍ତି ଜଣେ ଅସହଯୋଗ କରିପାରେ। ଶାରୀରିକ ଦୁର୍ବଳତା ଯୋଗୁ କାମ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ। ମୃଗଶିରା ନକ୍ଷତ୍ର ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ। ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ପ୍ରକାଶ ପାଇବ।
ମିଥୁନ
ମିଥୁନ
ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ, ମାତ୍ର ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣ କଲେ ଉପକୃତ ହେବେ। ଜଣେ ସହକର୍ମୀଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ବାଧ୍ୟବାଧକତାରେ ମନୋରଞ୍ଜନ ସମ୍ପର୍କିତ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବାକୁ ପଡ଼ିପାରେ।
କର୍କଟ
କର୍କଟ
ଦୀର୍ଘ ଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ଆଜି ଆକସ୍ମିକ ଭାବରେ ପୁନଃ ପ୍ରତିଷ୍ଠିତ ହେବ। ଭାବପ୍ରବଣବଶତଃ ବିରକ୍ତିକର କଥାବାର୍ତ୍ତା କରି ଅପଦସ୍ଥ ହୋଇପାରନ୍ତି। କର୍ମକ୍ଷେତ୍ରରେ ପରକଥାରେ ପ୍ରଭାବିତ ହେଲେ ଭୁଲ୍‌ ମାର୍ଗର ଅନୁସରଣ କରିବେ। ପୁଷ୍ୟା ନକ୍ଷତ୍ର ଜମିଜମା କାରବାର ବୃଦ୍ଧି ପାଇଁ ଚେଷ୍ଟିତ ହେବେ। ସନ୍ତାନହେତୁକ ଚିନ୍ତା ବଢ଼ିବ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ଈର୍ଷା ପରାୟଣ ବ୍ୟକ୍ତିଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୋଇପାରନ୍ତି। ବ୍ୟବସାୟରେ ସନ୍ତୋଷଜନକ ଫଳ ଦେଖାଦେଇପାରେ। ସ୍ବାର୍ଥସାଧନର ଅଭିଳାଷ ପୂରଣ ନ ହେବାରୁ ମିତ୍ର କେହି ଛଳନା କରି ଦୂରେଇଯିବେ। ସବୁ ଭଲ ଥିଲେ ସୁଦ୍ଧା କେତେକ କଥାକୁ କେନ୍ଦ୍ରକରି ମାନସିକ ସ୍ତରରେ କଷ୍ଟ ପାଇବେ।
କନ୍ୟା
ସାମାଜିକ ଜୀବନରେ ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରି ଶତ୍ରୁତା ଅର୍ଜନ କରିପାରନ୍ତି। ଉପରିସ୍ଥ ଆଦେଶାନୁସାରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। କାଳକ୍ଷେପଣ ନୀତି ହେତୁ ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ। ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେଇପାରେ।
ତୁଳା
ତୁଳା
ବିଭିନ୍ନ ସୂତ୍ରରୁ ରୋଜଗାର କରିବା ସାଙ୍ଗକୁ ବିଳାସ ବ୍ୟସନରେ ସମୟ ଅତିବାହିତ କରିପାରନ୍ତି। ବନ୍ଧୁମାନେ ବିଭ୍ରାନ୍ତିକର ଖବର ପରିବେଷଣ କରି ସମସ୍ୟାକୁ ବଢ଼ାଇ ଦେଇପାରନ୍ତି। ଆନୁଷ୍ଠାନିକ କାମ କିମ୍ବା ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। କ୍ରନିକ୍‌ ରୋଗପୀଡ଼ା ଜନିତ ସ୍ବାସ୍ଥ୍ୟରେ ଅବନତି ଘଟିପାରେ।
ବିଛା
ବିଛା
ଆଜି ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇ ଦୁଃଖ ଭୁଲି ଯାଇପାରନ୍ତି। ସହକର୍ମୀଙ୍କ କାର୍ଯ୍ୟକଳାପ ମନରେ ବିରକ୍ତିଭାବ ସୃଷ୍ଟି କରିବ। ପରିସ୍ଥିତିରେ ପଡ଼ି ଖର୍ଚ୍ଚ କରିବାକୁ ବାଧ୍ୟ ହେବେ ଓ ମନସ୍ତାପ ମଧ୍ୟ କରିବେ। ପାରିବାରିକ ଜୀବନରେ ସହନଶୀଳତା ଗୁଣର ଅଭାବ ଅଶାନ୍ତିର କାରଣ ହେବ। ଅପରାହ୍ନେ ଖୁସି ବାର୍ତ୍ତା ପାଇବେ।
ଧନୁ
ଧନୁ
ହାତରୁ ପଇସା ଖର୍ଚ୍ଚ କରି ବନ୍ଧୁଙ୍କ କାର୍ଯ୍ୟରେ କୌଣସି ନିର୍ଦ୍ଦିଷ୍ଟ ଅଭିସନ୍ଧିମୂଳକ ଉଦ୍ଦେଶ୍ୟ ନିହିତ ରହିଥିବାର ଅନୁମାନ କରିପାରନ୍ତି। ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ପ୍ରତାରିତ ହେବା ସମ୍ଭାବନା ରହିଛି। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ । ପୂର୍ବାଷାଢ଼ା ନକ୍ଷତ୍ରର ମଉଳି ଯାଇଥିବା ଆଶା ପୁଣି କଅଁଳି ଉଠିବ।
ମକର
ମକର
ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ସୂଚନାକୁ ଅସ୍ବୀକାର କରିପାରିବେ ନାହିଁ।
ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ କର୍ମକ୍ଷେତ୍ରରେ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ। ଆର୍ଥିକ ସ୍ଥିତି ବଦଳିଯିବା କାରଣରୁ ଉଦ୍‌ବିଗ୍ନତା ବୃଦ୍ଧି ପାଇବ। ପାରିବାରିକ ସମସ୍ୟା କେତେକାଂଶରେ ନିୟନ୍ତ୍ରିତ ରହିବ।
କୁମ୍ଭ
କୁମ୍ଭ
ବିଶୃଙ୍ଖଳିତ ପରିସ୍ଥିତି ଲାଗି ରହିବା କାରଣରୁ କର୍ମକ୍ଷେତ୍ରରେ ଶିଥିଳତା ଦେଖାଦେବ। ପରକଥାରେ ମୁଣ୍ଡ ପୂରାଇ ଭୁଲ୍‌ ମାର୍ଗରେ ଗତି କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ଶେୟାର ବଜାରରେ କ୍ଷତିର ଆଶଙ୍କା ରହିଛି। ମାତ୍ର ଜଣେ ବନ୍ଧୁଙ୍କ ସାହାଯ୍ୟକୁ ଭୁଲିପାରିବେ ନାହିଁ। ଆଗାମୀ ମାଙ୍ଗଳିକ କାମ ସକାଶେ ଘର ସଜ୍ଜାରେ ମଜ୍ଜିରହିପାରନ୍ତି।
ମୀନମୀନ
କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ସୁଦ୍ଧା ସମାଲୋଚିତ ହେବେ। ପ୍ରଶାସନ, ସଙ୍ଗଠନ ଓ ରାଜନୀତି କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ। ଗୃହ ନିର୍ମାଣ କାମରେ ଉନ୍ନତି ଘଟିବ। ପ୍ରତ୍ୟେକ କାମରେ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଜୁଲାଇ ୩୦ ତାରିଖ – Daily Horoscope

ମେଷ ଆଜିର ଗ୍ରହଯୋଗ ଆପଣଙ୍କୁ ଅର୍ଥ,ବିଳାସବ୍ୟସନ, ସନ୍ତାନସୁଖ,ନୂତନମୈତ୍ରୀ ସୃଷ୍ଟିକରି ମୁହଁରେ ହସ ଫୁଟାଇବେ। ସାମାନ୍ୟ କଥାରୁ ପାରିବାରିକ ସମସ୍ୟା ଦେଖାଦେଇପାରେ। ଶନି ପ୍ରଭାବରୁ ବିଭିନ୍ନ ଝାମେଲା ମଧ୍ୟରେ…

ରାଶିଫଳ: ବୁଧବାର, ଜୁଲାଇ ୨୯ ତାରିଖ – Daily Horoscope

ମେଷ ବିଭିନ୍ନ ସମସ୍ୟା ମଧ୍ୟରେ କର୍ମକ୍ଷେତ୍ରରେ ଅସ୍ଥିରତା ଲାଗିରହିବ। ପାରିବାରିକ କ୍ଷେତ୍ରରେ ମତାନ୍ତର ଓ ବିତର୍କ ଜନିତ ଅଶାନ୍ତ ପରିସ୍ଥିତିର ଆଶଙ୍କା ଦେଖାଦେବ। ନିଜ ପରିସରର ଭଦ୍ରବ୍ୟକ୍ତିଙ୍କ…

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୮ ତାରିଖ – Daily Horoscope

ମେଷ ଆଜି ଆର୍ଥିକ ଅସଙ୍ଗତି ଦୂରକରିବା ସହ ଆଲୋଚନାକୁ ଅଗ୍ରଗାମୀ କରାଇବାରେ ସହାୟକ ହେବେ। ପୂର୍ବାଲୋଚନା ଅନୁଯାୟୀ ଆଜିର ଯାତ୍ରା, ନୂତନ କର୍ମାରମ୍ଭ, ପ୍ରଶାସନିକ ନିଷ୍ପତ୍ତିରେ ସଫଳତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri