Posted inRasifala

ରାଶିଫଳ: ରବିବାର, ଜାନୁୟାରୀ ୩୦ ତାରିଖ – Daily Horoscope

ମେଷ
ପାରିବାରିକ ଅଶାନ୍ତି ସାଙ୍ଗକୁ ପାଇବା ଜିନିଷ ଶେଷ ସମୟରେ ହରାଇବେ। ଭଲ ସମ୍ପର୍କ ନଥିବା ବନ୍ଧୁମାନେ ଖାଲରେ ପକାଇବାକୁ ଚେଷ୍ଟାକଲେ ମଧ୍ୟ ସଫଳ ହେବେ ନାହିଁ। ଆଜି ଦିନଟିରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ମାନସିକ ସ୍ଥିତି ଭଲ ନ ଥିବା କାରଣରୁ ମନ କଥା ମନରେ ମାରି ନୀରବ ରହିବେ।
ବୃଷ
ବୃଷ
ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁଁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ। ଶୁଣାକଥାକୁ ବିଶ୍ୱାସ କରି ହଠାତ୍‌ ଯାତ୍ରା କରିବାକୁ ପଡ଼ିପାରେ। ଜମିଜମା କାରବାର, ରାଜନୀତି, ଆନୁଷ୍ଠାନିକ କାମରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟ ଯୋଗୁ ବ୍ୟସ୍ତ ହେବେ।
ମିଥୁନ
ମିଥୁନ
ପରିବାରର ବୟସ୍କ ବ୍ୟକ୍ତିମାନେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆପଣଙ୍କ ପରାମର୍ଶ ଲୋଡ଼ିପାରନ୍ତି। ଆର୍ଥିକ ସ୍ଥିତି ଓ ପାରିବାରିକ ପରିସ୍ଥିତି ପ୍ରାୟତଃ ଭଲ ରହିବ। କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଆଜିର ବ୍ୟବସାୟରେ ଆଖିଦୃଶିଆ ସଫଳତା ହାସଲ କରିପାରିବେ ନାହିଁ, କିନ୍ତୁ ବକେୟା ଅର୍ଥ ପାଇବେ।
କର୍କଟ
କର୍କଟ
ସ୍ବାସ୍ଥ୍ୟ ସମସ୍ୟା, ଅର୍ଥସଙ୍କଟ ଓ ଏକାଧିକ କାମରୁ ମାନସିକ ଚାପଗ୍ରସ୍ତ ହୋଇପାରନ୍ତି। ଶତ୍ରୁତା କାରଣରୁ କେହି ନିଜ ଲୋକ ଜଣେ ହଇରାଣରେ ପକାଇବାକୁ ଚେଷ୍ଟା କରିବେ। ତଥାପି ପ୍ରତ୍ୟେକ କ୍ଷେତ୍ରରେ ଆଶଙ୍କା ଅପରାହ୍ନେ ଦୂର ହୋଇଯିବ। ବୃତ୍ତିଗତ ଧନ୍ଦାରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ।
ସି˚ହ
ସି˚ହ
ସମସ୍ୟା ଜାଲରେ ଛନ୍ଦିହେବା କାରଣରୁ ନକାରାମତ୍କ ଚିନ୍ତାଧାରା ମନରେ ସୃଷ୍ଟି ହେବ। ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ, ଯାହାକି ନୂତନ ସମସ୍ୟା ସୃଷ୍ଟି ହେବାର ସୂଚନା ରହିଛି। ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟ ହେବେ। ଅଶାନ୍ତ ମନ ଦିନ ଗୋଟାଏ ପରେ ଶାନ୍ତ ହେବ ଏବଂ ମାନସିକ ସ୍ଥିତି ଠିକ୍‌ ରହିବ।
କନ୍ୟା
ବନ୍ଧୁଙ୍କ ପ୍ରେରଣାରେ ନୂତନ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ କାମ ସମ୍ପନ୍ନ କରିବେ। ଫାଇଲ୍‌ କାମ ବୃଦ୍ଧି କାରଣରୁ ଘର ପାଇଁ ସମୟ ପାଇବେ ନାହିଁ। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆଗରେ ନ ହେଲେ ମଧ୍ୟ ପଛରେ ନାନାଦି କଥା କହିପାରନ୍ତି। ସ୍ବାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେବ, ମାତ୍ର ବିଶେଷ କିଛି ଅସୁବିଧା ହେବ ନାହିଁ।
ତୁଳା
ତୁଳା
ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ସମ୍ପର୍କୀୟଙ୍କ ଗାତ୍ରଦାହର କାରଣ ହୋଇପାରେ। ସହକର୍ମୀଙ୍କ ସହ ତିକ୍ତତା ସୃଷ୍ଟି ସୂଚନା ରହିଛି। ଅଫିସ୍‌ କାମରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହେବେ। ମାତ୍ରାଧିକ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ। ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ମଧ୍ୟ ଶିଥିଳତା ଦେଖାଦେବ।
ବିଛା
ବିଛା
ସ୍ନେହ, ସହାନୁଭୂତି ଓ ସେବା ସାହାଯ୍ୟ ମନୋଭାବରୁ କର୍ମ କ୍ଷେତ୍ରରେ ଆଦୃତ ହେବେ। ରାଜନୈତିକ ସ୍ତରରେ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ। ବାଧ୍ୟବାଧକତାରେ ଅନେକ ଟଙ୍କା ଖର୍ଚ୍ଚ କରି ଦୁଃଖିତ ହେବେ। ସତର୍କତା କିମ୍ବା ଅନ୍ୟମନସ୍କତା କାରଣରୁ ଯାତ୍ରା ସମୟରେ ହାତ କିମ୍ବା ଗୋଡ଼ରେ ଆଘାତ ଲାଗିପାରେ।
ଧନୁ
ଧନୁ
ଦୀର୍ଘ ଦିନରୁ ବନ୍ଧୁଙ୍କ ସହ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। କଳା, ସାହିତ୍ୟ, ବକ୍ତୃତା, ଆଲୋଚନାରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଉନ୍ନତି କରିବେ। ପଡ଼ୋଶୀଙ୍କ ସହାୟତାରେ ପାରିବାରିିକ ସମସ୍ୟାର ସରଳ ସମାଧାନ କରିବେ।
ମକର
ମକର
ଅର୍ଥ ସଙ୍କଟ କାରଣରୁ କିମ୍ବା କୌଣସି ବିବାଦୀୟ କଥା କହିବା ହେତୁ ମନଟା ଭଲ ଲାଗିବ ନାହିଁ। ଭଲ କଥା କହୁଥିଲେ ମଧ୍ୟ ନିଜ ସୁବିଧାକୁ ପ୍ରାଧାନ୍ୟ ଦେଇ ବନ୍ଧୁ ଅସୁବିଧାରେ ପକାଇପାରନ୍ତି। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ, ମାତ୍ର୍ର ନିଷ୍ପତ୍ତି ଅମୀମାଂସିତ ରହିପାରେ। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ।
କୁମ୍ଭ
କୁମ୍ଭ
ଗତକାଲିର ଆଲୋଚନା ଅନୁଯାୟୀ ଆଜିର କାମଗୁଡ଼ିକ ସବୁ ଠିକ୍‌ଠିକ୍‌ ହୋଇଯିବ। କଠିନ ଶ୍ରମଜନିତ ସାମାନ୍ୟ ଶାରୀରିକ ଅସୁସ୍ଥତା ସୃଷ୍ଟି ହେଇପାରେ। ସନ୍ଧ୍ୟା ସମୟରେ ନିକଟ ସମ୍ପର୍କୀୟଙ୍କ ଅନୁରୋଧରେ ସତ୍‌ସଙ୍ଗ ଓ ଭ୍ରମଣ ସୁଯୋଗ ପାଇବେ। ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ।
ମୀନମୀନ
ପାରିବାରିିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବାର ଆଶଙ୍କା ରହିଛି। ମଧ୍ୟାହ୍ନ ସମୟରେ କର୍ମ କ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ବିଶିଷ୍ଟ ବ୍ୟକ୍ତିମାନଙ୍କ ପରାମର୍ଶକ୍ରମେ ଆଜିର କାମଗୁଡିକ ସବୁ ଠିକ୍‌ଠିକ୍‌ ହୋଇଯିବ। ଆକସ୍ମିକ ଭାବରେ ବିଶେଷ କାରଣରୁ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଯିବାର ବହୁତ ସମ୍ଭାବନା ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଜୁଲାଇ ୧୩ ତାରିଖ – Daily Horoscope

ମେଷ ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ ଏବଂ ଅଟକି ରହିଥିବା କାମ ତ୍ୱରାନ୍ବିତ ହେବ। ପରିବହନ, ନିର୍ମାଣ, ଜମିଜମା ଓ ଆନୁଷ୍ଠାନିକ ଆଲୋଚନାରେ ସଫଳତା ହାସଲ…

ରାଶିଫଳ: ରବିବାର, ଜୁଲାଇ ୧୨ ତାରିଖ – Daily Horoscope

ମେଷ ଆଜିର ନୂତନ କର୍ମାରମ୍ଭ, ଆନୁଷ୍ଠାନିକ କର୍ମ ଆନନ୍ଦ ଉଲ୍ଲାସ ମଧ୍ୟରେ ସମ୍ପନ୍ନ ହେବ। ହିତୈଷୀମାନଙ୍କ ସହୃଦୟତାରୁ ଆପଣ ଯାହା ଚାହୁଁଛନ୍ତି, ତାହା ପାଇବାରେ କୌଣସି ଅସୁବିଧା…

ରାଶିଫଳ: ଶନିବାର, ଜୁଲାଇ ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭିନ୍ନ ପ୍ରକାର ହେତୁ ଅନ୍ୟମାନେ ଭୁଲ୍‍ ବୁଝିପାରନ୍ତି। ବ୍ୟବସାୟ ଓ ବାଣିଜ୍ୟରେ ଆଶା ଅନୁଯାୟୀ ସଫଳତା ମିଳିବ। ଦୀର୍ଘ ଦିନରୁ ରହିଯାଇଥିବା…

ରାଶିଫଳ: ଶୁକ୍ରବାର , ଜୁଲାଇ ୧୦ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟରୁ ଅର୍ଥଲାଭ ହେବା ସାଙ୍ଗକୁ ପ୍ରିୟଜନଙ୍କ ଦେଖାସାକ୍ଷାତ୍‍ରୁ ଖୁସି ରହିବେ। ମତପାର୍ଥକ୍ୟ କାରଣରୁ ବନ୍ଧୁ କିମ୍ବା ପରିବାର ସହ ମନୋମାଳିନ୍ୟ ସୃଷ୍ଟିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri