Posted inRasifala

ରାଶିଫଳ: ଶନିବାର, ଜୁଲାଇ ୦୩ ତାରିଖ – Daily Horoscope

ମେଷ
ଅର୍ଥସଙ୍କଟ ଲାଗିରହୁଥିବାରୁ ମାନସିକ ଅସ୍ଥିରତା ଭିତରେ ଚଳିବାକୁ ବାଧ୍ୟ ହେବେ। ପରିବାରରେ ବନ୍ଧୁମିଳନ ସଙ୍ଗକୁ ମାଙ୍ଗଳିକ କାମରେ ତତ୍ପରତା ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ପ୍ରଶାସନିକ ସମସ୍ୟାକୁ କେନ୍ଦ୍ର କରି ଅନ୍ତଦ୍ଦର୍‌ବନ୍ଦ୍ୱ ସୃଷ୍ଟି ହୋଇପାରେ। ଗତକାଲିଠାରୁ ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ସହଜରେ ପାଇଯିବେ।
ବୃଷ
ବୃଷ
କର୍ମ ସ୍ଥାନରେ ବକ୍ରୀ ବୃହସ୍ପତି ରହିଥିବାରୁ କୌଣସି ନୂତନ ଯୋଜନା କରିବା ସକାଶେ ମନ ବଳାଇବେ। ପିଲାମାନଙ୍କ ସମସ୍ୟା ବିଷୟକୁ ନେଇ ମନରେ ସରସତା ରହିବ ନାହିଁ। କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଆକସ୍ମିକଭାବରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଉପକୃତ ହୋଇପାରନ୍ତି।
ମିଥୁନ
ମିଥୁନ
ବହୁତ ଦିନରୁ ମନରେ ଚିନ୍ତା କରିଥିବା କାମଟିକୁ ଆଜି ସମ୍ପନ୍ନ କରିବେ। ତୃତୀୟାଧିପ ରାଶିରେ ଥିବାରୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ। ବ୍ୟବସାୟ, ପ୍ରଶାସନ, କଳା, ସାହିତ୍ୟ ଚର୍ଚ୍ଚା, ସଙ୍ଗୀତ ଆସରରେ ନିଜକୁ ହଜାଇ ଦେଇପାରନ୍ତି। ଭୁଲ୍‌ ବୁଝାମଣା କିମ୍ବା ସନ୍ଦେହଜନିତ ପାରିବାରିକ ଦିଗଟି ବିଶେଷ ଭଲ ରହିବ ନାହିଁ।
କର୍କଟ
କର୍କଟ
ଆଜି ପରିବାରର କୌଣସି ଅଭାବ ଅସୁବିଧାକୁ କେନ୍ଦ୍ରକରି ମନ ଅଶାନ୍ତ ରହିପାରେ। କର୍ମକ୍ଷେତ୍ରରେ କୌଣସି ବ୍ୟକ୍ତି ସ୍ବାର୍ଥ ହାସଲ ଲାଗି ଆପଣଙ୍କୁ ଅସ୍ତ୍ର ରୂପେ ବ୍ୟବହାର କରିବାକୁ ଚେଷ୍ଟା କରିବେ। ସ୍ତ୍ରୀଙ୍କ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରି ପାରନ୍ତି। କ୍ରୀଡା ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ।
ସି˚ହ
ସି˚ହ
କେତୁଙ୍କ କୁପ୍ରଭାବରୁ ଆକସ୍ମିକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ଭାଇ, ଭଉଣୀ କିମ୍ବା ପଡ଼ୋଶିନୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି। କାର୍ଯ୍ୟ ବ୍ୟସ୍ତତା ହେତୁ ଖାଦ୍ୟପେୟ ଠିକ୍‌ ରହିବ ନାହିଁ। କାରବାର, ପରିବହନ, ଷ୍ଟେସନେରି ଦୋକାନୀ ବିଶେଷ ଭାବେ ଲାଭବାନ ହେବେ।
କନ୍ୟା
କର୍ମଭାବ ଶୁଭଦୃଷ୍ଟି ହେତୁ କାମଗୁଡିକ ଶୃଙ୍ଖଳିତ ରହିବ ଏବଂ ଅନୁକୂଳ ପରିବେଶ ସୃଷ୍ଟି ହେବ। ସାଙ୍ଗସାଥୀ ମାନଙ୍କର ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ତଥାପି କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ। ଉତ୍ତରାଫାଲଗୁନୀ ଅବେହଳା ଓ ଆଳସ୍ୟ ଯୋଗୁ ବନ୍ଧୁମହଲରେ ଅପମାନିତ ହୋଇପାରନ୍ତି।
ତୁଳା
ତୁଳା
ଯାହା ଦୀର୍ଘଦିନରୁ ପାଉ ନ ଥିଲେ ଆଜି ତାହା ପାଇ ମନ ଖୁସି ହୋଇଯିବ। ମନ ବୁଝିଲା ଭଳି କଥା କହି ଶତ୍ରୁଠାରୁ ମଧ୍ୟ କାମ ହାସଲ କରିନେବେ। ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହୋଇପାରେ,ଏଣୁ ସତର୍କତାର ସହ କିଛି ମତମନ୍ତବ୍ୟ ଦେବା ଭଲ। ଚନ୍ଦ୍ରଙ୍କ ସ୍ଥିତିରୁ ଆଲୋଚନା କ୍ଷେତ୍ରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।
ବିଛା
ବିଛା
ଆଜିର ଯାତ୍ରାରେ ଲକ୍ଷ୍ୟ ହାସଲ କରିବାରେ ଅସୁବିଧା ହେବ ନାହିଁ। ଶୁକ୍ର ଭାଗ୍ୟସ୍ଥାନରେ ରହିଥିବାରୁ ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ଅଜଣାବ୍ୟକ୍ତିଙ୍କ ତରଫରୁ ସମସ୍ୟା ଆସିପାରେ। ପରିବହନ କ୍ଷେତ୍ରରେ ଲାଭ କମ୍‌ ମିଳିଲେ ମଧ୍ୟ ଆଗାମୀ କ୍ଷେତ୍ର ପ୍ରସ୍ତୁତ ହୋଇ ରହିବ।
ଧନୁ
ଧନୁ
ବୁଧଙ୍କ ରାଶିରେ ରବି ଥିବାରୁ ବନ୍ଧୁଙ୍କ ସହ ଭ୍ରମଣ, କ୍ରୀଡା ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ମଜି ରହିବେ। ପରୀକ୍ଷାରେ ପିଲାମାନଙ୍କ ସଫଳତାରେ ଆନନ୍ଦ ଅନୁଭବ କରିପାରନ୍ତି। ଆଜିର ପ୍ରତ୍ୟୁଷଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ। ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିବ। ବ୍ୟବସାୟ ଓ ପରିବହନ ପାଇଁ ଦିନଟି ବହୁତ ଭଲ।
ମକର
ମକର
ନୀଚସ୍ଥ ମଙ୍ଗଳ ହେତୁକ ପାରିବାରିକ ସ୍ତରରେ ଭୁଲ୍‌ ବୁଝାମଣାରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ସବୁ କଥାରେ ଟିକିଏ ପଛକୁ ରହି କାମ ନ କଲେ କଳହର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ନିଜର ଅନ୍ତରଙ୍ଗ ବନ୍ଧୁଙ୍କ ବ୍ୟବହାରରେ ଆନ୍ତରିକତା ଅନୁଭବ କରି ଦୁଃଖ ପ୍ରକାଶ କରି ପାରନ୍ତି।
କୁମ୍ଭ
କୁମ୍ଭ
ଆଜିର ଚନ୍ଦ୍ର ଅଷ୍ଟମାଧିପଙ୍କ ନକ୍ଷତ୍ରସ୍ଥ ହେତୁ ବାକ୍‌ ଅସଂଯମତାରୁ ସୁସମ୍ପର୍କ ବ୍ୟାହାତ ହେବ। ଦୀର୍ଘଦିନରୁ ଲାଗିରହିଥିବା ସଙ୍ଗୀତ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। କର୍ମକ୍ଷେତ୍ରରୁ ଅଭିଯୋଗ ଆସିପାରେ, ଡରିବାର କିଛି କାରଣ ନାହିଁ କହିଲେ ଚଳେ। ଦେହ ଭଲ ରହିଲେ ମଧ୍ୟ ସାମୟିକ ପୁରାତନ ରୋଗରେ କଷ୍ଟ ପାଇବେ।
ମୀନମୀନ
ସ୍ବଗୃହାଭିମୁଖୀ ଗୁରୁ ହେତୁ ବିଭିନ୍ନ ଯୋଜନା କରି ପରିସ୍ଥିତିକୁ ସୁଧାରିବାର ପ୍ରଯନତ୍ କରି ପାରନ୍ତି। ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ପରିସ୍ଥିତିକୁ ଯେତେଟା ଜଟିଳ ମଣୁଛନ୍ତି ବାସ୍ତବରେ ସେପରି ହେବନି। ରେବତୀ ନକ୍ଷତ୍ର ଦେଖିଚାହିଁ ପଦକ୍ଷେପ ନ ନେଲେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri