Posted inRasifala

ରାଶିଫଳ: ଗୁରୁବାର, ଅଗଷ୍ଟ ୫ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ଭାଗ୍ୟଭାବକୁ ଦେଖୁଥିବାରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଅବଶ୍ୟମ୍ଭାବୀ। ଯେଉଁ ପରିସ୍ଥିତି ହେଉନା କାହିଁକି ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ମାତ୍ର କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ମଧ୍ୟ ଶିଥିଳତା ଦେଖାଦେବ।
ବୃଷ
ବୃଷ
କର୍ମସ୍ଥାନ ପ୍ରଭାବଶାଳୀ ହେତୁ ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ବନ୍ଧୁଙ୍କୁ କର୍ମକ୍ଷେତ୍ରରେ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ।
ମିଥୁନ
ମିଥୁନ
ଧନାଧିପତିଙ୍କ ପୃଷ୍ଠଦେଶରେ ରାହୁ ରହିବା ଯୋଗୁ ବିଭିନ୍ନ ଅଭାବ ଅନଟନ ମାନସିକ ଶାନ୍ତିକୁ ନଷ୍ଟ କରିପାରେ। ପାରିବାରିକ ସମସ୍ୟା ବଳିଯାଉଥିବାରୁ ମନର ଦୁଃଖକୁ ଲୁଚାଇ ରଖି ବନ୍ଧୁଙ୍କ ସହ କଥା ହେବାକୁ ପଡ଼ିବ। ବ୍ୟବସାୟ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। କିନ୍ତୁ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।
କର୍କଟ
କର୍କଟ
କର୍ମାଧିପତି ସହ ଶୁକ୍ରଙ୍କ ସଂଯୋଗ ପ୍ରଭାବରୁ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ କାର୍ଯ୍ୟ ହାସଲ କରିବେ। ପ୍ରଶାସନିକ ସ୍ତରରେ ଏପରିକି ଶିଳ୍ପ, ବାଣିଜ୍ୟରେ ମଧ୍ୟ ପ୍ରତିବନ୍ଧକ ଦୂରେଇଯିବ। ଅବଶ୍ୟ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ। ଆକସ୍ମିକ ସ୍ଥାନାନ୍ତର ସୂଚନା ମନକୁ ଭାରାକ୍ରାନ୍ତ କରିପାରେ।
ସି˚ହ
ସି˚ହ
ନିମ୍ନାଭିମୁଖୀ ଶୁକ୍ରଙ୍କ ଯୋଗୁ କର୍ମ କ୍ଷେତ୍ରରେ ଆହ୍ବାନ ବ୍ୟତିରେକେ ମଧ୍ୟସ୍ଥତା କରି ଅପମାନିତ ହୋଇପାରନ୍ତି। ପାରିବାରିକ ସ୍ତରରେ ବିଭିନ୍ନ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ବନ୍ଧୁମାନଙ୍କୁ ମଧୁର ବାକ୍ୟ କହି ନିଜର କାର୍ଯ୍ୟ ହାସଲ କରିନେବେ। କିନ୍ତୁ ପାରିବାରିକ କ୍ଷେତ୍ରରେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହୋଇପାରନ୍ତି।
କନ୍ୟା
ଲାଭ ଭାବରେ ବୁଧାଦିତ୍ୟ ଯୋଗ ହେତୁ ଆପଣଙ୍କ କାର୍ଯ୍ୟ ସର୍ବଜନ ପ୍ରଶଂସିତ ହେବ। ଅତି ନିକଟତର ବନ୍ଧୁଙ୍କ ସହ ଆପଣଙ୍କର ସମ୍ପର୍କକୁ ଅନ୍ୟମାନେ ଖରାପ ଦୃଷ୍ଟିରେ ଦେଖିପାରନ୍ତି। ପୂର୍ବରାଗ ଶୁଝାଇବାକୁ ଯାଇ ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିବେ। ନିର୍ମାଣ, ଯୋଗାଯୋଗ, ସଂଗଠନ, ପ୍ରଶାସନ କ୍ଷେତ୍ର ସମସ୍ୟା ମୁକ୍ତ ରହିବ।
ତୁଳା
ତୁଳା
ଶନିଙ୍କ ପ୍ରତ୍ୟକ୍ଷ ଦୃଷ୍ଟିରେ ବୁଧ ଥିବାରୁ କର୍ମକ୍ଷେତ୍ରରେ ମିଥ୍ୟା ଭାଷଣରୁ ସମାଲୋଚିତ ହୋଇପାରନ୍ତି। ଅବଶ୍ୟ ଜଣେ ବନ୍ଧୁ ଅର୍ଥ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଉନ୍ନତି କରିପାରନ୍ତି। ସାଧାରଣ କଥାକୁ କେନ୍ଦ୍ରକରି ପାରିବାରିକ ଅଶାନ୍ତି କାରଣରୁ ଅନ୍ୟମନସ୍କ ରହିବାର ସୂଚନା ରହିଛି।
ବିଛା
ବିଛା
ଧର୍ମାଧିପ ଦୁଃସ୍ଥାନରେ ଥିବାରୁ ଆଜିର କାମଗୁଡ଼ିକ ବହୁ ଝିନ୍‌ଝଟ୍‌ରେ ସମ୍ପନ୍ନ ହେବ। ଆନୁଷ୍ଠାନିକ କିମ୍ବା ମାଙ୍ଗଳିକ କାର୍ଯ୍ୟ ସକାଶେ ଆତ୍ମୀୟଙ୍କ ସହ ଆଲୋଚନା କରିପାରନ୍ତି। କର୍ମଭାବସ୍ଥ ମଙ୍ଗଳ ପ୍ରଭାବରେ ଜମିଜମା ବିବାଦର ଅବସାନ ଘଟିବ। ଶତ୍ରୁତା ପଥରୋଧ କରୁଥିବାର ସନ୍ଦେହ କରି ଅନ୍ୟମନସ୍କତାରୁ କେତେକ ଭୁଲ୍‌ କରିପାରନ୍ତି।
ଧନୁ
ଧନୁ
ଶନିଙ୍କ କ୍ରୂରଦୃଷ୍ଟି ଚତୁର୍ଥଭାବରେ ରହୁଥିବାରୁ ଆଜି ପାରିବାରିକ, ଲୋକସମ୍ପର୍କ, ଯାନବାହନ କ୍ଷେତ୍ରରେ ସତର୍କତା ଜରୁରୀ। ମୂଳା ନକ୍ଷତ୍ରର ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହୋଇ ନ ପାରେ। ଶିକ୍ଷା, ପରୀକ୍ଷା, ସନ୍ତାନ, ଆଲୋଚନା,ଲେଖାପଢ଼ା କ୍ଷେତ୍ରରେ ଉନ୍ନତମାନର ଶୁଭଫଳ ପାଇବେ।
ମକର
ମକର
ଅଷ୍ଟମଭାବରେ ଚତୁର୍ଥାଧିପତିଙ୍କ ଅବସ୍ଥିତି ହେତୁ ପରିବାରରେ ଅଶାନ୍ତି ଉପୁଜିପାରେ। ତଥାପି କଳା, ସାହିତ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ, ନୂତନ ବନ୍ଧୁସମ୍ପର୍କ ସ୍ଥାପନ ତଥା ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ଆଜିର ଯାତ୍ରା, ଅର୍ଥନୀତି, ପ୍ରେସ୍‌, ପବ୍ଲିକେଶନ, ରପତ୍ାନିବାଣିଜ୍ୟ ପ୍ରଭୃତିରେ ସଫଳତା ନିଶ୍ଚିତ ମିଳିବ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ କେତୁ ଥିବାରୁ ସତର୍କତାରେ କାମ ନ କଲେ ଖାଲରେ ପଡ଼ିବାକୁ ପଡ଼ିବ। ଅବଶ୍ୟ ଆପଣ ନିଜ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଏକାଗ୍ରତା ସହ ତୁଲାଇପାରନ୍ତି। ନୀଚ ମନୋଭାବସମ୍ପନ୍ନ ବ୍ୟକ୍ତିବିଶେଷଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହେବେ। ସ୍ବାସ୍ଥ୍ୟସମସ୍ୟା ଅନେକାଂଶରେ ନିୟନ୍ତ୍ରଣାଧୀନ ରହିବ।
ମୀନମୀନ
ସ୍ବଗୃହାଭିମୁଖୀ ବୃହସ୍ପତି ହେତୁ ଟେନ୍‌ସନ ପିଛା ଛାଡ଼ିବ ନାହିଁ। ବନ୍ଧୁଙ୍କ ପରାମର୍ଶକୁ ପାଥେୟ କଲେ ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ପାରିବାରିକ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। ରାଜନୈତିକ ସ୍ଥିତି ପ୍ରତି କୌଣସି ସମସ୍ୟାର ସୁରାକ ପାଇ କୂଟନୀତି ବଳରେ କାର୍ଯ୍ୟ ସାଧନ କରିପାରନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଶନିଙ୍କ ପ୍ରଭାବରେ କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ। ଶିଳ୍ପ, ବ୍ୟବସାୟ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଆଶାଜନକ...

ରାଶିଫଳ: ରବିବାର, ଅକ୍ଟୋବର ୨୭ ତାରିଖ – Daily Horoscope

ମେଷ ବାରମ୍ବାର ପ୍ରତିବନ୍ଧକ ମଧ୍ୟଦେଇ ବହୁପୂର୍ବରୁ ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ, କିନ୍ତୁ ଏଥିପାଇଁ ଅର୍ଥଶ୍ରାଦ୍ଧ ଓ ବୁଦ୍ଧି ଖର୍ଚ୍ଚ କରିବାକୁ ପଡିବ। ବନ୍ଧୁମାନଙ୍କ...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ଆଜି ଆପଣ ହସ,ଖୁସୀ ଓ ଆନନ୍ଦ ମଧ୍ୟରେ ସମୟ କଟାଇବେ। ଦ୍ୱିଜା ନକ୍ଷତ୍ରର ପ୍ରତ୍ୟୁଷ ଯାତ୍ରା, ଆଗାମୀ କାଲିର ଆନୁଷ୍ଠାନିକ କାମ ପାଇଁ ଉସତ୍ାହ...

ରାଶିଫଳ: ଗୁରୁବାର, ଜାନୁଆରି ୩୦ ତାରିଖ – Daily Horoscope

ମେଷ ସକାଳୁ ସକାଳୁ ଶୁଭଖବର, ବନ୍ଧୁଙ୍କ ନିମନ୍ତ୍ରଣ, ନୂତନ ବସ୍ତ୍ରଭୂଷଣ, ବନ୍ଧୁମିଳନ ଜନିତ ଖୁସୀ ଅନୁଭବ କରିବେ । ରବି ଚତୁର୍ଥାଧିପ ଚନ୍ଦ୍ରକ୍ଷେତ୍ରସ୍ଥ ଯୋଗୁ ପ୍ରତ୍ୟେକ...

ରାଶିଫଳ: ଗୁରୁବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଶ୍ରୀଚନ୍ଦ୍ର ପ୍ରଭାବରେ ଅର୍ଥଲାଭ,ବ୍ୟବସାୟିକ ଉତ୍କର୍ଷତା,ବନ୍ଧୁ ସମ୍ପର୍କରେ ଉନ୍ନତି ହେବ । କିନ୍ତୁ ଜନ୍ମ ଚନ୍ଦ୍ର ହେତୁ ଯାତ୍ରା,ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିପାରେ...

ରାଶିଫଳ : ସୋମବାର, ମେ ୨୭ ତାରିଖ – Daily Horoscope

ମେଷ ଆଜିର ଶତଭିଷା ନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ଆପଣ ସମାଜକଲ୍ୟାଣ କାର୍ଯ୍ୟ, ଆନୁଷ୍ଠାନିକକ୍ଷେତ୍ର, ସଭାସମିତିରେ ସାମିଲ ହେଲେ ସମ୍ମାନିତ ହେବେ । ସ୍ବେଚ୍ଛାକୃତ ଭାବରେ ଏକ...

ରାଶିଫଳ: ରବିବାର, ଜୁନ୍‌ ୧୩ ତାରିଖ – Daily Horoscope

ମେଷ ପାରିବାରିକ ଦ୍ୱନ୍ଦ୍ୱ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିବ। ଯୋଜନା କାର୍ଯ୍ୟକାରୀ ସକାଶେ ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇବେ ନାହିଁ। ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା...

ରାଶିଫଳ: ବୁଧବାର, ଜୁନ୍ ୩ ତାରିଖ – Daily Horoscope

ମେଷ ବନ୍ଧୁମାନଙ୍କ ନିମନ୍ତ୍ରଣ କ୍ରମେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ, କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ...

Advertisement
Archives

Model This Week