Posted inRasifala

ରାଶିଫଳ: ଗୁରୁବାର, ଜାନୁଆରୀ ୨ ତାରିଖ – Daily Horoscope

ମେଷ
ଆଜି ଦିନଟି ଗତାନୁଗତିକ ରୀତିରେ ଗଡି ଚାଲିବ। ଆର୍ଥିକ ଅଭିବୃଦ୍ଧି, ସ୍ବାସ୍ଥ୍ୟରେ ଉନ୍ନତି, ସ୍ଥଗିତ କାମରେ ଅଗ୍ରଗତି, ପାରିବାରିକ ସମସ୍ୟାର ସମାଧାନ କରି ଆଶ୍ୱସ୍ତି ଲାଭ କରିବେ। ବାଧ୍ୟବାଧକତାରେ ବ୍ୟୟବୃଦ୍ଧି ଓ ଶତ୍ରୁତାଜନିତ ସମସ୍ୟାର ସମ୍ମୁଖୀନ ହେବେ। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ଅଭିଯୋଗ ପରିବାରରେ ଅଶାନ୍ତି ସୃଷ୍ଟି କରିବ।
ବୃଷ
ବୃଷ
ପାରିବାରିକ ସ୍ନେହ, ଶ୍ରଦ୍ଧା ଓ ଆଦର ଲାଭକରିବା ସହ ଦିନଟି ସମ୍ପୂର୍ଣ୍ଣ ଉପଭୋଗ୍ୟ ହୋଇପାରେ। ସାଙ୍ଗସାଥୀ ଓ ବନ୍ଧୁଙ୍କ ସହାନୁଭୂତି ସହିତ ବୈଷୟିକ ସୁଖ, ସମୃଦ୍ଧିରୁ ମାନସିକ ସ୍ଥିତି ଭଲ ରହିବ। ଆମଦାନୀ କାରବାର, ଜମିଜମା ବିକାକିଣା, ଶିଳ୍ପ, ବାଣିଜ୍ୟରୁ ଲାଭବାନ୍‌ ହେବେ। ସ୍ଥଗିତ କାମ ତ୍ୱରାନ୍ବିତ କରି ଆତ୍ମସନ୍ତୋଷ ଲାଭ କରିବେ।
ମିଥୁନ
ମିଥୁନ
ଶରୀର ସୁସ୍ଥ ରହିବା ସହ ନୂତନ କାର୍ଯ୍ୟରେ ମନୋନିବେଶ କରିପାରନ୍ତି। କର୍ମକ୍ଷେତ୍ରରେ ପ୍ରାଧାନ୍ୟତା ଅକ୍ଷୁଣ୍ଣ ରହିବା ସହ ସହକର୍ମୀମାନଙ୍କ ପ୍ରିୟଭାଜନ ହେବେ। ପାରିବାରିକ ଜୀବନର ବ୍ୟତିକ୍ରମକୁ ମଧ୍ୟ ସୁଧାରି ନେବାର ପଯନତ୍ କରିପାରନ୍ତି। ଆର୍ଥିକ ସ୍ଥିତି,ବନ୍ଧୁ ସମ୍ପର୍କ, ପିଲାମାନଙ୍କ ଶିକ୍ଷା,ପରୀକ୍ଷା ଓ ଶତ୍ରୁତା ବିଷୟରେ ଚିନ୍ତା ବୃଦ୍ଧି ପାଇବ।
କର୍କଟ
କର୍କଟ
ଗ୍ରହସ୍ଥିତି ବିଳାସପ୍ରିୟ, ମନୋରଞ୍ଜନର ଖୋରାକ ପ୍ରଦାନ କରିବେ। ପରିବାର, ପରିବହନ, ସାମାଜିକ ସମ୍ପର୍କ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସକାଶେ ଅନୁକୂଳତା ସୃଷ୍ଟି ହେବ। ଭାବପ୍ରବଣତାର ରାଶି ଯୋଗୁ ତରବରିଆ ପଦକ୍ଷେପ ନେଲେ ଅସୁବିଧା ଭୋଗିବେ। କର୍ମାଧିପତିଙ୍କ ଦୁର୍ବଳତା ଯୋଗୁ ଅଶ୍ଳେଷାର କର୍ମଫଳ ସନ୍ତୋଷଜନକ ହେବନାହିଁ।
ସି˚ହ
ସି˚ହ
ମାନସିକ ଅସ୍ଥିରତା କାରଣରୁ କୌଣସି କାମ ଶୃଙ୍ଖଳିତ ହେବ ନାହିଁ। ସାଧାରଣ କଥାକୁ ନେଇ ପାରିବାରିକ କ୍ଷେତ୍ରରେ ଝଗଡାର ଆଶଙ୍କାର ସମ୍ଭାବନା ରହିଛି। ବାଦବିବାଦ, ପ୍ରତିଦ୍ୱନ୍ଦ୍ୱିତା, ଅନାବଶ୍ୟକ ବାର୍ତ୍ତାଳାପ ସମସ୍ୟା ଓ ଶତ୍ରୁତା ସୃଷ୍ଟି କରିବ। ଆଜି କର୍ମାରମ୍ଭ, ଲୋକସମ୍ପର୍କ, ସଙ୍ଗୀତାଦି କାର୍ଯ୍ୟକ୍ରମରେ ନିୟୋଜିତ ହେବେ।
କନ୍ୟା
ଭାଗ୍ୟସ୍ଥାନକୁ ରାଶ୍ୟାଧିପତିଙ୍କ ଦୃଷ୍ଟି କାରଣରୁ ଧାର୍ମିକ କାର୍ଯ୍ୟ ସକାଶେ ଆଲୋଚନା କରିପାରନ୍ତି। କାମ ଆମତ୍ୀୟଙ୍କ ବିରୋଧରୁ ବିଗିଡିଯାଉଥିବା କାରଣରୁ ବିରକ୍ତ ହେବେ। ସ୍ତ୍ରୀଙ୍କ ସହ ଉତ୍ତମ ବୁଝାମଣା, ବୟସ୍କ ବ୍ୟକ୍ତିଙ୍କ ସହୃଦୟତା, ସହକର୍ମୀଙ୍କ ଅନୁରକ୍ତି ପାଇ ଖୁସି ହେବେ। ଶିଳ୍ପ, ବାଣିଜ୍ୟ, ଯାତ୍ରା, ପରିବହନରେ ଅସ୍ଥିରତା ଦେଖାଦେବ।
ତୁଳା
ତୁଳା
ଆଜି ଦିନସାରା ଶୁକ୍ରଙ୍କ ପ୍ରଭାବରୁ ମଜାମଉଜ, ବନ୍ଧୁ ମିଳନ, ନୂତନ ସ୍ଥାନ ପରିଦର୍ଶନ ମାଧ୍ୟମରେ ଅତିବାହିତ କରିବେ। ସହନଶୀଳତା, ଉଦାରତା ଗୁଣରୁ ପ୍ରିୟଜନଙ୍କ ଅନୁରକ୍ତି, ବନ୍ଧୁଙ୍କ ସହାନୁଭୂତି ପାଇପାରନ୍ତି। ଚିତ୍ରା ନକ୍ଷତ୍ର ସକାଶେ ଭଲ ସମ୍ପର୍କ ଥିବା ଲୋକ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବେ। ଶାରୀରିକ ପୀଡ଼ା ଭୋଗିପାରନ୍ତି।
ବିଛା
ବିଛା
ଚନ୍ଦ୍ରଙ୍କ ପ୍ରତି ରାଶ୍ୟାଧିପଙ୍କ ଦୃଷ୍ଟିଜନିତ କୌଣସି କର୍ମାରମ୍ଭର ପରିକଳ୍ପନା କରିବେ। ଅନ୍ୟମାନଙ୍କ କାନକୁହା କଥାରେ ପ୍ରଭାବିତ ହେବାରୁ ବନ୍ଧୁ କିମ୍ବା ସହକର୍ମୀ ଭୁଲ୍‌ ବୁଝିପାରନ୍ତି। ଖର୍ଚ୍ଚାନ୍ତ ହେଲେ ମଧ୍ୟ ସହକର୍ମୀଙ୍କ ଜରିଆରେ ମୂଲ୍ୟବାନ ଦ୍ରବ୍ୟ ପାଇବେ। କର୍ମକ୍ଷେତ୍ରରେ ବିଭିନ୍ନ ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରିବେ।
ଧନୁ
ଧନୁ
ପ୍ରତ୍ୟେକ କ୍ଷେତ୍ରରେ ସଫଳତା ନୂତନମାର୍ଗ ପ୍ରଦର୍ଶନ କରାଇବ। ସ୍ବାସ୍ଥ୍ୟ ସମସ୍ୟା, ପାରିବାରିକ ଦ୍ୱନ୍ଦ୍ୱ, ପରିବହନ ଓ ସହକର୍ମୀଙ୍କ କଟୁକ୍ତିରୁ ଚିନ୍ତିତ ହେବେ। ଉତ୍ତରାଷାଢା ନକ୍ଷତ୍ରର ଏକ ପ୍ରୀତିବର୍ଦ୍ଧକ ପରିବେଶରେ ପ୍ରିୟଜନଙ୍କ ସହ ଥିବା ମତାନ୍ତର ଦୂର ହେବ। ଲୋକସମ୍ପର୍କ ବୃଦ୍ଧି, ସାମାଜିକ ଓ ରାଜନୈତିକ କ୍ଷେତ୍ର ଭଲ ରହିବ।
ମକର
ମକର
ସକାଳୁ ଶୁଭଖବର ସହ କୌଣସି ବନ୍ଧୁଙ୍କ ସହ ଆଳାପ ମନକୁ ଆହ୍ଲାଦିତ କରିବ। ସ୍ଥଗିତ କାମକୁ ସମ୍ପନ୍ନ କରିବା ସକାଶେ ଅନ୍ୟମାନଙ୍କ ସାହାଯ୍ୟ ନେବାକୁ ବାଧ୍ୟହେବେ। ଛୋଟିଆ କଥାକୁ କେନ୍ଦ୍ରକରି ସାଧାରଣ ଯୁକ୍ତିତର୍କଜନିତ କଳହର ସୂଚନା ରହିଛି। ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେବାର ଆଶଙ୍କା ରହିଛି।
କୁମ୍ଭ
କୁମ୍ଭ
ଦୃଢ ପଦକ୍ଷେପ ଗ୍ରହଣ କରି ସମସ୍ୟା ସମାଧାନ କରିବାରେ ସଫଳ ହେବେ। ଆନୁଷ୍ଠାନିକ କ୍ଷେତ୍ର, ସଭାସମିତି ତଥା ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ଅର୍ଥ ସଙ୍କଟ କାରଣରୁ ଗୁରୁତ୍ୱପୂର୍ଣ୍ଣ କାମ ଅଟକିଯିବା ଆଶଙ୍କା ରହିଛି। ପରୋକ୍ଷ ଶତ୍ରୁତା, ବନ୍ଧୁବିଚ୍ଛେଦ, ପ୍ରବାସରେ ରହୁଥିବା ସନ୍ତାନଙ୍କ ସକାଶେ ବିଚଳିତ ହେବେ।
ମୀନମୀନ

ଆଗାମୀ ଯୋଜନାକୁ ସଫଳ ରୂପାୟନ କରିବା ପରିପ୍ରେକ୍ଷୀରେ ଆତ୍ମୀୟଙ୍କ ସୁପରାମର୍ଶ ସହାୟକ ହେବ। ବ୍ୟୟବୃଦ୍ଧି, ଅର୍ଥନୈତିକ ସମସ୍ୟା, ଶତ୍ରୁତାଜନିତ ବିବାଦ, ବନ୍ଧୁଙ୍କ ଅନାଦର ଯୋଗୁ ମନ ଦୁଃଖ ହୋଇପାରେ। ପରିବାରରେ ପକ୍ଷପାତିତାକୁ କେନ୍ଦ୍ରକରି ମନରେ ବିରକ୍ତିଭାବ ସୃଷ୍ଟିର ସୂଚନା ରହିଛି। ଆକସ୍ମିକ ଭାବରେ ପରିଜନ ସହ ଦୂରଯାତ୍ରାର ଯୋଜନା କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଆଜି ଭାଗ୍ୟସ୍ଥାନସ୍ଥ ଚନ୍ଦ୍ର ହେତୁ ସ୍ଥଗିତ କାମ ସମ୍ପନ୍ନ ସକାଶେ ତପ୍ତର ରହିବେ। ବନ୍ଧୁଙ୍କ ସହଯୋଗ କାମକୁ ତ୍ୱରାନ୍ବିତ କରିବାରେ ସାହାଯ୍ୟ କରିବ। ଅଧିକ...

ରାଶିଫଳ: ରବିବାର, ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ଆପଣ କଳାନୁରାଗୀ, ସଙ୍ଗୀତପ୍ରିୟ, ସାହିତ୍ୟରସିକ ଓ ଚଳଚ୍ଚିତ୍ରପ୍ରେମୀ ଭାବରେ ପ୍ରଶଂସିତ ହୋଇପାରନ୍ତି। ମଙ୍ଗଳଙ୍କ କୁପ୍ରଭାବରୁ ଦେହ ଖରାପ ରହିପାରେ। ଅଶ୍ୱିନୀ ନକ୍ଷତ୍ରର କାମ ଯଥା...

ରାଶିଫଳ: ଶନିବାର , ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ ଆଜି ପଦାଧିକାରୀଙ୍କ ପ୍ରୋତ୍ସାହନ ଲାଭକରି କାମକୁ ଉତ୍ସାହର ସହ କରିବେ। ପ୍ରତ୍ୟେକ ଦିଗରୁ ସୁବିଧା ଥିଲେ ମଧ୍ୟ ଭୁଲ୍‍ ବୁଝାମଣାରୁ ପାରିବାରିକ ଶାନ୍ତି ବ୍ୟାହତ...

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୧ ତାରିଖ – Daily Horoscope

ମେଷ ଅଷ୍ଟମ ଚନ୍ଦ୍ରଜନିତ ସମସ୍ୟା ଲାଗିରହିବା କାରଣରୁ ଗତକାଲିଠାରୁ ଭାବୁଥିବା କାମଟିକୁ ଶେଷ କରିପାରିବେନି। ବନ୍ଧୁ ଗହଣରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। ବିଭିନ୍ନ...

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୦ ତାରିଖ – Daily Horoscope

ମେଷ ଆଜି ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କଲେ ଉପକୃତ ହେବେ। ଅଭାବ ପୂରଣ ଦିଗରେ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ।...

ରାଶିଫଳ: ବୁଧବାର, ମାର୍ଚ୍ଚ ୧୯ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ଆଶା ପୂରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ। ପାରିବାରିକ ଜୀବନରେ ଟେନ୍‌ସନ କିଛି ମାତ୍ରାରେ କମିଯାଇପାରେ। ପ୍ରତ୍ୟେକ କାମରେ ସହଯୋଗ...

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୮ ତାରିଖ – Daily Horoscope

ମେଷ ଆଜି ଅଶ୍ୱନୀ ନକ୍ଷତ୍ର ହଠାତ୍‌ କୌଣସି ନୀଚଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବେ। ପାରିବାରିକ କ୍ଷେତ୍ରରେ ମନ କଥା କାହାକୁ କହିପାରୁ ନ ଥିବେ...

ରାଶିଫଳ: ସୋମବାର, ମାର୍ଚ୍ଚ ୧୭ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନକୁ ମଙ୍ଗଳଙ୍କ ଦୃଷ୍ଟିଜନିତ ପାରିବାରିକ ଜୀବନରେ ସୌହାର୍ଦ୍ଦ୍ୟତା ଲାଭ ସାଙ୍ଗକୁ କାର୍ଯ୍ୟକ୍ଷେତ୍ର ପ୍ରତି ଉତ୍ସହିତ ରହିବେ। ସକାଳ ଯାତ୍ରା, ବ୍ୟବସାୟ ଓ ବନ୍ଧୁମିଳନ ପାଇଁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri