Posted inRasifala

ରାଶିଫଳ: ଗୁରୁବାର, ମାର୍ଚ୍ଚ ୩ ତାରିଖ – Daily Horoscope

ମେଷ
ଦୈହିକ ଅସୁସ୍ଥତା ସଙ୍ଗକୁ ମାନସିକ ଶିଥିଳତା ନିରୁତ୍ସାହତା ସୃଷ୍ଟି କରିବ। ଅଟକି ରହିଯାଇଥିବା ବୃତ୍ତିଗତ ଧନ୍ଦାକୁ ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେବେ। ଆତ୍ମୀୟ ସ୍ବଜନଙ୍କୁ ଅତି ନିକଟରେ ପାଇ ନିଜକୁ କିଛି ସମୟ ପାଇଁ ଭୁଲିଯିବେ। ସଭାସମିତି, ମନୋରଞ୍ଜନ, କିମ୍ବା କୌଣସି ନୂତନ କର୍ମାରମ୍ଭ କରିବାରେ ବ୍ୟସ୍ତ ରହିପାରନ୍ତି।
ବୃଷ
ବୃଷ
ଅଟକି ରହିଥିବା କାମ ସମ୍ପନ୍ନ କରିବା ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ଆପଣଙ୍କ ପ୍ରଶଂସା ଓ ପ୍ରତିଷ୍ଠାକୁ ଅନ୍ୟମାନେ ସହି ନ ପାରି ଭିନ୍ନ ମନ୍ତବ୍ୟ ଦେଇପାରନ୍ତି। ସବୁ କାମରେ ଆଗୁଆ ରହିବାରୁ କ୍ଳାନ୍ତି ଅନୁଭବ କରିବେ। ପରିବାରର ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ।
ମିଥୁନ
ମିଥୁନ
ଦିନଭିତରେ ଯେତିକି ଅର୍ଥ ପାଇବେ ତାହାଠାରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। ଅନ୍ୟମାନଙ୍କ କଥାରେ ଭାସିଯାଇ କାମ କଲେ ପରେ ଅନୁତାପ କରିବାକୁ ପଡ଼ିପାରେ। ସାମାଜିକ କ୍ଷେତ୍ରରେ କେବଳ ବେଠି ଖଟିବା ବ୍ୟତୀତ କିଛି ଲାଭ ହେବନି। ମାତ୍ର ବ୍ୟବସାୟ, ବାଣିଜ୍ୟ ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଆଶାଜନକ ଫଳ ପାଇବେ।
କର୍କଟ
କର୍କଟ
ସମସ୍ୟା ରହିଲେ ମଧ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା ସାନ୍ତ୍ୱନା ପ୍ରଦାନରେ ସହାୟକ ହେବ। ଆପଣଙ୍କୁ କୌଣସି ବନ୍ଧୁ ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି। ଶିଳ୍ପ, ବ୍ୟବସାୟ, ବାଣିଜ୍ୟ ଓ ପରିବହନରେ ଅଭିଯୋଗ ଆସିପାରେ। ଘରୋଇ କଥାରେ କିଛି ମତ ପାର୍ଥକ୍ୟ ସୃଷ୍ଟିଜନିତ ମାନସିକ ଦ୍ୱନ୍ଦ୍ୱର ଆଶଙ୍କା ରହିଛି।
ସି˚ହ
ସି˚ହ
ଅର୍ଥସଂକଟ କେତେକ ଗୁରୁତ୍ୱପୂର୍ଣ୍ଣ କାମରେ ଅନ୍ତରାୟ ସୃଷ୍ଟି କରିବ। କୌଣସି ସମ୍ପର୍କୀୟାଙ୍କ ସହ ଉଚ୍ଚବାଚ୍ଚ ଜନିତ କଳହର ସୂଚନାକୁ ଏଡ଼ି ହେବନାହିଁ। ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ପାଇବା କଷ୍ଟକର ହୋଇପାରେ। କର୍ମକ୍ଷେତ୍ରରେ ମଧ୍ୟ ପରିସ୍ଥିତି ବଶତଃ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହେବେ।
କନ୍ୟା
ନିଜଲୋକଙ୍କ ତରଫରୁ କିମ୍ବା ପାଖପଡ଼ୋଶୀଙ୍କ ବାକ୍ୟବାଣରେ ଅତିଷ୍ଠ ହୋଇପାରନ୍ତି। ରୋଗୀଣା ସ୍ବାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ। ଆର୍ଥିକ ସ୍ଥିତି, କର୍ମକ୍ଷେତ୍ର, ବ୍ୟବସାୟିକ ସ୍ଥିତି, ପାରିବାରିକ ଜୀବନ ଗତାନୁଗତିକ ରୀତିରେ ଗଡ଼ିଚାଲିବ। ହସ୍ତା ନକ୍ଷତ୍ର ପାଇଁ ଦିନଟି ଅନୁକୂଳ ରହିବ, ଅର୍ଥ ଓ ସମ୍ମାନ ପାଇବେ ।
ତୁଳା
ତୁଳା
ଭଲ ଓ ମନ୍ଦର ମିଶ୍ରିତ ଫଳାନୁଭୂତି ମଧ୍ୟରେ ଦିନଟି କଟିବ। ଯେତିକି ଆଶା ଓ ଆଗ୍ରହ ନେଇ ବନ୍ଧୁଙ୍କ କାମରେ ବାହାରିଥିଲେ ଫେରିବା ବେଳକୁ ଆଉ ତାହା ନ ଥିବ। ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ, ଫଳରେ ମନ ହାଲୁକା ହୋଇଯିବ। ବୈଷୟିକ କ୍ଷେତ୍ରରେ ଯାହା ଆଶା କରୁଥିଲେ କିଛି ପରିମାଣରେ ଅବଶ୍ୟ ପାଇବେ।
ବିଛା
ବିଛା
ଏକ ଭିନ୍ନ ପରିବେଶରେ ପରିସ୍ଥିତି ବଦଳିଯିବ, ଯାହା କି ଆପଣଙ୍କ ସକାଶେ ରୁଚିକର ହୋଇପାରେ। ଯେତେ କାମ କଲେ ମଧ୍ୟ ସମ୍ପର୍କୀୟମାନେ ଦୂରେଇ ରହୁଥିବାର ଅନୁଭବ କରିବେ। ପାରିବାରିକ କ୍ଷେତ୍ରରେ ନାନା ସମସ୍ୟାରେ ପଡ଼ି ବିଚଳିତ ହୋଇପାରନ୍ତି। କଳା, ସାହିତ୍ୟ ଓ ବନ୍ଧୁ ମିଳନ କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।
ଧନୁ
ଧନୁ
ଭାଙ୍ଗି ପଡ଼ିଥିବା ସମ୍ପର୍କକୁ ପୁନଃ ଯୋଡ଼ିବା ସକାଶେ ଚେଷ୍ଟା କରି କିଛି ଲାଭ ପାଇବେ ନାହିଁ। ଶିଳ୍ପ,ବାଣିଜ୍ୟ ଓ ବ୍ୟବସାୟ, ପରିବହନରେ ଉନ୍ନତି କରିବେ। ଦୀର୍ଘ ଦିନରୁ ଭିତରେ ଭିତରେ କୁହୁଳୁଥିବା ପାରିବାରିକ ସମସ୍ୟାର ସରଳ ସମାଧାନ ଆଶା ମଉଳି ଯାଇପାରେ। ଯାନବାହନ ଚଳାଚଳରେ ଦେଖିଚାହିଁ ପଦକ୍ଷେପ ନିଅନ୍ତୁ।
ମକର
ମକର
କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ଭାବାବେଗକୁ ରୋକିପାରିବେ ନାହିଁ। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ, ମାତ୍ର ବହୁତ ତକଲିପି ସହିବାକୁ ପଡ଼ିବ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ, କିନ୍ତୁ ମନଟା କାହିଁକି ଅଜଣା ଆଶଙ୍କାରେ ଉଦ୍‌ବେଳିତ ହୋଇପାରେ। ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି।
କୁମ୍ଭ
କୁମ୍ଭ
ନିଜର ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦ ଭିତରକୁ ଟାଣି ହୋଇପାରନ୍ତି। ଗତକାଲିର କୌଣସି ଘଟଣାକୁ ନେଇ ଆଜି ମନଟା ଭାରାକ୍ରାନ୍ତ ରହିବ। ସବୁ କାମ ନିରୁତ୍ସାହିତ ଭାବେ କରିବେ ଏବଂ କୌଣସିଥିରେ ଆନ୍ତରିକତା ନ ଥିବ। ଶାରୀରିକ ଅସୁସ୍ଥତା ମଧ୍ୟ ଏହାର ଏକ କାରଣ ହେଇପାରେ।
ମୀନମୀନ
ପ୍ରତ୍ୟେକ ଦିଗରୁ ସମୟ ଅନୁକୂଳ ରହିଲେ ମଧ୍ୟ ଆର୍ଥିକ ଅନଟନ ଓ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ଯେତେ ଭାବିଚିନ୍ତି କାମ କଲେ ମଧ୍ୟ ପାରିବାରିକ ପ୍ରତିରୋଧ କେତେକ କାମକୁ ବିଶୃଙ୍ଖଳିତ କରିବ। କର୍ମ କ୍ଷେତ୍ରରେ ସାଧାରଣ ଘଟଣାରେ ବନ୍ଧୁଙ୍କ ସହ କଳହ ଘଟିପାରେ। ସ୍ବାସ୍ଥ୍ୟରେ ଉନ୍ନତି ଘଟିବ କିନ୍ତୁ ସମ୍ପୂର୍ଣ୍ଣ ନିରାମୟର ଆଶା ରହିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

ରାଶିଫଳ: ବୁଧବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ଅଶ୍ଳେଷା ନକ୍ଷତ୍ର ବ୍ୟତୀତ ଅନ୍ୟ ନକ୍ଷତ୍ର ପାଇଁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ହେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ। ପ୍ରଶାସନ,...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ ଆଜି ଚତୁର୍ଥ କେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଆପଣ ଫଳପ୍ରଦ ଯାତ୍ରା ସାଙ୍ଗକୁ ସାମୟିକ ପାରିବେଶିକ ଆନନ୍ଦ ଅନୁଭବ କରିବେ। କିନ୍ତୁ ନୀଚସ୍ଥ ବୁଧଙ୍କ ସ୍ଥିତି...

ରାଶିଫଳ: ସୋମବାର, ଏପ୍ରିଲ ୧୫ ତାରିଖ – Daily Horoscope

ମେଷ ଆଜି ପ୍ରଶାସନିକ ସଫଳତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ସହ ସମ୍ମାନଜନକ ସ୍ଥିତିରେ ରହିବେ। କୃତିକା ନକ୍ଷତ୍ର ବନ୍ଧୁଙ୍କ ଅନୁରୋଧରେ ନୂତନ ସ୍ଥାନ ବୁଲିଯିବାର...

ରାଶିଫଳ: ରବିବାର, ଏପ୍ରିଲ ୧୪ ତାରିଖ – Daily Horoscope

ମେଷ ଆଜି ଗୁର୍ବାଦିତ୍ୟ ଯୋଗ ପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟରୁ ସମ୍ମାନିତ ହେବେ। ବନ୍ଧୁ ପରିଜନଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଉପସ୍ଥିତ ସମସ୍ୟାର...

ରାଶିଫଳ: ଶନିବାର , ଏପ୍ରିଲ ୧୩ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି କାରଣରୁ ଆପଣଙ୍କ ଆକର୍ଷଣୀୟ ବ୍ୟବହାର ସମସ୍ୟା ସମାଧାନରେ ସହାୟକ ହେବ। ଲୋକସମ୍ପର୍କ ବୃଦ୍ଧି, ପାରିବାରିକ ସହଯୋଗ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅନ୍ୟମନସ୍କ ଯୋଗୁ କେତେକ ବ୍ୟତିକ୍ରମ ସୂଚନା ରହିଛି। ଦ୍ୱିଜା ନକ୍ଷତ୍ରର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ଭଲ ସମ୍ପର୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri