ଗ୍ବାଦର ଅଧିକାର ଅଭିଯାନ ଧମକ ପରେ ପ୍ରକଳ୍ପରେ କାମ କରିବାକୁ ଚାଇନା ଇଞ୍ଜିନିୟରଙ୍କ ମଧ୍ୟରେ ଭୟ, କାମ ବନ୍ଦ…

ଇସଲାମାବାଦ,୩।୧ : ଚାଇନା ଏହାର ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ (ବିଆରଆଇ) ଅଧୀନରେ ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶର ଗ୍ବାଦରରେ ଅନେକ ପ୍ରମୁଖ ପ୍ରକଳ୍ପ ୍‌ନିର୍ମାଣରେ ନିୟୋଜିତ ଅଛି। ଯାହାକୁ ବ୍ୟାପକ ବିରୋଧ କରାଯାଉଛି। ଯେଉଁ କାରଣରୁ ଏହି ପ୍ରକଳ୍ପରେ ନିୟୋଜିତ ଚାଇନାର କର୍ମଚାରୀମାନେ ସୁରକ୍ଷା ସମ୍ବନ୍ଧୀୟ ବିପଦର ସମ୍ମୁଖୀନ ହେଉଛନ୍ତି।

ଗ୍ବାଦର ଅଧିକାର ଅଭିଯାନ ଧମକ ପରେ ପ୍ରକଳ୍ପରେ କାମ କରିବାକୁ ଚାଇନା ଇଞ୍ଜିନିୟରଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଫଳରେ ଏସବୁ ପ୍ରକଳ୍ପରେ କାମ ବନ୍ଦ ହୋଇଯାଇଛି। ସୁରକ୍ଷା କାରଣରୁ ଚାଇନାର ଇଞ୍ଜିନିୟରମାନେ ଗତ ବର୍ଷ ଜୁଲାଇରେ ଖାଇବର ପସ୍ତୁନଖ୍ବା ର ସ୍ବାତ ଏବଂ ଶାଙ୍ଗଲା ଜିଲାର ଜଳ ବିଦ୍ୟୁତ୍ ପ୍ରକଳ୍ପରେ କାମ ବନ୍ଦ କରିଦେଇଥିଲେ। ଏହି ପ୍ରକଳ୍ପଗୁଡିକ ଉପରେ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ।

ରିପୋର୍ଟରେ ଦର୍ଶାଯାଇଛି ଯେ ଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ଖରାପ ହେବା ମଧ୍ୟରେ ସୁରକ୍ଷା ଏଜେନ୍ସିଗୁଡ଼ିକୁ ଚାଇନାର ଇଞ୍ଜିନିୟରମାନଙ୍କ ପାଇଁ ବିସ୍ତୃତ ସୁରକ୍ଷା ବ୍ୟବସ୍ଥା କରିବାକୁ କୁହାଯାଇଛି। ତେବେ ଏପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କରାଯାଇ ନାହିଁ।

ବିଆରଆଇ ଅଧୀନରେ ପାକିସ୍ତାନରେ ଅନେକ ଏକ୍ସପ୍ରେସଓ୍ବେ, ବିମାନବନ୍ଦର ଏବଂ ସାମୁଦ୍ରିକ ବନ୍ଦର ନିର୍ମାଣ କରାଯାଉଛି। କିନ୍ତୁ ଗ୍ବାଦରରେ ଏହି ପ୍ରକଳ୍ପକୁ ବିରୋଧ କରାଯାଉଛି। ବିରୋଧୀ ସଂଗଠନ ହକ ଦୋ ତେହେରିକ ଦାବି କରିଛି ଯେ ଏହି ଅଞ୍ଚଳରେ ସ୍ଥାପିତ ସୁରକ୍ଷା ଯାଞ୍ଚ ପଏଣ୍ଟ ସଂଖ୍ୟା ହ୍ରାସ କରାଯାଉ, ସମୁଦ୍ରରେ ମାଛ ଧରିବା ବନ୍ଦ କରନ୍ତୁ ଏବଂ ଇରାନ ସହ ସୀମା ବାଣିଜ୍ୟ ଉପରେ ପ୍ରତିବନ୍ଧକ ହ୍ରାସ କରାଯାଉ। ବିଶେଷଜ୍ଞଙ୍କ କହିବାନୁସାରେ, ଏହି ଦାବିଗୁଡ଼ିକ ସିଧାସଳଖ ଗ୍ବାଦର ପ୍ରକଳ୍ପ ସହିତ ଜଡିତ ନୁହେଁ। କିନ୍ତୁ ସ୍ଥାନୀୟ ବାସିନ୍ଦାଙ୍କ ଅନୁସାରେ ବିଆରଆଇ ପ୍ରକଳ୍ପ ସେମାନଙ୍କର ସମସ୍ତ ସମସ୍ୟାର ମୂଳ କାରଣ।

ଏହି ପ୍ରତିବାଦରେ ଚାଇନାର ଇଞ୍ଜିନିୟରମାନେ ସ୍ବାତରେ ୮୪ ମେଗାୱାଟ ମିଟେଲଟନ ଜଳ ବିଦ୍ୟୁତ ପ୍ରକଳ୍ପରେ କାର୍ଯ୍ୟ ବନ୍ଦ କରିଦେଇଥିଲେ। ଅପରପକ୍ଷରେ ଶାଙ୍ଗଲା ଜିଲାର ୧୧.୮ ମେଗାୱାଟ କରୋରା ଜଳ ବିଦ୍ୟୁତ ପ୍ରକଳ୍ପରେ କାମ ମଧ୍ୟ ବନ୍ଦ କରି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ ଭିତରେ ସଂଘର୍ଷ: ଗଡ଼ିଲା ୧୦ ମୁଣ୍ଡ, ୧୬ ଆହତ

ମେକ୍ସିକୋ,୯ା୧୦: ମେକ୍ସିକୋର ଉତ୍ତର-ପଶ୍ଚିମ ରାଜ୍ୟ ସିନାଲୋଆର ମାଜାଟାନ ସହରରେ ଥିବା ‘ଏଲ କାଷ୍ଟିଲୋ’ ଜେଲ୍‌ରେ ଘଟିଥିବା ଏକ ସଂଘର୍ଷରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୬ ଜଣ…

ଆଜି ସୃଷ୍ଟି ହେବ ବିରଳ ବିଷ ଯୋଗ, ୩ ରାଶି ଉପରେ ପଡ଼ିପାରେ ନକାରାତ୍ମକ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନି ଓ ଚନ୍ଦ୍ରମାଙ୍କ ପରସ୍ପର ଦୃଷ୍ଟି ଯୋଗୁଁ ବିଷ ଯୋଗ ସୃଷ୍ଟି ହେଉଛି । ଏହି ଯୋଗର ପ୍ରଭାବରେ କେତେକ ରାଶିର ବ୍ୟକ୍ତିଙ୍କୁ…

ପ୍ରଥମେ କବାଟ ବାଡ଼େଇଲେ, ଖୋଲିବାରୁ ଦମ୍ପତିଙ୍କୁ ଅତର୍କିତ ଆକ୍ରମଣ କଲେ ଦୁଇ ଦୁର୍ବୃତ୍ତ, ଗୁରୁତର ହୋଇ…

ମଜାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଅପାଳ ସାମୁଦ୍ରିକ ଥାନା ଅଧୀନ ବଳିଗଣ୍ଡ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ପଶି…

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

ବିକ୍ଷୋଭ ବେଳେ ଦୁଇ କଂଗ୍ରେସ ନେତ୍ରୀଙ୍କ ମଧ୍ୟରେ ମାରପିଟ, ପରସ୍ପରକୁ ମାରିଲେ ଚାପୁଡ଼ା

ନୂଆଦିଲ୍ଲୀ,୯ା୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ରେ ଅନିୟମିତତା ଅଭିଯୋଗକୁ ନେଇ ହରିୟାଣାର ଫରିଦାବାଦରେ ବିରୋଧୀ…

ଭଦ୍ରକର ଏହି ଦୁଇ କଲେଜର ନିର୍ବାଚନ ବାତିଲ

ଭଦ୍ରକ,୯ା୧୦(ସନାତନ ରାଉତ): ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶୁକ୍ରବାର ଭଦ୍ରକ ଜିଲାର ଦୁଇଟି କଲେଜରେ…

କୋହଲିଙ୍କ ଏହି ସ୍କିଲ୍‌ ଚୋରାଇବାକୁ ଚାହୁଁଛନ୍ତି ଅଭିଷେକ: କହୁ କହୁ କହିଦେଲେ ମନର କଥା

ନୂଆଦିଲ୍ଲୀ,୯।୧୦: ଭାରତୀୟ କ୍ରିକେଟ୍‌ର ଯୁବ ତାରକା ଅଭିଷେକ ଶର୍ମା ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ ପରିଚିତ। ଛକା ଓ ଚୌକା ବର୍ଷା କରିବାରେ ମାହିର ଏହି…

୧୦ମ-ଯୁକ୍ତ ୨ ଶିକ୍ଷା ପଦ୍ଧତିକୁ ନେଇ କଟକ ଜିଲା ଶିକ୍ଷାଧିକାରୀଙ୍କ ଚାଞ୍ଚଲ୍ୟକର ବୟାନ, ରାଜ୍ୟରେ ଆଲୋଡ଼ନ

କଟକ ସଦର,୯ା୧୦(ସୁଶାନ୍ତ କୁମାର ଜେନା): ସାରା ରାଜ୍ୟରେ ୧୦ମ ଯୁକ୍ତ ୨ ଶିକ୍ଷା ପଦ୍ଧତି ଭୂ-୧୯୮୩ରେ ପ୍ରଚଳନ କରାଯାଇଥିଲା। ସେହିଦିନଠାରୁ ଅଦ୍ୟାବଧି ଏହି ବ୍ୟବସ୍ଥା ଅନୁଯାୟୀ ମାଟ୍ରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?