Posted inRasifala

ରାଶିଫଳ: ଗୁରୁବାର, ଜୁନ୍ ୨ ତାରିଖ – Daily Horoscope

ମେଷ
ଆଜି ଭଲ କାମଗୁଡ଼ିଏ କରିବେ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ସମ୍ମାନିତ ହେବେ। ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମ ତ୍ୱରାନ୍ବିତ କରିବାର ଅନୁକୂଳ ବାତାବରଣ ସୃଷ୍ଟି ହେବ। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ଓ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି, ରାଜନୀତି, କଳା, ଅଧ୍ୟାପନା କ୍ଷେତ୍ରରୁ ପ୍ରଶଂସା ମିଳିବ।
ବୃଷ
ବୃଷ
ବନ୍ଧୁମାନଙ୍କ ନିକଟରୁ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। କଳ୍ପନା କିମ୍ବା ଆଶା କରିନଥିବା ଜିନିଷ ଲାଭ କରି ଖୁସି ହୋଇଯିବେ। କଳା, ସାହିତ୍ୟ, ସଙ୍ଗୀତ ଓ ବକ୍ତୃତା କ୍ଷେତ୍ରରୁ ସୁଫଳ ମିଳିବ ଏବଂ ପ୍ରଶଂସିତ ହେବେ।
ମିଥୁନ
ମିଥୁନ
ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ପରିବାରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ମନକଥା ମନରେ ରଖିପାରିବେ ନାହିଁ, ଫଳରେ ପାରିବାରିକ ସମସ୍ୟା ସୃଷ୍ଟି ହେବ। ସାମାଜିକ କ୍ଷେତ୍ର କିମ୍ବା ସଭାସମିତିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ।
କର୍କଟ
କର୍କଟ
ଅଭାବ ଅସୁବିଧା ନ ଥିଲେ ମଧ୍ୟ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ। ଗତକାଲିଠାରୁ ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ବିଳମ୍ବରେ ପାଇବେ। କାମ ସୁରୁଖୁରୁରେ ସମ୍ପନ୍ନ ହେବା ସକାଶେ ବନ୍ଧୁଙ୍କ ସାହାଯ୍ୟ ନେବାକୁ ପଡ଼ିପାରେ। ସଭାସମିତିରେ ସଫଳତା ହାସଲ କରିବେ, କିନ୍ତୁ ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି।
ସି˚ହ
ସି˚ହ
ଆମତ୍ୀୟମାନଙ୍କ ପରୋକ୍ଷ ଶତ୍ରୁତା ହେତୁ ମାନସିକ ଶାନ୍ତି ବ୍ୟାହତ ହେବାର ସୂଚନା ରହିଛି। ଶେଷ ସମୟରେ ସୁଯୋଗ ହାତଛଡ଼ା ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବାରେ ହେଳା କଲେ ପରେ ଅନୁତାପ କରିବାକୁ ସମୟ ପାଇବେ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ସୁଫଳ ଲାଭ ସକାଶେ ଆଶାବାଦିନୀ ହେବେ।
କନ୍ୟା
କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରିବେ। ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ଅର୍ଥ ସଂକଟ ହେତୁ କାମଗୁଡିକ ସମ୍ପନ୍ନ ଦିଗରେ ସମସ୍ୟା ସୃଷ୍ଟି ହେବ।
ତୁଳା
ତୁଳା
ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କାମ ହାସଲ କରିବେ। ବିଭିନ୍ନ ସୂତ୍ରରୁ ରୋଜଗାର ବୃଦ୍ଧି ପାଇବ, କିନ୍ତୁ ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ। ପାରିବାରିକ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ପରିବହନ, ରପତ୍ାନି ବାଣିଜ୍ୟ, ଜମିଜମା କ୍ରୟ ବିକ୍ରୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବେ।
ବିଛା
ବିଛା
 ପ୍ରୟୋଗାତ୍ମକ କୌଶଳ କାରଣରୁ ଅସାଧ୍ୟ କାମ ସାଧନ କରିବାରେ ସମର୍ଥ ହେବେ। ଆପୋସ ଆଲୋଚନା ଦ୍ୱାରା ଘରୋଇ ସମସ୍ୟାର ସରଳ ସମାଧାନ ହୋଇଯିବ। କୌଣସି ବନ୍ଧୁଙ୍କ ସହାୟତାରେ ମୂଲ୍ୟବାନ ଦ୍ରବ୍ୟ ପାଇପାରନ୍ତି। କଳା ସାହିତ୍ୟରେ ସମସ୍ୟା ସମାଧାନ ହେବାର କ୍ଷୀଣ ଆଶା ମନରେ ଉଙ୍କି ମାରିବ।
ଧନୁ
ଧନୁ
ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ, କିନ୍ତୁ ନିଜ ଲୋକମାନଙ୍କ ନିକଟରୁ କ୍ରମଶଃ ଦୂରେଇ ଯାଇ ପାରନ୍ତି। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡ଼ିବେ, କିନ୍ତୁ କୌଣସି କାମ ଅଟକିବ ନାହିଁ। ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ଘରେ ବିତର୍କକୁ କେନ୍ଦ୍ରକରି ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ।
ମକର
ମକର
ବନ୍ଧୁଙ୍କ ବ୍ୟବହାରରେ ପରିବର୍ତ୍ତନ ପରିଲକ୍ଷିତ ହେବାରୁ ଦୁଶ୍ଚିନ୍ତା ବଢ଼ିଯାଇପାରେ। ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବା ଆଶାରେ ସହକର୍ମୀଙ୍କୁ ବିଭିନ୍ନ ପ୍ରକାର ବିନୟପୂର୍ଣ୍ଣ କଥା କହିବେ। କର୍ମକ୍ଷେତ୍ରରେ ଶେଷ ସମୟରେ ଆପଣଙ୍କ ପାଇଁ ବିଚାର ବଦଳି ଯାଇପାରେ। ଅଧିକାଂଶ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିବ।
କୁମ୍ଭ
କୁମ୍ଭ
ମନ ବିଚଳିତ ରହିବ, କିନ୍ତୁ ପରକ୍ଷଣରେ ସବୁ କିଛି ଠିକ୍‌ ହୋଇଯିବ। ଆଗନ୍ତୁକଟି ଆପଣଙ୍କ ପ୍ରଶଂସାରେ ଶତମୁଖ ହୋଇ ଉଠିବ। ଜମା ଭଲ ପଡୁନଥିବା ଅନ୍ୟମାନଙ୍କ ମନଗଢ଼ା କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ। ପରିବାରର ବ୍ୟତିକ୍ରମ ଘଟଣାଟି ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ।
ମୀନମୀନ
ଭାବପ୍ର୍ରବଣତାରେ ଭାସିଯାଇ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। ପରିବାରରେ ଶୁଣାକଥାକୁ ବିଶ୍ୱାସ କରି କୌଣସି କାମ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବେଳକୁ ବେଳ ପରିବାରର ଖର୍ଚ୍ଚଭାର ଯୋଗୁଁ ଚିନ୍ତାପ୍ରକଟ କରିବେ। କେତେକ ସ୍ଥାନରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

ରାଶିଫଳ: ବୁଧବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ଅଶ୍ଳେଷା ନକ୍ଷତ୍ର ବ୍ୟତୀତ ଅନ୍ୟ ନକ୍ଷତ୍ର ପାଇଁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ହେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ। ପ୍ରଶାସନ,...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ ଆଜି ଚତୁର୍ଥ କେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଆପଣ ଫଳପ୍ରଦ ଯାତ୍ରା ସାଙ୍ଗକୁ ସାମୟିକ ପାରିବେଶିକ ଆନନ୍ଦ ଅନୁଭବ କରିବେ। କିନ୍ତୁ ନୀଚସ୍ଥ ବୁଧଙ୍କ ସ୍ଥିତି...

ରାଶିଫଳ: ସୋମବାର, ଏପ୍ରିଲ ୧୫ ତାରିଖ – Daily Horoscope

ମେଷ ଆଜି ପ୍ରଶାସନିକ ସଫଳତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ସହ ସମ୍ମାନଜନକ ସ୍ଥିତିରେ ରହିବେ। କୃତିକା ନକ୍ଷତ୍ର ବନ୍ଧୁଙ୍କ ଅନୁରୋଧରେ ନୂତନ ସ୍ଥାନ ବୁଲିଯିବାର...

ରାଶିଫଳ: ରବିବାର, ଏପ୍ରିଲ ୧୪ ତାରିଖ – Daily Horoscope

ମେଷ ଆଜି ଗୁର୍ବାଦିତ୍ୟ ଯୋଗ ପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟରୁ ସମ୍ମାନିତ ହେବେ। ବନ୍ଧୁ ପରିଜନଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଉପସ୍ଥିତ ସମସ୍ୟାର...

ରାଶିଫଳ: ଶନିବାର , ଏପ୍ରିଲ ୧୩ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି କାରଣରୁ ଆପଣଙ୍କ ଆକର୍ଷଣୀୟ ବ୍ୟବହାର ସମସ୍ୟା ସମାଧାନରେ ସହାୟକ ହେବ। ଲୋକସମ୍ପର୍କ ବୃଦ୍ଧି, ପାରିବାରିକ ସହଯୋଗ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅନ୍ୟମନସ୍କ ଯୋଗୁ କେତେକ ବ୍ୟତିକ୍ରମ ସୂଚନା ରହିଛି। ଦ୍ୱିଜା ନକ୍ଷତ୍ରର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ଭଲ ସମ୍ପର୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri