Posted inRasifala

ରାଶିଫଳ: ସୋମବାର, ମେ ୩୧ ତାରିଖ – Daily Horoscope

ମେଷ
ଆଜି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ଲାଭ କରିବାରେ ଅସୁବିଧା ହେବନାହିଁ। ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିପାରନ୍ତି। ଭାଇ, ପଡ଼ୋଶୀ କିମ୍ବା ସମ୍ପର୍କୀୟମାନେ କଟୁ କଥା କହି ମାନସିକ ଆଘାତ ଦେଇପାରନ୍ତି। ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନେଇ ସମସ୍ୟାକୁ ସୁଧାରି ନେବାରେ ପ୍ରଯନତ୍ କରିବେ।
ବୃଷ
ବୃଷ
ବୁଦ୍ଧିମତ୍ତା ହିଁ ସବୁ କ୍ଷେତ୍ରରେ ଅନୁକୂଳ ପରିବେଶ ସୃଷ୍ଟି କରିବ। ଆଜି ଯେମିତି ଚାହୁଁଛନ୍ତି ସେମିତି ପାଇବେ। ଭଲ ପାଇବାକୁ କେନ୍ଦ୍ରକରି ସମସ୍ୟାରେ ଜଡ଼ିତ ହୋଇପାରନ୍ତି। ଆଲୋଚନାରେ ତର୍କ, ବିବାଦୀୟ କଥା ଓ ପିଲାଙ୍କ ସମସ୍ୟା ନେଇ ବ୍ୟସ୍ତତା ବଢ଼ିପାରେ। ମନୋରଞ୍ଜନର ଖୋରାକ ଯୋଗାଇ ଦେବାରେ ବନ୍ଧୁ ସହଯୋଗ କରିବେ।
ମିଥୁନ
ମିଥୁନ
ଆପଣଙ୍କ ଭଲ କାମର ପ୍ରଶଂସା ବଦଳରେ ନିନ୍ଦୁକ ଈର୍ଷାପରାୟଣ ବ୍ୟକ୍ତିମାନେ ନିନ୍ଦା ଗାଇବେ। ଘରକୁ ଆସି ଫେରି ଯାଇଥିବା ବନ୍ଧୁ ପୁଣି ଲେଉଟି ଆସିପାରନ୍ତି। ବକେୟା ମାଗିବା କାରଣରୁ ପରିସ୍ଥିତି ଉତ୍ତେଜନାମୂଳକ ହୋଇପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କିଛିଟା ସମସ୍ୟା ଦେଖାଦେବାର ଆଶଙ୍କା ରହିଛି।
କର୍କଟ
କର୍କଟ
 ଘରେ ହେଉ କିମ୍ବା ଅଫିସରେ, ଅନ୍ୟମାନଙ୍କ ବେଖାତିର ମନୋଭାବ ହେତୁ ରାଗ କରିବେ। ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରିବେ। ପ୍ରତିଦ୍ୱନ୍ଦ୍ୱୀ, ଦୋଷାରୋପ କରି ସମସ୍ୟାକୁ ବଢ଼ାଇଦେବେ। ପରିବାରରେ ପୁରୁଣା ସମସ୍ୟାଗୁଡ଼ିକ ତୁଟି ଯାଇଥଲେ ମଧ୍ୟ ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖାଦେବ।
ସି˚ହ
ସି˚ହ
ବର୍ତ୍ତମାନ ପରିସ୍ଥିତିରେ ଅନ୍ୟମାନଙ୍କ ସହ ଶତ୍ରୁତା କଲେ କ୍ଷତିରେ ପଡ଼ିବେ। ହଜି ଯାଇଥିବା ଟଙ୍କା କିମ୍ବା ଦରକାରୀ କାଗଜପତ୍ର କୌଣସି ଅଲଗା ସ୍ଥାନରେ ରଖି ଚିନ୍ତିତ ଓ ବିରକ୍ତ ହୋଇପାରନ୍ତି। ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ବିଦେଶ ଯାତ୍ରାକୁ ମନ ବଳାଇବେ। ପରୋକ୍ଷ ଶତ୍ରୁତା ପ୍ରତି ସଜାଗ ରହି କାମ କରିବା ଭଲ ହେବ।
କନ୍ୟା
କର୍ମକ୍ଷେତ୍ରରେ ନିଜର ଭୁଲ ବୁଝାମଣାଜନିତ ବିଶୃଙ୍ଖଳିତ କାର୍ଯ୍ୟ ସମସ୍ୟା ସୃଷ୍ଟିର ମୂଳ କାରଣ ହେବ। ଈର୍ଷା ଓ ଅସୂୟା ମନୋଭାବ ପୋଷଣ କରି ନିଜ ଲୋକମାନେ ଶତ୍ରୁତା ଆଚରଣ କରିପାରନ୍ତି। ନିଜ ପରିସରରେ କୌଣସି ସ୍ପର୍ଶକାତର କଥାରେ ଚିହ୍ନା ପଡ଼ନ୍ତୁ ନାହିଁ। ସାଧାରଣ କଥାରେ ପାଟିତୁଣ୍ଡ ହୋଇ କଚେରି ପର୍ଯ୍ୟନ୍ତ ଯାଇପାରନ୍ତି।
ତୁଳା
ତୁଳା
ବନ୍ଧୁମାନଙ୍କ ସହାୟତାରେ ବହୁ କଷ୍ଟ ସ୍ବୀକାର କରି ଟଙ୍କା ଯୋଗାଡ଼ କରିବାରେ ସକ୍ଷମ ହେବେ। ଟାଉଟରି କରୁଥିବା ଲୋକଟି ପ୍ରତି ସତର୍କ ରୁହନ୍ତୁ, ନତୁବା ଅସୁବିଧାରେ ପଡ଼ିପାରନ୍ତି। ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭଲ ପାଉଥିବା ବାନ୍ଧବୀଟି କ୍ରମଶଃ ଦୂରେଇ ଯିବ। ସତର୍କତା ଅଭାବରୁ ଟଙ୍କା, ସୁନା, ଚୋରି ହୋଇ ଯାଇପାରେ।
ବିଛା
ବିଛା
ରାଶିରେ କେତୁଙ୍କ କୁପ୍ରଭାବରୁ ଲକ୍ଷ୍ୟଭ୍ରଷ୍ଟ ହୋଇ ଅସଲ କାମ ଛାଡ଼ି ମରୀଚିକା ପଛରେ ଧାଇଁପାରନ୍ତି। କୌଣସି ବନ୍ଧୁଙ୍କ ମିଥ୍ୟା ପ୍ରତିଶ୍ରୁତିରେ ଭଳିଗଲେ ତାହା ପାରିବାରିକ ଜୀବନରେ ପ୍ରତିକୂଳ ପ୍ରଭାବ ପକାଇବ। ପ୍ରତ୍ୟେକ ଦିଗରୁ ଖର୍ଚ୍ଚ କମାଇବା ପାଇଁ ଚେଷ୍ଟା କଲେ ଉପକୃତ ହେବେ। ସାମୟିକ ଭାବରେ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି।
ଧନୁ
ଧନୁ
ଅନ୍ୟମାନଙ୍କ କଥାରେ ମୁଣ୍ଡ ପୂରାଇଲେ ଅପମାନିତ ହେବାକୁ ପଡ଼ିପାରେ। ବିଭିନ୍ନ ସମସ୍ୟା ଭିତରେ ସାହାଯ୍ୟ ସହଯୋଗ ପାଇଁ ବନ୍ଧୁ ଦ୍ୱାରସ୍ଥ ହୋଇପାରନ୍ତି। ତେଣେ ସହକର୍ମୀମାନଙ୍କ କେବଳ ଉପଦେଶ ଶୁଣି ଶୁଣି ମନରେ ବିରକ୍ତି ଆସିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ଅର୍ଥ ସମ୍ପର୍କୀୟ ଟଣାଓଟରା ଲାଗିପାରେ।
ମକର
ମକର
ଆଜି ଦିନଟିରେ ଅର୍ଥଲାଭ ଓ ବନ୍ଧୁ ମିଳନରୁ ମଧ୍ୟ ମନ ଖୁସି ରହିବ। ଅପରାହ୍ନେ ବନ୍ଧୁଙ୍କ ଆଗମନ ଯୋଗୁ ମଉଜ ମଜଲିସ୍‌ରେ ସମୟ ଅତିବାହିତ କରିପାରନ୍ତି। କର୍ମକ୍ଷେତ୍ରରେ ଖଳ ଲାକମାନଙ୍କକୃତ ଅପମାନଜନକ ସ୍ଥିତିରୁ ସହସା ରକ୍ଷା ପାଇବେ। କିନ୍ତୁ ଧନିଷ୍ଠା ନକ୍ଷତ୍ର ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ।
କୁମ୍ଭ
କୁମ୍ଭ
କାର୍ଯ୍ୟ ହାସଲ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ପାରିବାରିକ ସ୍ଥିତି ଶାନ୍ତ ରହିବ। କୌଣସି କ୍ଷେତ୍ରରେ ଅଧୈର୍ଯ୍ୟ ହୁଅନ୍ତୁ ନାହିଁ, ବନ୍ଧୁଙ୍କ ସହାନୁଭୂତି ନିଶ୍ଚୟ ଲାଭ କରିବେ। ଈର୍ଷାପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି ମନରେ ଆଘାତ ଦେବା ଭଳି ମନ୍ତବ୍ୟ ଦେଇପାରନ୍ତି।
ମୀନମୀନ
ଅତୀତ ଘଟଣାକୁ ଯେତେ ଭାବିବେ, ସେତେ ମନ ବିଷାକ୍ତ ଲାଗିବ। ଫାଇଲ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରି କୃତକାର୍ଯ୍ୟ ହୋଇପାରନ୍ତି। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଚିନ୍ତାଜନକ ସ୍ଥିତି ସୃଷ୍ଟି କରିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଜୁଲାଇ ୧୭ ତାରିଖ – Daily Horoscope

ମେଷ ଶୁକ୍ର ସହ ଚନ୍ଦ୍ର ଏବଂ କେତୁଙ୍କ ସ୍ଥିତିଜନିତ ଆପଣଙ୍କ ଭୁଲ୍‍ ନିଷ୍ପତ୍ତି ସମସ୍ୟାର କାରଣ ହୋଇପାରେ। କର୍ମଜଞ୍ଜାଳ ବୃଦ୍ଧି କାରଣରୁ ଆଜି ସ୍ଥିର ଭାବରେ କୌଣସି…

ରାଶିଫଳ: ଗୁରୁବାର, ଜୁଲାଇ ୧୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରୁ ବନ୍ଧୁମିଳନ ସାଙ୍ଗକୁ କର୍ମମୁଖର ରହିବେ। ପାରିବାରିକ ସଦ୍‌ଭାବ ମଧ୍ୟରେ ହସଖୁସିର ମଜା ଉଠାଇପାରନ୍ତି। ସଭାସମିତି, ନୃତ୍ୟ ସଙ୍ଗୀତ, ସେବା କାର୍ଯ୍ୟରେ…

ରାଶିଫଳ: ବୁଧବାର, ଜୁଲାଇ ୧୫ ତାରିଖ – Daily Horoscope

ମେଷ ଆଜିର ପାରିବାରିକ ସ୍ଥିତି ଏବଂ କର୍ମକ୍ଷେତ୍ରର ପରିସ୍ଥିତି ସ୍ବାଭାବିକ ରହିବ। ନିକଟରେ ରହୁ ନ ଥିବା ପିଲାଙ୍କ ସ୍ବାସ୍ଥ୍ୟ ସକାଶେ ଏବଂ ସଭାସମିତି ଓ ଆନୁଷ୍ଠାନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri