Posted inRasifala

ରାଶିଫଳ: ବୁଧବାର, ଜାନୁୟାରୀ ୪ ତାରିଖ – Daily Horoscope

ମେଷ
ଦୀର୍ଘଦିନରୁ ଅଟକି ରହିଥିବା କାମଗୁଡ଼ିକୁ ପୁଣି ଆରମ୍ଭ କରିବା ସକାଶେ ମନ ବଳାଇବେ। କୃତ୍ତିକା ନକ୍ଷତ୍ର ବନ୍ଧୁ ମାନଙ୍କ ପରାମର୍ଶକୁ ସମ୍ମାନ ଦେଇ କାମରେ ଲଗାଇ ପାରନ୍ତି। ଦକ୍ଷତାର ସହ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରଖିବାରେ ସମର୍ଥ ହେବେ। ଅଫିସରେ ଜଣେ ବନ୍ଧୁଙ୍କ ଅବୁଝା କଥାକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ।
ବୃଷ
ବୃଷ
ଦୃଢ଼ ମନୋବଳ ନେଇ କର୍ମକ୍ଷେତ୍ରରେ ଅବତୀର୍ଣ୍ଣ ହେବେ ଏବଂ ପୂର୍ଣ୍ଣ ସଫଳତା ପାଇବେ। ମୃଗଶିରା ନକ୍ଷତ୍ରର ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା, ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ବେଶ୍‌ ଭଲରେ ଚାଲିବ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ସଭାସମିତି, ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା କ୍ଷେତ୍ରରେ ଆଶଙ୍କା ଦୂର ହେବ।
ମିଥୁନ
ମିଥୁନ
ଆଜି କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ପ୍ରଶଂସା ପ୍ରାପ୍ତି ସଙ୍ଗକୁ ଉପହାର କିମ୍ବା ଉପଢ଼ୌକନ ପାଇପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ଆର୍ଥିକ ଉନ୍ନତି ହେବ। ମନ ଭୁଲାଣିଆ କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ବିଭିନ୍ନ ଯୋଜନା, ସାଂଗଠନିକ କାର୍ଯ୍ୟ କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ଆଶା ରହିଛି।
କର୍କଟ
କର୍କଟ
କୌଣସି ଦ୍ୱନ୍ଦ୍ୱାମତ୍କ ଆଲୋଚନା କର୍ମକ୍ଷେତ୍ରର ଆଶାକୁ ନୈରାଶ୍ୟଜନକ କରିପାରେ। ପ୍ରତ୍ୟେକ କ୍ଷେତ୍ରରେ ବିଳମ୍ବତା ହେତୁ ନିର୍ଦ୍ଦିଷ୍ଟ ସମୟରେ କରିବାକୁଥିବା କାମ ବିଗିଡ଼ି ଯାଇପାରେ। ସ୍ବାଭିମାନୀ ହେବା ମାନସିକ ଅଶାନ୍ତିର କାରଣ ହେବ। ପୁନର୍ବସୁ ନକ୍ଷତ୍ରର ବିବାଦର ସମାଧାନ ଓ ନୂତନ କାମରେ ପ୍ରତିବନ୍ଧକକୁ ଦୂରେଇବାରେ ସମର୍ଥ ହେବେ।
ସି˚ହ
ସି˚ହ
ବନ୍ଧୁଙ୍କ ସହୃଦୟତା ସ୍ଥଗିତ କାମକୁ ତ୍ୱରାନ୍ବିତ କରିବାରେ ସାହାଯ୍ୟ କରିବ। ସହାନୁଭୂତିପୂର୍ଣ୍ଣ ଚିନ୍ତାଧାରା ପାରିବାରିକ ଜୀବନକୁ ସରସ ଓ ସୁନ୍ଦର କରିବ। ଅପରାହ୍ନେ କୌଣସି ମାଙ୍ଗଳିକ କାର୍ଯ୍ୟ ସକାଶେ ବିତର୍କର ସମ୍ମୁଖୀନ ହୋଇପାରନ୍ତି। ମଘା ନକ୍ଷତ୍ର ବିସ୍ମରଣଜନିତ କେତେକ ବ୍ୟତିକ୍ରମ ଯାତ୍ରା ସମୟରେ ଅନୁଭବ କରିବେ।
କନ୍ୟା
ମାନସିକ ଅସ୍ଥିରତା ହେତୁ କୌଣସି ଠିକ୍‌ ନିଷ୍ପତ୍ତି ନେଇ ନ ପାରି ଦ୍ୱନ୍ଦ୍ୱରେ ପଡ଼ିବେ। ଯେତେ ଭଲ କାମ କଲେ ମଧ୍ୟ ଧନହାନି କାରଣରୁ ମନ ଅଶାନ୍ତ ରହିବ। ଭଲ ପଡୁ ନ ଥିବା ଲୋକଙ୍କ ଗୁଜବ ମନକୁ ଚହଲାଇ ଦେଇପାରେ। ଅବଶ୍ୟ ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ର ଲକ୍ଷ୍ୟ ପୂରଣ ସଙ୍ଗକୁ ସାହାଯ୍ୟ, ସହଯୋଗ ଓ ସମ୍ମାନ ପାଇ ଆନନ୍ଦିତ ହେବେ।
ତୁଳା
ତୁଳା
ଆଜି ଆର୍ଥିକ ଉନ୍ନତି, ପ୍ରତିଦ୍ୱନ୍ଦ୍ୱିତାରେ ବିଜୟ, ନୂତନ ବନ୍ଧୁ ସମ୍ପର୍କ ଓ ସହମତିର କାର୍ଯ୍ୟଧାରା ସକାଶେ ସାହାଯ୍ୟ କରିବ। ଜଣେ ପଡ଼ୋଶୀଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ। ସ୍ବାତୀ ନକ୍ଷତ୍ର ସକାଶେ ଧର୍ମକାର୍ଯ୍ୟ ପାଇଁ ସତ୍‌ସଙ୍ଗୀଙ୍କ ପ୍ରେରଣା ମିଳିପାରେ। ପିଲାଙ୍କ ବିଶୃଙ୍ଖଳିତ ଆଚରଣଜନିତ ବିରକ୍ତି ଅନୁଭବରେ ଆସିବ।
ବିଛା
ବିଛା
ଦୀର୍ଘଦିନର ସମସ୍ୟା ସହଜରେ ସମାଧାନ ହେବାରୁ ଖୁସି ହୋଇପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା, ପ୍ରଶାସନ, ସଭା ସମିତି ଓ ମନୋରଞ୍ଜନରେ ଆଗ୍ରହୀ ହେବେ। ଅନୁରାଧା ନକ୍ଷତ୍ରର ସାଧାରଣ କଥାକୁ କେନ୍ଦ୍ର କରି ଅପରାହ୍ନରେ ଟେନ୍‌ସନ ବଢ଼ିପାରେ। ସତ୍ୟ, ସଚ୍ଚୋଟ ଓ ନିର୍ଭୀକ ବିଚାରଧାରା ଶତ୍ରୁତା ସୃଷ୍ଟିକଲେ ମଧ୍ୟ ପ୍ରଶଂସିତ ହେବେ।
ଧନୁ
ଧନୁ
ହଠାତ୍‌ ରାଗି କିଛି ଅଶୋଭନୀୟ କାଣ୍ଡ ଘଟାଇପାରନ୍ତି। ପୂର୍ବାଷାଢ଼ା ନକ୍ଷତ୍ର ରାଶିଗୁଣାନୁସାରେ ଧନୁ ପରି ବଙ୍କାକଥାକୁ ସହି ନ ପାରି ଅସନ୍ତୁଷ୍ଟ ରହିବେ। ଅବଶ୍ୟ ବନ୍ଧୁମାନଙ୍କ ସହ ନୂତନ ସ୍ଥାନ ପରିଭ୍ରମଣ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ। ଅଭାବ ରହିବନି ଏବଂ ଶିଳ୍ପ,ବାଣିଜ୍ୟ,ବ୍ୟବସାୟରେ ମଧ୍ୟ ଉନ୍ନତି କରିବେ।
ମକର
ମକର
କର୍ମକ୍ଷେତ୍ରରେ ଅଥବା ଆନୁଷ୍ଠାନିକ କାମରେ ସହଭାଗିତା ହୋଇ ପ୍ରଶଂସିତ ହୋଇପାରନ୍ତି। ଜମିଜମା, ନିର୍ମାଣ, ଗବେଷଣା, ଯାତ୍ରା କ୍ଷେତ୍ରରେ ଉନ୍ନତ ଫଳ ପାଇବେ। ପାରିବାରିକ ସମସ୍ୟା ପ୍ରତିହତ କରିବାରେ ସମର୍ଥ ହେବେ। ଧନିଷ୍ଠା ନକ୍ଷତ୍ର ନିକଟ ସମ୍ପର୍କୀୟମାନେ କାଳେ ଦେବାକୁ ପଡିବ, ସେଥିପାଇଁ ପାଖ ମାଡ଼ିବେ ନାହିଁ।
କୁମ୍ଭ
କୁମ୍ଭ
ଆଜି କେତେକ ସାଧାରଣ ଅସୁବିଧାକୁ ବାଦ୍‌ ଦେଲେ ଦିନଟିରେ ବହୁତ ଭଲ କାମ କରିବେ। ଗତକାଲିର ସ୍ଥଗିତ ଆଶା ପୂରଣ ହୋଇଯିବ, ଅର୍ଥ ପାଇ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବେ। ଅପରିହାର୍ଯ୍ୟ ଆବଶ୍ୟକତାକୁ ନେଇ ନୂତନ ଜିନିଷ କ୍ରୟ ପାଇଁ ମନ ବଳିବ। ପୂର୍ବଭାଦ୍ରବ ନକ୍ଷତ୍ର ପରିଚାଳନାଗତ ସମସ୍ୟାରେ ବ୍ୟସ୍ତତା ପ୍ରକାଶ କରିପାରନ୍ତି।
ମୀନମୀନ
କୌଣସି ବନ୍ଧୁଙ୍କୁ ପ୍ରତୀକ୍ଷା କରି ଆଖିରୁ ପାଣି ମରିଯିବ ସିନା ଦେଖା ପାଇବେ ନାହିଁ। ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ ତଥାପି ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବ। ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିବାର ଆଶଙ୍କାକୁ ଏଡ଼ି ହେବ ନାହିଁ। ସଞ୍ଚତ୍ତ ଅର୍ଥକୁ ଉତ୍ତରଭାଦ୍ରବ ନକ୍ଷତ୍ର କୌଣସି ଅନ୍ୟ ଭିନ୍ନ ଉଦ୍ଦେଶ୍ୟରେ ବିନିଯୋଗ କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri