Posted inRasifala

ରାଶିଫଳ: ଗୁରୁବାର, ଅଗଷ୍ଟ ୫ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ଭାଗ୍ୟଭାବକୁ ଦେଖୁଥିବାରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଅବଶ୍ୟମ୍ଭାବୀ। ଯେଉଁ ପରିସ୍ଥିତି ହେଉନା କାହିଁକି ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ମାତ୍ର କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ମଧ୍ୟ ଶିଥିଳତା ଦେଖାଦେବ।
ବୃଷ
ବୃଷ
କର୍ମସ୍ଥାନ ପ୍ରଭାବଶାଳୀ ହେତୁ ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ବନ୍ଧୁଙ୍କୁ କର୍ମକ୍ଷେତ୍ରରେ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ।
ମିଥୁନ
ମିଥୁନ
ଧନାଧିପତିଙ୍କ ପୃଷ୍ଠଦେଶରେ ରାହୁ ରହିବା ଯୋଗୁ ବିଭିନ୍ନ ଅଭାବ ଅନଟନ ମାନସିକ ଶାନ୍ତିକୁ ନଷ୍ଟ କରିପାରେ। ପାରିବାରିକ ସମସ୍ୟା ବଳିଯାଉଥିବାରୁ ମନର ଦୁଃଖକୁ ଲୁଚାଇ ରଖି ବନ୍ଧୁଙ୍କ ସହ କଥା ହେବାକୁ ପଡ଼ିବ। ବ୍ୟବସାୟ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। କିନ୍ତୁ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।
କର୍କଟ
କର୍କଟ
କର୍ମାଧିପତି ସହ ଶୁକ୍ରଙ୍କ ସଂଯୋଗ ପ୍ରଭାବରୁ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ କାର୍ଯ୍ୟ ହାସଲ କରିବେ। ପ୍ରଶାସନିକ ସ୍ତରରେ ଏପରିକି ଶିଳ୍ପ, ବାଣିଜ୍ୟରେ ମଧ୍ୟ ପ୍ରତିବନ୍ଧକ ଦୂରେଇଯିବ। ଅବଶ୍ୟ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ। ଆକସ୍ମିକ ସ୍ଥାନାନ୍ତର ସୂଚନା ମନକୁ ଭାରାକ୍ରାନ୍ତ କରିପାରେ।
ସି˚ହ
ସି˚ହ
ନିମ୍ନାଭିମୁଖୀ ଶୁକ୍ରଙ୍କ ଯୋଗୁ କର୍ମ କ୍ଷେତ୍ରରେ ଆହ୍ବାନ ବ୍ୟତିରେକେ ମଧ୍ୟସ୍ଥତା କରି ଅପମାନିତ ହୋଇପାରନ୍ତି। ପାରିବାରିକ ସ୍ତରରେ ବିଭିନ୍ନ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ବନ୍ଧୁମାନଙ୍କୁ ମଧୁର ବାକ୍ୟ କହି ନିଜର କାର୍ଯ୍ୟ ହାସଲ କରିନେବେ। କିନ୍ତୁ ପାରିବାରିକ କ୍ଷେତ୍ରରେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହୋଇପାରନ୍ତି।
କନ୍ୟା
ଲାଭ ଭାବରେ ବୁଧାଦିତ୍ୟ ଯୋଗ ହେତୁ ଆପଣଙ୍କ କାର୍ଯ୍ୟ ସର୍ବଜନ ପ୍ରଶଂସିତ ହେବ। ଅତି ନିକଟତର ବନ୍ଧୁଙ୍କ ସହ ଆପଣଙ୍କର ସମ୍ପର୍କକୁ ଅନ୍ୟମାନେ ଖରାପ ଦୃଷ୍ଟିରେ ଦେଖିପାରନ୍ତି। ପୂର୍ବରାଗ ଶୁଝାଇବାକୁ ଯାଇ ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିବେ। ନିର୍ମାଣ, ଯୋଗାଯୋଗ, ସଂଗଠନ, ପ୍ରଶାସନ କ୍ଷେତ୍ର ସମସ୍ୟା ମୁକ୍ତ ରହିବ।
ତୁଳା
ତୁଳା
ଶନିଙ୍କ ପ୍ରତ୍ୟକ୍ଷ ଦୃଷ୍ଟିରେ ବୁଧ ଥିବାରୁ କର୍ମକ୍ଷେତ୍ରରେ ମିଥ୍ୟା ଭାଷଣରୁ ସମାଲୋଚିତ ହୋଇପାରନ୍ତି। ଅବଶ୍ୟ ଜଣେ ବନ୍ଧୁ ଅର୍ଥ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଉନ୍ନତି କରିପାରନ୍ତି। ସାଧାରଣ କଥାକୁ କେନ୍ଦ୍ରକରି ପାରିବାରିକ ଅଶାନ୍ତି କାରଣରୁ ଅନ୍ୟମନସ୍କ ରହିବାର ସୂଚନା ରହିଛି।
ବିଛା
ବିଛା
ଧର୍ମାଧିପ ଦୁଃସ୍ଥାନରେ ଥିବାରୁ ଆଜିର କାମଗୁଡ଼ିକ ବହୁ ଝିନ୍‌ଝଟ୍‌ରେ ସମ୍ପନ୍ନ ହେବ। ଆନୁଷ୍ଠାନିକ କିମ୍ବା ମାଙ୍ଗଳିକ କାର୍ଯ୍ୟ ସକାଶେ ଆତ୍ମୀୟଙ୍କ ସହ ଆଲୋଚନା କରିପାରନ୍ତି। କର୍ମଭାବସ୍ଥ ମଙ୍ଗଳ ପ୍ରଭାବରେ ଜମିଜମା ବିବାଦର ଅବସାନ ଘଟିବ। ଶତ୍ରୁତା ପଥରୋଧ କରୁଥିବାର ସନ୍ଦେହ କରି ଅନ୍ୟମନସ୍କତାରୁ କେତେକ ଭୁଲ୍‌ କରିପାରନ୍ତି।
ଧନୁ
ଧନୁ
ଶନିଙ୍କ କ୍ରୂରଦୃଷ୍ଟି ଚତୁର୍ଥଭାବରେ ରହୁଥିବାରୁ ଆଜି ପାରିବାରିକ, ଲୋକସମ୍ପର୍କ, ଯାନବାହନ କ୍ଷେତ୍ରରେ ସତର୍କତା ଜରୁରୀ। ମୂଳା ନକ୍ଷତ୍ରର ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହୋଇ ନ ପାରେ। ଶିକ୍ଷା, ପରୀକ୍ଷା, ସନ୍ତାନ, ଆଲୋଚନା,ଲେଖାପଢ଼ା କ୍ଷେତ୍ରରେ ଉନ୍ନତମାନର ଶୁଭଫଳ ପାଇବେ।
ମକର
ମକର
ଅଷ୍ଟମଭାବରେ ଚତୁର୍ଥାଧିପତିଙ୍କ ଅବସ୍ଥିତି ହେତୁ ପରିବାରରେ ଅଶାନ୍ତି ଉପୁଜିପାରେ। ତଥାପି କଳା, ସାହିତ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ, ନୂତନ ବନ୍ଧୁସମ୍ପର୍କ ସ୍ଥାପନ ତଥା ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ଆଜିର ଯାତ୍ରା, ଅର୍ଥନୀତି, ପ୍ରେସ୍‌, ପବ୍ଲିକେଶନ, ରପତ୍ାନିବାଣିଜ୍ୟ ପ୍ରଭୃତିରେ ସଫଳତା ନିଶ୍ଚିତ ମିଳିବ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ କେତୁ ଥିବାରୁ ସତର୍କତାରେ କାମ ନ କଲେ ଖାଲରେ ପଡ଼ିବାକୁ ପଡ଼ିବ। ଅବଶ୍ୟ ଆପଣ ନିଜ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଏକାଗ୍ରତା ସହ ତୁଲାଇପାରନ୍ତି। ନୀଚ ମନୋଭାବସମ୍ପନ୍ନ ବ୍ୟକ୍ତିବିଶେଷଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହେବେ। ସ୍ବାସ୍ଥ୍ୟସମସ୍ୟା ଅନେକାଂଶରେ ନିୟନ୍ତ୍ରଣାଧୀନ ରହିବ।
ମୀନମୀନ
ସ୍ବଗୃହାଭିମୁଖୀ ବୃହସ୍ପତି ହେତୁ ଟେନ୍‌ସନ ପିଛା ଛାଡ଼ିବ ନାହିଁ। ବନ୍ଧୁଙ୍କ ପରାମର୍ଶକୁ ପାଥେୟ କଲେ ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ପାରିବାରିକ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। ରାଜନୈତିକ ସ୍ଥିତି ପ୍ରତି କୌଣସି ସମସ୍ୟାର ସୁରାକ ପାଇ କୂଟନୀତି ବଳରେ କାର୍ଯ୍ୟ ସାଧନ କରିପାରନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୯ ତାରିଖ – Daily Horoscope

ମେଷ ଆଜି ଋଣ ପରିଶୋଧ, ବିବାଦୀୟ ଘଟଣା, ଦୂରଯାତ୍ରା କିମ୍ବା ଶତ୍ରୁତା କରୁଥିବା ବ୍ୟକ୍ତି ବିଷୟରେ ଚିନ୍ତା କରିବେ। ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡିଯିବାରୁ…

ରାଶିଫଳ: ଗୁରୁବାର, ଅକ୍ଟୋବର ୮ ତାରିଖ – Daily Horoscope

ମେଷ ଆଜି ଜମିଜମା କାରବାରକୁ ନେଇ ମତାନ୍ତର ଉପୁଜିବ। ବନ୍ଧୁ ଏବଂ ପରିଜନଙ୍କ ସହିତ ପ୍ରତ୍ୟୁଷ ଯାତ୍ରା ମନକୁ ଆନନ୍ଦ ପ୍ରଦାନ କରିପାରେ। କୃତ୍ତିକା ନକ୍ଷତ୍ରର ମନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?