Posted inRasifala

ରାଶିଫଳ: ରବିବାର, ଏପ୍ରିଲ୍‌ ୪ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ର ପୂର୍ବାଷାଢ଼ା ନକ୍ଷତ୍ର ପାଇଁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ କରିବେ। କେତେକ କ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିପାରନ୍ତି। ଅଧିକ ଭ୍ରମଣଜନିତ ସ୍ବାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ। ଅଧ୍ୟାପନା, ପ୍ରଶାସନିକ ସେବା, କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସା ମିଳିବ।
ବୃଷ
ବୃଷ
ବନ୍ଧୁଙ୍କ ପରାମର୍ଶ ଅନୁଯାୟୀ ହଠାତ୍‌ ନୂତନ ଯୋଜନା ସକାଶେ ମନ ବଳାଇବେ। ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଅନେକ କାମ ହାତକୁ ନେଇ ଟେନ୍‌ସନରେ ରହିବେ। କଚେରି ମାମଲାର ଶୁଣାଣି ନିଜ ସପକ୍ଷରେ ଯିବାର ସମ୍ଭାବନା ରହିଛି। କଳା, ସାହିତ୍ୟ, ଆଲୋଚନା, ସଭାସମିତି ତଥା ଆନୁଷ୍ଠାନିକ କ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ।
ମିଥୁନ
ମିଥୁନ
ପରିବାରର ଗୋପନୀୟ କଥାକୁ ବନ୍ଧୁଙ୍କ ନିକଟରେ ପ୍ରକାଶ କରି ପରୋକ୍ଷରେ ସମାଲୋଚିତ ହୋଇପାରନ୍ତି। ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ଉପରିସ୍ଥଙ୍କ ସହଯୋଗରୁ ସରକାରୀ କ୍ଷେତ୍ରରୁ ଲାଭର ଆଶା କରିପାରନ୍ତି। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ମାନ୍ଦା ହେବ ନାହିଁ।
କର୍କଟ
କର୍କଟ
ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ, ଆଜି ତାହା ଟିକିଏ ବିଳମ୍ବରେ ପାଇବେ। ହାତକୁ ନେଇଥିବା କାମଗୁଡ଼ିକ ସୁରୁଖୁରୁରେ ସମ୍ପନ୍ନ ହେବ। ବ୍ୟବସାୟ ଓ ନିର୍ମାଣ, ପରିବହନରେ ସଫଳତା ହାସଲ କରିବା ସମ୍ଭାବନା ରହିଛି। ନିଜର ଇଚ୍ଛା ଅନୁସାରେ ବିଳାସ ଉପକରଣ କିଣିପାରନ୍ତି।
ସି˚ହ
ସି˚ହ
ଘରୋଇ ସମସ୍ୟା ହେତୁ ମାନସିକ ଶାନ୍ତି ବ୍ୟାହତ ହେବ। ନିକଟସ୍ଥ ମିତ୍ର ବନ୍ଧୁମାନେ ଆବଶ୍ୟକ ସହଯୋଗ କରିବେ। ମାତ୍ର ଆପଣ କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ। ସାମାଜିକ ସ୍ତରରେ ଦୀର୍ଘ ଦିନରୁ ଚାହୁଁଥିବା ସୁଯୋଗ ହାତଛଡ଼ା ହୋଇପାରେ।
କନ୍ୟା
କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ଖର୍ଚ୍ଚାନ୍ତ ହେବା ସାଙ୍ଗକୁ ସାଧାରଣ କଥାକୁ ମଧ୍ୟ ଜଟିଳ ଆକାରରେ ଗ୍ରହଣ କରିବେ। ଦୀର୍ଘ ଦିନର ଆଶା ପୂରଣ ହେବ ଓ ସମ୍ପର୍କୀୟଙ୍କ ଶୁଭ ସୂଚନାରୁ ଖୁସି ହେବେ। ନିଜର ବେକାରିଆ ଭାଇଙ୍କ ଥଇଥାନ ସକାଶେ ପଦସ୍ଥ ବ୍ୟକ୍ତିଙ୍କୁ ପରାମର୍ଶ କରିପାରନ୍ତି।
ତୁଳା
ତୁଳା
ବିଭିନ୍ନ ଯୋଜନା ହାତକୁ ନେବେ କିନ୍ତୁ ଶନିଙ୍କ ପ୍ରଭାବ ଆର୍ଥିକସ୍ଥିତିକୁ ବିଗାଡୁଥିବାରୁ ବ୍ୟସ୍ତ ହୋଇପାରନ୍ତି। ବ୍ୟବସାୟରେ ଉନ୍ନତି ଏବଂ ନିର୍ମାଣ କାର୍ଯ୍ୟ ଅଟକିବ ନାହିଁ। ଆଜି ଆନୁଷ୍ଠାନିକ କ୍ଷେତ୍ରରେ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ଜଣେ ଅପରିଚିତ ବ୍ୟକ୍ତି ବହୁତ ସାହାଯ୍ୟ କରିବେ; ଯାହା କି ଆପଣଙ୍କ କଳ୍ପନା ବାହାରେ ଥିବ।
ବିଛା
ବିଛା
ଭାବ ପ୍ରବଣତାରେ ଭାସିଯାଇ କିଛି ମନ୍ତବ୍ୟକୁ କେନ୍ଦ୍ର କରି ବୟସ୍କ ବ୍ୟକ୍ତିମାନେ ଅସନ୍ତୋଷ ପ୍ରକାଶ କରିପାରନ୍ତି। ଅନୁରାଧା ନକ୍ଷତ୍ରର ମାନସିକ ସ୍ଥିତି କେତେକାଂଶରେ ଠିକ୍‌ ରହି ନ ପାରେ। କିଣାବିକାରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି। ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହେବାର ଆଶା କରାଯାଇପାରେ।
ଧନୁ
ଧନୁ
ପାରିବାରିକ ଦୁଶ୍ଚିନ୍ତା ବଢ଼ିଯିବା ଦ୍ୱାରା ଚାପଗ୍ରସ୍ତ ଯୋଗୁ କାମ ଶୃଙ୍ଖଳିତ ହେବ ନାହିଁ। ସ୍ବାସ୍ଥ୍ୟ ପ୍ରତି ସାବଧାନ ନ ହେଲେ ଅସୁବିଧାରେ ପଡ଼ିପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇପାରେ। କର୍ମ କ୍ଷେତ୍ରରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ।
ମକର
ମକର
ଆଜି ଆତ୍ମୀୟଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ଦୀର୍ଘଦିନରୁ ବାକି ରହିଯାଇଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ପିଲାଙ୍କ ଆଚରଣଗତ ତ୍ରୁଟିରୁ ସମସ୍ୟା ଆସିପାରେ। ଆଜିର କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ। ଦୀର୍ଘ ଦିନର ପୁରୁଣା ରୋଗକୁ ନେଇ ବ୍ୟସ୍ତତା ପ୍ରକାଶ କରିବେ।
କୁମ୍ଭ
କୁମ୍ଭ
ଆଜି ସବୁ କାମ ବିଳମ୍ବରେ ଓ ବହୁ କଷ୍ଟରେ ସମ୍ପନ୍ନ ହେବ। ସାଧାରଣ କଥାରେ ଆତ୍ମୀୟସ୍ବଜନ ଦୂରେଇ ଯାଇପାରନ୍ତି, ମାତ୍ର ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ, କିନ୍ତୁ ପ୍ରତିବନ୍ଧକ ଲାଗିରହିବ। ସାଧାରଣ କଥାକୁ କେନ୍ଦ୍ର କରି ପରିବାରରେ ଝଡ଼ ଉଠିପାରେ, ଏଣୁ ଚିନ୍ତିତ ରହିବେ।
ମୀନମୀନ
ଆଲୋଚନା ପରିସରରେ ଅପ୍ରିୟ ସତ୍ୟଭାଷଣରୁ ଦୂରେଇ ରହିବା ଭଲ। ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ଅପଦସ୍ଥ ହୋଇପାରନ୍ତି। ଆନୁଷ୍ଠାନିକ କିମ୍ବା ସାମାଜିକ ସ୍ତରରେ କିମ୍ବା ରାଜନୀତିରେ ଚେଷ୍ଟା କଲେ ସଫଳତା ହାସଲ କରିପାରିବେ। ବିଶୃଙ୍ଖଳିତ ପୁତ୍ରକନ୍ୟାଙ୍କ ହେତୁ କେତେକ ସମସ୍ୟାକୁ ନେଇ ଚିନ୍ତିତ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଜୁଲାଇ ୨୨ ତାରିଖ – Daily Horoscope

ମେଷ ଆଜି ଖର୍ଚ୍ଚ ପରିମାଣ ବୃଦ୍ଧି ପାଇଲେ ମଧ୍ୟ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ବହୁତ ଭଲ। ଆଲୋଚନା କ୍ରମରେ ଘରର କେତେକ କାମକୁ କରିବା…

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରି ଶାରୀରିକ ଓ ମାନସିକ ସୁସ୍ଥତା ଅକ୍ଷୁଣ୍ଣ ରଖିବେ । କର୍ମକ୍ଷେତ୍ରରେ ଅଗ୍ରଗତି କରିବେ, କିନ୍ତୁ କିଛିଟା ପ୍ରତିରୋଧର…

ରାଶିଫଳ: ସୋମବାର, ଜୁଲାଇ ୨୦ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପରାମର୍ଶରେ ବହୁତ ଦିନରୁ ସ୍ଥଗିତ କାମଟିକୁ ହଠାତ୍‌ ଆରମ୍ଭ କରିବା ସକାଶେ ମନ ବଳାଇବେ। କୃତିକା ନକ୍ଷତ୍ର ଆଜି ଯେଉଁ କାମରେ ଯାତ୍ରା କରୁଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri