ମେଷ

ଆଜି ପ୍ରତ୍ୟେକ କାମକୁ ସଫଳତାର ସହ ସମ୍ପନ୍ନ କରିବେ। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ, କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ଲାଭବାନ ହେବେ। ଋଣ ପରିଶୋଧ,ସନ୍ତାନଙ୍କ ଦୁର୍ବଳ ସ୍ବାସ୍ଥ୍ୟ ଏବଂ ପଡ଼ୋଶୀଙ୍କ ସହ କଳହଜନିତ ମନ ଭଲ ରହି ନ ପାରେ।
ବୃଷ

ଆପଣଙ୍କର ମନ ଯେମିତି ଉଚ୍ଚ କାମ ମଧ୍ୟ ତଦନୁରୂପ ହେବା କାରଣରୁ ଦିନଟି ହସଖୁସିରେ ଅତିବାହିତ ହେବ। ପ୍ରତ୍ୟେକ ସମସ୍ୟାକୁ ପ୍ରତିହତ କରି କାମଗୁଡ଼ିକ ଠିକ୍ ଭାବରେ ସମ୍ପନ୍ନ କରିବେ। ସାହିତ୍ୟ, ସଭାସମିତି, ସାମ୍ବାଦିକତା,ଏଜେନ୍ଶିପରୁ ପ୍ରଶଂସିତ ହେବେ। ସମ୍ପର୍କୀୟଙ୍କଠାରୁ ଅଯାଚିତ ସାହାଯ୍ୟ, ସହଯୋଗ ପ୍ରାପ୍ତ ହୋଇପାରେ।
ମିଥୁନ

ମନ ଓ କାମ ସମସ୍ୟା ବହୁଳ ରହିଲେ ମଧ୍ୟ କୌଣସି କ୍ଷେତ୍ରରେ ପଳାୟନପନ୍ଥୀ ହେବେ ନାହିଁ। ବୁଝାମଣା ଅଭାବରୁ କର୍ମକ୍ଷେତ୍ରରେ ବିବଦମାନ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ମନ ସାମୟିକ ଖୁସି ରହିବ। ଅସଫଳତାର କାରଣ ଖୋଜିବାକୁ ଯାଇ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି।
କର୍କଟ

ଆଜି ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବେ। କଚେରି ମାମଲା, ଘରୋଇ କଳହ କ୍ଷେତ୍ରରେ ଟେନ୍ସନ୍ ଦୂର ହେବ। ବ୍ୟବସାୟ, ଯାତ୍ରା, ଆଲୋଚନା କ୍ଷେତ୍ରରେ ସଫଳତାର ଶୀର୍ଷରେ ଉପନୀତ ହୋଇପାରନ୍ତି। ଚେଷ୍ଟା କରୁଥିବା କାମରୁ ସୁଫଳ ପାଇବେ ଓ ସାମାଜିକ ସ୍ତରରେ ସମ୍ମାନିତ ହେବାର ଆଶା ରହିଛି।
ସି˚ହ

ଆବଶ୍ୟକତା ବୃଦ୍ଧି ପାଉଥିବାରୁ ଆଜି ଯାହା କଲେ ମଧ୍ୟ ଅଳ୍ପଖର୍ଚ୍ଚରେ ତାହା କରିପାରିବେ ନାହିଁ। ପଦାଧିକାରୀଙ୍କ ଆଦେଶରେ ଯାତ୍ରା କରିବାକୁ ବାଧ୍ୟ ହେବେ। ମନ ବିଚଳିତ ରହିବା କାରଣରୁ କେତେକ କ୍ଷେତ୍ରରେ ନିଜକୁ ନିୟନ୍ତ୍ରଣରେ ରଖପାରିବେ ନାହିଁ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବାର ସୂଚନା ରହିଛି।
କନ୍ୟା

ବିଭିନ୍ନ ସମସ୍ୟା ମଧ୍ୟରେ ଦୈହିକ ଅସୁସ୍ଥତା କର୍ମକ୍ଷେତ୍ରକୁ ପ୍ରଭାବିତ କରିବ। ଲାଗି ରହିଥିବା ଘରୋଇ ସମସ୍ୟାର ସମାଧାନ ସକାଶେ ଜଣେ ଆତ୍ମୀୟ ସାହାଯ୍ୟ କରିପାରନ୍ତି। କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍ବ୍ୟବହାର କରିବା କାଠିକର ପାଠ ହୋଇପାରେ। ଭୁଲ୍ ବୁଝାମଣାରୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଘଟିପାରେ।
ତୁଳା

ଆଜି ସକାଳୁ ସକାଳୁ କୌଣସି ଶୁଭଖବର ଆପଣଙ୍କ ସୁଖ, ସନ୍ତୋଷର ପୃଷ୍ଠଭୂମି ପାଲଟିଯିବ। ସ୍ବାତି ନକ୍ଷତ୍ରର କିଛି ଅସୁବିଧା ନ ଥିଲେ ମଧ୍ୟ କର୍ମକ୍ଷେତ୍ରରେ କିଛିନା କିଛି କାରଣକୁ ନେଇ ଟେନ୍ସନ ଲାଗିରହିବ। ପ୍ରଚଣ୍ଡ ଖରାରେ ଦୀର୍ଘପଥ ଅତିକ୍ରମ କରିବା କାରଣରୁ ସ୍ବାସ୍ଥ୍ୟରେ ସମସ୍ୟା ପରିଲକ୍ଷିତ ହୋଇପାରେ।
ବିଛା

ଅସଫଳତା କାରଣରୁ ମନରେ ଅଶାନ୍ତି ରହିଥିଲେ ମଧ୍ୟ ପରିସ୍ଥିତି ପ୍ରତି ସଚେତନ ରହି ଚଳିବାକୁ ବାଧ୍ୟ ହେବେ। ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ। ପ୍ରତ୍ୟେକ ସ୍ତରରେ ସ୍ତ୍ରୀଙ୍କ ପ୍ରେରଣା ଲାଭକରି ଉପକୃତ ହେବେ। ସଂଗଠନ, ଆନୁଷ୍ଠାନିକ କାମ, ରାଜନୀତି,ଅଧ୍ୟୟନ ଓ ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ।
ଧନୁ

ମାନସିକ ସ୍ଥିତି ଭଲ ନ ଥିଲେ ମଧ୍ୟ ବନ୍ଧୁଙ୍କ ଆଶ୍ୱାସନାରୁ ସାନ୍ତ୍ୱନା ମିଳିବ। ପାରିବାରିକ ସମସ୍ୟା ଲାଗି ରହିଥିଲେ ମଧ୍ୟ ବନ୍ଧୁଙ୍କ ଅନୁରୋଧ ରକ୍ଷା କରି ତାହାଙ୍କ ସଙ୍ଗରେ ଯିବାକୁ ବାଧ୍ୟ ହେବେ। ଶିଳ୍ପ,ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ପରୋକ୍ଷ ଶତ୍ରୁତା କାରଣରୁ ହାତକୁ ନେଇଥିବା କାମଟିକୁ ସମ୍ପନ୍ନ କରି ପାରିବେ ନାହିଁ।
ମକର

ଯେଉଁ କାମଟିକୁ ଆରମ୍ଭ କରିବେ ତାହା ସଫଳତାର ଶୀର୍ଷକୁ ଛୁଇଁପାରେ। ବାକି ରହିଥିବା ଟଙ୍କା ଆଜି ଅପରାହ୍ନରେ ପାଇବେ। ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡ ରୋଗରେ କଷ୍ଟ ପାଇପାରନ୍ତି। ପାରିବାରିକ ସ୍ଥିତି କେତେକାଂଶରେ ଭଲ ରହିଥିଲେ ମଧ୍ୟ ଅନ୍ତର୍ନିହିତ ମାନସିକ ଅଶାନ୍ତି ଲାଗିରହିବ।
କୁମ୍ଭ

ସମ୍ପର୍କୀୟଙ୍କ ସହଯୋଗରୁ କୌଣସି କାମ ଅଟକିବ ନାହିଁ। ପ୍ରଶାସନିକ, ରାଜନୈତିକ ଓ ସାମାଜିକ ସ୍ତରରେ ପତିଆରା ବୃଦ୍ଧି ପାଇପାରେ। କାଳକ୍ଷେପଣ ନୀତି ପରିହାର କରି ପିଲାମାନଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ବିଚାର କରିବା ଭଲ ହେବ। ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇବାଜନିତ ମାନସିକ ଦୁଶ୍ଚିନ୍ତା ବୃଦ୍ଧି ପାଇପାରେ ।
ମୀନ
ଆନୁଷ୍ଠାନିକ କାମରେ କିମ୍ବା ସଭାସମିତିରେ ଆଦରଣୀୟ ରହିବେ। ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ଜମିଜମା କାରବାର, କଳ, କାରଖାନା, ହୋଟେଲ, ତେଜରାତି ଦୋକାନ ପ୍ରଭୃତିରୁ ବିଶେଷ ଲାଭବାନ୍ ହେବେ। ଆତ୍ମୀୟସ୍ବଜନଙ୍କ ବାଧ୍ୟବାଧକତାରେ ଭ୍ରମଣ ହେତୁକ ଅବସାଦ ଦେଖାଦେଇପାରେ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.