Posted inRasifala

ରାଶିଫଳ: ଶନିବାର, ଜୁଲାଇ ୨ ତାରିଖ – Daily Horoscope

ମେଷ
ଆଜି ଋଣ ପରିଶୋଧ କିମ୍ବା ଅର୍ଥ ସମ୍ପର୍କୀୟ ସମସ୍ୟାକୁ ସୁଧାରିବାର ପ୍ରଯତ୍ନ କରିବେ। ପଦସ୍ଥ ବ୍ୟକ୍ତିଙ୍କ ସହାୟତାରେ ସଫଳତା ପାଇବେ। କୌଣସି ସାମାଜିକ କାମରେ ସହଯୋଗ କରିବାକୁ ବନ୍ଧୁଙ୍କୁ ଅନୁରୋଧ କରିପାରନ୍ତି। ଆଜି ଭ୍ରମଣଜନିତ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ, ଯାହାକି ସ୍ବାସ୍ଥ୍ୟ ପ୍ରତି ପ୍ରତିକୂଳ ପ୍ରଭାବ ସୃଷ୍ଟି ହେବ।
ବୃଷ
ବୃଷ
ବନ୍ଧୁଙ୍କ ପରାମର୍ଶରେ କୌଣସି ନୂତନ ଯୋଜନା କରିବା ସକାଶେ ମନ ବଳାଇବେ। ଆସନ୍ତାକାଲିର ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁ ଧଉଡ କରିବାକୁ ପଡିବ। ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବାରୁ ବ୍ୟସ୍ତତା ବୃଦ୍ଧି ପାଇବ। ସାମୟିକ ପୁରାତନ ରୋଗରୁ ପୀଡ଼ା ଅନୁଭବ କରିପାରନ୍ତି।
ମିଥୁନ
ମିଥୁନ
କୌଣସି ଚିନ୍ତା ନ କରି କାମ କରି ଚାଲନ୍ତୁ ନିଶ୍ଚିତ ସଫଳତା ପାଇବେ। ପାରିବାରିକ ସମସ୍ୟା ବନ୍ଧୁଙ୍କ ନିକଟରେ ପ୍ରକାଶ କରିପାରିବେ ନାହିଁ। ଜମିଜମା କିମ୍ବା ଗୃହ ସମ୍ପର୍କୀୟ ସମସ୍ୟାକୁ କେନ୍ଦ୍ର କରି ମାନସିକ ସ୍ଥିରତା ରହି ନ ପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ମଧ୍ୟ ସାମୟିକ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି।
କର୍କଟ
କର୍କଟ
ଅନୁକୂଳ ଗ୍ରହ ପ୍ରଭାବରୁ ମଧୁର ବ୍ୟବହାର ଦ୍ୱାରା ଅନ୍ୟକୁ ଆପଣାର କରିବାରେ ସମର୍ଥ ହେବେ। ସହକର୍ମୀଙ୍କ ସହାୟତାରେ ଅର୍ଥ ସମ୍ପର୍କିତ ଦୁଶ୍ଚିନ୍ତା ଦୂର ହେବ। ଦୀର୍ଘ ଦିନରୁ ଅଟକି ରହିଥିବା କର୍ମକ୍ଷେତ୍ରର ସ୍ଥିତି ଅନୁକୂଳ ବାତାବରଣ ମଧ୍ୟରେ ସହଜ ମନେ ହୋଇପାରେ। ଆଜି ମୂଲ୍ୟବାନ ଦ୍ରବ୍ୟ ଲାଭ ହେବାର ସୂଚନା ରହିଛି।
ସି˚ହ
ସି˚ହ
ଆବଶ୍ୟକତା ପୂରଣ ସକାଶେ ବିଭିନ୍ନ ଫନ୍ଦି ଫିକର କରିବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ପ୍ରକାଶନ, ପ୍ରଶାସନ ଏଜେନ୍ସି ଓ ସାମ୍ବାଦିକତାରେ ପ୍ରଂଶସିତ ହେବେ। ବନ୍ଧୁଙ୍କ ସହ ଭ୍ରମଣରେ ଯିବାକୁ ପରିବାରରୁ ସମର୍ଥନ ପାଇବେ ନାହିଁ। କର୍ମଜଞ୍ଜାଳ ବୃଦ୍ଧିଜନିତ ଏକପ୍ରକାର ଅଣନିଃଶ୍ୱାସୀ ଭଳି ଅନୁଭବ କରିବେ।
କନ୍ୟା
ବିଭିନ୍ନ ଘରୋଇ ସମସ୍ୟାକୁ ନେଇ ମାନସିକ ସ୍ଥିତି ଭଲ ରହି ନ ପାରେ। ବିଚାର ନକରି କାମକଲେ ସମସ୍ୟା ଭିତରକୁ ଟାଣି ହୋଇଯିବେ। ସ୍ବାର୍ଥର ବଶବର୍ତ୍ତୀ ହୋଇ ନିଜର ଆମତ୍ୀୟମାନେ ହଠାତ୍‌ ଶତ୍ରୁତା କରିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।
ତୁଳା
ତୁଳା
ବିଭିନ୍ନ ଅସୁବିଧା ଭିତରେ ଚଳିବା ହେତୁ ମାନସିକ ଅବସ୍ଥା ଖରାପ ରହିବ। ଫଳରେ ଆଜି ଦିନଟିରେ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ। ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିବାର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ, ସଭା ସମିତିରେ, ରାଜନୈତିକ ସ୍ଥିତିରେ ସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ।
ବିଛା
ବିଛା
ଅତୀତ ଘଟଣା ମନକୁ ବାରମ୍ବାର ଆନ୍ଦୋଳିତ କରିବ। କେତେକ କ୍ଷେତ୍ରରେ ପାରିବାରିିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ଆଦୌ ଭଲ ସମ୍ପର୍କ ନଥିବା ବ୍ୟକ୍ତିମାନଙ୍କ ଦ୍ୱାରା କୌଣସି ସମସ୍ୟା ସୃଷ୍ଟି ହୋଇପାରେ। ରାଜନୀତି, ପ୍ରଶାସନ, ଆନୁଷ୍ଠାନିକ, ସାଂସ୍କୃତିକ କ୍ଷେତ୍ରରେ ସଫଳତା ପାଇବେ।
ଧନୁ
ଧନୁ
ଈର୍ଷାପରାୟଣ ବନ୍ଧୁଙ୍କ ବ୍ୟବହାର ମନରେ ଆଘାତ ସୃଷ୍ଟି କରିବ। ପରିବାରର ଆବଶ୍ୟକତାକୁ ଉପଲବ୍ଧି କରି ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। କଳା, କ୍ରୀଡ଼ା, ସାହିତ୍ୟ, ଚଳଚ୍ଚିତ୍ର ଓ ରଚନାତ୍ମକ କାର୍ଯ୍ୟରେ ସାମାନ୍ୟ ଅଗ୍ରଗତି ଘଟିବ। ବ୍ୟବସାୟ, ପରିବହନ, ଅର୍ଥସମ୍ପର୍କ ଓ ଆନୁଷ୍ଠାନିକ କାମରୁ ମନ ଖୁସିରହିବ।
ମକର
ମକର
ଜଣେ ବନ୍ଧୁଙ୍କ ସାହାଯ୍ୟରେ ଆଜିର କାମଗୁଡ଼ିକ ସୁବିଧାରେ ସମ୍ପନ୍ନ ହୋଇଯିବ। ପଡ଼ୋଶୀଙ୍କ ସହ ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପାରନ୍ତି। କଳା, ସାହିତ୍ୟ, ସଭାସମିତି ଓ ରାଜନୈତିକ ସ୍ତରରେ ଟେନ୍‌ସନ ଲାଗି ରହିବ। ଠିକ୍‌ ସମୟରେ ଠିକଣା ଜାଗାରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ବିଭିନ୍ନ ବ୍ୟତିକ୍ରମ ମଧ୍ୟରେ କର୍ମକ୍ଷେତ୍ରରେ ସ୍ଥିତି ସୁଦୃଢ଼ କରିବାରେ ସମର୍ଥ ହେବେ। ନିଜ ଲୋକମାନେ ଯେତେ ସମସ୍ୟା ସୃଷ୍ଟି କଲେ ଆପଣଙ୍କର କୌଣସି ଅସୁବିଧା ହେବ ନାହିଁ। ଭାଙ୍ଗି ପଡ଼ିଥିବା ସମ୍ପର୍କ ଯୋଡ଼ିବାରେ ଜଣେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ପାରିବାରିକ ସ୍ତରରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ।
ମୀନମୀନ
ଶାରୀରିକ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିଲେ ମଧ୍ୟ ମାନସିକ ସୁସ୍ଥତା ରହି ନ ପାରେ। କିଛିଟା ଅଭାବ ଓ ଅସୁବିଧା ମନକୁ ଭାରାକ୍ରାନ୍ତ ରହିବାର ଆଶଙ୍କା ପୂରା ମାତ୍ରାରେ ରହିଛି। ଆଜି ଦିନ ଭିତରେ ଏକାଧିକ କାମରେ ହାତ ଦିଅନ୍ତୁ ନାହିଁ, ଯାହାକି ବ୍ୟସ୍ତତାର କାରଣ ହେବ। ଚେଷ୍ଟା କରୁଥିବା କାମରେ ଓ ସଫଳତାରେ ଆନନ୍ଦ ଅନୁଭବ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନସପ୍ତମାଧିପତି ଯୁକ୍ତ ହୋଇଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି କିମ୍ବା ବିବାହ ସମସ୍ୟା ନେଇ ମାନସିକ…

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?