Posted inRasifala

ରାଶିଫଳ: ଗୁରୁବାର, ଅକ୍ଟୋବର ୨ ତାରିଖ – Daily Horoscope

ମେଷ
ଆଜି ଭଲ କାମଗୁଡିଏ କରିବେ ଯଦ୍ୱାରା ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ସମ୍ମାନିତ ହେବେ। ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବାରେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି, ରାଜନୀତି, ସାହିତ୍ୟ, ସଂଗଠନ ତଥା ଅଧ୍ୟାପନା କ୍ଷେତ୍ରରୁ ପ୍ରଶଂସା ମଧ୍ୟ ମିଳିବ।
ବୃଷ
ବୃଷ
କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବିବ୍ରତ ହୋଇପାରନ୍ତି। ସମୟାନ୍ତରେ ଟେନସନ୍‌ ଦୂର ହେବ ଏବଂ କଳ୍ପନା ବାସ୍ତବତାରେ ପରିଣତ ହେବାରୁ ଖୁସି ହେବେ। କଳା, ସାହିତ୍ୟ, ସଂଙ୍ଗୀତ ଓ ବକ୍ତୃତା କ୍ଷେତ୍ରରୁ ସୁଫଳ ମିଳିବା ସଙ୍ଗକୁ ପ୍ରଶଂସିତ ହେବେ। ବିବାଦୀୟ ସ୍ଥିତି ଲାଗି ରହୁଥିବା କାରଣରୁ କର୍ମକ୍ଷେତ୍ର ସମସ୍ୟାବହୁଳ ହୋଇପାରେ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ ପ୍ରତିକୂଳ ପରିସ୍ଥିତିର ଚାପ ବଢିପାରେ। ପରିବାରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଶାରୀରିକ ସୁସ୍ଥତା ଫେରି ପାଇବାରୁ ସାମୟିକ ଆଶ୍ୱସ୍ଥି ଲାଭ କରିବେ। ସାମାଜିକ କ୍ଷେତ୍ର କିମ୍ବା ସଭାସମିତିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ।
କର୍କଟ
କର୍କଟ
ଅଭାବ ଅସୁବିଧା ନ ଥିଲେ ମଧ୍ୟ ପାରିବାରିକ ଅଶାନ୍ତି ଜନିତ ମାନସିକ ସ୍ଥିତି ବ୍ୟାହତ ହେବ। କାମସୁରୁଖୁରୁରେ ସମ୍ପନ୍ନ ହେବା ସକାଶେ ବନ୍ଧୁ ମାନଙ୍କ ସାହାଯ୍ୟ ନେବାକୁ ପଡିପାରେ। ସଭାସମିତିରେ ସଫଳତା ହାସଲ କରିବେ କିନ୍ତୁ ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି। ସରକାରୀ ସ୍ତରରୁ ବହୁ ପ୍ରତୀକ୍ଷିତ ଖବରଟି ଆଜି ପାଇପାରନ୍ତି।
ସି˚ହ
ସି˚ହ
ଆଜିର ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଜିନିଷ ପାଇ ଖୁସି ହେବେ। ଆତ୍ମୀୟଙ୍କ ପରୋକ୍ଷ ଶତ୍ରୁତା ହେତୁ ମାନସିକ ଶାନ୍ତି ବ୍ୟାହତ ହେବାର ସୂଚନା ରହିଛି। କର୍ମକ୍ଷେତ୍ରରେ ସୁଯୋଗ ହାତଛଡା ହୋଇଯିବାରୁ ବ୍ୟସ୍ତତା ବୃଦ୍ଧି ପାଇବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବାରେ ହେଳା କଲେ ପରେ ଅନୁତାପ କରିବାକୁ ସମୟ ପାଇବେ ନାହିଁ ।
କନ୍ୟା
ସ୍ବାସ୍ଥ୍ୟସମସ୍ୟା ନିୟନ୍ତ୍ରଣାଧୀନ ରହିବା ହେତୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। ବନ୍ଧୁମାନଙ୍କ ସହାୟତାରେ କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ପଡୋଶୀଙ୍କ ପରିବାରର ବିବାଦୀୟ କଥାରେ ମୁଣ୍ଡ ନପୂରାଇବା ଭଲ। ଅର୍ଥ ସଂକଟ ହେତୁ କାମଗୁଡିକ ସମ୍ପନ୍ନ ଦିଗରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି।
ତୁଳା
ତୁଳା
ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି କାମ ହାସଲ କରିବେ। ରୋଜଗାର ବୃଦ୍ଧି ପାଇବ କିନ୍ତୁ ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ବଢିପାରେ। ପାରିବାରିକ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ପରିବହନ, ରପତ୍ାନୀ ବାଣିଜ୍ୟ, ଜମିଜମା କ୍ରୟ ବିକ୍ରୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତାର ସମ୍ମୁଖୀନ ହୋଇପାରନ୍ତି।
ବିଛା
ବିଛା
ଆଜି ପାରଷ୍ପରିକ ଆଲୋଚନା ଦ୍ୱାରା ଘରୋଇ ସମସ୍ୟାର ସମାଧାନ ହୋଇଯିବ। ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁଙ୍କ ସହାୟତାରେ ମୂଲ୍ୟବାନ ଦ୍ରବ୍ୟ ପାଇପାରନ୍ତି। ଚାହିଁ ଚାହିଁ ଆଖିରୁ ପାଣି ମରିଯିବ ପଛକେ ଅପେକ୍ଷା କରିଥିବା ବ୍ୟକ୍ତିଟିର ଦେଖା ପାଇବେ ନାହିଁ। ବ୍ୟବସାୟିକ ସ୍ଥିତି ସନ୍ତୋଷଜନକ ରହିବାରୁ ଆଶ୍ୱସ୍ତି ଅନୁଭବ କରିବେ।
ଧନୁ
ଧନୁ
ଅତୀତର ବିବାଦକୁ କେନ୍ଦ୍ରକରି ନିଜ ଲୋକଙ୍କ ନିକଟରୁ ଦୂରେଇ ଯାଇପାରନ୍ତି। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦରେ ପଡିବେ କିନ୍ତୁ କାମ ଅଟକିବ ନାହିଁ । ସାଧାରଣ କଥାରେ ଯୁକ୍ତିତର୍କ ଜନିତ ବନ୍ଧୁଙ୍କ ସହ ସମ୍ପର୍କହାନି ଦୁଃଶ୍ଚିନ୍ତାର କାରଣ ହୋଇପାରେ। ପରିବାରରେ ବିତର୍କକୁ କେନ୍ଦ୍ରକରି ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେବାର ସୂଚନା ରହିଛି।
ମକର
ମକର
ବନ୍ଧୁଙ୍କ ବ୍ୟବହାରରେ ପରିବର୍ତ୍ତନ ପରିଲକ୍ଷିତ ହେବାରୁ ଦୁଃଶ୍ଚିନ୍ତା ବଢିଯିବ। ଅର୍ଥ ସାହାଯ୍ୟ ଆଶାରେ ସହକର୍ମୀଙ୍କୁ ବିନୟପୂର୍ଣ୍ଣ କଥା କହିପାରନ୍ତି। କର୍ମକ୍ଷେତ୍ରରେ ଆଲୋଚନାର ଶେଷ ସମୟରେ ଆପଣଙ୍କ ପାଇଁ ବିଚାର ବଦଳି ଯାଇପାରେ। ପରିସ୍ଥିତିର ଗୁରୁତ୍ୱକୁ ଉପଲବ୍ଧି କରି ନୀରବଦ୍ରଷ୍ଟା ଭଳି କାମ କରବାକୁ ବାଧ୍ୟ ହେବେ ।
କୁମ୍ଭ
କୁମ୍ଭ
କର୍ମଜଞ୍ଜାଳ ବୃଦ୍ଧି ପାଉଥିବାରୁ ମନ ବିଚଳିତ ରହିବ କିନ୍ତୁ ପରକ୍ଷଣରେ ସବୁ କିଛି ଠିକ୍‌ ହୋଇଯିବ। କାମ ହାସଲ ସକାଶେ ଆଗନ୍ତୁକଟି ଆପଣଙ୍କ ପ୍ରଶଂସାରେ ଶତମୁଖ ହୋଇ ଉଠିବ। ରାଜନିତୀ କ୍ଷେତ୍ରରେ କିମ୍ବା ଆଲୋଚନା କାଳରେ ବନ୍ଧୁ ଅସୁବିଧାରେ ପକାଇପାରନ୍ତି। ପରିବାରର ବ୍ୟତିକ୍ରମ ଘଟଣାଟି ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ ।
ମୀନମୀନ

ପରିବାରରେ ଶୁଣାକଥାକୁ ବିଶ୍ୱାସ କରି କୈାଣସି କାମ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଦୂରଭିସନ୍ଧି ରଖି ପାଖ ପଡୋଶୀଙ୍କ ସହ ମିଷ୍ଟାଳାପରେ ମାତିରହିପାରନ୍ତି। ବେଳକୁ ବେଳ ପରିବାରର ଖର୍ଚ୍ଚଭାର ଯୋଗୁଁ ଚିନ୍ତାପ୍ରକଟ କରିବେ। ବନ୍ଧୁମାନଙ୍କ ସହ ଆଲୋଚନା ପରିସରରେ ଅପ୍ରିୟ ସତକଥା କହି ବିରୋଧି ହୋଇପାରନ୍ତି।

Get accurate and insightful horoscopes every day — only with Dharitri — Odisha’s No.1 Trusted Odia Newspaper

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ମେ ୧ ତାରିଖ – Daily Horoscope

ମେଷ ଆପଣ ଯେମିତି ଉଚ୍ଚମନା, ଆପଣଙ୍କ କାମଗୁଡିକ ମଧ୍ୟ ସରସ, ସୁନ୍ଦର ରହିବ। ଶୁକ୍ରଙ୍କ ସ୍ଥିତି ଜନିତ ଅଭାବ ରହିବନି ଏବଂ ପାରିବାରିକ ସ୍ଥିତି ମଧ୍ୟ ମନ୍ଦ…

ରାଶିଫଳ: ଗୁରୁବାର, ଏପ୍ରିଲ ୩୦ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ର ସକାଶେ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ। କୌଣସି ଖବର ଶୁଣିବା ପରେ ଏକ ଅଜଣା ଆବେଗରେ ମନ ଉଦ୍‌ବେଳିତ ହେବ।…

ରାଶିଫଳ: ବୁଧବାର, ଏପ୍ରିଲ ୨୯ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପାରିବାରିକ ଜୀବନକୁ ଶାନ୍ତିପ୍ରଦ ରଖିବା ସହ ଯାତ୍ରାକୁ ସଫଳ କରିବ। କର୍ମକ୍ଷେତ୍ରରେ ସହକର୍ମୀ ଯଥାସାଧ୍ୟ ସାହାଯ୍ୟ କରି ଶ୍ରମ ଲାଘବ କରିବେ। ବାଣିଜ୍ୟ,…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୮ ତାରିଖ – Daily Horoscope

ମେଷ ଶନି ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ଅସୁସ୍ଥତା ସୃଷ୍ଟିକଲେ ମଧ୍ୟ ଚନ୍ଦ୍ରଙ୍କ ପ୍ରଭାବରେ ବ୍ୟବହାରିକ କୁଶଳତା ଜାରିରହିବ। ସହକର୍ମୀ, ଅଧସ୍ତନ କର୍ମଚାରୀ ଏବଂ ବନ୍ଧୁବର୍ଗଙ୍କ ସହ…

ରାଶିଫଳ: ସୋମବାର, ଏପ୍ରିଲ ୨୭ ତାରିଖ – Daily Horoscope

ମେଷ ଆଜି ସାମାଜିକ କ୍ଷେତ୍ରରେ କେତେକ ଦିଗରୁ ମାନସିକ ଚାପର ସମ୍ମୁଖୀନ ହେବେ। ପାରିବାରିକ ସମସ୍ୟା ସୁଧାରିବା ପାଇଁ ସହୃଦୟ ବ୍ୟକ୍ତିଠାରୁ ସହାୟତା ପାଇବେ। ଗତକାଲିର ଆଲୋଚନା…

ରାଶିଫଳ: ରବିବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ ରାଶିରେ ରବି ଉଚ୍ଚସ୍ଥ ହେତୁ ପ୍ରତ୍ୟେକ ସ୍ତରରେ ସମ୍ମାନଜନକ ସ୍ଥିତିରେ ରହିବେ। ସ୍ବାସ୍ଥ୍ୟ ଯେମିତି ଭଲ ରହିବ ମନ ଆହୁରି ଅଧିକ ଭଲ ରହିବ। ବନ୍ଧୁଙ୍କ…

ରାଶିଫଳ: ଶନିବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ ବିଭିନ୍ନ ପ୍ରକାର ସମସ୍ୟା ଲାଗିରହିବା ଯୋଗୁ କର୍ମକ୍ଷେତ୍ରରେ କୌଣସି କାମ ସହଜରେ ସମ୍ପନ୍ନ ହେବନାହିଁ। ଅବଶ୍ୟ ପରକ୍ଷଣରେ ଅନ୍ୟାନ୍ୟ ସହକର୍ମୀଙ୍କ ହସ୍ତକ୍ଷେପ ଫଳରେ ସମାଧାନ ହୋଇପାରେ।…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରସ୍ଥ ରବି ଆପଣଙ୍କ ସୁସ୍ଥ ଚିନ୍ତାଧାରା ଓ କାର୍ଯ୍ୟକଳାପକୁ ପ୍ରଭାବିତ କରି ବ୍ୟଥିତ କରାଇପାରନ୍ତି। ଆକସ୍ମିକ ବନ୍ଧୁଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡିପାରେ। ସାହିତ୍ୟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri