Posted inRasifala

ରାଶିଫଳ: ରବିବାର, ଅକ୍ଟୋବର ୩୧ ତାରିଖ – Daily Horoscope

ମେଷ
ସହକର୍ମୀଙ୍କ ଅସହଯୋଗ କାରଣରୁ ମାନସିକ ଅବସ୍ଥା ଭଲ ରହିବ ନାହଁ। ଜମିଜମା, ସ୍ତ୍ରୀ/ସ୍ବାମୀଙ୍କ ସ୍ବାସ୍ଥ୍ୟ, ଟଙ୍କା ନେଇଥିବା ଲୋକ ବିଷୟରେ କିମ୍ବା ବ୍ୟବସାୟିକ ବିଫଳତାରୁ ଚିନ୍ତିତ ରହିବେ। ପଡ଼ୋଶୀଙ୍କ ସହାୟତାରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଦୂର ହେବ। ବିବାଦୀୟ ବିଷୟକୁ ନେଇ ପଡ଼ୋଶୀମାନେ ଆପଣଙ୍କ ପରାମର୍ଶ ଲୋଡ଼ିପାରନ୍ତି।
ବୃଷ
ବୃଷ
ଘରେ ଟିକିଏ ଜୋର୍‌ ଦେଇ କଥା କହିବା କାରଣରୁ ଅନ୍ୟମାନେ ଭିନ୍ନ ଦୃଷ୍ଟିକୋଣରୁ ବିଚାର କରିବେ। ଯେତେ ଅନୁନୟ ତଥା ବିନୟର ସହ କହିଲେ ମଧ୍ୟ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ ନାହିଁ। ଆନୁଷ୍ଠାନିକ କାର୍ଯ୍ୟରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ଆଂଶିକ ସଫଳତା ପାଇବେ।
ମିଥୁନ
ମିଥୁନ
କଳେବଳେ କୌଶଳେ ଅର୍ଥ ପାଇବା ସକାଶେ ଚେଷ୍ଟା କରି ଆଶାକୁ ଚରିତାର୍ଥ କରିବେ। ଅସୁବିଧାରେ ପଡ଼ିଥିବା ଲୋକଟି ପ୍ରତି ଦୟାଭାବ ପୋଷଣ କରି ଅନ୍ୟମାନଙ୍କ ପ୍ରଶଂସାଭାଜନ ହେବେ। ସହକର୍ମୀଙ୍କ ସାହାଯ୍ୟ ବିନା କାମଟିକୁ ହାସଲ କରିବା କଷ୍ଟକର ହେବ। ଆନୁଷ୍ଠାନିକ କ୍ଷେତ୍ରରେ ଉଚ୍ଚବର୍ଗର ଲୋକମାନଙ୍କ ସଂସ୍ପର୍ଶରେ ଆସିପାରନ୍ତି।
କର୍କଟ
କର୍କଟ
ପରିବର୍ତ୍ତିତ ପରିସ୍ଥିତିରେ ପଡ଼ି ଦୁଃସାହସିକ କାମକରିବେ ଓ ସଫଳତା ପାଇବେ। କର୍ମକ୍ଷେତ୍ର କିମ୍ବା ପରିବାରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ମାଲିମକଦ୍ଦମାରେ ପରିସ୍ଥିତିକୁ ଯେତେ ଜଟିଳ ମଣୁଛନ୍ତି ସେପରି କିଛି ହେବନି।
ସି˚ହ
ସି˚ହ
ସମସ୍ତ ସୁବିଧା ଥାଇ ମଧ୍ୟ ପାରିବାରିକ ସମସ୍ୟା ମନକୁ ଆନ୍ଦୋଳିତ କରିବ। ବ୍ୟବସାୟ ଓ ପରିବହନରେ ସଫଳତା ମିଳିବ। ଋଣ ପରିଶୋଧର ଚିନ୍ତାରେ ମନ ଭାରାକ୍ରାନ୍ତ ରହିବ। ଦାମ୍ପତ୍ୟ ଜୀବନ ସମ୍ପର୍କରେ ତିକ୍ତତା ଦେଖାଦେଇପାରେ। ସଭା ସମିତିରେ ସମ୍ମାନିତ ହେବେ, କିନ୍ତୁ ଏଥିପାଇଁ ଲବି କରିବାକୁ ପଡ଼ିପାରେ।
କନ୍ୟା
ପାରିବାରିକ ଅଶାନ୍ତି କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ପାଖ ଲୋକଟି ଆପଣଙ୍କ ବହୁତ ଉପକାରରେ ଆସିବ। ବ୍ୟବସାୟରେ ଆଶା ଅନୁରୂପ ଫଳ ପାଇବେ, କିନ୍ତୁ ଆଶାନୁରୂପ ନ ହୋଇପାରେ। କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବାରେ ସହକର୍ମୀଙ୍କ ଉଦାରତା ମୁଖ୍ୟ ଭୂମିକା ଗ୍ରହଣ କରିବ।
ତୁଳା
ତୁଳା
ଭୁଲ୍‌ ବୁଝାମଣାରୁ ପାରିବାରିକ କଳହର ସମ୍ଭାବନା ରହିଁଛି। ଆଜିର ଯାତ୍ରା କାଳରେ କୌଣସି ଯୁବକ ବ୍ୟକ୍ତିଠାରୁ ଯଥେଷ୍ଟ ସହାୟତା ପାଇବେ। ମାଲିମକଦ୍ଦମାରେ ସଫଳତା ମିଳିବା ସାଙ୍ଗକୁ ପ୍ରଶାସନିକ ସ୍ତରରେ ଆଲୋଚନା ଫଳପ୍ରଦ ହେବ। ସାମାଜିକ ସ୍ତରରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ।
ବିଛା
ବିଛା
ଆପଣଙ୍କ ଚିନ୍ତାଧାରା ଅନୁଯାୟୀ ପାରିପାର୍ଶ୍ୱିକ ପରିସ୍ଥିତି ଅନୁକୂଳ ରହିବ। ପରିସ୍ଥିତିରେ ପଡ଼ି ଅନାବଶ୍ୟକ ଭାବରେ ଖର୍ଚ୍ଚ ପରିମାଣ ଦି’ଗୁଣା ହୋଇପାରେ। ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବା ପଛରେ ପାରିବାରିକ ମତାନ୍ତର ହିଁ ମୁଖ୍ୟ କାରଣ ହେବ। ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
ଧନୁ
ଧନୁ
ଅଧିକାଂଶ ସମୟ ଅନ୍ୟମନସ୍କ ରହିବେ। କୌଣସି ବିବାଦୀୟ ପରିସ୍ଥିତିରେ ଆପଣଙ୍କର ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ପାରିବାରିକ କ୍ଷେତ୍ରରେ ସ୍ତ୍ରୀଙ୍କ ପ୍ରେରଣା ଲାଭ କରି ଉପକୃତ ହେବେ। ପଡ଼ୋଶୀ କଣ୍ଟାବାଡ଼ରେ ଲୁଗା ପକାଇ କଳହ କରିବାର ଉପକ୍ରମ କରିପାରନ୍ତି ।
ମକର
ମକର
ଆପଣ ଯେଉଁ ଆଶଙ୍କା କରୁଛନ୍ତି, ସେପରି କିଛି ଅସୁବିଧା ହେବ ନାହିଁ। ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇଁ ମନୋବଳ ବୃଦ୍ଧି ପାଇବ। ବାହାର ସ୍ଥାନରେ କାହାକୁ ଅପେକ୍ଷା କରି ବିରକ୍ତ ହେବେ ଏବଂ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ଅନୁଭବ କରିବେ।
କୁମ୍ଭ
କୁମ୍ଭ
ପ୍ରତ୍ୟେକ କାମରେ କିଛି ନା କିଛି ଅସୁବିଧା ରହିଥିବାର ଉପଲବ୍ଧି କରିବେ। ସତର୍କତା ଅଭାବରୁ ବାଦବିବାଦ, ଧନହାନି ଓ ବିଭିନ୍ନ ସମସ୍ୟା ଭିତରକୁ ଟାଣି ହୋଇ ପାରନ୍ତି। ବନ୍ଧୁଙ୍କ ପରାମର୍ଶରେ ସାନ୍ତ୍ବନା ମିଳିବା ସାଙ୍ଗକୁ ନୂଆ ଯୋଜନା ଉପରେ ଗୁରୁତ୍ୱ ଦେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।
ମୀନମୀନ
ଆଜିର କର୍ମକ୍ଷେତ୍ରରେ ଏବଂ ପରିବାର ମଧ୍ୟରେ ନିଜର ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରନ୍ତୁ ନାହିଁ। ଅପରାହ୍ନେ ବିଳାସବ୍ୟସନ ମଧ୍ୟରେ ସମୟ ଅତିବାହିତ ହେବ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ବିଭିନ୍ନ ଦିଗରୁ ଲାଭବାନ୍‌ ହେବେ, କିନ୍ତୁ ପାରିବାରିକ ପରିସ୍ଥିତି ପୂର୍ବପରି ରହିବ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଜୁଲାଇ ୧୩ ତାରିଖ – Daily Horoscope

ମେଷ ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ ଏବଂ ଅଟକି ରହିଥିବା କାମ ତ୍ୱରାନ୍ବିତ ହେବ। ପରିବହନ, ନିର୍ମାଣ, ଜମିଜମା ଓ ଆନୁଷ୍ଠାନିକ ଆଲୋଚନାରେ ସଫଳତା ହାସଲ…

ରାଶିଫଳ: ରବିବାର, ଜୁଲାଇ ୧୨ ତାରିଖ – Daily Horoscope

ମେଷ ଆଜିର ନୂତନ କର୍ମାରମ୍ଭ, ଆନୁଷ୍ଠାନିକ କର୍ମ ଆନନ୍ଦ ଉଲ୍ଲାସ ମଧ୍ୟରେ ସମ୍ପନ୍ନ ହେବ। ହିତୈଷୀମାନଙ୍କ ସହୃଦୟତାରୁ ଆପଣ ଯାହା ଚାହୁଁଛନ୍ତି, ତାହା ପାଇବାରେ କୌଣସି ଅସୁବିଧା…

ରାଶିଫଳ: ଶନିବାର, ଜୁଲାଇ ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭିନ୍ନ ପ୍ରକାର ହେତୁ ଅନ୍ୟମାନେ ଭୁଲ୍‍ ବୁଝିପାରନ୍ତି। ବ୍ୟବସାୟ ଓ ବାଣିଜ୍ୟରେ ଆଶା ଅନୁଯାୟୀ ସଫଳତା ମିଳିବ। ଦୀର୍ଘ ଦିନରୁ ରହିଯାଇଥିବା…

ରାଶିଫଳ: ଶୁକ୍ରବାର , ଜୁଲାଇ ୧୦ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟରୁ ଅର୍ଥଲାଭ ହେବା ସାଙ୍ଗକୁ ପ୍ରିୟଜନଙ୍କ ଦେଖାସାକ୍ଷାତ୍‍ରୁ ଖୁସି ରହିବେ। ମତପାର୍ଥକ୍ୟ କାରଣରୁ ବନ୍ଧୁ କିମ୍ବା ପରିବାର ସହ ମନୋମାଳିନ୍ୟ ସୃଷ୍ଟିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri