Posted inRasifala

ରାଶିଫଳ: ବୁଧବାର, ଅଗଷ୍ଟ ୪ ତାରିଖ – Daily Horoscope

ମେଷ
ଆଜି ସଭାସମିତିରେ ସୀମା ଭିତରେ ନ ରହିଲେ ସାଧାରଣ କଥାରେ ମଧ୍ୟ ସମସ୍ୟା ଆସିବ। ଅ-ନାମାକ୍ଷର ବ୍ୟକ୍ତିମାନେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମ ତ୍ୱରାନ୍ବିତ କରିବେ। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବା ସହିତ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ଏକାଧିକ କାମ ହାତକୁ ନେଇ ବିବ୍ରତ ହୋଇପାରନ୍ତି।
ବୃଷ
ବୃଷ
ଆଜି ସବୁ କାମ ସୁଗମ ହେବ। ବିଭିନ୍ନ ଦିଗରେ ପ୍ରଶଂସା ଓ ପ୍ରୋତ୍ସାହନ ମନୋବଳ ବୃଦ୍ଧି କରିବ। ଆନୁଷ୍ଠାନିକ କ୍ଷେତ୍ରରେ ଟେନସନ୍‌ ଦୂର ହେବ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବ। କଳା, ସାହିତ୍ୟ, ସାମ୍ବାଦିକତା, ଚୁକ୍ତିପତ୍ର କ୍ଷେତ୍ରରୁ ସୁଫଳ ମିଳିବ। କର୍ମକ୍ଷେତ୍ର ସମସ୍ୟାବହୁଳ ହୋଇପାରେ। ବାଣିଜ୍ୟ ଓ ବ୍ୟବସାୟରେ ସୁଫଳ ପାଇବେ।
ମିଥୁନ
ମିଥୁନ
ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ମାନସିକ ସ୍ଥିତି ଭଲ ରହି ନ ପାରେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ, ତଥାପି ଆପଣଙ୍କର କୌଣସି ଅସୁବିଧା ହେବନାହିଁ। ଘ-ନାମାକ୍ଷର ବ୍ୟକ୍ତିଙ୍କ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ନ ଚାହିଁ ମଧ୍ୟ ମନକଥା ବନ୍ଧୁଙ୍କ ନିକଟରେ ପ୍ରକାଶ କରିଦେବେ।
କର୍କଟ
କର୍କଟ
ଭାବପ୍ରବଣତାରେ ଭାସିଯାଇ ଗୁରୁତ୍ୱପୂର୍ଣ୍ଣ କଥାଟିକୁ ପାସୋରି ଦେବେ, ଯାହା ପାଇଁ ଆପଣଙ୍କୁ ଅନୁତାପ କରିବାକୁ ପଡିବ। ଡ-ନାମାକ୍ଷର ବ୍ୟକ୍ତି କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ। ଗତକାଲି ଯେଉଁଥି ପାଇଁ ଚିନ୍ତା କରୁଥିଲେ ଆଜି ତାହା ସୁବିଧାରେ ପାଇଯିବେ। ନିର୍ମାଣ, ଯୋଗାଯୋଗ, ଆଲୋଚନା ଓ ସଭାସମିତି ପ୍ରଭୃତି ସହଜରେ ସମ୍ପନ୍ନ କରିବେ।
ସି˚ହ
ସି˚ହ
ଆଜି ପୂର୍ବ ସ୍ଥିରୀକୃତ କୌଣସି ନୂତନ ଯୋଜନା ବନ୍ଧୁଙ୍କ ସହଯୋଗରେ ଆରମ୍ଭ କରି ପାରନ୍ତି। କୌଣସି ବିବାଦୀୟ ଆଲୋଚନା ସହଯୋଗ ଅଭାବରୁ ମଉଳିଯାଇପାରେ। ମ-ନାମାକ୍ଷର ବ୍ୟକ୍ତିମାନେ ସାମାଜିକ ସ୍ତରରେ ଜାଣିଶୁଣି ନୀରବ ରହିବାକୁ ପସନ୍ଦ କରିପାରନ୍ତି। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ନ ଦେଲେ ଅସୁବିଧାରେ ପଡି ପାରନ୍ତି।
କନ୍ୟା
ପୂ-ନାମାକ୍ଷର ବ୍ୟକ୍ତିମାନେ ସନ୍ଦେହୀ ମନୋଭାବ ହେତୁ ସମାଜରେ ସମାଲୋଚିତ ହେବେ। ଆପଣ ଅଧିକାଂଶ ସମୟ ଅନ୍ୟମନସ୍କ ରହିବା ଅନ୍ୟମାନଙ୍କର ଦୃଷ୍ଟିକୋଣକୁ ବଦଳାଇଦେଇପାରେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରି ବ୍ୟକ୍ତିଗତ ଫାଇଦା ହାସଲ କରିପାରନ୍ତି। ଅପରାହ୍ନରେ ବିଭିନ୍ନ ସମସ୍ୟା ମଧ୍ୟରେ ମନ ଅଶାନ୍ତ ରହିବାର ସମ୍ଭାବନା ରହିଛି।
ତୁଳା
ତୁଳା
ତ-ନାମାକ୍ଷର ବ୍ୟକ୍ତିଙ୍କର କେତେକ ଅପୂରଣୀୟ ଆଶା ମନରେ ଆଲୋଡନ ସୃଷ୍ଟି କରିବ। ବିବାଦୀୟ କ୍ଷେତ୍ରରେ କୌଶଳକ୍ରମେ ପରିସ୍ଥିତିକୁ ସମ୍ଭାଳି ନେବେ। କଳା, ସାହିତ୍ୟ, ସାମ୍ବାଦିକତା, ରାଜନୀତି ଓ ଅର୍ଥନୀତି କ୍ଷେତ୍ରରେ ସଫଳତା ହାସଲ କରିବେ। କାୈଣସି ଘଟଣା ମନକୁ ବିବ୍ରତ କରିପାରେ କିନ୍ତୁ କୌଣସି ବିଶେଷ ଅସୁବିଧା ହେବନାହିଁ।
ବିଛା
ବିଛା
ଆଶା ନିରାଶାରେ ପରିଣତ ହେବା କାରଣରୁ ସବୁକଥାକୁ ନାସ୍ତିସୂଚକ ଦୃଷ୍ଟିରେ ଦେଖିପାରନ୍ତି। ଆପୋସ ଆଲୋଚନା ଦ୍ୱାରା ଘରୋଇ ସମସ୍ୟାର ସମାଧାନ ହୋଇଯିବ। ସାଂସ୍କୃତିକ କ୍ଷେତ୍ରରେ ତଥା କଳା ସାହିତ୍ୟରେ ସମସ୍ୟା ସମାଧାନ ଆଶା ରହିଛି। ନ-ନାମାକ୍ଷର ବ୍ୟକ୍ତି ଆଜି କୌଣସି ପ୍ରକାରେ ବନ୍ଧୁଙ୍କର ଦେଖା ପାଇବେ ନାହିଁ।
ଧନୁ
ଧନୁ
ଯେତେ ସମସ୍ୟା ଆସିଲେ ମଧ୍ୟ ତାହାର ସାମ୍ନା କରିବାରେ ସଫଳ ହେବ। ବ୍ୟବସାୟ, ପରିବହନ, ପ୍ରକାଶ, ନିର୍ମାଣ, ସଭାସମିତି ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ଭ-ନାମାକ୍ଷର ବ୍ୟକ୍ତିମାନେ ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିବେ। କର୍ମକ୍ଷେତ୍ରରେ ପ୍ରକୃତ ଘଟଣା ନ ବୁଝି ସହକର୍ମୀ କ୍ରୋଧ ପ୍ରକାଶ କରିପାରନ୍ତି।
ମକର
ମକର
ହଠାତ୍‌ କୌଣସି ବନ୍ଧୁଙ୍କ ଜରିଆରେ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ। ଶିଳ୍ପ, ପରିବହନ ଓ ବାଣିଜ୍ୟରେ ପ୍ରତିକୂଳ ପରିସ୍ଥିତିର ଚାପ ବଢିପାରେ। ଖ-ନାମାକ୍ଷର ବ୍ୟକ୍ତିମାନେ ନିଜର ପ୍ରତିବେଶୀଙ୍କ ସହ ସମ୍ପର୍କ ଯୋଡିବାରେ ସଫଳ ହେବେ। ବନ୍ଧୁଙ୍କ ନିମନ୍ତ୍ରଣ ଲାଭକରି ଭ୍ରମଣ ସୁଯୋଗ ପାଇବାରୁ ଖୁସି ହୋଇପାରନ୍ତି।
କୁମ୍ଭ
କୁମ୍ଭ
କାମ ହାସଲ ସକାଶେ ବନ୍ଧୁଟିଏ ସାହାଯ୍ୟ କରିବାକୁ ନେହୁରା ହୋଇପାରେ। ବିବାଦୀୟ ପରିସ୍ଥିତି ଉପୁଜିବାରୁ ପରିବାର ପ୍ରତି କୌଣସି ମନ୍ତବ୍ୟ ଦେଇ ନ ପାରନ୍ତି। ଅଧସ୍ତନ କର୍ମଚାରୀଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଆପଣଙ୍କୁ ବହୁତ କଷ୍ଟ ସ୍ବୀକାର କରିବାକୁ ପଡିବ। ଶ-ନାମାକ୍ଷର ବ୍ୟକ୍ତିମାନଙ୍କୁ ଆଜି ଦିନଟିରେ ବାଣିଜ୍ୟ ଓ ବ୍ୟବସାୟିକ ସଫଳତା ମିଳିବ।
ମୀନମୀନ
ଚ-ନାମାକ୍ଷର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। ଗୁରୁଜନଙ୍କ ସାନ୍ତ୍ବନା ବାଣୀ ମନରେ ଆଶ୍ୱସ୍ତି ଭରିପାରେ। ବନ୍ଧୁଙ୍କ ଖାପଛଡା କଥା ଓ ବେଖାତିର ମନୋଭାବ ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି । ମାତ୍ର ସାମାଜିକ ସ୍ତରରେ ନିଜର କାର୍ଯ୍ୟଦକ୍ଷତା ହେତୁ ବନ୍ଧୁମାନଙ୍କ ଗହଣରେ ପ୍ରଶଂସିତ ହେବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?