Posted inRasifala

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୪ ତାରିଖ – Daily Horoscope

ମେଷ
କୌଣସି ବନ୍ଧୁ ଓ ସ୍ବପରିଜନଙ୍କୁ ଦେଖିବା ପାଇଁ ବ୍ୟାକୁଳ ହୋଇପାରନ୍ତି। ପାଇବେ ଯେମିତି ଖର୍ଚ୍ଚ ମଧ୍ୟ କରିବେ ସେମିତି। ନିଜ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଛୋଟ କଥାକୁ କେନ୍ଦ୍ରକରି ପାରିବାରିକ ଶାନ୍ତି ବ୍ୟାହତ ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ସତର୍କତାର ସହ ଚଳନ୍ତୁ, ଅନ୍ୟଥା ସାଧାରଣ ଘଟଣା ଭିନ୍ନରୂପ ନେଇପାରେ।
ବୃଷ
ବୃଷ
ଯେମିତି ବିଚାର କରିଛନ୍ତି ସେହିପରି କାମ କରିଚାଲନ୍ତୁ ଆଶା ନିଶ୍ଚିତ ପୂରଣ ହୋଇପାରିବ। କୃତ୍ତିକା ନକ୍ଷତ୍ରର ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ ପାଇଁ ବିଳମ୍ବ ଘଟିପାରେ। ବିବାଦୀୟ ଘଟଣାଠାରୁ ଦୂରେଇ ନ ରହିଲେ ନିଜ ଉପରକୁ ଝମେଲା ଆସିପାରେ। କର୍ମକ୍ଷେତ୍ରରେ ଟେନସନ୍‌ କମିଯିବ ଏବଂ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ।
ମିଥୁନ
ମିଥୁନ
ଯେଉଁ କାମରେ ହାତ ଦେବେ ସଫଳତା ଅର୍ଜନ କରିବେ। ସଂଗଠନରେ କିମ୍ବା ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଲକ୍ଷ୍ୟ ହାସଲରେ ଆଗେଇ ଯିବେ। ନିଜ ଲୋକମାନେ କହିବେ ଗୋଟିଏ କଥା ଏବଂ କାମ ବେଳକୁ ଠିକ୍‌ ତାହାର ଓଲଟା କରିପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା କେତେକାଂଶରେ ପ୍ରଗତିର ପଥରୋଧ କରିବ।
କର୍କଟ
କର୍କଟ
ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ଏକ ଭିନ୍ନ ପରିସ୍ଥିତିରେ ସାଧାରଣ କଥାରେ ବନ୍ଧୁ ମୁହଁ ଫଣ ଫଣ କରିପାରନ୍ତି। ଆନୁଷ୍ଠାନିକ କାମ, ମନୋରଞ୍ଜନ, ଆଧ୍ୟାତ୍ମିକ ଆଲୋଚନା ତଥା ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ। ବ୍ୟବସାୟ ଓ ପରିବହନରେ ଲାଭବାନ୍‌ ହେବେ।
ସି˚ହ
ସି˚ହ
ଆଗାମୀ ସମୟର କେତେକ ଅଧୁରା କାମକୁ ସୁଧାରି ନେବାର ଚେଷ୍ଟା କରିବେ। ସାମାଜିକ ସ୍ତରରେ ଉଚ୍ଚବର୍ଗର ବ୍ୟକ୍ତିବିଶେଷଙ୍କ ସାନ୍ନିଧ୍ୟ ଲାଭ କର ଖୁସି ହେବେ। ତଥାପି ସାମୟିକ ଭାବରେ ପାରିବାରିିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବ। ଅପରାହ୍ନରେ ସାମାନ୍ୟ ଶାରୀରିକ ପୀଡ଼ା ଅନୁଭବ କରିବେ।
କନ୍ୟା
ସାହାଯ୍ୟ କରିବାକୁ କଥା ଦେଇଥିବା ଲୋକଟି ପରକ୍ଷଣରେ ନାସ୍ତିବାଣୀ ଶୁଣାଇପାରେ। ପାରିବାରିକ କ୍ଷେତ୍ର ଏବଂ ବ୍ୟବସାୟ, ବାଣିଜ୍ୟାଦିରେ ତର୍କବିତର୍କର ସମ୍ମୁଖୀନ ହୋଇପାରନ୍ତି। କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ। ଆଇନ ଅଦାଲତରୁ ସୁଫଳ ପାଇବେ ଏବଂ ସମସ୍ୟା ସମାଧାନ ହୋଇଯିବ।
ତୁଳା
ତୁଳା
କର୍ମକ୍ଷେତ୍ରରେ ବିଭିନ୍ନ ଯୋଜନାର କାମ ହାତକୁ ନେଇ ବ୍ୟସ୍ତବିବ୍ରତ ହୋଇପାରନ୍ତି। ଆର୍ଥିକ ସ୍ଥିତି, ପାରିବାରିକ କ୍ଷେତ୍ର, ସ୍ବାସ୍ଥ୍ୟ ସମସ୍ୟା, ସନ୍ତାନଙ୍କ ଶିକ୍ଷା, ପରୀକ୍ଷାଦି ବିଷୟରେ ଚିନ୍ତିତ ରହିପାରନ୍ତି। ଆନୁଷ୍ଠାନିକ କାମ, ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି ଘଟିବ। ଆଜିର କର୍ମକ୍ଷେତ୍ରରେ ଜଣେ ଅପରିଚିତ ବ୍ୟକ୍ତି ବହୁତ ସାହାଯ୍ୟ କରିବେ।
ବିଛା
ବିଛା
ଅପୂରଣୀୟ ଅଭିଳାଷ, ଅଭିମାନିଆ ବନ୍ଧୁ, ଅତୀତ ଦୁଶ୍ଚିନ୍ତା, ପୂର୍ବାହ୍ନକୁ ଅସ୍ଥିରତା ମଧ୍ୟରେ ରଖିବ। ସଫଳତାର ସୂଚନା ଲାଭକରି ମାନସିକ ସ୍ଥିତି ବଦଳି ଯିବା ସମ୍ଭାବନା ରହିଛି। ବ୍ୟବସାୟ, ପରିବହନ, ଯାତ୍ରାର ଲକ୍ଷ୍ୟ, ଅର୍ଥପ୍ରାପ୍ତିର ଆଲୋଚନା ସମ୍ପୂର୍ଣ୍ଣ ସନ୍ତୋଷଜନକ ନ ହୋଇପାରେ। ଫେରିବା ବାଟରେ ଅସମ୍ମାନିତ ହୋଇପାରନ୍ତି।
ଧନୁ
ଧନୁ
ଦୀର୍ଘଦିନଧରି ଲାଗିରହିଥିବା କ୍ରନିକ୍‌ ରୋଗରେ କଷ୍ଟ ପାଇବେ। କେତେକ ଅବହେଳା ଯୋଗୁ ଅସମ୍ପୂର୍ଣ୍ଣ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ବ୍ୟବସାୟିକ ସ୍ଥିତି ପ୍ରାୟତଃ ଭଲ ରହିବ ମାତ୍ର ଋଣ ପରିଶୋଧର ଦୁଶ୍ଚିନ୍ତାରୁ ମୁକୁଳି ପାରିବେ ନାହିଁ। କର୍ମକ୍ଷେତ୍ରର ସମସ୍ୟା ପ୍ରାୟତଃ ଲାଗିରହିବା ଦୃଷ୍ଟିଗୋଚର ହେବ।
ମକର
ମକର
ବିଶେଷ ଅସୁବିଧା ହେବନି କିନ୍ତୁ ଫଳାଫଳର ସମୀକ୍ଷାରୁ ଆତ୍ମସନ୍ତୋଷ ମିଳିବ ନାହିଁ। ରାଜନୈତିକ ପରିସ୍ଥିତି, ଅର୍ଥନୈତିକ ସମସ୍ୟା, ସରକାରୀ ସ୍ତର ଟେନ୍‌ସନଯୁକ୍ତ ରହିବ। ସଭାସମିତି, କଳା ସାହିତ୍ୟ, ଆନୁଷ୍ଠାନିକ କାମ ପ୍ରୀତିପ୍ରଦ ହେବ। ବ୍ୟବସାୟ ମାନ୍ଦା ହେବ ନାହିଁ କିନ୍ତୁ କ୍ଷତି ନ ହେଲେ ମଧ୍ୟ ବିଶେଷ ଲାଭ ହେବ ନାହିଁ ।
କୁମ୍ଭ
କୁମ୍ଭ
ଦୁଃଖକୁ ମନରେ ମାରି କର୍ମକ୍ଷେତ୍ରରେ ନିଜକୁ ମଜ୍ଜାଇ ରଖିବାକୁ ବାଧ୍ୟ ହେବେ। ଘରର ଗୁରୁତ୍ୱପୂର୍ଣ୍ଣ କାମ ଅବହେଳାରେ ରହିଯାଇଥିବା ହେତୁ ଯୁକ୍ତିତର୍କ ଆଶଙ୍କା ରହିଛି। ହାତକୁ ନେଇଥିବା କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହୋଇଯିବାରୁ ସାମୟିକ ଆନନ୍ଦିତ ରହିବେ। ବନ୍ଧୁମାନଙ୍କ ସହ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।
ମୀନମୀନ
ଖାମଖିଆଲି ମନୋଭାବ ଓ ବିଳାସପୂର୍ଣ୍ଣ ଜୀବନଯାତ୍ରା ସମସ୍ତ ପ୍ରକାରର ଦୁଃଖକୁ ଘୋଡେଇ ରଖିବ। ବ୍ୟବହାରରେ କଠୋରତା କାରଣରୁ ବନ୍ଧୁଙ୍କ ସହ କଳହ ଦେଖାଦେଇ ପାରେ। ଆର୍ଥପ୍ରାପ୍ତିର ମାର୍ଗ ସୁଗମ ରହିବ ଏବଂ ପ୍ରତ୍ୟେକ କାମ ପାଇଁ ପ୍ରତିବନ୍ଧକ ମଧ୍ୟ ରହିବ ନାହିଁ। ନିର୍ମାଣାଧୀନ କାମ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ ସମସ୍ୟା ଆସିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଅଗଷ୍ଟ ୩୦ ତାରିଖ – Daily Horoscope

ମେଷ ଶନିଚନ୍ଦ୍ରଙ୍କ ଯୋଗ ଗୁରୁଙ୍କ ଦୃଷ୍ଟିରୁ ଦୃଢ଼ ମନୋବଳ ନେଇ କର୍ମକ୍ଷେତ୍ରରେ ଅଗ୍ରସର ହେବେ। ଦୀର୍ଘ ଦିନରୁ ରହିଥିବା ମନୋମାଳିନ୍ୟକୁ ଦୂରେଇ ନେବା ପାଇଁ ପ୍ରଯନତ୍ କରିବେ।…

ରାଶିଫଳ: ଶନିବାର , ଅଗଷ୍ଟ ୨୯ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷ ଯାତ୍ରାକାଳରେ କୌଣସି ନୂତନ ବନ୍ଧୁଙ୍କ ସହ ବନ୍ଧୁତା ସୃଷ୍ଟିହେବ। ପରିବାରର ଖର୍ଚ୍ଚଭାର କ୍ରମଶଃ ବୃଦ୍ଧି ପାଉଥିବା ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୨୮ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ଅସୁବିଧା ହେବନାହିଁ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ…

ରାଶିଫଳ: ଗୁରୁବାର, ଅଗଷ୍ଟ ୨୭ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନିଷ୍ଠା ନକ୍ଷତ୍ରରେ ରହି ନୂତନ କର୍ମାରମ୍ଭ ସକାଶେ ମନ ବଳାଇବେ। ସକାଳୁ ସକାଳୁ ପ୍ରୀତିପ୍ରଦ ଯାତ୍ରା କରିବାର ଅପୂର୍ବ ସୁଯୋଗ ଲାଭ କରିପାରନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri