Posted inRasifala

ରାଶିଫଳ: ରବିବାର, ସେପ୍ଟେମ୍ବର ୪ ତାରିଖ – Daily Horoscope

ମେଷ
ଆଜି ଅଷ୍ଟମ ଚନ୍ଦ୍ର ହେତୁ ଗୃହ, ଭୂମି, ଗାଡ଼ି, ମୋଟର, ବନ୍ଧୁବାନ୍ଧବ, ସହକର୍ମୀଙ୍କ ତରଫରୁ ସମସ୍ୟା ଆସିପାରେ। ସ୍ବାସ୍ଥ୍ୟ ଓ ପିଲାମାନଙ୍କ ବିବାହ ସମ୍ପର୍କୀୟ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନା କରିବେ। ଜଣେ ହିତୈଷୀଙ୍କ ଚେଷ୍ଟାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ। ସ୍ବାର୍ଥହାନି ଆଶଙ୍କାରେ ନିଜ ଲୋକମାନେ ଦୂରେଇ ଯାଇପାରନ୍ତି।
ବୃଷ
ବୃଷ
ହଠାତ୍‌ ବାହାରକୁ ଯିବା ବେଳକୁ କୌଣସି ଦରକାରୀ କାଗଜପତ୍ର ନ ପାଇ ବ୍ୟସ୍ତ ହେବେ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ମାନସିକ ଅସ୍ଥିରତା କାରଣରୁ ଦ୍ୱନ୍ଦ୍ୱରେ ପଡ଼ି କିଛି ବି କରିପାରିବେ ନାହିଁ। ମୃଗଶିରା ନକ୍ଷତ୍ରଜାତ ବ୍ୟକ୍ତିମାନେ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ।
ମିଥୁନ
ମିଥୁନ
ପାରିବାରିକ ଅସ୍ଥିରତା ଓ ଅଶାନ୍ତି ସକାଶରୁ ମନ ଭଲ ରହିବ ନାହିଁ। ପୁନର୍ବସୁ ନକ୍ଷତ୍ର ନୂତନ ବନ୍ଧୁ ସମ୍ପର୍କ ଯୋଡ଼ିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ। ବ୍ୟବସାୟ କ୍ଷେତ୍ରରେ କୌଣସି ଅସୁବିଧା ନ ହେଲେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ହେତୁ ମନ ଅସ୍ଥିର ରହିବ।
କର୍କଟ
କର୍କଟ
ଆଜି କାମର ଚାପ ବୃଦ୍ଧି କାରଣରୁ ଘର କଥା ବୁଝିବାକୁ ସମୟ ପାଇବେ ନାହିଁ। ଅଶ୍ଳେଷା ନକ୍ଷତ୍ର ଭ୍ରମଣ କାଳରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନ, ବ୍ୟବସାୟ, ସଭାସମିତି, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ପାଇପାରନ୍ତି। ବହୁଦିନରୁ ଅପମାନିତ ବନ୍ଧୁ ସମ୍ପର୍କ ଯୋଡ଼ିବେ।
ସି˚ହ
ସି˚ହ
ସକାଳୁ ସକାଳୁ କିଛି ଶୁଭଖବର ସାଙ୍ଗକୁ ଅର୍ଥଲାଭରୁ ମନଟା ଖୁସି ହୋଇ ଯାଇପାରେ। ଈର୍ଷାପରାୟଣ ମନୋଭାବ ପୋଷଣ କରି ନିକଟସ୍ଥ ବ୍ୟକ୍ତିବିଶେଷମାନେ ପରୋକ୍ଷରେ ସମାଲୋଚନା କରିପାରନ୍ତି। ତରବରିଆ ଯାତ୍ରାରୁ ଦୂରେଇ ରହିଲେ ଭଲ, ସତର୍କ ନ ରହିଲେ ସାଧାରଣ ଆଘାତ ଲାଗିପାରେ।
କନ୍ୟା
କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରିପାରିବେ ନାହିଁ। ଅବଶ୍ୟ ଆଜି ଯାହା ପାଇବା ସକାଶେ ଆଶା ରଖିଛନ୍ତି, ତାହା ନିଶ୍ଚୟ ପାଇବେ। ଅନ୍ୟମାନଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥିବା କାମଗୁଡ଼ିକର ସମୀକ୍ଷା କରି ବ୍ୟସ୍ତତା ଅନୁଭବ କରିବେ। ପିଲାମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିପାରେ।
ତୁଳା
ତୁଳା
ପାରିବାରିକ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ଭୋଗ ବିଳାସରେ ସହକର୍ମୀଙ୍କ ହସ୍ତକ୍ଷେପ ଫଳରେ ବାଧାବିଘ୍ନ ଘଟିପାରେ। ଅଫିସ ଭିତରେ କିମ୍ବା ଆଜିର ଫେରନ୍ତା ରାସ୍ତାରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ସନ୍ତାନଙ୍କ ସ୍ବାସ୍ଥ୍ୟହାନି କାରଣରୁ ବିଚଳିତ ହୋଇ ମାନସିକ ଚାପ ବଢ଼ିବ।
ବିଛା
ବିଛା
ଉପରିସ୍ଥଙ୍କ ଆଦେଶପ୍ରାପ୍ତ ହୋଇ ସକାଳୁ ଦୂରଯାତ୍ରା କରିବାକୁ ପଡ଼ିବ। ବ୍ୟବସାୟ ଓ ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ କରିବେ। କର୍ମକ୍ଷେତ୍ରରେ ପ୍ରତି କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ଉପକାର କରିଥିବା ବ୍ୟକ୍ତିଙ୍କଠାରୁ ପ୍ରତିଦାନ ପାଇବା ଦୁର୍ଲଭ ହୋଇ ପଡ଼ିବ।
ଧନୁ
ଧନୁ
ପାରିପାର୍ଶ୍ୱିକ ପରିସ୍ଥିତି ଆପଣଙ୍କ ସକାଶେ ଦୁଶ୍ଚିନ୍ତାର କାରଣ ହୋଇପାରେ। ବନ୍ଧୁଙ୍କ ସଦ୍ଭାବ ଓ ସହକର୍ମୀଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ନିତ କରିବ। ଦୀର୍ଘ ଦିନରୁ ପ୍ରତୀକ୍ଷିତ କାର୍ଯ୍ୟ ସକାଶେ ଆମତ୍ୀୟଙ୍କ ଉପସ୍ଥିତି ଯୋଗୁ ଖୁସି ହେବେ। ପାରିବାରିକ ଭୁଲ୍‌ ବୁଝାମଣା ହେତୁ ଅଭାବ ନ ଥିଲେ ମଧ୍ୟ ମାନସିକ ଅସ୍ଥିରତା ଲାଗି ରହିବ।
ମକର
ମକର
କର୍ମକ୍ଷେତ୍ରରେ ବନ୍ଧୁଙ୍କ ମନରେ ଆନନ୍ଦ ସୃଷ୍ଟି କରିବାରେ ସମର୍ଥ ହେବେ। ପ୍ରତ୍ୟେକ କ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମ ଲାଗି ରହିଲେ ମଧ୍ୟ ବ୍ୟବସାୟ, ବାଣିଜ୍ୟ ଓ ପରିବହନରେ ଉନ୍ନତି ଘଟିବ। ଆକସ୍ମିକ ଭାବେ କୌଣସି ସମସ୍ୟାର ସମ୍ମୁଖୀନ ହୋଇ ନିର୍ମାଣାଧୀନ କାମଟି ଆଜି ସମ୍ପୂର୍ଣ୍ଣ କରିପାରିବେ ନାହିଁ।
କୁମ୍ଭ
କୁମ୍ଭ
ବିଭିନ୍ନ ସମସ୍ୟା ବିଜଡ଼ିତ ହୋଇ ଶେଷ ମୁହୂର୍ତ୍ତରେ କାର୍ଯ୍ୟ ହାସଲରେ ସମର୍ଥ ହେବେ। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେଇପାରନ୍ତି। ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କେତେକ କାମ ହାସଲ କରିବେ। ସ୍ବାସ୍ଥ୍ୟରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହେବାରୁ ଆଶ୍ୱସ୍ତି ଲାଭ କରିପାରନ୍ତି। ସନ୍ତାନଙ୍କ ହେତୁକ ସୁଖବର ମିଳିବ।
ମୀନମୀନ
ଆଜିର ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ ନତୁବା ହଇରାଣ ହେବାକୁ ପଡ଼ିପାରେ। ଆପଣ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିବୁଲିବେ। ବାଣିଜ୍ୟ, ବ୍ୟବସାୟ ଓ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ। ସଭାସମିତି, କଳା, ସାହିତ୍ୟ, ବନ୍ଧୁ ସମ୍ପର୍କରେ କିଛିଟା ସମସ୍ୟା ସୃଷ୍ଟି ହେଲେ ମଧ୍ୟ ତାହାକୁ ଚଳାଇନେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଜୁଲାଇ ୧୨ ତାରିଖ – Daily Horoscope

ମେଷ ଆଜିର ନୂତନ କର୍ମାରମ୍ଭ, ଆନୁଷ୍ଠାନିକ କର୍ମ ଆନନ୍ଦ ଉଲ୍ଲାସ ମଧ୍ୟରେ ସମ୍ପନ୍ନ ହେବ। ହିତୈଷୀମାନଙ୍କ ସହୃଦୟତାରୁ ଆପଣ ଯାହା ଚାହୁଁଛନ୍ତି, ତାହା ପାଇବାରେ କୌଣସି ଅସୁବିଧା…

ରାଶିଫଳ: ଶନିବାର, ଜୁଲାଇ ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭିନ୍ନ ପ୍ରକାର ହେତୁ ଅନ୍ୟମାନେ ଭୁଲ୍‍ ବୁଝିପାରନ୍ତି। ବ୍ୟବସାୟ ଓ ବାଣିଜ୍ୟରେ ଆଶା ଅନୁଯାୟୀ ସଫଳତା ମିଳିବ। ଦୀର୍ଘ ଦିନରୁ ରହିଯାଇଥିବା…

ରାଶିଫଳ: ଶୁକ୍ରବାର , ଜୁଲାଇ ୧୦ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟରୁ ଅର୍ଥଲାଭ ହେବା ସାଙ୍ଗକୁ ପ୍ରିୟଜନଙ୍କ ଦେଖାସାକ୍ଷାତ୍‍ରୁ ଖୁସି ରହିବେ। ମତପାର୍ଥକ୍ୟ କାରଣରୁ ବନ୍ଧୁ କିମ୍ବା ପରିବାର ସହ ମନୋମାଳିନ୍ୟ ସୃଷ୍ଟିର…

ରାଶିଫଳ: ଗୁରୁବାର, ଜୁଲାଇ ୯ ତାରିଖ – Daily Horoscope

ମେଷ ଆଜି ଜନ୍ମଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ମତାନ୍ତର ସାଙ୍ଗକୁ ଧନହାନିର ଆଶଙ୍କା ରହିଛି। ପାରିବାରିକ ସମସ୍ୟା ସମାଧାନ ପାଇଁ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri