Posted inRasifala

ରାଶିଫଳ: ଗୁରୁବାର, ମାର୍ଚ୍ଚ ୪ ତାରିଖ – Daily Horoscope

ମେଷ
ଆଜି ଏକାଦଶସ୍ଥ ରବି ଓ ଶୁକ୍ର ପ୍ରଭାବରେ ଏକାଧାରରେ ଅର୍ଥଲାଭ ସାଙ୍ଗକୁ ବନ୍ଧୁ ସମ୍ପର୍କରୁ ଖୁସି ରହିବେ। ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା କାମରେ ଶୁଭ ସୂଚନା ପାଇବେ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଭ୍ରାତୃବିବାଦ ଦେଖାଦେଇପାରେ। ଅନିଦ୍ରାଜନିତ କ୍ଳେଶ ଭୋଗିବାକୁ ପଡ଼ିପାରେ।
ବୃଷ
ବୃଷ
ଶୁକ୍ରଙ୍କ ସୁପ୍ରଭାବରୁ ଭାଙ୍ଗିପଡ଼ିଥିବା ସ୍ବାସ୍ଥ୍ୟରେ ଆଂଶିକ ଉନ୍ନତି ପରିଲକ୍ଷିତ ହେବ। ଶିଳ୍ପ, ବାଣିଜ୍ୟ ଓ ପରିବହନରେ ସମସ୍ୟା ସମାଧାନ ହୋଇଯିବ। କଳା, ସାହିତ୍ୟ ତଥା ରଚନାତ୍ମକ କାଯର୍ର୍‌ୟରେ ସଫଳତା ପାଇବେ। ପ୍ରତୀକ୍ଷା କରିଥିବା ଖବରଟି ଆଜି ଅପରାହ୍ନେ ପାଇପାରନ୍ତି।
ମିଥୁନ
ମିଥୁନ
ବିଭିନ୍ନ ବିଷୟକୁ ଚିନ୍ତାକରି ଅନ୍ୟମନସ୍କ ରହିପାରନ୍ତି। ତଥାପି କର୍ମକ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ। ଦୁଃଖ ଭରି ରହିଥିଲେ ମଧ୍ୟ ମନ କଥା ପ୍ରକାଶ କରିପାରିବେ ନାହିଁ। ପରିବାରରେ ମତାନ୍ତରରୁ ବିତର୍କ ସୃଷ୍ଟି ହେବାର ସୂଚନା ରହିଛି।
କର୍କଟ
କର୍କଟ
ଆଜି ଅପେକ୍ଷାକୃତ ଅସୁବିଧା ଭୋଗିଲେ ମଧ୍ୟ କାମ ଅଟକିବ ନାହିଁ। ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହେବେ। ପାରିବାରିକ ଶୃଙ୍ଖଳା ରକ୍ଷାକରିବା କ୍ଷେତ୍ରରେ ନିକଟ ସମ୍ପର୍କୀୟଙ୍କ ସାହାଯ୍ୟ ଆଶା କରିପାରନ୍ତି। ମନ ଅସ୍ଥିର ରହିବା କାରଣରୁ କାମଗୁଡ଼ିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପଡ଼ିବ।
ସି˚ହ
ସି˚ହ
ଆଲୋଚନା କାଳରେ ଅପ୍ରିୟ ସତ କଥା କହି ବିରୋଧୀ ହୋଇପାରନ୍ତି। କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହେବ। ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ। ପରିବାରରେ ହସଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ।
କନ୍ୟା
ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ମରୀଚିକା ପଛରେ ଦୌଡ଼ିପାରନ୍ତି। ଆତ୍ମୀୟମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିବେ। ବ୍ୟବସାୟରେ ମତାନ୍ତର ଦେଖାଦେଇପାରେ। ମଧ୍ୟାହ୍ନରେ ଟେନସନ୍‌ ଦୂର ହେବା ସାଙ୍ଗକୁ ସୁଖ ଭ୍ରମଣ ଯୋଗ ରହିଛି।
ତୁଳା
ତୁଳା
ଚେଷ୍ଟା କରୁଥିବା କାର୍ଯ୍ୟରେ ସଫଳତା ହାସଲ କରିବେ। ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବା ସାଙ୍ଗକୁ ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବେ। କ୍ରୟ ବିକ୍ରୟ କ୍ଷେତ୍ରରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି। ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗୁ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।
ବିଛା
ବିଛା
ଦୀର୍ଘ ଦିନରୁ ସ୍ଥଗିତ କାମକୁ ପୂରା ଦମରେ କରିଚାଲିବେ। ଅଧସ୍ତନ କର୍ମଚାରୀଙ୍କ ସବୁ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ବହୁତ ଦିନରୁ ଚେଷ୍ଟା କରୁଥିବା ମୂଲ୍ୟବାନ ଦ୍ରବ୍ୟଟି ଆଜି ଲାଭ ହୋଇପାରେ। ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହେବାର ଆଶା ରହିଛି।
ଧନୁ
ଧନୁ
ଅନ୍ୟମାନଙ୍କ ସାହାଯ୍ୟ ଲାଭ ହେତୁ କାମ ହାସଲ କରିବା ସକାଶେ ବିଶେଷ ଅସୁବିଧା ହେବ ନାହିଁ। ବାରମ୍ବାର କିନ୍ତୁ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ। ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି। ଏଣୁ ପରିସ୍ଥିତିକୁ ସାମ୍‌ନା କରିବାକୁ ଚେଷ୍ଟା କରନ୍ତୁ। ନିଜ ଲୋକ ବିଶ୍ୱାସଘାତକତା କରିପାରନ୍ତି।
ମକର
ମକର
ବିଭିନ୍ନ ଦିଗରୁ ନିର୍ଯାତିତ ହେଲେ ମଧ୍ୟ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ। ବନ୍ଧୁମାନେ ଅସହଯୋଗ ମନୋବୃତ୍ତି ପୋଷଣ କରିପାରନ୍ତି। ବନ୍ଧୁଙ୍କ ସହଯୋଗରେ ବାକି ପଡ଼ିଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବିଳମ୍ବରେ ହେଲେ ମଧ୍ୟ କାମ ଠିକ୍‌ ଭାବେ ସମ୍ପନ୍ନ ହେବ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ର ଓ ପରିବାରର ସମସ୍ୟାକୁ ସୁଧାରି ନେବା ସକାଶେ ପ୍ରଯତ୍ନ କରିବେ। ବନ୍ଧୁମାନଙ୍କ ପରାମର୍ଶକ୍ରମେ ବ୍ୟବସାୟରେ ନୂତନ ଦିଗନ୍ତ ସୃଷ୍ଟି ହେବ। ଦିନ ମଧ୍ୟରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ଼ ପ୍ରତିଶ୍ରୁତି ଦେବେ, କିନ୍ତୁ କିଛି କରିବେ ନାହିଁ।
ମୀନମୀନ
ବହୁ ଲୋକ ଗହଣରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ମନ ଭଲ ରହିଥିବା କାରଣରୁ ପାରିବାରିକ ସ୍ଥିତିରେ ମିଷ୍ଟଭାଷୀ ହେବେ। ଅପରାହ୍ନେ କୌଣସି ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ବ୍ୟବସାୟରେ ଆଖିଦୃଶିଆ ସଫଳତା ହାସଲ କରିପାରିବେ ନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର , ଜୁନ୍‌ ୨୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ଶନିଯୁକ୍ତ ଚନ୍ଦ୍ର ହେତୁ ସମସ୍ୟା ମଧ୍ୟରେ ଅଟକି ରହିଥିବା କାମଟି ସୁବିଧାରେ ସମ୍ପନ୍ନ ହେବ। କିନ୍ତୁ ଆମତ୍ୀୟମାନଙ୍କ ଉପରେ ଭୁଲ୍‌ ବୁଝାମଣା...

ରାଶିଫଳ: ମଙ୍ଗଳବାର, ଜୁନ୍‌ ୨୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧର୍ମାଧିପତିଙ୍କ ପ୍ରତ୍ୟକ୍ଷ ଦୃଷ୍ଟିରେ ଥିବାରୁ ଧାର୍ମିକ କିମ୍ବା ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ। ଶୁକ୍ରଙ୍କ ଶୁଭ ସମ୍ବନ୍ଧରୁ ଯାତ୍ରା, ବନ୍ଧୁମିଳନ, ବ୍ୟବସାୟିକ...

ରାଶିଫଳ: ସୋମବାର, ଜୁନ୍‌ ୨୪ ତାରିଖ – Daily Horoscope

ମେଷ ଚତୁର୍ଥଭାବର ଶୁଭତ୍ୱ କାରଣରୁ ପାରିବାରିକ ପରିସ୍ଥିତି ଭଲ ରହିଲେ ମଧ୍ୟ କର୍ମକ୍ଷେତ୍ରର ଧିମାଗତିରୁ ମନସ୍ତାପ କରିବେ। ପ୍ରତ୍ୟୁଷ ଯାତ୍ରା, ଶିଳ୍ପ, ପରିବହନ ତଥା ବ୍ୟବସାୟରୁ...

ରାଶିଫଳ: ରବିବାର, ଜୁନ୍‌ ୨୩ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ଦୃଷ୍ଟିରେ ଶୁକ୍ର ଥିବାରୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଫେରି ଆସିବ। କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି...

ରାଶିଫଳ: ଶନିବାର , ଜୁନ୍‌ ୨୨ ତାରିଖ – Daily Horoscope

ମେଷ ଆଜି ଶୁକ୍ରଙ୍କ ସୁପ୍ରଭାବରୁ ଅର୍ଥଲାଭ ସାଙ୍ଗକୁ ବିଳାସବ୍ୟସନ ପ୍ରତି ବିଶେଷ ରୁଚି ବଳିବ। ଆନୁଷ୍ଠାନିକ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହୋଇପାରନ୍ତି।...

ରାଶିଫଳ: ଶୁକ୍ରବାର, ଜୁନ୍‌ ୨୧ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଦ୍ୱିତୀୟଭାବକୁ ଦେଖୁଥିବାରୁ ଯାତ୍ରା ଓ ବାଣିଜ୍ୟରୁ ଅର୍ଥଲାଭ କରାଇବ। ବନ୍ଧୁଙ୍କ ସାହାଯ୍ୟ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବାର ନିଷ୍ପତ୍ତି ନେବେ।...

ରାଶିଫଳ: ଗୁରୁବାର, ଜୁନ୍‌ ୨୦ ତାରିଖ – Daily Horoscope

ମେଷ ଆଜି ଯେଉଁ କାମରେ ହାତ ଦେଇଛନ୍ତି, ସେଥିରେ ସଫଳତା ହାସଲ କରିବେ। ଅଶ୍ୱିନୀ ନକ୍ଷତ୍ରର ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ ଜୀବନରେ ଉତ୍‌ଥାନ ପତନ...

ରାଶିଫଳ: ବୁଧବାର, ଜୁନ୍‌ ୧୯ ତାରିଖ – Daily Horoscope

ମେଷ ସ୍ଥଗିତ କାମ ତ୍ୱରାନ୍ଵିତ ହେବା ସହ ଆନୁଷ୍ଠାନିକ କ୍ଷେତ୍ରରେ ମର୍ଯ୍ୟାଦା ବଢ଼ିବ। ବନ୍ଧୁ ମିଳନରୁ ଉତ୍ସାହିତ ହେବେ ଏବଂ କାର୍ଯ୍ୟ ସାଧନରେ ଜଣେ ଗୌରବର୍ଣ୍ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri