Posted inRasifala

ରାଶିଫଳ: ବୁଧବାର, ସେପ୍ଟେମ୍ବର ୪ ତାରିଖ – Daily Horoscope

ମେଷ
ଆଜି ସୁସ୍ଥ ପାରିବାରିକ ଜୀବନ ସଙ୍ଗକୁ ବନ୍ଧୁମାନଙ୍କ ସହ ସୁସମ୍ପର୍କ ବୃଦ୍ଧି ଘଟିବ। ନୂତନଗୃହ, ଗାଡ଼ି, ମୋଟର କ୍ରୟକରିବା ସକାଶେ ମନ ବଳାଇ ପାରନ୍ତି। ଛୋଟ ଛୋଟ କଥାକୁ କେନ୍ଦ୍ରକରି ନିଜ ପରିସରରେ କଳହର ଆଶଙ୍କା ଦେଖାଦେଇପାରେ। ସ୍ବାସ୍ଥ୍ୟ ଓ ପିଲାମାନଙ୍କ ବିବାହ ସମ୍ପର୍କିତ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନା କରିବେ।
ବୃଷ
ବୃଷ
ଆଜି ଘରେ କିମ୍ବା ଅଫିସ୍‌ରେ ଅସାବଧାନତା ବଶତଃ କୌଣସି ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହୋଇପାରେ। ହଠାତ୍‌ ବାହାରକୁ ଯିବା ସମୟକୁ କୌଣସି ଦରକାରି କାଗଜ ପତ୍ର ନ ପାଇ ବ୍ୟସ୍ତ ହେବେ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସହଯୋଗ ପାଇ ସ୍ଥଗିତ କାମ ତ୍ୱରାନ୍ବିତ କରିବେ। କ’ଣ କରିବେ କିମ୍ବା ନ କରିବେ ଏହି ଦ୍ୱନ୍ଦ୍ୱରେ ପଡ଼ି କିଛି ବି କରିପାରିବେ ନାହିଁ।
ମିଥୁନ
ମିଥୁନ
ବନ୍ଧୁବାନ୍ଧବଙ୍କ ସାହାଯ୍ୟ, ସହାନୁଭୂତି ଆପଣଙ୍କ ସ୍ଥଗିତ କାମରେ ସହାୟକ ହୋଇପାରିବ। ପାରସ୍ପରିକ ସହମତି ଅଭାବରୁ ପାରିବାରିକ ଅସ୍ଥିରତାରୁ ମନ ଭଲ ରହିବ ନାହିଁ। ବାଣିଜ୍ୟ ତଥା ବ୍ୟବସାୟିକ କ୍ଷେତ୍ରରେ ନିଜର ବୁଦ୍ଧିବଳ ଖଟାଇ ଅର୍ଥଲାଭ କରିବେ। ନୂତନ ବନ୍ଧୁ ସମ୍ପର୍କ ଯୋଡ଼ିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ।
କର୍କଟ
କର୍କଟ
ଆଜି କାମର ଚାପ ବୃଦ୍ଧି ପାଇଲେ ମଧ୍ୟ ଉପସ୍ଥିତ ବୁଦ୍ଧି ଓ କାର୍ଯ୍ୟଦକ୍ଷତା ବଳରେ ସାଧନ କରିବାରେ ଅସୁବିଧା ହେବନାହିଁ। ସାମାଜିକ ସ୍ତରରେ କିନ୍ତୁ ଯେଉଁ ଆଶା ନେଇ କାହା ପାଇଁ କିଛି କରିବେ, ପ୍ରତିବଦଳରେ କିଛି ପାଇବେ ନାହିଁ। ଭ୍ରମଣ କାଳରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଶିଳ୍ପ, ବାଣିଜ୍ୟ, ପରିବହନ କ୍ଷେତ୍ରରୁ ସୁଫଳ ପାଇପାରନ୍ତି।
ସି˚ହ
ସି˚ହ
ସକାଳୁ କିଛି ଶୁଭ ଖବର ସଙ୍ଗକୁ ଅର୍ଥଲାଭଜନିତ ମନ ଖୁସି ହୋଇଯିବ। ଈର୍ଷାପରାୟଣ ମନୋଭାବ ପୋଷଣ କରି ନିକଟସ୍ଥ ବ୍ୟକ୍ତି ପରୋକ୍ଷ ସମାଲୋଚନା କରିପାରନ୍ତି। ତରବରିଆ ଯାତ୍ରାରୁ ଦୂରେଇ ରହିଲେ ଭଲ। ସତର୍କ ନ ରହିଲେ ଆଘାତ ଲାଗିପାରେ। ରଚନାମତ୍କ କାମ, ଅଧ୍ୟୟନ ଓ ଅଧ୍ୟାପନାରେ ଉନ୍ନତି କରିବେ।
କନ୍ୟା
ଆଲୋଚନାକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରିପାରିବେ ନାହିଁ। ଅବଶ୍ୟ ଆଜି ଯାହା ପାଇବା ସକାଶେ ଆଶା ରଖିଛନ୍ତି, ତାହା ନିଶ୍ଚୟ ପାଇବେ। ପିଲାମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିବ। ନିଜର ଉପସ୍ଥିତ ବୁଦ୍ଧି ଖଟାଇ ପରିବାର ଭିତରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ସମ୍ଭାଳି ନେଇପାରନ୍ତି।
ତୁଳା
ତୁଳା
ପାରିବାରିକ ସମସ୍ୟାର ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ଭୋଗବିଳାସରେ ସହକର୍ମୀଙ୍କ ହସ୍ତକ୍ଷେପ ଫଳରେ ବାଧାବିଘ୍ନ ଘଟିପାରେ। ଅଫିସ ଭିତରେ କିମ୍ବା ଆଜିର ଫେରନ୍ତା ରାସ୍ତାରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ବ୍ୟବସାୟରେ ମନର ବଳ ଖୁବ୍‌ ଟାଣ ରହିବ କିନ୍ତୁ କଚେରି ମାମଲା ସକାଶେ ଚିନ୍ତା ବଢ଼ିପାରେ।
ବିଛା
ବିଛା
ମାନସିକ ସୁସ୍ଥତା ସଙ୍ଗକୁ ସୁସ୍ଥ ପାରିବାରିକ ଜୀବନ ଦିନଟିକୁ ସରସ, ସୁନ୍ଦର ରଖିବାରେ ସହାୟକ ହେବ। ବନ୍ଧୁଙ୍କ ସ୍ବତନ୍ତ୍ର ନିମନ୍ତ୍ରଣ କ୍ରମେ ସକାଳୁ ଦୂରଯାତ୍ରା କରିବାକୁ ପଡ଼ିପାରେ। ବ୍ୟବସାୟ ଓ ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ କରିବେ। ଉପକାର କରିଥିବା ବ୍ୟକ୍ତିଙ୍କଠାରୁ ପ୍ରତିଦାନ ପାଇବା ଦୁର୍ଲଭ ହୋଇପଡ଼ିବ।
ଧନୁ
ଧନୁ
ବିଶେଷ କିଛି ଅସୁବିଧା ନ ଥାଇ ମଧ୍ୟ ପୁରୁଣା କଥାକୁ କେନ୍ଦ୍ରକରି ମନ ଭଲ ରହିବ ନାହିଁ। ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ। ଦୀର୍ଘ ଦିନରୁ ପ୍ରତୀକ୍ଷିତ କାର୍ଯ୍ୟ ସକାଶେ ଆତ୍ମୀୟଙ୍କ ଉପସ୍ଥିତି ଯୋଗୁ ଖୁସି ହେବେ। ସଭାସମିତିରେ କିମ୍ବା ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିପାରନ୍ତି।
ମକର
ମକର
ଅନ୍ୟମାନଙ୍କୁ ମନେଇ ନିଜ କାମ ହାସଲ କରିବା ପାଇଁ ପ୍ରକୃଷ୍ଟ ଦିନଟିଏ କହିଲେ ଅତ୍ୟୁକ୍ତି ହେବ ନାହିଁ। ସାମାନ୍ୟ ବ୍ୟତିକ୍ରମ ଲାଗି ରହିଲେ ମଧ୍ୟ ବାଣିଜ୍ୟ ଓ ପରିବହନରେ ଉନ୍ନତି ଘଟିବ। ସମସ୍ୟାର ସମ୍ମୁଖୀନ ହୋଇ ନିର୍ମାଣାଧୀନ କାମଟି ଆଜି ସମ୍ପୂର୍ଣ୍ଣ କରିପାରିବେ ନାହିଁ। ବନ୍ଧୁଙ୍କଠାରୁ କିଛି ଗୁଜବ ଶୁଣିବା ପରେ ସମସ୍ୟା ସୃଷ୍ଟି ହୋଇପାରେ।
କୁମ୍ଭ
କୁମ୍ଭ
ଧୈର୍ଯ୍ୟଧାରଣ ପୂର୍ବକ ଅନ୍ୟମାନଙ୍କ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେଇ ପାରନ୍ତି। ପରିବାରରୁ ସହଯୋଗ ପାଇ କାମ ହାସଲ କରିବେ। ଭାବପ୍ରବଣତାରେ ହଜି ନ ଯାଇ ନିଜକୁ ନିୟନ୍ତ୍ରଣରେ ରଖିବାପାଇଁ ଚେଷ୍ଟା କଲେ ଉପକାର ମିଳିବ। ଯାତ୍ରା, ବ୍ୟବସାୟ ତଥା ପରିବହନ ସକାଶେ ଦିନଟି ବିଶେଷ ଭାବରେ ଅନୁକୂଳ।
ମୀନମୀନ

ପାରିବାରିକ ଜୀବନ ଓ କର୍ମକ୍ଷେତ୍ର ଚନ୍ଦ୍ରଙ୍କ ସ୍ଥାନ ସ୍ଥିତିରୁ ପ୍ରାୟତଃ ଶୁଭପ୍ରଦ ରହିବ। ତଥାପି ଆପଣ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ। ନିଜ ଲୋକମାନଙ୍କ ଈର୍ଷାପରାୟଣତାଜନିତ ପ୍ରତିବନ୍ଧକ ହେତୁ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ସଭାସମିତି, କଳା, ସାହିତ୍ୟ, ବନ୍ଧୁ ସମ୍ପର୍କରେ କିଛିଟା ସମସ୍ୟା ସୃଷ୍ଟି ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?