Posted inRasifala

ରାଶିଫଳ: ରବିବାର, ମେ ୩୦ ତାରିଖ – Daily Horoscope

ମେଷ
ଆଜିର ଗ୍ରହସ୍ଥିତି ପଞ୍ଚାନନ ଯୋଗ ସୃଷ୍ଟି କରୁଥିବାରୁ କର୍ମକ୍ଷେତ୍ରରେ ପ୍ରତିଷ୍ଠା ପାଇବେ। ଚନ୍ଦ୍ର ପାପଯୁକ୍ତ କାରଣକୁ ନେଇ ବନ୍ଧୁଙ୍କ ସହ ସମ୍ପର୍କକୁ ଅନ୍ୟମାନେ ଖରାପ ଦୃଷ୍ଟିରେ ଦେଖିପାରନ୍ତି। କଥା କହିବାରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହେବାକୁ ପଡ଼ିବ। ଆଲୋଚନା କ୍ଷେତ୍ରରେ ଛୋଟ ଛୋଟ କଥାରେ ଚିହ୍ନା ପଡ଼ିଲେ ଅପଦସ୍ଥ ହେବେ।
ବୃଷ
ବୃଷ
ରାହୁ ସହ ରବିଙ୍କ ସଂଯୋଗ ପାରିବାରିକ ଅଶାନ୍ତିର କାରଣ ହୋଇପାରେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସହକର୍ମୀ ସୁଯୋଗ ଉଣ୍ଡି ଅସୁବିଧାର ସମ୍ମୁଖୀନ କରାଇ ପାରନ୍ତି। ଏଣେ କର୍ମକ୍ଷେତ୍ରରେ ଫାଇଲ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। ବନ୍ଧୁବର୍ଗଙ୍କ ସହାନୁଭୂତି ଲାଭ କରି କାମ ହାସଲ କରିବେ।
ମିଥୁନ
ମିଥୁନ
ଆଜି ସ୍ବଗୃହୀ ବୁଧ ଅନ୍ୟଗ୍ରହ ଯୁକ୍ତ ହୋଇ ଏକାଧାରରେ ବନ୍ଧୁମିଳନ, ଦୂରଯାତ୍ରା, ସତ୍‌ସଙ୍ଗ, ପରିଭ୍ରମଣର ସୁଯୋଗ ପାଇବେ। ସାଧାରଣ କଥାରେ ବନ୍ଧୁ ବିରକ୍ତ ହୋଇପାରନ୍ତି। ଦୃଢ଼ ମନୋବଳ ଯୋଗୁ ବହୁ ବିପଦରୁ ରକ୍ଷାପାଇବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନମନାନ୍ତର ଦେଖାଦେଇପାରେ।
କର୍କଟ
କର୍କଟ
ସେବା ଓ ସହଯୋଗ ମନୋଭାବରୁ ସମସ୍ତଙ୍କର ଆଦରଣୀୟ ହେବେ। ଗତକାଲିଠାରୁ ଆପଣ ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି, ସେଥିରେ ନିଶ୍ଚିତ ସଫଳତା ପାଇବେ। ଶନିଙ୍କ ସପ୍ତମସ୍ଥିତିରୁ ବ୍ୟବସାୟ, ବାଣିଜ୍ୟ, କଳା, ସାହିତ୍ୟରେ ମଧ୍ୟ ସମ୍ମାନ ମିଳିବ। ଅଫିସ୍‌ କାମରେ ସହକର୍ମୀମାନେ ସହଯୋଗର ହାତ ବଢ଼ାଇପାରନ୍ତି।
ସି˚ହ
ସି˚ହ
ସକାଳୁ କୌଣସି ଶୁଭାକାଂକ୍ଷୀଙ୍କ ସାନ୍ନିଧ୍ୟ ଲଭିବାରୁ ଆର୍ଥିକ ଦିଗଟି ଭଲ ରହିବ। କୌଣସି ପ୍ରମାଣ ନ ଥାଇ ପଡ଼ୋଶୀଙ୍କଠାରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡ଼ିବେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ବୃହସ୍ପତିଙ୍କ ଶନିକ୍ଷେତ୍ରସ୍ଥ ସ୍ଥିତି କାରଣରୁ ପରିବାରରେ ସନ୍ତାନ ହେତୁକ ପୀଡ଼ା ଅନୁଭବ କରିବେ।
କନ୍ୟା
କର୍ମକ୍ଷେତ୍ରରେ ପରିସ୍ଥିତିକୁ ଯେତେ ଜଟିଳ ମଣୁଛନ୍ତି ବାସ୍ତବରେ ସେପରି ହେବନି। ପ୍ରତ୍ୟେକ କ୍ଷେତ୍ରରେ ଦେଖିଚାହିଁ ନ ଚଳିଲେ ସମସ୍ୟା ଆସିପାରେ। ସାହାଯ୍ୟ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିବେ। ମଙ୍ଗଳ ନୀଚ୍ଚାଭିମୁଖୀ ହେତୁ ସୁସମ୍ପର୍କ କ୍ଷୁଣ୍ଣ ହୋଇପାରେ।
ତୁଳା
ତୁଳା
ଆଜିର କର୍ମକ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ। ଆନୁଷ୍ଠାନିକ କାର୍ଯ୍ୟ କିମ୍ବା ସଭାସମିତିରେ ଯୋଗ ଦେଲେ ପ୍ରଶଂସା ଓ ପ୍ରତିଷ୍ଠା ପାଇପାରିବେ। କେତେକ କ୍ଷେତ୍ରରେ ହାତରୁ ଖାଇ ପର ପାଇଁ ଖଟିବାକୁ ପଡ଼ିପାରେ । ଭାଗ୍ୟସ୍ଥ ଏକାଧିକ ଗ୍ରହ ଯୋଗୁ ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବା ହେତୁ ମନ ଖୁସି ରହିବ।
ବିଛା
ବିଛା
ଅନ୍ୟମାନଙ୍କ କଥା ପ୍ରତି ଧ୍ୟାନ ନ ଦେଇ ନିଜେ କ’ଣ କରିବା ଉଚିତ ତାହା କଲେ ଭଲ। ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ପାଇଁ ଅନୁକୂଳତା ଅନୁଭବ କରିବେ। ସନ୍ତାନଙ୍କ ବୈବାହିକ କର୍ମ ସମ୍ପାଦନ କ୍ଷେତ୍ରରେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହୋଇପାରେ। ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି।
ଧନୁ
ଧନୁ
ଯେଉଁ କାମ ପାଇଁ ମନସ୍ଥ କରିଛନ୍ତି, ତାହା ଆଜି ହିଁ ପୂର୍ଣ୍ଣତା ଲାଭ କରିବ। ପାରିବାରିକ କ୍ଷେତ୍ରରେ ପଛକଥା ପଛକୁ ପକାଇ କାମ କରି ଚାଲନ୍ତୁ ଭଲ ହେବ। ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇପାରେ, ଯାହାକି ମାନସିକ ସ୍ଥିତିର ପରିପନ୍ଥୀ ହୋଇନପାରେ। ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି।
ମକର
ମକର
ବିଭିନ୍ନ ସମସ୍ୟା ଓ ଦ୍ୱନ୍ଦ୍ୱ ଭିତରେ ପ୍ରତ୍ୟେକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଅନୁଭବ କରିବେ। ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ପଡ଼ୋଶୀ କେହି ପ୍ରତିବାଦ କରିପାରନ୍ତି, ଯାହାକି ଆପଣଙ୍କ କାମ ପାଇଁ ତାହା ବାଧକ ସାଜିବ। ଆଜିର ପ୍ରାତଃ ଭ୍ରମଣ ଓ ମନୋରଞ୍ଜନ ପ୍ରୀତିପ୍ରଦ ହୋଇନପାରେ।
କୁମ୍ଭ
କୁମ୍ଭ
ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ଅବଶ୍ୟ ପାଇବେ, କିନ୍ତୁ ପାରିବାରିକ ସମସ୍ୟା ଦେଖାଦେବ। ଅବଶ୍ୟ କର୍ମକ୍ଷେତ୍ରରେ ଓ ନିଜ ପରିବେଶରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଦୀର୍ଘପଥ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ବ୍ୟବସାୟ, ବାଣିଜ୍ୟ, ପରିବହନ ମାନ୍ଦା ହେବ ନାହିଁ।
ମୀନମୀନ
ଅର୍ଥାଭାବ ନ ଥାଇ ସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁଣ୍ଣ ଥିଲେ ମଧ୍ୟ ପାରିବାରିକ କନ୍ଦଳ ସବୁ ସୁଖକୁ ନଷ୍ଟ କରିଦେବ। କର୍ମକ୍ଷେତ୍ରରେ ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ। ଶିଳ୍ପ, ବାଣିଜ୍ୟ, ନିର୍ମାଣ, ପରିବହନରେ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବୁଝାମଣା ମାଧ୍ୟମରେ ପ୍ରତ୍ୟେକ କାମକୁ ସମ୍ଭାଳି ନେବେ। ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। ଯାତ୍ରା, ବାଣିଜ୍ୟ,...

ରାଶିଫଳ: ବୁଧବାର, ଅକ୍ଟୋବର ୨୧ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ପାଇଁ ଦିନଟି ବହୁତ ଭଲରେ ଭଲରେ ବିତିବ ଏବଂ ଯାହା ଚାହୁଁଛନ୍ତି ତାହା ପାଇବେ। ଶତ୍ରୁମାନେ ଚେଷ୍ଟାକରି ଥକିଯିବେ ସିନା କିଛି...

ରାଶିଫଳ: ବୁଧବାର, ଅକ୍ଟୋବର ୨୭ ତାରିଖ – Daily Horoscope

ମେଷ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କ୍ଷେତ୍ରରେ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ବହୁପୂର୍ବରୁ ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ, କିନ୍ତୁ ଏଥିପାଇଁ ଅର୍ଥଶ୍ରାଦ୍ଧ ଓ ବୁଦ୍ଧି...

ରାଶିଫଳ: ସୋମବାର, ମେ ୨୦ ତାରିଖ- Daily Horoscope

ମେଷ ଆଜି କର୍ମାଧିପ ଶନି ଏକାଧିକ ଗ୍ରହମାନଙ୍କ ଦୃଷ୍ଟିରେ ରହି ବହୁମୁଖୀ କାମରେ ନିଯୁକ୍ତ କରିବେ। ଗୃହରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ।ବନ୍ଧୁ ମାନଙ୍କ ଗହଳ...

ରାଶିଫଳ: ରବିବାର, ଅଗଷ୍ଟ ୨୧ ତାରିଖ – Daily Horoscope

ମେଷ ଶନିଙ୍କ ପ୍ରଭାବରୁ କାମଗୁଡ଼ିକ ଟିକିଏ ବିଳମ୍ବ ଓ ଝାମେଲା ଭିତରେ ହିଁ ହେବ। ଆଜିର ଯାତ୍ରା, ଶିଳ୍ପ, ବ୍ୟବସାୟ, ବାଣିଜ୍ୟ, ନିର୍ମାଣ ତଥା ପରିବହନ...

ରାଶିଫଳ: ସୋମବାର, ଜାନୁଆରି ୧୩ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ନିଜ ଗୃହରେ ଅବସ୍ଥାନ କରି ପାରିବାରିକ ସୁସମ୍ପର୍କ ମଧ୍ୟରେ ସୁଖ, ସମୃଦ୍ଧି ପ୍ରଦାନ କରିବେ। ଯାହା ପାଇବା ପାଇଁ ଚିନ୍ତା କରୁଛନ୍ତି...

ରାଶିଫଳ: ମଙ୍ଗଳବାର, ଫେବୃୟାରୀ ୨୩ ତାରିଖ– Daily Horoscope

ମେଷ ଆଜି ପ୍ରତ୍ୟେକ କାମରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ସରକାରୀ ଆଦେଶପ୍ରାପ୍ତ ହୋଇ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହେବେ। ସହକର୍ମୀମାନଙ୍କ ସାହାଯ୍ୟରେ ଆଶା...

ରାଶିଫଳ: ସୋମବାର, ଜାନୁୟାରୀ ୩ ତାରିଖ – Daily Horoscope

ମେଷ ଆଜି ଆପଣଙ୍କୁ ଆଶାନୁଯାୟୀ ଅର୍ଥଲାଭ,ବ୍ୟବସାୟିକ ସଫଳତା ମିଳିବ। ପରିବହନରେ ସମସ୍ୟା ସମାଧାନ ଓ କଚେରି ମାମଲାରେ ବିଜୟୀ ହେବା ନିଶ୍ଚିତ। ବନ୍ଧୁଙ୍କ ସୁପରାମର୍ଶ ଅନୁଯାୟୀ...

Advertisement
Archives

Model This Week