Posted inRasifala

ରାଶିଫଳ: ଶନିବାର, ସେପ୍ଟେମ୍ବର ୪ ତାରିଖ – Daily Horoscope

ମେଷ
ଆଜି ଆପଣ ସହକର୍ମୀମାନଙ୍କ ସହ ଫଳପ୍ରଦ ଆଲୋଚନା କରିପାରିବେ। ଶିକ୍ଷା ସମ୍ବନ୍ଧୀୟ କିମ୍ବା ସନ୍ତାନ ହେତୁକ ପ୍ରତ୍ୟେକ ସମସ୍ୟା ନିଶ୍ଚିତ ସୁଧୁରିଯିବ। ଆନୁସଙ୍ଗିକ ସୁବିଧା ସୁଯୋଗ ଲାଭ କରି କର୍ମକ୍ଷେତ୍ରରେ ଲକ୍ଷ୍ୟ ହାସଲରେ କୌଣସି ଅସୁବିଧା ହେବ ନାହିଁ। ଆନୁଷ୍ଠାନିକ କିମ୍ବା ରାଜନୈତିକ ଓ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ।
ବୃଷ
ବୃଷ
ସକାଳୁ ମନରେ ବିଭିନ୍ନ ଚିନ୍ତାଧାରା ସ୍ଥାନ ପାଇବ। ପଡ଼ୋଶୀଙ୍କ କୌଣସି କଥାରେ ମୁଣ୍ଡ ପୂରାଇ ଅଯଥା ମନ ବିଷାକ୍ତ କରିପାରନ୍ତି। ବାକିପଡିଥିବା କାମକୁ ଶେଷ କରିବେ କିମ୍ବା ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ କାମଟିକୁ ଆରମ୍ଭ କରିବେ ଏହି ଚିନ୍ତାରେ ବ୍ୟସ୍ତ ରହିପାରନ୍ତି। ହଠାତ୍‌ ବନ୍ଧୁଙ୍କ ଦ୍ୱାରା ଆନୀତ ପ୍ରସ୍ତାବ ସ୍ଥିରୀକୃତ ସକାଶେ ଆଲୋଚନା କରିପାରନ୍ତି।
ମିଥୁନ
ମିଥୁନ
ସରକାରୀ କିମ୍ବା ବେସରକାରୀ ସ୍ତରରୁ ପାଇବାକୁ ଥିବା ଅର୍ଥ ପାଇବା ପାଇଁ ଚେଷ୍ଟା କରିବେ। ଋଣ ପରିଶୋଧ କରିବା ମାନସରେ ପରିବାରରେ ଆଲୋଚନା କରିବେ। କର୍ମକ୍ଷେତ୍ରରେ ନିଜର ସୁଖ ସୁବିଧାକୁ ପ୍ରାଧାନ୍ୟ ଦେଇ ସମାଲୋଚିତ ହୋଇ ପାରନ୍ତି। ସ୍ବାସ୍ଥ୍ୟ ପ୍ରତି ଅବହେଳା କରିବା ଦୁଶ୍ଚିନ୍ତାର କାରଣ ହୋଇପାରେ।
କର୍କଟ
କର୍କଟ
ଅଧିକାଂଶ ସମୟ କାମ ଭିତରେ ବୁଡିରହି ସ୍ବାସ୍ଥ୍ୟ ପ୍ରତି ନଜର ନ ଦେବା ଭୁଲ୍‌ ହେବ। ବ୍ୟବସାୟରେ ବ୍ୟତିକ୍ରମ ଲାଗିରହିଲେ ମଧ୍ୟ ତାହା ନିଶ୍ଚିତ ସଫଳତା ପ୍ରାପ୍ତ ହୋଇପାରିବ। ଗୁପ୍ତ ଶତ୍ରୁତା ଓ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହୋଇପାରନ୍ତି। ସାହିତ୍ୟ, ସାମ୍ବାଦିକତା, କଳା, କ୍ରୀଡ଼ା ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
ସି˚ହ
ସି˚ହ
ସାହାଯ୍ୟ ସହଯୋଗ ପାଇଲେ ମଧ୍ୟ କାମ ଶୃଙ୍ଖଳିତ ହେବା କଷ୍ଟକର ହୋଇପାରେ। ବହୁ ଅର୍ଥ ବିନିମୟରେ ତାହା ସମ୍ପନ୍ନ କରାଗଲେ ସମ୍ଭାବ ହୋଇପାରେ। ପାରିବାରିକ କ୍ଷେତ୍ରରେ ସମସ୍ୟା ଆଜି ଜଣେ ହିତୈଷୀଙ୍କ ସାହଚର୍ଯ୍ୟରେ ସମାଧାନ ହୋଇଯିବ। ପରିବହନ, ବାଣିଜ୍ୟ ବ୍ୟବସାୟ, ଶିଳ୍ପ ଓ ଏଜେନ୍ସିପ, ପରିବହନରୁ ଖୁସି ରହିବେ।
କନ୍ୟା
କର୍ମ କ୍ଷେତ୍ରରେ ପରିସ୍ଥିତି ଗମ୍ଭୀର ରହିଲେ ମଧ୍ୟ କାର୍ଯ୍ୟ ସମ୍ପନ୍ନରେ ଅସୁବିଧା ରହିବ ନାହିଁ। ବିବାଦୀୟ ଟୀକା ଟିପ୍ପଣୀ କିୟତ୍‌ ସମୟରେ ଦୂରେଇଯିବାର ଆଶା ରହିଛି। ବନ୍ଧୁମାନେ ନିଜର ପୂର୍ବପ୍ରତିଶ୍ରୁତି ଅନୁଯାୟୀ ଯଥା ସମୟରେ ପ୍ରସଙ୍ଗ କ୍ରମେ ସାହାଯ୍ୟ କରିବାକୁ ଆଗେଇ ଆସିବେ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ।
ତୁଳା
ତୁଳା
କର୍ମାରମ୍ଭର ପ୍ରାଥମିକ ଅବସ୍ଥାରେ ସ୍ତ୍ରୀ/ସହକର୍ମୀ କିମ୍ବା କୌଣସି ଗୁରୁସ୍ଥାନୀୟ ବ୍ୟକ୍ତି ବିରୋଧାଭାସ ପ୍ରଦର୍ଶନ କରିପାରନ୍ତି। କୌଣସି କଥାରେ ଅଭାବ ରହିବ ନାହିଁ କିମ୍ବା କାମ ମଧ୍ୟ ଅଟକିବ ନାହିଁ। ସଭାସମିତିରେ ଏମିତି ଯୁକ୍ତି କରିବେ ଯେ ସମସ୍ତଙ୍କ ମୁହଁ ବନ୍ଦ ହୋଇଯିବ। ଅବଶ୍ୟ ପରିବାରରେ କିଛିଟା ବ୍ୟତିକ୍ରମକୁ ସାମ୍‌ନା କରିବାକୁ ପଡ଼ିପାରେ।
ବିଛା
ବିଛା
ଅନ୍ୟମାନଙ୍କ ବାରଣକୁ ନ ମାନିଲେ ଅସୁବିଧାରେ ପଡ଼ିପାରନ୍ତି। କୌଣସି ବନ୍ଧୁଙ୍କ ଆର୍ଥିକ ସାହାଯ୍ୟ ଓ ସହଯୋଗରୁ ମାନସିକ ଅସ୍ଥିରତା ଦୂରେଇଯିବ। ପରିସ୍ଥିତି ଓ ପରିବେଶକୁ ଲକ୍ଷ୍ୟରଖି କାମ ନ କଲେ ଅସୁବିଧାର ସମ୍ଭାବନା ରହିଛି। ବ୍ୟବସାୟ, ପରିବହନ, ନିର୍ମାଣ, ଯୋଗାଯୋଗ, ରାଜନୀତି ଓ ପ୍ରଶାସନ ପାଇଁ ଦିନଟି ଭଲ।
ଧନୁ
ଧନୁ
କର୍ମକ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି। ଦୂର ଭ୍ରମଣ ଓ ନୂତନ ସ୍ଥାନକୁ ଯାତ୍ରା, ଜମିଜମା କାରବାର କିମ୍ବା ନିର୍ମାଣ କାର୍ଯ୍ୟ ସ୍ଥଗିତ ରହିପାରେ। ମନୋବଳ ଦୃଢ଼ ରହିଲେ ମଧ୍ୟ ସନ୍ତାନ ହେତୁକ ସମସ୍ୟା କିମ୍ବା ବିବାଦୀୟ ମନ୍ତବ୍ୟ ଦେଇ ଚିନ୍ତାଗ୍ରସ୍ତ ହେବେ। ଦୀର୍ଘ ଦିନରୁ କୌଣସି ଗୁରୁତ୍ୱପୂର୍ଣ୍ଣ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି।
ମକର
ମକର
ନିଜ ଲୋକଙ୍କ ଖାପଛଡା ମନୋଭାବ, ଘରଲୋକଙ୍କ ମନଇଚ୍ଛା କାମ, କର୍ମକ୍ଷେତ୍ରରେ ସମସ୍ୟା ପରେ ସମସ୍ୟା ହେତୁ ବ୍ୟସ୍ତ ହେବେ। ହାତକୁ ନେଇଥିବା ଆଜିର କାମଗୁଡିକ ଡେରିରେ ସମ୍ପନ୍ନ ହେବ। ଆଇନ ଅଦାଲତରେ ସୁଫଳ ସହ ନିର୍ମାଣ କାମ ଅଗ୍ରଗାମୀ ହେବ। ପ୍ରତ୍ୟେକ ପରିସ୍ଥିତିରେ ନିଜକୁ ନିୟନ୍ତ୍ରଣରେ ରଖିବାକୁ ସମର୍ଥ ହେବେ।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟ ଭଲ ରହିବା ସଙ୍ଗକୁ ଦୃଢ଼ ମନୋବଳ କାମ କରିବାକୁ ପ୍ରେରଣା ଯୋଗାଇବ। ଭଲ ବନ୍ଧୁ ସାଧାରଣ କଥାରେ ବିଗିଡି ଯାଇପାରନ୍ତି। ପାରିବାରିକ କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ। ନୂତନ କର୍ମାରମ୍ଭ, ଯାନବାହନ, ଲୋକସମ୍ପର୍କ, ସଭାସମିତି ଓ ପାରିବାରିକ ସମସ୍ୟା ନେଇ ଚିନ୍ତା କରିବେ।
ମୀନମୀନ
କର୍ମକ୍ଷେତ୍ରର ସମସ୍ୟା ପ୍ରତି ଉଚ୍ଚ ପଦାଧିକାରୀ ଅନୁକୂଳ ମତ ପୋଷଣ କରିବେ ନାହିଁ। ପାରିବାରିକ ସ୍ତରରେ ନିଜ ଲୋକମାନେ ଫାଇଦା ହାସଲ ପାଇଁ ଫନ୍ଦିଫିକର କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ତଥା ଆଲୋଚନା କ୍ଷେତ୍ରରେ ସଂଯମତା ଅବଲମ୍ବନ କରନ୍ତୁ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ଆଶ୍ୱସ୍ତି ଲାଭ କରିବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଅଗଷ୍ଟ ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହି ଗଜକେଶରୀ ଯୋଗ ସୃଷ୍ଟି କରୁଥିବାରୁ ଅର୍ଥ, ସମ୍ମାନ ଏବଂ ପ୍ରତିଷ୍ଠା ପ୍ରତ୍ୟେକ ସ୍ତରରେ ରହିବ। ପାରିବାରିକ ଶାନ୍ତି ଏବଂ…

ରାଶିଫଳ: ମଙ୍ଗଳବାର , ଅଗଷ୍ଟ ୨୫ ତାରିଖ – Daily Horoscope

ମେଷ ଆଜି ପାରିବାରିକ କ୍ଷେତ୍ରରେ ସାମାନ୍ୟ କାରଣରୁ ବିତର୍କ ଲାଗି ମାନସିକ ଅବସ୍ଥା ଭଲ ରହିବ ନାହଁ। କର୍ମକ୍ଷେତ୍ରରେ ସମସ୍ୟା ଥିଲେ ମଧ୍ୟ ସମାଧାନର ରାସ୍ତା ଖୋଜିବାରେ…

ରାଶିଫଳ: ସୋମବାର, ଅଗଷ୍ଟ ୨୪ ତାରିଖ – Daily Horoscope

ମେଷ ଆଜିର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବା କାରଣରୁ କାମଗୁଡିକ ସହଜରେ ସମ୍ପନ୍ନ ହୋଇଯିବ। ଆତ୍ମୀୟମାନଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡିପାରେ। ସାମାଜିକ ସ୍ତରରେ ସାହିତ୍ୟ, କଳା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri