Posted inRasifala

ରାଶିଫଳ: ଗୁରୁବାର, ମେ ୩୦ ତାରିଖ – Daily Horoscope

ମେଷ
ଆଜି ଯାହା ଚାହୁଁଛନ୍ତି ପାଇବେ ଏବଂ ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଗୁରୁ ଓ ଶୁକ୍ର ପ୍ରଭାବରୁ ନୂଆ ଯୋଜନା ଲାଗି ମନ ବଳାଇବେ। ବନ୍ଧୁଙ୍କ ଅନୁରୋଧ ରକ୍ଷାକରି ଦେଖାକରିବାକୁ ପ୍ରସ୍ତୁତ ହୋଇପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ କେତେକ ଆକସ୍ମିକ ସମସ୍ୟା ହଠାତ୍‌ ଦେଖାଦେବା କାରଣରୁ ସ୍ଥଗିତ ରହିପାରେ।
ବୃଷ
ବୃଷ
ଆତ୍ମୀୟ କିମ୍ବା ବନ୍ଧୁଙ୍କ ଦ୍ୱାରା ସ୍ଥଗିତ କାମଟି ସହଜରେ ହାସଲ କରିପାରିବେ। ଦିନସାରା କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦେଇ ପ୍ରଶଂସିତ ଓ ସମ୍ମାନିତ ହୋଇପାରନ୍ତି। ପାଖପଡ଼ୋଶୀଙ୍କ ସହାୟତା ଆଶାକରି ସଫଳତା ହାସଲ କରିବେ। ରୋହିଣୀ ନକ୍ଷତ୍ର ସଙ୍ଗୀତ, କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର କ୍ଷେତ୍ରରେ ଉନ୍ନତି କରିବେ।
ମିଥୁନ
ମିଥୁନ
ଦୂର ସମ୍ପର୍କୀୟଙ୍କ ସହ ଟଙ୍କା ପଇସାକୁ କେନ୍ଦ୍ରକରି କଳହର ଅବସାନ ଘଟିବ। ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ସଫଳତା ନିଶ୍ଚୟ ପାଇବେ। ପରିବାର ଭିତରେ ପୁରୁଣା କଥାକୁ ଦୋହରାଇବା କଳହର କାରଣ ହୋଇପାରେ। ମୃଗଶିରା ନକ୍ଷତ୍ର ସକାଶେ ପୁରାତନ ରୋଗର ପୀଡ଼ା କାମ କରିବାକୁ ନିରୁତ୍ସାହିତ କରିବ।
କର୍କଟ
କର୍କଟ
ପରିବାର ସହମତିରେ କାମକରି ସବୁଠି ପ୍ରଶଂସିତ ହେବେ। ନିଜେ ଅସୁବିଧାରେ ଥିଲେ ମଧ୍ୟ ବନ୍ଧୁଙ୍କୁ ଯଥାସାଧ୍ୟ ସାହାଯ୍ୟ କରିବେ। ଅଶ୍ଳେଷା ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ମାତ୍ର କୌଣସି ପ୍ରିୟଜନଙ୍କ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ।
ସି˚ହ
ସି˚ହ
ଉତ୍ତରା ଫାଲ୍‌ଗୁନୀ ନକ୍ଷତ୍ରର ପ୍ରତ୍ୟେକ କାମ ଯଥା ସମୟରେ ସାଧିତ ହେବାରୁ ମନ ପ୍ରଫୁଲ୍ଲ ରହିବ। ପରିବାର, ବ୍ୟବସାୟ, ଯାତ୍ରା, କଳା, ସାହିତ୍ୟାଦି କ୍ଷେତ୍ର ରୁଚିପ୍ରଦ ହୋଇପାରେ। ମାତ୍ରାଧିକ ଭ୍ରମଣ ଓ କାମର ଚାପ ଯୋଗୁ କ୍ଳାନ୍ତି ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ କିଛି ଆଶ୍ୱସ୍ତିସୂଚକ କଥା ଶୁଣି ମନ ହାଲୁକା ହୋଇଯିବ।
କନ୍ୟା
କର୍ମକ୍ଷେତ୍ରରେ କୃତକାର୍ଯ୍ୟ ହେବେ ତଥାପି ଘରର କେତେକ ଅସଜଡ଼ା କାମକୁ ନେଇ ମନ ଉଦ୍‌ବିଗ୍ନ ରହିବ। ଗୃହୋପକରଣ କିଣିବା ଯୋଜନା କରି କାର୍ଯ୍ୟରେ ପରିଣତ କରିପାରନ୍ତି। ଚିତ୍ରା ନକ୍ଷତ୍ର ଆଜି ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ବାଣିଜ୍ୟ, ପରିବହନ କ୍ଷେତ୍ରରେ ଉନ୍ନତିର ସମ୍ଭାବନା ରହିଛି।
ତୁଳା
ତୁଳା
ଆଜି ଯୁଦ୍ଧକାଳୀନ ଭିତ୍ତିରେ ବାକିଆ କାମ ସାରିବେ ଏବଂ ବନ୍ଧୁଙ୍କ ପ୍ରିୟଭାଜନ ହେବେ। ବିଶାଖା ନକ୍ଷତ୍ରର ଦୀର୍ଘମିଆଦୀ ଯୋଜନା ଫସର ଫାଟିଯିବାରୁ ମନ ଭଲ ରହି ନ ପାରେ। ବନ୍ଧୁ ଅନ୍ୟର କାନକୁହା କଥା ଶୁଣି ଆପଣଙ୍କୁ ଭୁଲ୍‌ ବୁଝିପାରନ୍ତି। ଅବଶ୍ୟ ଅଟକି ରହିଥିବା ବ୍ୟବସାୟ ଓ ପରିବହନଜନିତ ସମସ୍ୟା ସମାଧାନ ହୋଇପାରିବ।
ବିଛା
ବିଛା
ଅନୁରାଧା ନକ୍ଷତ୍ର ପାଇଁ ପୁରାତନ ରୋଗପୀଡ଼ା ଆଜିର ଜୀବନଯାତ୍ରାକୁ ପ୍ରତିରୋଧ କରିବ। ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସୁନାମ ଅର୍ଜନ କରିବେ। ଉପରିସ୍ଥଙ୍କ ବିଶ୍ୱାସକୁ ନେଇ କାମକଲେ ସହଯୋଗର ଅଭାବ ରହିବ ନାହିଁ। ଗୃହ, ରାସ୍ତାଘାଟ, ନିର୍ମାଣ କ୍ଷେତ୍ରରେ ଅଟକି ରହିଥିବା କାମ କରିବାର ନିଷ୍ପତ୍ତି ନେବେ।
ଧନୁ
ଧନୁ
ସମସ୍ୟା ସମାଧାନ ହୋଇଯିବ ଓ ପ୍ରାପ୍ୟ ପାଇବାରେ ଅସୁବିଧା ରହିବ ନାହିଁ। ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟହେବେ। ଉତ୍ତରାଷାଢ଼ା ନକ୍ଷତ୍ର ସାଙ୍ଗଙ୍କ ସାହାଯ୍ୟରେ ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଭାଇ ଭାଇ ଭିତରେ ଟଣାଓଟରା ଦେଖାଦେଇପାରେ।
ମକର
ମକର
ସ୍ବାସ୍ଥ୍ୟହାନି ସାଙ୍ଗକୁ ବାଧ୍ୟତାମୂଳକ ଯାତ୍ରା ମନକୁ ଭାରାକ୍ରାନ୍ତ କରିବ। କଳା, କ୍ରୀଡ଼ା, ସଙ୍ଗୀତ, ଚଳଚ୍ଚିତ୍ର ତଥା ସାହିତ୍ୟ କ୍ଷେତ୍ରରେ ସୃଷ୍ଟ ସମସ୍ୟା ସମାଧାନ ହୋଇଯିବ। ଭଲକଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି। ଶ୍ରବଣା ନକ୍ଷତ୍ରର ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ।
କୁମ୍ଭ
କୁମ୍ଭ
ପୂର୍ବଭାଦ୍ରବ ନକ୍ଷତ୍ର ସୌଜନ୍ୟମୂଳକ କଥାବାର୍ତ୍ତା ଓ ଅର୍ଥର ସଦ୍‌ବ୍ୟବହାର ପ୍ରତି ଧ୍ୟାନଦେଲେ ଭଲ। ପାରିବାରିକ ଶୃଙ୍ଖଳା ରକ୍ଷାଲାଗି କଷ୍ଟ ସ୍ବୀକାର କରିବାକୁ ପଡ଼ିପାରେ। କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହୋଇପାରନ୍ତି। କୌଣସି ନୀଚଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହୋଇପାରନ୍ତି।
ମୀନମୀନ

ପାରିବାରିକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରିବା ସକାଶେ ବାଧ୍ୟ ହୋଇପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। କାମର ଜଞ୍ଜାଳ ହେତୁ ଗୁଡ଼ାଏ ଚିନ୍ତାକରି ମନକୁ ଭାରାକ୍ରାନ୍ତ କରିପାରନ୍ତି। ଉତ୍ତରଭାଦ୍ରବ ନକ୍ଷତ୍ର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

ରାଶିଫଳ: ଶୁକ୍ରବାର, ମେ ୧୫ ତାରିଖ – Daily Horoscope

ମେଷ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ କାମଗୁଡ଼ିକୁ ସମ୍ପନ୍ନ କରିବାରେ କିଛି ଅସୁବିଧା ହେବନାହିଁ। ରହି ଯାଇଥିବା ଫାଇଲ କାମଟିକୁ ଆଜି ହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ…

ରାଶିଫଳ: ଗୁରୁବାର, ମେ ୧୪ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅଶ୍ୱିନୀ ନକ୍ଷତ୍ରର ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ ମନ ଅଶାନ୍ତ ରହିପାରେ। ତଥାପି ଶାରୀରିକ ସୁସ୍ଥତା, ଆର୍ଥିକ ଉନ୍ନତି ଏବଂ ପ୍ରତିଯୋଗିତାରେ ସଫଳତା…

ରାଶିଫଳ: ବୁଧବାର, ମେ ୧୩ ତାରିଖ – Daily Horoscope

ମେଷ ପ୍ରତ୍ୟେକ କାମ ବିଳମ୍ବ ଓ ଝମେଲା ଭିତରେ ହିଁ ସମ୍ପନ୍ନ ହେବ। କିନ୍ତୁ ଯଦି ତରବରିଆ ପଦକ୍ଷେପ ନେବେ ତେବେ ବେଶି ହଇରାଣ ହେବାକୁ ପଡ଼ିପାରେ।…

ରାଶିଫଳ: ମଙ୍ଗଳବାର, ମେ ୧୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ଦୃଢ଼ ଓ କଠୋରୋକ୍ତି ଫଳରେ ମୁହଁ ସାମ୍ନାରେ କଥା କହିବାକୁ ଅନ୍ୟମାନେ ପଛେଇ ରହିବେ। ପାରିବାରିକ…

ରାଶିଫଳ: ସୋମବାର, ମେ ୧୧ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। ବନ୍ଧୁଙ୍କୁ ସୁହାଇଲା ଭଳି ମଉଜିଆ କଥା କହି ପରିସ୍ଥିତିକୁ…

ରାଶିଫଳ: ରବିବାର, ମେ ୧୦ ତାରିଖ – Daily Horoscope

ମେଷ ଆଜି ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। କୃତ୍ତିକା ନକ୍ଷତ୍ରକୁ ଅର୍ଥ ଲାଭ ସହ ଶାରୀରିକ ସୁସ୍ଥତା କାମ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri