Posted inRasifala

ରାଶିଫଳ: ରବିବାର, ଜୁନ୍‌ ୨ ତାରିଖ – Daily Horoscope

ମେଷ
ଆଜି କୃଷ୍ଣପକ୍ଷର ଦ୍ୱାଦଶ ଚନ୍ଦ୍ର, କଲ୍ୟାଣଚନ୍ଦ୍ର ଯୋଗୁ ଅସଜଡ଼ା ପରିସ୍ଥିତିକୁ ସଜାଡ଼ିବାରେ ସମର୍ଥ ହେବେ। ଭଲ ସମ୍ପର୍କ ନ ଥିବା ନିକଟସ୍ଥ ବ୍ୟକ୍ତିବିଶେଷଙ୍କ କଟାକ୍ଷ ମନକୁ ବେଶି ବାଧିବ। ପିଲାଙ୍କ ଅସୁସ୍ଥତା ଆପଣଙ୍କ କାର୍ଯ୍ୟଶୈଳୀକୁ ପ୍ରଭାବିତ କରିବ। ଜମିଜମା କାରବାର ସମ୍ପର୍କୀୟ କଥାବାର୍ତ୍ତା ଠପ୍‌ ହୋଇଯିବାର ଆଶଙ୍କା ରହିଛି।
ବୃଷ
ବୃଷ
ରାଶ୍ୟାଧିପ ଶୁକ୍ର ରୋହିଣୀ ନକ୍ଷତ୍ରସ୍ଥ ଯୋଗୁ ସଂଯମତା ହିତୈଷୀଙ୍କ ପ୍ରରୋଚନାରେ ଧର୍ମକାର୍ଯ୍ୟ ପ୍ରତି ମନ ବଳିପାରେ। ନାଚ, ଗୀତ, ସିନେମା ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ମର୍ଯ୍ୟାଦା ବୃଦ୍ଧି ପାଇବ। ବ୍ୟବସାୟିକ କ୍ଷେତ୍ରରେ ସଫଳତା ପାଇବେ। ଅନ୍ୟମନସ୍କ ରହିବା ଯୋଗୁ କେତେକ ବ୍ୟତିକ୍ରମ ଦେଖାଦେବ।
ମିଥୁନ
ମିଥୁନ
କର୍ମାଧିପଙ୍କ ସହ ରାଶ୍ୟାଧିପ ଥିବାରୁ ପଦସ୍ଥ ବ୍ୟକ୍ତି ଆପଣଙ୍କ କଥାରେ ସହମତି ପ୍ରକାଶ କରିପାରନ୍ତି। ଆରଦ୍ରା ନକ୍ଷତ୍ର ଚେଷ୍ଟା କରୁଥିବା କାମ ଅସମ୍ପୂର୍ଣ୍ଣ ରହିଯିବାରୁ ମନ ବିଷେଇଯିବ। ଆଜିର ଯାତ୍ରାରେ ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ଖୋଜ ଖବର ପାଇବେ। ବାଣିଜ୍ୟ ତଥା ବ୍ୟବସାୟିକ ସ୍ଥିତି ବିଶେଷ ଭଲ ନହେଲେ ମଧ୍ୟ ମନ୍ଦ ହେବନାହିଁ।
କର୍କଟ
କର୍କଟ
ଭାଗ୍ୟସ୍ଥାନରେ ରାହୁଯୁକ୍ତ ଚନ୍ଦ୍ରଙ୍କ ଯୋଗୁ ବିକ୍ଷିପ୍ତ ଚିନ୍ତାଧାରା ସମ୍ପନ୍ନ ହୋଇପାରନ୍ତି। ଆର୍ଥିକ ଦିଗରୁ ପୂର୍ଣ୍ଣ ସନ୍ତୋଷ ଲାଭ କରିବେ। କର୍ମକ୍ଷେତ୍ରରେ ପରିସ୍ଥିତିକୁ ଯେତେଟା ଜଟିଳ ମନେକରୁଛନ୍ତି, ବାସ୍ତବରେ ଅଶ୍ଳେଷାା ନକ୍ଷତ୍ର ସକାଶେ ସେପରି କିଛି ହେବନି। ଶିଳ୍ପ, ବ୍ୟବସାୟ, ନିର୍ମାଣ, ଯାତ୍ରା ପ୍ରଭୃତିରେ ସଫଳତା ହାସଲ କରିବେ।
ସି˚ହ
ସି˚ହ
ଆଜି ରବି ମିତ୍ର ଚନ୍ଦ୍ରଙ୍କ ନକ୍ଷତ୍ରସ୍ଥ ହେତୁ ସକଳ ଉଦ୍ୟମକୁ ସାକାର କରିବେ। ବଡ଼ଲୋକଙ୍କ ସହ ମିଶିବେ ଏବଂ ସରକାରୀ ସ୍ତରରେ କାମ ସହଜ ଓ ସୁବିଧାରେ ହୋଇପାରିବ। ଅର୍ଥଲାଭ, ବ୍ୟବସାୟ ତଥା ପରିବହନରେ ଲାଭବାନ ହେବେ। କର୍ମକ୍ଷେତ୍ରରେ କେତେକ ଛୋଟ ବଡ଼ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।
କନ୍ୟା
ଷଷ୍ଠ ଭାବସ୍ଥ ଶନି ଆପଣଙ୍କ ସାଙ୍ଗସାଥୀ, ଭାଇ, ବନ୍ଧୁ ତଥା ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ଅସମର୍ଥ ହେବେ। ଜମିବାଡ଼ିକୁ ନେଇ କଳହ ଲାଗିପାରେ। ଉତ୍ତରା ଫାଲ୍‌ଗୁନୀ ନକ୍ଷତ୍ର ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡ଼ିବେ। ଶିଳ୍ପ, ବ୍ୟବସାୟ ତଥା ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ।
ତୁଳା
ତୁଳା
ରାଶି ପ୍ରତି ଧନ ସପ୍ତମାଧିପତିଙ୍କ ଦୃଷ୍ଟି ଯାତ୍ରା, ବ୍ୟବସାୟ ପାଇଁ ଶୁଭପ୍ରଦ ହେବ। ପାରିପାର୍ଶ୍ୱିକ ପରିସ୍ଥିତିର ପ୍ରତିକୂଳତା ମଧ୍ୟରେ ଚଳିଲେ ମଧ୍ୟ ପାରିବାରିକ ସମର୍ଥନ କର୍ମକୁ ତ୍ୱରାନ୍ବିତ କରିବ। ଆଜି ବନ୍ଧୁଙ୍କ ଜରିଆରେ ଅର୍ଥ, ଜମିଜମା ଲାଭର ସୂଚନା ମିଳିପାରିବ। ସକାଳୁ ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ।
ବିଛା
ବିଛା
ମଙ୍ଗଳ ସ୍ବଗୃହରେ ରହି ରାଶିକୁ ଦେଖୁଥିବାରୁ ସଙ୍କଟ ଦୂର କରିବା ସହ ଅଭିଳାଷ ପୂରଣରେ ସାହାଯ୍ୟ କରିବେ। ବାଧ୍ୟବାଧକତାରେ କେତେକ କାମ କରିବାକୁ ପଡ଼ିବ ଓ ସେଥିରେ ସଫଳତା ଅବଶ୍ୟ ହାସଲ କରିବେ। ବାଣିଜ୍ୟ, ବ୍ୟବସାୟ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
ଧନୁ
ଧନୁ
ଦେବଗୁରୁ ରବିଙ୍କ ସହ ଦୁଃସ୍ଥାନରେ ଥିବାରୁ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ ରଖିବାରେ ଅସମର୍ଥ ହେବେ। ନିଜ ଲୋକ ଦାଉ ସାଧିବାରୁ କିଛି କହି ପାରିବେନି କିମ୍ବା ସହିପାରିବେନି। ପାରିବାରିକ ଜୀବନ ଗତାନୁଗତିକ ରୀତିରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇଁ ମନୋବଳ ବୃଦ୍ଧି ପାଇବ। ଶିକ୍ଷା କ୍ଷେତ୍ର୍ର, ପରୀକ୍ଷା, ଲେଖାପଢ଼ା ଦିଗ ପ୍ରାୟତଃ ମନ୍ଦ ହେବନାହିଁ।
ମକର
ମକର
ଭାଗ୍ୟାଧିପ ବୁଧ ଯୋଗକାରକ ହୋଇଥିବାରୁ ଅଭିଳଷିତ କାମ ତ୍ୱରାନ୍ବିତ କରିବା ସକାଶେ ଅନ୍ୟମାନଙ୍କୁ ମନେଇବାରେ ସମର୍ଥ ହେବେ। ନିଜ ଲୋକଙ୍କ ଉପରୁ ବିଶ୍ୱାସ ତୁଟିଯିବ ଓ ସେମାନଙ୍କ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ।
କୁମ୍ଭ
କୁମ୍ଭ
କେନ୍ଦ୍ରସ୍ଥ ବୃହସ୍ପତି ପ୍ରଭାବରେ ନୂଆ ଯୋଜନାକୁ ଗୁରୁତ୍ୱ ଦେଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବ। ପାରିବାରିକ କ୍ଷେତ୍ରରେ କିଛି ଊଣା ହେବନାହିଁ। ଶିଳ୍ପ, ବାଣିଜ୍ୟ, ପରିବହନ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ଆନୁଷ୍ଠାନିକ କାମରେ ବ୍ୟସ୍ତ ରହି ଗୁରୁତ୍ୱପୂର୍ଣ୍ଣ ଘରୋଇ କାମକୁ ପାସୋରି ଦେଇପାରନ୍ତି।
ମୀନମୀନ

ରାଶିରେ ଚନ୍ଦ୍ର ହେତୁ ବନ୍ଧୁଙ୍କ ସାହାଯ୍ୟ ଓ ସମର୍ଥନ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବ। ପାରିବାରିକ କ୍ଷେତ୍ରରେ ଭିତରେ ଭିତରେ କୁହୁଳୁଥିବା ସମସ୍ୟାର ସରଳ ସମାଧାନ ପାଇଁ ରାସ୍ତା ଖୋଲିଯିବ। ସରକାରୀ ସ୍ତରରୁ ଆଶା କରି ରହିଥିବା ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ସଙ୍ଗଠନ, ରାଜନୀତିରେ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଜୁନ୍ ୨୧ ତାରିଖ – Daily Horoscope

ମେଷ ଆଜି ରାଶିରେ ଶ୍ରୀଚନ୍ଦ୍ର ସହ ଶୁକ୍ରଙ୍କ ସଂଯୋଗ ବୈଷୟିକ ସୁଖ ସମୃଦ୍ଧି ପ୍ରଦାନ କରିବ। ପାରିବାରିକ ସ୍ଥିତି, ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବା ସାଙ୍ଗକୁ...

ରାଶିଫଳ: ଶୁକ୍ରବାର, ଜୁନ୍ ୨୦ ତାରିଖ – Daily Horoscope

ମେଷ ଆଜି ଦ୍ୱାଦଶସ୍ଥ ଶନି ସହ ଚନ୍ଦ୍ରଙ୍କ ସଂଯୋଗ ଯୋଗୁ ପୂର୍ବ ସମସ୍ୟାର ସମୀକ୍ଷା କରିପାରନ୍ତି। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି...

ରାଶିଫଳ: ବୁଧବାର , ଜୁନ୍ ୧୮ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମକ୍ଷେତ୍ରର ପ୍ରତ୍ୟେକ ପରିସ୍ଥିତିକୁ କୌଶଳରେ ସଜାଡ଼ି ନେବେ। ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ ଦେଖି...

ରାଶିଫଳ: ମଙ୍ଗଳବାର, ଜୁନ୍ ୧୭ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ଜୀବନରେ ଭୁଲ୍‍ ବୁଝାମଣା ସୃଷ୍ଟିହେବ। କେତେକ ବ୍ୟତିକ୍ରମକୁ ବାଦ୍‍ ଦେଲେ ଦିନଟି ଭଲରେ ବିତିବ। ଶିକ୍ଷା କ୍ଷେତ୍ରରେ ସୁନାମ, ପିଲାଙ୍କ...

ରାଶିଫଳ: ସୋମବାର, ଜୁନ୍ ୧୬ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ପ୍ରେରଣାରେ ଉଦ୍‌ବୁଦ୍ଧ ହୋଇ ନୂତନ ଉତ୍ସାହର ସହ କର୍ମକ୍ଷେତ୍ରରେ ଅଗ୍ରସର ହେବେ। ଧନାଧିପ ରାଶିସ୍ଥ ହେତୁ ଦିନ ଭିତରେ ଯାହାକୁ ଯାହା...

ରାଶିଫଳ: ରବିବାର, ଜୁନ୍ ୧୫ ତାରିଖ – Daily Horoscope

ମେଷ ଆଜି ଏକାଧାରରେ ଅର୍ଥ, ବସ୍ତ୍ରଭୂଷଣ, ଉଚ୍ଚ ସମ୍ମାନ ଏବଂ ବନ୍ଧୁଙ୍କ ଆତିଥ୍ୟଯୋଗ ରହିଛି। ସହକର୍ମୀଙ୍କ ସୌହାର୍ଦ୍ଦ୍ୟ ମଧ୍ୟରେ ନୂତନ ଯୋଜନା ପ୍ରଣୟନ କରିପାରନ୍ତି। ବ୍ୟବସାୟ...

ରାଶିଫଳ: ଶନିବାର, ଜୁନ୍ ୧୪ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ନିକଟସ୍ଥ ବନ୍ଧୁଙ୍କ ସାହାଯ୍ୟ ସହଯୋଗ ଲାଭକରି ଉପକୃତ ହେବେ। ଅଟକି ରହିଥିବା କାର୍ଯ୍ୟ ତ୍ୱରାନ୍ବିତ କରିବେ। ପାରିବାରିକ ସ୍ତରରେ ଭାବପ୍ରବଣତା...

ରାଶିଫଳ: ଶୁକ୍ରବାର, ଜୁନ୍ ୧୩ ତାରିଖ – Daily Horoscope

ମେଷ ଆଜି ପାରିବାରିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ କୌଣସି କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିପାରେ। ଈର୍ଷା ପରାୟଣ ବ୍ୟକ୍ତିଙ୍କର କଟୁକ୍ତି ମନକୁ ବାଧିପାରେ। ମାଲିମକଦ୍ଦମାରେ ଆପୋସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri