Posted inRasifala

ରାଶିଫଳ: ସୋମବାର, ଜାନୁୟାରୀ ୩ ତାରିଖ – Daily Horoscope

ମେଷ
ଆଜି ଆପଣଙ୍କୁ ଆଶାନୁଯାୟୀ ଅର୍ଥଲାଭ,ବ୍ୟବସାୟିକ ସଫଳତା ମିଳିବ। ପରିବହନରେ ସମସ୍ୟା ସମାଧାନ ଓ କଚେରି ମାମଲାରେ ବିଜୟୀ ହେବା ନିଶ୍ଚିତ। ବନ୍ଧୁଙ୍କ ସୁପରାମର୍ଶ ଅନୁଯାୟୀ କାମ କଲେ ଉଚ୍ଚ ପ୍ରଶଂସିତ ହେବେ। ପାଖ ପଡ଼ୋଶୀ କିମ୍ବା ନିଜର ଆତ୍ମୀୟଙ୍କ ଅସହଯୋଗରୁ କାମଗୁଡ଼ିକ ଅଧାରେ ଅଟକି ଯାଇପାରେ।
ବୃଷ
ବୃଷ
ଅଟକି ରହିଥିବା କାମଟିକୁ ପୁନଃ ଆରମ୍ଭ କରିବାକୁ ମନସ୍ଥ କରିପାରନ୍ତି। ବ୍ୟବସାୟ, ନିର୍ମାଣ, ଶିଳ୍ପ, ବାଣିଜ୍ୟ, ଏଜେନ୍‌ଶିପ୍‌, ବୀମା, ଶେୟାର ବଜାରରେ ସଫଳତା ହାସଲ କରିବେ। ଅନ୍ୟକୁ ସାହାଯ୍ୟର ପ୍ରତିଶ୍ରୁତି ଦେଇ ନିଜେ ହଇରାଣରେ ପଡ଼ିପାରନ୍ତି। ପରୋକ୍ଷ ଶତ୍ରୁତାର କୁପରିଣାମ ସ୍ବରୂପ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ।
ମିଥୁନ
ମିଥୁନ
ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ ସମସ୍ୟାର ସମାଧାନ କଷ୍ଟକର ହେବ। ସହକର୍ମୀ ସାହାଯ୍ୟର ପ୍ରତିଶ୍ରୁତି ଦେଇ ଶେଷ ସମୟରେ ନାସ୍ତିବାଣୀ ଶୁଣାଇ ପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ତଥା ରାଜନୀତି, ସଙ୍ଗଠନ କ୍ଷେତ୍ରରେ ଉନ୍ନତ ଫଳ ପାଇବେ। ମାଲିମକଦ୍ଦମା ହେତୁ ମାନସିକ ସ୍ଥିତି ଠିକ୍‌ ରହିନପାରେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ କଠିନ ଶ୍ରମ, ଅତ୍ୟଧିକ ମାନସିକ ଚାପଜନିତ ସ୍ବାସ୍ଥ୍ୟ ଭଲ ରହିନପାରେ। ଅତ୍ୟଧିକ ଭାବ ପ୍ରବଣତା ହେତୁ କେତେକ ଆକସ୍ମିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ସମ୍ପର୍କ ଯୋଡ଼ିବା କ୍ଷେତ୍ରରେ ମରୀଚିକା ପଛରେ ଦୌଡ଼ିବାକୁ ପଡ଼ିପାରେ। ଅଫିସରେ ବାକ୍‌ ଅସଂଯମତା ଯୋଗୁ ସହକର୍ମୀଙ୍କ ସହ ସୁସମ୍ପର୍କ ବ୍ୟାହତ ଆଶଙ୍କା ରହିଛି।
ସି˚ହ
ସି˚ହ
ମତଭେଦ କାରଣରୁ ପରିବାର ମଧ୍ୟରେ ଅଟକି ରହିଥିବା କାର୍ଯ୍ୟ ସକାଶେ ଅନୁତାପ କରିବେ। କର୍ମକ୍ଷେତ୍ରରେ ଅକାରଣ ଅଭିଯୋଗ ସକାଶେ ଅନ୍ତରଙ୍ଗ ବନ୍ଧୁଟି ଉପରେ ସନ୍ଦେହ ଘନୀଭୂତ ହୋଇପାରେ। ବ୍ୟବସାୟ, ପରିବହନ, ନିର୍ମାଣାଦିରେ ଉନ୍ନତି ଘଟିବ। ସମ୍ପର୍କୀୟଙ୍କ ପରୋକ୍ଷ ଶତ୍ରୁତା ପ୍ରଗତିରେ ଅନ୍ତରାୟ ସୃଷ୍ଟି କରିପାରେ।
କନ୍ୟା
ସମସ୍ତ ପ୍ରକାରର ସୁବିଧା ଥାଇ ମଧ୍ୟ କାମଟି ଅଟକି ରହିବା କାରଣରୁ କ୍ଷୋଭ ପ୍ରକାଶ କରିବେ। ବହୁତ ଦିନରୁ ପ୍ରତୀକ୍ଷା କରିଥିବା ସରକାରୀ ସ୍ତରରୁ ହଠାତ୍‌ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। କ୍ରୀଡ଼ା, ଚଳଚ୍ଚିତ୍ର, ସାହିତ୍ୟ, କଳା, କାରିଗରି କ୍ଷେତ୍ରରୁ ପ୍ରଶଂସିତ ହେବେ। ଆର୍ଥିକ ସ୍ଥିତି ଖରାପ ହେବା କାରଣରୁ ମନ ଅସ୍ଥିର ରହିବ।
ତୁଳା
ତୁଳା
ନିଜ ମନ ଅନୁଯାୟୀ କୌଣସି କାମ ସମ୍ପନ୍ନ ନ ହେବା କାରଣରୁ ମାନସିକ ଅସ୍ଥିରତା ସୃଷ୍ଟି ହେବ। ବିଶେଷ ଗୁରୁତର ନ ହେଲେ ମଧ୍ୟ ପରିବାରରେ ସାଧାରଣ କଥାରୁ କଳହ ସୃଷ୍ଟି ହୋଇପାରେ। ବନ୍ଧୁଙ୍କ ଅସମୟରେ ସାହାଯ୍ୟ କରିବା କାରଣରୁ ପ୍ରଶଂସିତ ହେବେ। ସହାନୁଭୂତିଶୀଳ ମନୋଭାବ ପୋଷଣରୁ ପଦମର୍ଯ୍ୟାଦା ବୃଦ୍ଧି ପାଇବ।
ବିଛା
ବିଛା
କର୍ମକ୍ଷେତ୍ରରେ ପ୍ରତିବନ୍ଧକ ଉପୁଜିବା ଜନିତ କେତେକ ଗୁରୁତ୍ୱପୂର୍ଣ୍ଣ କାମ ସମ୍ପନ୍ନ କରିପାରିବେ ନାହିଁ। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ମନାନ୍ତରର ଆଶଙ୍କା ରହିଛି। ଅଫିସିଆଲି କାମରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ। ଅବହେଳା କାରଣରୁ ପୁରାତନ ରୋଗର ପ୍ରାଦୁର୍ଭାବ ଦୈହିକ ଅସୁସ୍ଥତା ସୃଷ୍ଟି କରିବ।
ଧନୁ
ଧନୁ
ଅନିଷ୍ଟ ଚିନ୍ତା ନ କରୁଥିଲେ ମଧ୍ୟ ଆମତ୍ୀୟମାନେ ଭୁଲ୍‌ ବୁଝି ଦୂରେଇ ଯାଉଥିବାର ଅନୁଭବ କରିପାରନ୍ତି। ସମ୍ପର୍କୀୟଙ୍କ ପ୍ରତାରଣାପୂର୍ଣ୍ଣ କଥାକୁ ବିଶ୍ୱାସ କରି ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ।
ମକର
ମକର
କୈାଣସି ବିବାଦୀୟ ଘଟଣାବଳୀ ମନକୁ ଭାରାକ୍ରାନ୍ତ କରିପାରେ। ନୂତନ ଭାବେ ଆରମ୍ଭ କରିବାକୁ ମନସ୍ଥ କରିଥିବା କାମଟି ଆଦୈା ଅଟକିବ ନାହିଁ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ,କିନ୍ତୁ କିଛି ଅସୁବିଧା ହେବ ନାହିଁ। ସଭା ସମିତି, ନିର୍ମାଣ ଓ ପରିବହନ ସକାଶେ ଦିନଟି ଅନୁକୂଳ ରହିବ।
କୁମ୍ଭ
କୁମ୍ଭ
ଆଜି ପ୍ରତିଯୋଗୀତା, ପ୍ରତିଦ୍ୱନ୍ଦିତା, ମାଲିମକଦ୍ଦମା, ପ୍ରଭୃତିରେ ଆପଣଙ୍କ ସପକ୍ଷରେ ଅନୁକୂଳ ରହିବ। ସାମାଜିକ ସ୍ତରରେ, ଆଲୋଚନା କ୍ଷେତ୍ରରେ, ବନ୍ଧୁଗହଣରେ ଆପଣଙ୍କ ମତ ଓ ମନ୍ତବ୍ୟର ପ୍ରାଧାନ୍ୟତା ବଢିଯିବ। ବ୍ୟବସାୟ ଓ ବାଣିଜ୍ୟ,ଅର୍ଥ ସମ୍ପର୍କୀତ ଆଲୋଚନା କ୍ଷେତ୍ରରେ ସମସ୍ୟା ଦୂରେଇ ଯିବ।
ମୀନମୀନ
କର୍ମକ୍ଷେତ୍ରରେ ମତାନ୍ତର, ଶତ୍ରୁତା ଓ ଶିକ୍ଷା,ସନ୍ତାନ କ୍ଷେତ୍ରରେ ପ୍ରତିକୂଳତା ସୃଷ୍ଟି କରିବେ। ଆପଣଙ୍କ ସମ୍ମୁଖରେ ମିଠା କଥା କହୁଥିବା ବ୍ୟକ୍ତିଙ୍କ ଅଭିସନ୍ଧିମୂଳକ କାର୍ଯ୍ୟକଳାପ ପ୍ରତି ସଜାଗ ରହି କାମ କରିବା ଭଲ ହେବ। ରପ୍ରାନୀ ବାଣିଜ୍ୟ, ପ୍ଲଟିଂ କାରବାର, ଧାତୁ ଅଳଙ୍କାର.କୁଟୀରଶିଳ୍ପ ବ୍ୟବସାୟୀ ମାନଙ୍କ ପାଇଁ ଦିନଟି ବହୁତ ଭଲ ରହିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ଜୁଲାଇ ୧୦ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟରୁ ଅର୍ଥଲାଭ ହେବା ସାଙ୍ଗକୁ ପ୍ରିୟଜନଙ୍କ ଦେଖାସାକ୍ଷାତ୍‍ରୁ ଖୁସି ରହିବେ। ମତପାର୍ଥକ୍ୟ କାରଣରୁ ବନ୍ଧୁ କିମ୍ବା ପରିବାର ସହ ମନୋମାଳିନ୍ୟ ସୃଷ୍ଟିର…

ରାଶିଫଳ: ଗୁରୁବାର, ଜୁଲାଇ ୯ ତାରିଖ – Daily Horoscope

ମେଷ ଆଜି ଜନ୍ମଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ମତାନ୍ତର ସାଙ୍ଗକୁ ଧନହାନିର ଆଶଙ୍କା ରହିଛି। ପାରିବାରିକ ସମସ୍ୟା ସମାଧାନ ପାଇଁ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।…

ରାଶିଫଳ: ବୁଧବାର, ଜୁଲାଇ ୮ ତାରିଖ – Daily Horoscope

ମେଷ ଆଜି ଆନୁଷ୍ଠାନିକ କାର୍ଯ୍ୟରେ ବନ୍ଧୁଗୃହକୁ ଯାତ୍ରା ସକାଶେ ମନସ୍ଥ କରିବେ। ସରକାରୀ ସ୍ତରରୁ ପ୍ରତୀକ୍ଷିତ ଖବରଟି ବନ୍ଧୁଙ୍କ ମାଧ୍ୟମରେ ପାଇବେ। ଅଶ୍ୱିନୀ ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ,…

ରାଶିଫଳ: ମଙ୍ଗଳବାର, ଜୁଲାଇ ୭ ତାରିଖ – Daily Horoscope

ମେଷ ଆଜି ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସାଙ୍ଗକୁ ବନ୍ଧୁମାନଙ୍କ ସହ ଦୂରଯାତ୍ରା କରିବାର ମଉକା ପାଇବେ। ସହକର୍ମୀଙ୍କ ଆର୍ଥିକ ଅନୁଦାନ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ବିତ କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri