Posted inRasifala

ରାଶିଫଳ: ରବିବାର, ଅଗଷ୍ଟ ୩ ତାରିଖ – Daily Horoscope

ମେଷ
ଦୈହିକ ଦୁର୍ବଳତା ସାଙ୍ଗକୁ ଧୈର୍ଯ୍ୟହରା ଓ ନୈରାଶ୍ୟ ଆପଣଙ୍କୁ ବ୍ୟସ୍ତ ଓ ବିବ୍ରତ କରିଦେଇପାରେ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। ଅଫିସରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ। ରଖିଥିବା ଅର୍ଥ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବା କାରଣରୁ ଦୁଃଖ ପ୍ରକାଶ କରିପାରନ୍ତି।
ବୃଷ
ବୃଷ
ସମସ୍ୟା ଜାଲରେ ଛନ୍ଦି ହୋଇ ମନୋବଳ ଭାଙ୍ଗିଲା ଭଳି ଅନୁଭବ କରିବେ। କର୍ମକ୍ଷେତ୍ରରେ ଅଟକି ରହିଥିବା କାମର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ଭଲରେ ଚାଲିବ ଏବଂ ଲାଭବାନ୍‌ ମଧ୍ୟ ହେବେ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନରେ ବନ୍ଧୁଙ୍କ ନିକଟରୁ ପାଇପାରନ୍ତି।
ମିଥୁନ
ମିଥୁନ
ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ ବିଭିନ୍ନ ଯୋଜନା କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଛୋଟ କଥାକୁ କେନ୍ଦ୍ର କରି ପରିବାର ଭିତରେ ସମ୍ପର୍କ ହାନି ଘଟିପାରେ। ରାଜନୀତି କ୍ଷେତ୍ରରେ ନେତୃତ୍ୱ ନେଇ କିମ୍ବା ସମର୍ଥକଙ୍କ ଶୁଭ କାମନାରୁ ଖୁସି ରହିବେ। ବ୍ୟବସାୟୀ ପରିଶ୍ରମ ତୁଳନାରେ ଫଳ ଲାଭ କରି ଆନନ୍ଦ ଅନୁଭବ କରିପାରନ୍ତି।
କର୍କଟ
କର୍କଟ
କର୍ମଚାରୀଙ୍କ ସହଯୋଗ କ୍ରମେ କାମଟିକୁ ସୁରୁଖୁରୁରେ କରି ପାରିବାରୁ ଟେନ୍‌ସନ୍‌ କମିଯିବ। ପରିବାରରେ ପୂର୍ବ ସମସ୍ୟା ସମାଧାନ ହେବାରେ ନୀଚ ଜାତିର ବ୍ୟକ୍ତି ମୁଖ୍ୟ ଭୂମିକା ଗ୍ରହଣ କରିବେ। ସଭାସମିତିରେ ତର୍କ ବୃଦ୍ଧି କାରଣରୁ ଆଲୋଚନା ଅମୀମାଂସିତ ରହିପାରେ। ପ୍ରତିକୂଳ ପରିସ୍ଥିତି ଯୋଗୁ ନିର୍ମାଣ କିମ୍ବା ଯୋଜନାଗୁଡ଼ିକ ସମ୍ପୂର୍ଣ୍ଣ ହେବ ନାହିଁ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ସମସ୍ୟା ସମାଧାନରେ ସାହାଯ୍ୟ କରିବ। ପରିବାରରେ ପାରସ୍ପରିକ ସହଯୋଗ ମାନସିକ ଶାନ୍ତି ଆଣିବାରେ ସହାୟକ ହେବ। ଆଲୋଚନା ପରିସରରେ ଅପ୍ରିୟ ସତ୍ୟ କହି ବିବାଦରେ ପଡ଼ିପାରନ୍ତି। ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା, କଳାକ୍ଷେତ୍ରରୁ ପ୍ରଶଂସିତ ହେବାର ସୌଭାଗ୍ୟ ଲାଭ କରିବେ।
କନ୍ୟା
ଜମା ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ଦ୍ୱାରା କୌଣସି ଗୁଜବ ମନକୁ ଚହଲାଇ ଦେଇପାରେ। ଏହା ସାଙ୍ଗକୁ ଆତ୍ମୀୟଙ୍କ ଅସହଯୋଗ, ଅସମ୍ମାନ ଦୁଃଖର ମାତ୍ରାକୁ ଦ୍ୱିଗୁଣିତ କରିବ। ପାରିବାରିକ ସ୍ତରରେ ଅର୍ଥ କିମ୍ବା ଅଳଙ୍କାର ଦେବାନେବାକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ। ଖର୍ଚ୍ଚ ବୃଦ୍ଧି ପାଇବା କାରଣରୁ ସାମୟିକ ଚିନ୍ତା କରିପାରନ୍ତି।
ତୁଳା
ତୁଳା
ଆଜି କୌଣସି ବନ୍ଧୁମିଳନ ଅବସରରେ ନୂତନ ବନ୍ଧୁ ସମ୍ପର୍କ ସ୍ଥାପିତ ହୋଇପାରେ। ଧର୍ମକାର୍ଯ୍ୟ କିମ୍ବା ସାଂସ୍କୃତିକ କାର୍ଯ୍ୟ ସକାଶେ ସତ୍‌ସଙ୍ଗୀଙ୍କ ପ୍ରେରଣା ମନକୁ ଉତ୍ସାହିତ କରିବ। ପରିବାରରେ ପିଲାଙ୍କ ଆଚରଣର ପରିବର୍ତ୍ତନ କାରଣରୁ ବିରକ୍ତି ଅନୁଭବ କରିପାରନ୍ତି। ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହିବା ଭଲ ହେବ।
ବିଛା
ବିଛା
ପରିବର୍ତ୍ତିତ ପରିସ୍ଥିତି ଆପଣଙ୍କ କାମକୁ ସଂଯମ ଓ ଶୃଙ୍ଖଳିତ କରିବାର ଆଶା ରହିଛି। ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ, ଦେଖିବେ ସବୁ ପ୍ରତିବନ୍ଧକ ଦୂରେଇଯିବ। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବା ସକାଶେ ଦିନଟି ବହୁତ ଭଲ। ସାହିତ୍ୟ, ସଭା ସମିତି ଓ ମନୋରଞ୍ଜନରେ ଆଗ୍ରହୀ ହୋଇପାରନ୍ତି ।
ଧନୁ
ଧନୁ
କର୍ମକ୍ଷେତ୍ରରେ ଯେଉଁ ବିଷୟକୁ ନେଇ ଆଶଙ୍କା କରୁଛନ୍ତି, ସେଥିରେ କିଛି ହେବ ନାହିଁ। ଭଲରୂପେ ବିଚାର ନ କରି ବିବାଦୀୟ ଘଟଣାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବନି। ପରିଜନଙ୍କ ସହ ନୂତନ ସ୍ଥାନ ଭ୍ରମଣ ସୁଯୋଗ ଜୁଟିବ। ଆଲୋଚନା ପରିସରରେ ସତ କହିବା କାରଣରୁ ଆତ୍ମୀୟମାନେ ପାଖ ମାଡ଼ିବେ ନାହିଁ।
ମକର
ମକର
ଘରର ଅସଜଡ଼ା ପରିସ୍ଥିତି କଥା ଚିନ୍ତା କରି ଦୁଶ୍ଚିନ୍ତା ବୃଦ୍ଧି ପାଇପାରେ। ଆକସ୍ମିକ ଆବଶ୍ୟକତା ପୂରଣ ସକାଶେ ଧାର କରଜ କରି କାମ ତୁଲାଇ ନେବାକୁ ବାଧ୍ୟ ହେବେ। ନିକଟ ସମ୍ପର୍କୀୟମାନେ କାଳେ ଦେବାକୁ ପଡ଼ିବ, ଏହି କାରଣରୁ ପାଖ ମାଡ଼ିନପାରନ୍ତି। ପିତା କିମ୍ବା ମାତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା କାରଣରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ।
କୁମ୍ଭ
କୁମ୍ଭ
ସ୍ଥଗିତ ରହିଯାଇଥିବା କାମଟି ବନ୍ଧୁଙ୍କ ସହଯୋଗରେ ପୂର୍ଣ୍ଣାଙ୍ଗ କରିପାରିବେ। ପରିବାରର ଆବଶ୍ୟକତା ଅନୁଭବ କରି ନୂତନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇ ପାରନ୍ତି। କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ, ପରିସ୍ଥିତିକୁ ବଦଳାଇ ଦେଇପାରେ। ପରିବାର ମଧ୍ୟରେ ଛୋଟ କଥାକୁ ଧରି ବସିବା ଠିକ୍‌ ହେବ ନାହିଁ।
ମୀନମୀନ

ଆଜିର କର୍ମକ୍ଷେତ୍ରକୁ ସ୍ବାଭାବିକ କରିବାରେ ବନ୍ଧୁ ମାନଙ୍କର ଭୂମିକା ଅବିସ୍ମରଣୀୟ ରହିବ। ଉପରିସ୍ଥଙ୍କ ପରାମର୍ଶକ୍ରମେ ଆଗାମୀକାଲିର ଯୋଜନା ପ୍ରସ୍ତୁତ କରିପାରନ୍ତି। ଆଲୋଚନା ପରିସରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିବାର ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଜୁଲାଇ ୩୦ ତାରିଖ – Daily Horoscope

ମେଷ ଆଜିର ଗ୍ରହଯୋଗ ଆପଣଙ୍କୁ ଅର୍ଥ,ବିଳାସବ୍ୟସନ, ସନ୍ତାନସୁଖ,ନୂତନମୈତ୍ରୀ ସୃଷ୍ଟିକରି ମୁହଁରେ ହସ ଫୁଟାଇବେ। ସାମାନ୍ୟ କଥାରୁ ପାରିବାରିକ ସମସ୍ୟା ଦେଖାଦେଇପାରେ। ଶନି ପ୍ରଭାବରୁ ବିଭିନ୍ନ ଝାମେଲା ମଧ୍ୟରେ…

ରାଶିଫଳ: ବୁଧବାର, ଜୁଲାଇ ୨୯ ତାରିଖ – Daily Horoscope

ମେଷ ବିଭିନ୍ନ ସମସ୍ୟା ମଧ୍ୟରେ କର୍ମକ୍ଷେତ୍ରରେ ଅସ୍ଥିରତା ଲାଗିରହିବ। ପାରିବାରିକ କ୍ଷେତ୍ରରେ ମତାନ୍ତର ଓ ବିତର୍କ ଜନିତ ଅଶାନ୍ତ ପରିସ୍ଥିତିର ଆଶଙ୍କା ଦେଖାଦେବ। ନିଜ ପରିସରର ଭଦ୍ରବ୍ୟକ୍ତିଙ୍କ…

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୮ ତାରିଖ – Daily Horoscope

ମେଷ ଆଜି ଆର୍ଥିକ ଅସଙ୍ଗତି ଦୂରକରିବା ସହ ଆଲୋଚନାକୁ ଅଗ୍ରଗାମୀ କରାଇବାରେ ସହାୟକ ହେବେ। ପୂର୍ବାଲୋଚନା ଅନୁଯାୟୀ ଆଜିର ଯାତ୍ରା, ନୂତନ କର୍ମାରମ୍ଭ, ପ୍ରଶାସନିକ ନିଷ୍ପତ୍ତିରେ ସଫଳତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri