Posted inRasifala

ରାଶିଫଳ: ସୋମବାର, ମେ ୦୩ ତାରିଖ – Daily Horoscope

ମେଷ
ଉଚ୍ଚସ୍ଥ ରବି ସାଙ୍ଗକୁ କର୍ମସ୍ଥ ଶନି ଓ ଚନ୍ଦ୍ର ସାମାଜିକ ସମ୍ମାନ ଓ ଉଚ୍ଚ ପଦପଦବୀ ପ୍ରଦାନ କରିବେ। ଚେଷ୍ଟା କରୁଥିବା କାମଗୁଡ଼ିକ ସୁବିଧାରେ ଓ ସୁରୁଖୁରୁରେ ହୋଇଯିବ। ଘରେ ବନ୍ଧୁମିଳନ ସହିତ ଖୁସିର ଆସର ଜମିପାରେ। ବାଣିଜ୍ୟ, ବ୍ୟବସାୟ ଦିଗଟି ସନ୍ତୋଷଜନକ ରହିବ।
ବୃଷ
ବୃଷ
ବନ୍ଧୁମାନଙ୍କ ସହ ଘର କାମ ଛାଡ଼ି ବାହାର କାମରେ ବେଶି ସମୟ କଟାଇବାକୁ ପଡ଼ିପାରେ। ଆନୁଷ୍ଠାନିକ କିମ୍ବା ମାଙ୍ଗଳିକ କାର୍ଯ୍ୟ ସକାଶେ ତପତ୍ରତା ବଢ଼ିପାରେ। କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ସାଧାରଣ ଘଟଣାକୁ ଦୁର୍ଘଟଣା ମନେକରିବେ ଓ ଚିନ୍ତିତ ରହିବେ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ଉନ୍ନତ ମାନର ଫଳ ପାଇବେ। ଖୋଜୁଥିବା ଜିନିଷ,ଦରକାରୀ କାଗଜପତ୍ର କିମ୍ବା ସରକାରୀ ସୁବିଧା ସହଜରେ ପାଇଯିବେ। ମନୋରଞ୍ଜନ ପ୍ରୀତିପ୍ରଦ ହେବ ଓ ମିତ୍ରମାନେ ପ୍ରଶଂସା ଗାଇ ବୁଲିବେ। ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ।
କର୍କଟ
କର୍କଟ
ଅତୀତ ଘଟଣାର ସମୀକ୍ଷା କରିବା ସାଙ୍ଗକୁ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଋଣସୂତ୍ରରେ ଅର୍ଥଲାଭ କରିବେ ଏବଂ କଣସି ନୂତନ କର୍ମାରମ୍ଭ କରିପାରନ୍ତି। ନୂତନ ଗୃହୋପଯୋଗୀ ଜମିଜମା ସମ୍ପର୍କୀୟ କଥାରେ ଅଗ୍ରଗତି ଘଟିବ। ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
ସି˚ହ
ସି˚ହ
ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ ଭଲ ସମ୍ପର୍କ ଥିବା ବ୍ୟକ୍ତି ଭୁଲ୍‌ ଧାରଣା ପୋଷଣ କରିପାରେ। ପାରିବାରିକ ସ୍ତରରେ ଅସୁବିଧା ସୃଷ୍ଟି ହେବାର ଲକ୍ଷ୍ୟ କରିବେ। କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ଶିଳ୍ପ, ବାଣିଜ୍ୟ ଓ ଏଜେନ୍‌ଶିପ ଦିଗଟି ଭଲ। ଭଲ କଥାକୁ ବନ୍ଧୁ ଭୁଲ୍‌ ବୁଝିପାରନ୍ତି।
କନ୍ୟା
ଦୀର୍ଘଦିନରୁ କର୍ମକ୍ଷେତ୍ରରେ ରହି ଆସିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ଆଜି ସମାଧାନ ହୋଇଯିବ। ଆର୍ଥିକ ଅନଟନ କାରଣରୁ ମାନସିକ ସ୍ଥିତି ଠିକ୍‌ ରହିନପାରେ। ନିକଟ ସମ୍ପର୍କୀୟମାନଙ୍କ ସନ୍ଦେହଜନକ କାର୍ଯ୍ୟକଳାପ ହେତୁ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରିପାରିବେ ନାହିଁ। ଭଲ ଓ ମନ୍ଦ ମଧ୍ୟରେ ପାରିବାରିିକ ସଦ୍ଭାବ ପ୍ରାୟତଃ ଅକ୍ଷୁଣ୍ଣ ରହିବ।
ତୁଳା
ତୁଳା
ଆଜି ବିଭିନ୍ନ ପ୍ରକାରର କାମଗୁଡ଼ିଏ ହାତକୁ ନେଇ ବିଶ୍ରାମହୀନ କାମ କରିବେ। ପରିବାରର ଆବଶ୍ୟକତାକୁ ଉପଲବ୍ଧି କରି ମୂଲ୍ୟବାନ୍‌ ଜିନିଷ କିଣିବା ସକାଶେ ମନ ବଳାଇ ପାରନ୍ତି। ସରକାରୀ ସ୍ତରରେ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ସାମାଜିକ କ୍ଷେତ୍ରରେ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବ।
ବିଛା
ବିଛା
ତରବରିଆ ଭାବେ କୌଣସି କାମ କଲେ ସବୁ ଓଲଟପାଲଟ ହୋଇଯିବ। ବାରମ୍ବାର ବିଫଳତା ପରେ ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ। ଅନ୍ୟମନସ୍କତା କିମ୍ବା ଅସାବଧାନତା ହେତୁ ସାମୟିକ ଯାତ୍ରାରେ ଅସୁବିଧା ଘଟିପାରେ। ଆଜିର ଅଧିକାଂଶ ସମୟ ବନ୍ଧୁମାନଙ୍କ ସହ ଆଳାପ ଆଲୋଚନାରେ କଟାଇବେ।
ଧନୁ
ଧନୁ
ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହ କାମ କରନ୍ତୁ। କାରଣ ଜାଣିଶୁଣି କେତେକ ବ୍ୟକ୍ତି ସମସ୍ୟା ସୃଷ୍ଟି କରିପାରନ୍ତି। ଅଫିସିଆଲି କାମରେ ଟେନ୍‌ସନ୍‌ କିିଛି ମାତ୍ରାରେ ବଢ଼ିଯିବ। ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ। ପରିବାର ଓ ପରିବହନରେ ସମସ୍ୟା ଦେଖାଦେଲେ ମଧ୍ୟ ତାହାର ସମାଧାନ ହୋଇଯିବ।
ମକର
ମକର
ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ ଏବଂ ମାଙ୍ଗଳିକ କାମରୁ ଖୁସି ରହିବେ। ବନ୍ଧୁ କରୁଥିବା କାର୍ଯ୍ୟର ବିଳମ୍ବତାକୁ ଲକ୍ଷ୍ୟକରି ବ୍ୟସ୍ତ ହୋଇପଡ଼ିବେ। ଥଣ୍ଡା ଜ୍ୱରଜନିତ ରୋଗରେ ପୀଡ଼ା ବୃଦ୍ଧି ଘଟିବାର ଆଶଙ୍କା ରହିଛି। ଘର କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରି ପର କ୍ଷଣରେ ଅନୁତପ୍ତ ହେବେ।
କୁମ୍ଭ
କୁମ୍ଭ
ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ। ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭଲ ସମ୍ପର୍କ ଥିବା ବନ୍ଧୁ ଅସୁବିଧାରେ ପକାଇପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପ୍ରଶାସନ କ୍ଷେତ୍ରରେ ସଫଳତା ହାସଲ କରିବେ। ବନ୍ଧୁଙ୍କ ଜରିଆରେ ମୂଲ୍ୟବାନ୍‌ ଦ୍ରବ୍ୟ ଲାଭରୁ ଖୁସି ହେବେ।
ମୀନମୀନ
ବିଭିନ୍ନ ପ୍ରକାରର କାମରେ କ୍ଷତିର ସାମ୍‌ନା କରି ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରିପାରିବେ ନାହିଁ। କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। ବନ୍ଧୁମାନଙ୍କ ନିମନ୍ତ୍ରଣ କ୍ରମେ ଦୂରଯାତ୍ରାର ସୁଯୋଗ ପାଇବେ। ଆଲୋଚନା କ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଜୁନ୍ ୧୫ ତାରିଖ – Daily Horoscope

ମେଷ ଶୁକ୍ର ମୁଖଭାବରେ ରହି ଏକାଧାରରେ ଅର୍ଥ, ବସ୍ତ୍ରଭୂଷଣ, ବନ୍ଧୁଙ୍କ ଆତିଥ୍ୟଯୋଗ ଲାଭ କରି ଖୁସୀ ହେବେ ା ଅଫିସରେ ସହକର୍ମୀଙ୍କ ସୈାହାର୍ଦ୍ଦ୍ୟ ମଧ୍ୟରେ ନୂତନ ଯୋଜନା…

ରାଶିଫଳ: ରବିବାର, ଜୁନ୍ ୧୪ ତାରିଖ – Daily Horoscope

ମେଷ ଆଜି ସ୍ବଗୃହୀ ମଙ୍ଗଳଙ୍କ ଯୋଗୁ ଦୈହିକ ସ୍ବାସ୍ଥ୍ୟ ଭଲ ରହିବ। ବନ୍ଧୁଙ୍କ ସହଯୋଗରୁ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ କରିପାରିବେ। ପାରିବାରିକ ସ୍ତରରେ ଭାବ ପ୍ରବଣତା…

ରାଶିଫଳ: ଶନିବାର, ଜୁନ୍ ୧୩ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସହ ବୈଷୟିକ ଅଭିବୃଦ୍ଧି ଘଟିବ। ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ ପାରିବାରିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ କାର୍ଯ୍ୟରେ…

ରାଶିଫଳ: ଶୁକ୍ରବାର, ଜୁନ୍ ୧୨ ତାରିଖ – Daily Horoscope

ମେଷ ଗ୍ରହମାନଙ୍କ ଶୁଭ ସମ୍ବନ୍ଧ ଅଭାବରୁ ଯେ କୌଣସି ପ୍ରକାରର ପରିସ୍ଥିତିରେ ମଧ୍ୟ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇ ପାରିବେ ନାହିଁ।…

ରାଶିଫଳ: ଗୁରୁବାର , ଜୁନ୍ ୧୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତି ସ୍ବଗୃହରେ ଶୁକ୍ରନକ୍ଷତ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟ ଭଲ ରହିବା ସହ ଖୁସିରେ ସମୟ କଟିବ। ଶନିଙ୍କ ସଂଯୋଗଜନିତ ଦ୍ୱାଦଶସ୍ଥ ଚନ୍ଦ୍ର ଯାତ୍ରା, ଆଧ୍ୟାତ୍ମିକ ଚିନ୍ତନ…

ରାଶିଫଳ: ବୁଧବାର, ଜୁନ୍ ୧୦ ତାରିଖ – Daily Horoscope

ମେଷ ଆପଣଙ୍କ ଦକ୍ଷତା ଏବଂ କର୍ତ୍ତବ୍ୟନିଷ୍ଠା କାରଣରୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଈର୍ଷାପରାୟଣ ବନ୍ଧୁ ଓ ସହକର୍ମୀ ଅପପ୍ରଚାର ଚଳାଇପାରନ୍ତି। ବାଣିଜ୍ୟ, ବ୍ୟବସାୟିକ କ୍ଷେତ୍ରରେ ଅର୍ଥ ସମ୍ପର୍କକୁ…

ରାଶିଫଳ: ମଙ୍ଗଳବାର , ଜୁନ୍ ୯ ତାରିଖ – Daily Horoscope

ମେଷ ଶ୍ରୁତିମଧୁର ବାକ୍ୟାଳାପ ଦ୍ୱାରା ବନ୍ଧୁଙ୍କୁ ଆପ୍ୟାୟିତ କରିବେ। ଶନିଙ୍କ ପ୍ରଭାବରୁ ମୃଦୁ ମନ୍ଦ ଗତିରେ କର୍ମପ୍ରବାହକୁ ଆଗକୁ ଗଡ଼ାଇନେବାରେ ସାହାଯ୍ୟ କରିପାରନ୍ତି। ବନ୍ଧୁଙ୍କ ସହ ଆନୁଷ୍ଠାନିକ…

ରାଶିଫଳ: ସୋମବାର, ଜୁନ୍ ୮ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ସମସ୍ୟା, ଜମିଜମା କଥା, ସମ୍ପର୍କୀୟଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ପାରିବାରିକ ସ୍ତରରେ ମନ ଭୁଲାଣିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri