Posted inRasifala

ରାଶିଫଳ: ବୁଧବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ
ଆଜିର ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ପାଇବେ ତଥାପି ସକାଳ ସମୟଟି ମାନସିକ ଅସ୍ଥିରତା ମଧ୍ୟରେ କଟିବ। ଦେବା ନେବାକୁ କେନ୍ଦ୍ରକରି ନିକଟ ସମ୍ପର୍କୀୟମାନଙ୍କ ସହ ବିବାଦ ବଢ଼ିପାରେ। ଶାରୀରିକ ଅସୁସ୍ଥତା ବଶତଃ ଚୁ-ନାମାକ୍ଷର ବ୍ୟକ୍ତି ଅସୁବିଧାର ସମ୍ମୁଖୀନ ହେବେ। ବ୍ୟବସାୟରେ ସନ୍ତୋଷ ପ୍ରକାଶ କରିବେ।
ବୃଷ
ବୃଷ
ଯେକୌଣସି କ୍ଷେତ୍ର ହେଉନା କାହିଁକି, ତରବରିଆ ପଦକ୍ଷେପ ନେଲେ ବେଶି ହଇରାଣ ହେବେ। ଆର୍ଥିକ ସମସ୍ୟା ଦୂର ହେବାରେ ପଡ଼ୋଶୀଙ୍କ ଅବଦାନକୁ ଭୁଲି ହେବନି। କର୍ମକ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ବ-ନାମାକ୍ଷର ବ୍ୟକ୍ତିଙ୍କର ବନ୍ଧୁ ମିଳନ ସଙ୍ଗକୁ ସୁଖଭ୍ରମଣ ଯୋଗ ରହିଛି।
ମିଥୁନ
ମିଥୁନ
ପ୍ରତ୍ୟେକ କାମକୁ ଅନୁକୂଳ ବାତାବରଣ ମଧ୍ୟରେ ସମ୍ପନ୍ନ କରିପାରିବେ। ଘ-ନାମାକ୍ଷର ବ୍ୟକ୍ତିମାନେ ସାଧାରଣ କଥାକୁ କେନ୍ଦ୍ରକରି ପଡ଼ୋଶୀଙ୍କ ରୋଷର ଶିକାର ହେବେ। ରପ୍ତାନି ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଉନ୍ନତି କରିବେ। ଅର୍ଥାଭାବ ଲାଗିରହିବା କାରଣରୁ କେତେକ ଆଶା ଅପୂରଣ ରହିଯାଇପାରେ।
କର୍କଟ
କର୍କଟ
ବାଧ୍ୟ ବାଧକତାରେ ଆକସ୍ମିକ ଭାବରେ ଦୂରଯାତ୍ରା କରିବାକୁ ପଡ଼ିପାରେ। ହେ-ନାମାକ୍ଷର ବ୍ୟକ୍ତି ଯାତ୍ରା ସମୟରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରୁହନ୍ତୁ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ ନ କଲେ ଅସୁବିଧାର ସମ୍ମୁଖୀନ ହେବେ। ମାଦକ ଦ୍ରବ୍ୟ ସେବନରୁ ସ୍ବାସ୍ଥ୍ୟହାନି ସଙ୍ଗକୁ ସମାଲୋଚନାର ଶରବ୍ୟ ହୋଇପାରନ୍ତି।
ସି˚ହ
ସି˚ହ
କୌଶଳପୂର୍ଣ୍ଣ କାର୍ଯ୍ୟପଦ୍ଧତି ଯୋଗୁ ବହୁତ ଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ମ-ନାମାକ୍ଷର ବ୍ୟକ୍ତି ଅଫିସ କାମରୁ ଫୁରୁସତ ପାଇବେ ନାହିଁ। ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ; ଯାହା କି କଥାଟି କଥାରେ ହିଁ ରହିଯିବ। ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବାରୁ ମାନସିକ ଅସ୍ଥିରତା କେତେକାଂଶରେ ଦୂର ହେବ।
କନ୍ୟା
ନିଜ ଲୋକଙ୍କ ବିରୁଦ୍ଧାଚରଣ ହେତୁ କାମଗୁଡ଼ିକ ବାସ୍ତବରେ ଓଲଟା ହେବ। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଏବଂ ବିଜ୍ଞ ବ୍ୟକ୍ତିଙ୍କ ପ୍ରଶଂସାଭାଜନ ହେବେ। ଅନ୍ୟମନସ୍କ କିମ୍ବା ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ। ପୂ-ନାମାକ୍ଷର ବ୍ୟକ୍ତି ବିଶେଷ ସାହିତ୍ୟ କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।
ତୁଳା
ତୁଳା
ଆଜି ଅର୍ଥ ସଂକଟ ଦେଖାଦେବା କାରଣରୁ ଚାହୁଁଥିବା ଜିନିଷ ପାଇବେ ନାହିଁ। କୌଣସି ଭଦ୍ର ମହିଳାଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। ରୁ-ନାମାକ୍ଷର ବ୍ୟକ୍ତିମାନେ ପ୍ରତ୍ୟେକ କ୍ଷେତ୍ରରେ ଅବସ୍ଥା ଦେଖି ବ୍ୟବସ୍ଥା କରନ୍ତୁ ନତୁବା ଠକିଯିବାଟା ହିଁ ସାର ହେବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।
ବିଛା
ବିଛା
ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭକରିବାକୁ ମନ ବଳାଇବେ। ନ-ନାମାକ୍ଷର ବ୍ୟକ୍ତି ମାନଙ୍କ ସକାଶେ ବ୍ୟବସାୟରେ ମାନମନାନ୍ତର ଦେଖା ଦେଇପାରେ। ଆପଣଙ୍କ ପ୍ରତି ଅସହିଷ୍ଣୁତା ମନୋଭାବ କାରଣରୁ ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ ଏବଂ ପ୍ରଶଂସିତ ମଧ୍ୟ ହେବେ।
ଧନୁ
ଧନୁ
ଭ-ନାମାକ୍ଷର ବ୍ୟକ୍ତିମାନଙ୍କର ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବ। ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ବନ୍ଧୁଙ୍କ ସହ ଯୋଗାଯୋଗ କଲେ ନିଶ୍ଚିତ ଉପକୃତ ହେବେ। କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି ତଥାପି ନିରାଶ ହେବାକୁ ପଡ଼ିବ ନାହିଁ। ବନ୍ଧୁମାନଙ୍କ ସହ ଭ୍ରମଣ ସୁଖ ବେଶ୍‌ ଉପଭୋଗ୍ୟ ହୋଇପାରେ।
ମକର
ମକର
ଆଜି କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଚେଷ୍ଟା କରୁଥିବା କାମଟି ଅସମ୍ପୂର୍ଣ୍ଣ ରହିଯିବାରୁ ମନଦୁଃଖ ହୋଇପାରେ। ଖ-ନାମାକ୍ଷର ବ୍ୟକ୍ତିଙ୍କର ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିବାର ଆଶଙ୍କା ରହିଛି। ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ। ବାଣିଜ୍ୟ, ବ୍ୟବସାୟ, ପ୍ରଶାସନ, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ର ଉନ୍ନତ ରହିବ।
କୁମ୍ଭ
କୁମ୍ଭ
ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ। ଫଳରେ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ। ଗୋ-ନାମାକ୍ଷର ବ୍ୟକ୍ତିମାନଙ୍କର ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ବିଭିନ୍ନ ସୂତ୍ରରୁ ରୋଜଗାର କରିବେ ଏବଂ ଋଣ ପରିଶୋଧର ଯୋଜନା କରିପାରନ୍ତି। ଶାରୀରିକ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ।
ମୀନମୀନ

ଦ-ନାମାକ୍ଷର ବ୍ୟକ୍ତିଙ୍କର ଦୀର୍ଘପଥ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ପାରିବାରିକ କ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ। ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

ରାଶିଫଳ:ଶୁକ୍ରବାର, ସେପ୍ଟେମ୍ବର ୧୧ ତାରିଖ – Daily Horoscope

ମେଷ ଆଜି କୋଣଭାବସ୍ଥ ଚନ୍ଦ୍ର ପାପଗ୍ରହ ଯୁକ୍ତ କାରଣରୁ ସନ୍ତାନ ହେତୁକ ଦୁଃଶ୍ଚିନ୍ତା ଲାଗିରହିବ।ରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ବିଶେଷ ଭଲ ରହିନପାରେ। ସ୍ବଗୃହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?