Posted inRasifala

ରାଶିଫଳ: ଶୁକ୍ରବାର, ଫେବୃୟାରୀ ୩ ତାରିଖ – Daily Horoscope

ମେଷ
ଆଜି ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବାରେ ସମର୍ଥ ହୋଇପାରନ୍ତି । ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମଧ୍ୟ ଶିଥିଳତା ଦେଖାଦେବ। ପରୋକ୍ଷ ଶତ୍ରୁତାଜନିତ ନିଜ ଲୋକମାନେ ଦାଉ ସାଧିବାର ଅପଚେଷ୍ଟା କରିବେ।
ବୃଷ
ବୃଷ
ସରକାରୀ ସ୍ତରରୁ ବହୁ ପ୍ରତୀକ୍ଷିତ ଖବରଟି ବନ୍ଧୁଙ୍କ ନିକଟରୁ ପାଇ ଖୁସି ହେବେ। ପୁରୁଣା ସମ୍ପର୍କ, ଜମିଜମା, ଗାଡି ମୋଟରରୁ ଲାଭବାନ୍‌ ହୋଇପାରନ୍ତି। ନୀଚ ସଂସର୍ଗରୁ ଦୂରେଇ ରହନ୍ତୁ, ନତୁବା ଆକସ୍ମିକ ଭାବେ ସମସ୍ୟା ନିୟନ୍ତ୍ରଣ ବାହାରକୁ ଚାଲିଯାଇପାରେ। କଳା, ସାହିତ୍ୟ, ସଂସ୍କୃତି ଓ ସଙ୍ଗୀତ ସାଧନା କ୍ଷେତ୍ରରେ ଅଗ୍ରଗତି କରିବେ।
ମିଥୁନ
ମିଥୁନ
ପରିସ୍ଥିତିର ବିଷମତାକୁ ଲକ୍ଷ୍ୟକରି ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ। ବ୍ୟବସାୟୀମାନେ ବ୍ୟବସାୟରେ କିଛି ନୂତନ ପଦେକ୍ଷପ ନେବା ସକାଶେ ଚିନ୍ତା କରିବେ। ନିଜର ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ବନ୍ଧୁ ଅସୁବିଧାରେ ପକାଇ ପାରନ୍ତି। ଶିଳ୍ପ, ବାଣିଜ୍ୟ, କଳା, କାରିଗରି କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ।
କର୍କଟ
କର୍କଟ
ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ ଦୀର୍ଘଦିନର ଆଶା ଫଳବତୀ ହୋଇପାରେ। ଅଫିସ କାମରେ ବ୍ୟସ୍ତ ଥିବା ସମୟରେ ହଠାତ୍‌ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ବ୍ୟବସାୟ,ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି। ପାରସ୍ପରିକ ଆଲୋଚନା କ୍ରମେ ପାରିବାରିକ ବିବାଦର ସମାଧାନ ହୋଇଯିବ।
ସି˚ହ
ସି˚ହ
ସ୍ବାର୍ଥସାଧନ ଉଦ୍ଦେଶ୍ୟରେ ଆତ୍ମୀୟମାନେ ଆପଣଙ୍କ ପ୍ରଶଂସାରେ ଶତମୁଖ ହୋଇପାରନ୍ତି।ପରିଜନଙ୍କ ସହ ଆଜିର ସକାଳୁଆ ଯାତ୍ରା ଫଳପ୍ରଦ ହେବ। ପାରିବାରିକ କ୍ଷେତ୍ରରେ ଅର୍ଥ ସଂକଟ ଲାଗିରହିପାରେ। ଉତ୍ତରାଫାଲଗୁନୀ ନକ୍ଷତ୍ରର ସ୍ବାସ୍ଥ୍ୟ ସମସ୍ୟାରେ ମନ ଭାରାକ୍ରାନ୍ତ ରହିବ।
କନ୍ୟା
ଦୀର୍ଘଦିନରୁ ଲାଗିରହିଥିବା ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିବେ। ବିବାଦୀୟ ଘଟଣା, ଜମିଜମା କଳହ ତଥା ମାଲିମକଦ୍ଦମା ସମାଧାନ ହୋଇଯିବ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଉତ୍‌କ୍ଷିପ୍ତ ହୋଇପାରନ୍ତି।
ତୁଳା
ତୁଳା
କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ବିବ୍ରତ ହୋଇପାରନ୍ତି। ପାରିବାରିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ସାହିତ୍ୟ, ଲେଖାପଢ଼ା, କ୍ରୀଡ଼ା, କଳା, ଚଳଚ୍ଚିତ୍ର ଓ ସଙ୍ଗୀତ କ୍ଷେତ୍ରରୁ ସୁନାମ ଅର୍ଜନ କରିବେ। ପ୍ରିୟବନ୍ଧୁଙ୍କ ସହ ଆଳାପ ଆଲୋଚନାରୁ ଏକ ପ୍ରକାର ଖୁସି ରହିବେ।
ବିଛା
ବିଛା
ଆଜି କର୍ମକ୍ଷେତ୍ରରେ ଏକ ପ୍ରକାର ସମସ୍ୟା ସମାଧାନ ହେତୁ ଆଶ୍ୱସ୍ତି ଅନୁଭବ କରିବେ। ମାଙ୍ଗଳିକ କାର୍ଯ୍ୟ ସକାଶେ ଆତ୍ମୀୟଙ୍କ ସହ ଆଲୋଚନା କରିପାରନ୍ତି। କର୍ମକ୍ଷେତ୍ରରେ କୌଣସି ବନ୍ଧୁଙ୍କ ଅସଂଯତ କାର୍ଯ୍ୟକଳାପ ସମସ୍ୟାକୁ ବଢାଇ ଦେବ। କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
ବିଭିନ୍ନ କାରଣକୁ ନେଇ ମାନସିକ ଅବସାଦ ବୃଦ୍ଧି ପାଇବ। ମୁଳା ନକ୍ଷତ୍ରର ସ୍ବାସ୍ଥ୍ୟ ସମସ୍ୟା ମାନସିକ ଅସୁସ୍ଥତାର କାରଣ ହୋଇପାରେ। ଅଫିସ୍‌ର କୌଣସି ସଂକଟଜନକ ସ୍ଥିତି ଅପରାହ୍ନରେ ସମାଧାନ ହୋଇଯିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ସଭାସମିତି ଓ ରାଜନୈତିକ କ୍ଷେତ୍ରରୁ ସୁଫଳ ପାଇବେ।
ମକର
ମକର
ଚତୁର୍ଥସ୍ଥ ରାହୁଙ୍କ ଯୋଗୁ ପରିବାରରେ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟିହେବାର ଆଶଙ୍କା ରହିଛି। ଆନୁଷ୍ଠାନିକ କାମରେ ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇବେ। ଆତ୍ମୀୟମାନେ ସ୍ବାର୍ଥସାଧନ ଲାଗି କିଛି ଅଘଟଣ ଘଟାଇପାରନ୍ତି। ଶିଳ୍ପ, ବାଣିଜ୍ୟ, ପ୍ରଶାସନ ଓ ରାଜନୈତିକ କ୍ଷେତ୍ର ସମସ୍ୟାବହୁଳ ରହିବ।
କୁମ୍ଭ
କୁମ୍ଭ
ବୃହସ୍ପତି ଓ ମଙ୍ଗଳଙ୍କ ଦୃଷ୍ଟିରୁ ଆଜିର କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଧାରଉଧାର କରିବାକୁ ପଡିପାରେ। ସାମାଜିକ କ୍ଷେତ୍ରରେ ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି।
ମୀନମୀନ
ଭଲ ସମ୍ପର୍କ ନ ଥିବା ବ୍ୟକ୍ତିମାନେ ପରୋକ୍ଷ ସମାଲୋଚନା କରିପାରନ୍ତି। ଯେକୌଣସି କାର୍ଯ୍ୟରେ ହେଉନା କାହିଁକି ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଆଜିର ଯାତ୍ରା, ବାଣିଜ୍ୟ, ଲେଖାପଢ଼ା, ଆଲୋଚନା, ମନୋରଞ୍ଜନରୁ ଖୁସି ରହିବେ। ପୂର୍ବରୁ ନେଇଥିବା ସିଦ୍ଧାନ୍ତ ବଦଳାଇ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି…

ରାଶିଫଳ: ମଙ୍ଗଳବାର , ଅକ୍ଟୋବର ୬ ତାରିଖ – Daily Horoscope

ମେଷ ଚତୁର୍ଥକେନ୍ଦ୍ରରେ ଶୁଭଗ୍ରହଙ୍କ ସମାବେଶ ପାରିବାରିକ, ସାମାଜିକ ଏବଂ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ମନ ବୁଝିଲା…

ରାଶିଫଳ: ସୋମବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ ଆଜି ଯେକୌଣସି କ୍ଷେତ୍ରରେ ମଧ୍ୟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ସାମାଜିକ ଜୀବନରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ…

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?