Posted inRasifala

ରାଶିଫଳ: ବୁଧବାର, ନଭେମ୍ବର ୩୦ ତାରିଖ – Daily Horoscope

ମେଷ
ଆଜି ପାରିବାରିକ କ୍ଷେତ୍ରରେ ଯୁକ୍ତିତର୍କ ମାନସିକ ଅଶାନ୍ତିକୁ ନିମନ୍ତ୍ରଣ କରିପାରେ। ସରକାରୀ ସ୍ତରରୁ ପ୍ରତୀକ୍ଷିତ ଖବରଟି ଜଣେ ସହକର୍ମୀଙ୍କ ଜରିଆରେ ପାଇପାରନ୍ତି। ସାଂସ୍କୃତିକ କିମ୍ବା କ୍ରୀଡ଼ା, ଚଳଚ୍ଚିତ୍ରରେ ସହୃଦୟ ବ୍ୟକ୍ତିଠାରୁ ଯଥେଷ୍ଟ ସହାୟତା ପାଇବେ। ଯୋଜନା ମୁତାବକ କାମ କଲେ କୌଣସି ଅସୁବିଧା ହେବ ନାହିଁ।
ବୃଷ
ବୃଷ
ବନ୍ଧୁଙ୍କ ଅନୁରୋଧ ରକ୍ଷା କରି ହଠାତ୍‌ ଆପଣଙ୍କୁ ଆକସ୍ମିକ ଯାତ୍ରା କରିବାକୁ ପଡ଼ିପାରେ। ଦିନଭରି ବିଶେଷ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେବାର ଆଶଙ୍କା ରହିଛି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।
ମିଥୁନ
ମିଥୁନ
ସବୁ ସାହାଯ୍ୟ ଦେବା ସକାଶେ ବନ୍ଧୁ ପ୍ରତିଶ୍ରୁତି ଦେଇ ଶେଷ ସମୟରେ ନାସ୍ତିବାଣୀ ଶୁଣାଇ ପାରନ୍ତି। ବାଟରେ ଯିବା ଆସିବା ସମୟରେ କୌଣସି ଅଜଣା ବ୍ୟକ୍ତିଙ୍କ କଟୁକ୍ତି ଅସହ୍ୟ ହେବ। ଅତୀତରେ ହଜିଯାଇଥିବା କିମ୍ବା ଖୋଜୁଥିବା ଜିନିଷ ହଠାତ୍‌ ପାଇଯିବେ। ବହୁତ ଦିନରୁ ଅଟକି ରହିଥିବା କାର୍ଯ୍ୟ ତ୍ୱରାନ୍ବିତ ହୋଇପାରିବ।
କର୍କଟ
କର୍କଟ
ପାରିବାରିକ ସମସ୍ୟା ସମାଧାନ ନେଇ ଆଶାୟୀ ହୋଇପାରନ୍ତି। ରାଜନୀତି, ସଂଗଠନ, ସଭାସମିତି, ସାଂସ୍କୃତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ଆଧ୍ୟାମତ୍ିକ ଭାବଧାରାରେ ଉଦ୍‌ବୁଦ୍ଧ ହୋଇ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ। ଆମତ୍ୀୟଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇବାର ସୁଯୋଗ ଲାଭ କରିବେ।
ସି˚ହ
ସି˚ହ
ଭଲ ସମ୍ପର୍କ ନ ଥିବା ପଡ଼ୋଶୀଙ୍କ ଟାହି, ଟାପରା ମନକୁ ବିଷାଦିତ କରିବ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା କାରଣରୁ ମଧ୍ୟ ବ୍ୟସ୍ତତା ଦ୍ୱିଗୁଣିତ ହୋଇପାରେ। କଳା, ସାହିତ୍ୟ, ଏଜେନ୍ସି ଏବଂ ସାମ୍ବାଦିକତାରେ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ଇଚ୍ଛା ବିରୁଦ୍ଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିପାରେ।
କନ୍ୟା
କର୍ମକ୍ଷେତ୍ରରେ ଯୁକ୍ତିତର୍କ ପୂର୍ବକ ସହକର୍ମୀଙ୍କ ସହ ବାଦବିବାଦ ଜଟିଳ ହୋଇପାରେ। ବ୍ୟବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଅବଶ୍ୟ ଲାଭବାନ୍‌ ହେବେ। ପାରିବାରିକ ଅସ୍ଥିରତା କ୍ରମଶଃ ବୃଦ୍ଧି ପାଉଥିବାରୁ ଦୁଶ୍ଚିନ୍ତା ବହୁଗୁଣିତ ହେବାର ଆଶଙ୍କା ରହିଛି। ଅସ୍ଥିରତା ମଧ୍ୟରେ ମାଙ୍ଗଳିକ କାର୍ଯ୍ୟ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବାକୁ ବାଧ୍ୟହେବେ।
ତୁଳା
ତୁଳା
ଆଜି ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ବିନୟ ପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। ପରିବାର ମଧ୍ୟରେ ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେଇପାରେ। କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ।
ବିଛା
ବିଛା
କୌଣସି କାମ ତରବରିଆ ଭାବେ ନ କରି ସବୁ ଆଡ଼କୁ ନଜର ଦେଇ କାମ କରିବା ଭଲ ହେବ। ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ। ବନ୍ଧୁଙ୍କ ସାହାଯ୍ୟ ନେଇ ପାରିବାରିକ ତିକ୍ତତାର ସମାପ୍ତି ପାଇଁ କର୍ମପନ୍ଥା ଅବଲମ୍ବନ କରିବେ। ସତ୍‌ସଙ୍ଗ ଲାଭ କରିବା ସଙ୍ଗକୁ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲଭିବେ।
ଧନୁ
ଧନୁ
ପ୍ରତ୍ୟେକ କ୍ଷେତ୍ରରେ ନିଜର ଦୃଢ଼ତା ହେତୁ ମାନସିକ ସ୍ଥିତି ସୁଦୃଢ଼ ରହିବ। ପାରିବାରିକ, ପରିବହନ, ପ୍ରଶାସନିକ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ସାହିତ୍ୟ, ସାମ୍ବାଦିକତା, ଅଧ୍ୟୟନ, ଅଧ୍ୟାପନା କ୍ଷେତ୍ରରେ ସମ୍ମାନିତ ହେବେ। ସବୁଭଲ ଥିଲେ ମଧ୍ୟ କୌଣସି ବିଫଳତାକୁ ନେଇ ମାନସିକ ସ୍ତରରେ ଅଶାନ୍ତି ଅନୁଭବ କରିପାରନ୍ତି।
ମକର
ମକର
ଭାବପ୍ରବଣତା ବୃଦ୍ଧି ମାନସିକ ଅସ୍ଥିରତା ସହିତ ଧୈର୍ଯ୍ୟଚ୍ୟୁତି ଘଟାଇପାରେ। ପଡ଼ୋଶୀ, ସହକର୍ମୀ କିମ୍ବା ଆମତ୍ୀୟମାନଙ୍କ ସହୃଦୟତା ମନୋବଳ ବଢ଼ାଇବାରେ ସାହାଯ୍ୟ କରିବ। ଆଜି ସକାଳୁ, ସାଂସ୍କୃତିକ କାର୍ଯ୍ୟକ୍ରମ, ଯୋଗାଯୋଗ, ସଭାସମିତି କ୍ଷେତ୍ରରୁ ଉଚ୍ଚ ପ୍ରଶଂସିତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଆଜି କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ବନ୍ଧୁଙ୍କ ସାହାଯ୍ୟ କ୍ରମେ ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ। ଜମିଜମା ସମ୍ପର୍କୀୟ ବିବାଦ ଦେଖାଦେବାର ବହୁତ ସମ୍ଭାବନା ରହିଛି। ଋଣ ପରିଶୋଧ କରିବା ପାଇଁ ବିଭିନ୍ନ ପ୍ରକାରର ଯୋଜନା କରିପାରନ୍ତି।
ମୀନମୀନ
ପାରିବାରିକ ସ୍ତରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ନିଜର ବ୍ୟବହାରିକ ଜ୍ଞାନ କୌଶଳ ପ୍ରୟୋଗ କରିପାରିଲେ ବ୍ୟବସାୟିକ ସ୍ଥିତିକୁ ସୁଦୃଢ଼ କରିପାରିବେ। କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଙ୍ଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ତଥାପି ସାମୟିକ ଭାବରେ ପାରିବାରିକ ସମସ୍ୟା ବିଷୟରେ ଚିନ୍ତା କରି ବ୍ୟସ୍ତ ରହିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଜାନୁୟାରୀ ୧୪ ତାରିଖ – Daily Horoscope

ମେଷ ଆଜିର ରୋହିଣୀବୃଷ ଯୋଗ ନୂତନ ବନ୍ଧୁତ୍ୱସୂତ୍ରରେ ବାନ୍ଧିଦେଇପାରେ। ଦୀର୍ଘଦିନରୁ ଅଟକି ରହିଥିବା କାମ ସମ୍ପୂର୍ଣ୍ଣ କରି ଖୁସି ହେବେ। ଅର୍ଥସଂକଟ ସଙ୍ଗକୁ ସାମାଜିକ ସ୍ତରରେ...

ରାଶିଫଳ: ବୁଧବାର, ଜୁଲାଇ ୬ ତାରିଖ – Daily Horoscope

ମେଷ ଶୁଭଭାବରେ ଚନ୍ଦ୍ରଥିବାରୁ ବନ୍ଧୁଙ୍କ ପରାମର୍ଶ କ୍ରମେ ମନୋରଞ୍ଜନ ଉପକରଣ ପ୍ରତି ଆଗ୍ରହୀ ହେବେ। ଗୃହ ମରାମତି, ଭୂମି, ଗାଡ଼ିମୋଟର କିଣାବିକାରେ ସମସ୍ୟା ଉପୁଜିପାରେ। ପିଲାମାନଙ୍କ...

ରାଶିଫଳ: ରବିବାର, ଅଗଷ୍ଟ ୧୬ ତାରିଖ – Daily Horoscope

ମେଷ ରାହୁଗ୍ରସ୍ତ ଚନ୍ଦ୍ରଙ୍କ ଯୋଗୁ ମାନସିକ ଦ୍ୱନ୍ଦ୍ୱ ସହ ଆଶା,ନିରାଶା ମଧ୍ୟରେ ଦିନଟି କଟାଇବାକୁ ପଡ଼ିପାରେ। ଘରକଥା ହେଉ କିମ୍ବା କର୍ମକ୍ଷେତ୍ର କଥା ହେଉ ସବୁ...

ରାଶିଫଳ: ବୁଧବାର, ମେ ୪ ତାରିଖ – Daily Horoscope

ମେଷ ଆଜି ଆପଣଙ୍କର ଉନ୍ନତଚିନ୍ତା ଓ ନୂତନ ଯୋଜନା ଫଳପ୍ରଦ ହେବ। ବନ୍ଧୁମାନଙ୍କ ନିମନ୍ତ୍ରଣ କ୍ରମେ ସଭାସମିତି ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହି ପାରନ୍ତି।...

ରାଶିଫଳ: ସୋମବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ଆଜି ଆକସ୍ମିକ ଭାବେ କୌଣସି ସମସ୍ୟା ଭିତରେ ଛନ୍ଦି ହୋଇଯିବାକୁ ପଡ଼ିପାରେ। କାଳେ କିଛି ଦେବାକୁ ପଡ଼ିବ, ଏହି ଆଶଙ୍କାରେ ସମ୍ପର୍କୀୟମାନେ ପାଖ ମାଡ଼ିବେ...

ରାଶିଫଳ: ଗୁରୁବାର, ଜାନୁଆରି ୩୦ ତାରିଖ – Daily Horoscope

ମେଷ ସକାଳୁ ସକାଳୁ ଶୁଭଖବର, ବନ୍ଧୁଙ୍କ ନିମନ୍ତ୍ରଣ, ନୂତନ ବସ୍ତ୍ରଭୂଷଣ, ବନ୍ଧୁମିଳନ ଜନିତ ଖୁସୀ ଅନୁଭବ କରିବେ । ରବି ଚତୁର୍ଥାଧିପ ଚନ୍ଦ୍ରକ୍ଷେତ୍ରସ୍ଥ ଯୋଗୁ ପ୍ରତ୍ୟେକ...

ରାଶିଫଳ: ଗୁରୁବାର, ଜୁଲାଇ ୧୧ ତାରିଖ – Daily Horoscope

ମେଷ ରାହୁଙ୍କ ନକ୍ଷତ୍ରରେ ଚନ୍ଦ୍ର ଥିବାରୁ ପାରିପାର୍ଶ୍ୱିକ ପରିସ୍ଥିତି ଭିନ୍ନ ପ୍ରକାର ହେତୁ ଅନ୍ୟମାନେ ଭୁଲ୍‌ ବୁଝତ୍ପାରନ୍ତି। ବ୍ୟବସାୟ ଓ ବାଣିଜ୍ୟରେ ଆଶା ଅନୁଯାୟୀ ସଫଳତା...

ରାଶିଫଳ: ରବିବାର, ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ ଆପଣଙ୍କର ପ୍ରତ୍ୟେକ କାମରେ କିଛିଟା ଦ୍ୱନ୍ଦ୍ୱ ଓ ଆଶା, ଆଶଙ୍କା ମଧ୍ୟରେ ମନ ହଲଚଲ ହୋଇପାରେ। ଆର୍ଥିକ ସ୍ଥିତି, ସ୍ଥଗିତକାମ, ଆଲୋଚନା ଓ ଭ୍ରମଣ...

Advertisement
Archives

Model This Week