Posted inRasifala

ରାଶିଫଳ: ସୋମବାର, ଜାନୁୟାରୀ ୨ ତାରିଖ – Daily Horoscope

ମେଷ
ଆଜି ଦ୍ୱିଜା ନକ୍ଷତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଆପଣଙ୍କ କଥା ଓ ବ୍ୟବହାରରେ ହସ ଉକୁଟି ଉଠିବ। ସକାଳୁ ଯାତ୍ରା ପ୍ରୀତିପ୍ରଦ ରହିବ ଏବଂ ଯେଉଁ କାମରେ ବାହାରିଛନ୍ତି ତାହା ଅବଶ୍ୟ ଫଳପ୍ରଦ ହେବ। ବନ୍ଧୁ କିମ୍ବା ସହକର୍ମୀଙ୍କ ନିକଟରୁ ଆର୍ଥିକ ସାହାଯ୍ୟ ପାଇବେ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ଶିଥିଳତା ପରିଲକ୍ଷିତ ହେବ।
ବୃଷ
ବୃଷ
ରାଶ୍ୟାଧିପ ଶୁକ୍ର ଚତୁର୍ଥାଧିପଙ୍କ ନକ୍ଷତ୍ରରେ ଥିବାରୁ ପାରିବାରିକ ସ୍ତରରେ ବିଭିନ୍ନ ଯୋଜନାକୁ ପ୍ରସ୍ତୁତ କରି ପାରନ୍ତି। ଧନସ୍ଥାନକୁ ଧନାଧିପତିଙ୍କ ଦୃଷ୍ଟି ଅର୍ଥନୈତିକ ଅଭିବୃଦ୍ଧିରେ ନୂତନ ଉସତ୍ାହ ପ୍ରଦାନ କରିବ। ପଡ଼ୋଶୀ, ସହକର୍ମୀ, ଭାଇ ବନ୍ଧୁଙ୍କ ସହ ଆମତ୍ୀୟତା ନିବିଡ଼ତର ହେବ।
ମିଥୁନ
ମିଥୁନ
ବୁଧ ତୃତୀୟାଧିପଙ୍କ ନକ୍ଷତ୍ରରେ ଥିବାରୁ ବନ୍ଧୁଙ୍କ ସହ ଫଳପ୍ରଦ ଆଲୋଚନା କରିପାରନ୍ତି। ଆନୁଷ୍ଠାନିକ କାମରେ, ସଭାସମିତିରେ କିମ୍ବା ମେଳା ମହୋସତ୍ବରେ ଯୋଗଦାନ କରି ଖୁସି ହେବେ। ଆର୍ଥିକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ଓ ଦୀର୍ଘଦିନର ଆଶା ଫଳବତୀ ହେବ।
କର୍କଟ
କର୍କଟ
କର୍ମାଧିପତି ରାଶ୍ୟାଧିପତିଙ୍କ ନକ୍ଷତ୍ରରେ ରହିଥିବାରୁ ଉଦାରତା ଗୁଣରୁ ପ୍ରଶଂସିତ ହେବେ। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଅଶାନ୍ତି ସୃଷ୍ଟି ହୋଇପାରେ। ସାଙ୍ଗଠନିକ, ରାଜନୈତିକ, ପ୍ରଶାସନିକ ଓ କଳାମତ୍କ କ୍ଷେତ୍ରରେ ସ୍ଥିତି ଭଲ ରହିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ଯାତ୍ରା, ପ୍ରତିଯୋଗିତା କ୍ଷେତ୍ରରେ ସମସ୍ୟା ସୁଧାରିବା ପ୍ରଯନତ୍ କଲେ ଭଲ।
ସି˚ହ
ସି˚ହ
ଆଜିର ଗ୍ରହସ୍ଥିତି ଉତ୍ତମ ପାରିବାରିକ ସମ୍ପର୍କ ସାଙ୍ଗକୁ କାର୍ଯ୍ୟରେ ସଫଳତା ପ୍ରଦାନ କରିବ। ପ୍ରିୟଜନଙ୍କୁ ଆମୋଦିତ କଲା ଭଳି କଥା କହି ସମସ୍ୟାକୁ ସୁଧାରି ନେବେ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା କ୍ଷେତ୍ରରେ ଯୋଗ ଦେଉଥିଲେ ନିଶ୍ଚିତ ସଫଳତା ହାସଲ କରିବେ। ଈର୍ଷାପରାୟଣ ଆମତ୍ୀୟମାନେ ପରୋକ୍ଷରେ ବିରୁଦ୍ଧାଚରଣ କରିପାରନ୍ତି।
କନ୍ୟା
ଆଜି ରାହୁଙ୍କ ପ୍ରଭାବରୁ କୌଶଳରେ କାର୍ଯ୍ୟ ହାସଲ କରିପାରିବେ, କିନ୍ତୁ ବିବାଦୀୟ ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ମାଲିମକଦ୍ଦମା, ପ୍ରତିଯୋଗିତା, ଧାର୍ମିକ କାର୍ଯ୍ୟ ସକାଶେ କୌଣସି ଅସୁବିଧା ହେବ ନାହିଁ। ଭୁଲ୍‌ ବୁଝାମଣା ହେତୁ କର୍ମ କ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିବାର ସୂଚନା ରହିଛି।
ତୁଳା
ତୁଳା
କେନ୍ଦ୍ରସ୍ଥ ଶୁକ୍ରଜନିତ ସମ୍ପର୍କୀୟଙ୍କ ଶୁଭେଚ୍ଛା ଲାଭ କରି ଆମତ୍ତୃପ୍ତି ଅନୁଭବ କରିବେ। ସାହାଯ୍ୟ କରୁଥିବା ବ୍ୟକ୍ତି ଉପରେ ବିରକ୍ତି ପ୍ରକାଶ କରିବା ଠିକ୍‌ ହେବ ନାହିଁ। ପରିସ୍ଥିତିରେ ପଡ଼ି କେତେକ ବିବେକାନୁମୋଦିତ କାମ କରି ନ ପାରି ଅନୁସୋଚନା କରିବେ। ମିତ୍ରଭାବ ପୋଷଣ କରି ଜମା ଭଲ ପଡୁ ନ ଥିବା ବ୍ୟକ୍ତିଙ୍କୁ ମଧ୍ୟ ଆକର୍ଷିତ କରିପାରନ୍ତି।
ବିଛା
ବିଛା
ସମୟର ଅନୁକୂଳତା କାରଣରୁ ଦୀର୍ଘଦିନ ହେଲା ଯାହା ଚାହୁଁଥିଲେ ଆଜି ତାହା ପାଇ ଖୁସ୍‌ ହେବେ। ଅନୁରାଧା ନକ୍ଷତ୍ର ସକାଶେ ଅତୀତର କୌଣସି କଥା ମନକୁ ବାରମ୍ବାର ଆଲୋଡ଼ିତ କରିପାରେ। ପୂର୍ବ ପରିକଳ୍ପନାନୁଯାୟୀ ଆଜି ବନ୍ଧୁଙ୍କ ପ୍ରେରଣାରେ କୌଣସି ନୂତନ କାମରେ ପ୍ରବେଶ କରିବେ। ପାରିବାରିକ ସୁସ୍ଥତା ଫେରି ପାଇବେ।
ଧନୁ
ଧନୁ
ଭାଗ୍ୟକର୍ମାଧିପ ରାଶିସ୍ଥ ଯୋଗୁ କର୍ମକ୍ଷେତ୍ରରେ ପ୍ରତିଷ୍ଠାର୍ଜନ କରିବେ। ପାରିବାରିକ ସମସ୍ୟା ପଛକୁ ପକାଇ କର୍ତ୍ତବ୍ୟବୋଧକୁ ପ୍ରାଧାନ୍ୟ ଦେଇପାରନ୍ତି। ପରିବହନ, ପ୍ରଶାସନ, ପ୍ରକାଶନ, ସଂଗଠନ, ରାଜନୀତି, ସଭାସମିତିି କ୍ଷେତ୍ରରେ ଶୁଭଫଳ ପାଇବେ। ସମ୍ପର୍କୀୟଙ୍କ ଦ୍ୱାରା ଆହୂତ ହୋଇ ହଠାତ୍‌ ଦୂରଯାତ୍ରା କରିବାକୁ ପଡ଼ିପାରେ।
ମକର
ମକର
କର୍ମକ୍ଷେତ୍ର ପାପଗ୍ରହ ପ୍ରଭାବଯୁକ୍ତ ଯୋଗୁ ମାନସିକ ସନ୍ତୁଳନ ହରାଇପାରନ୍ତି। ଅଭିଳାଷ ପୂରଣ କ୍ଷେତ୍ରରେ ଯେକୌଣସି ପନ୍ଥା ଅନୁସରଣ କରିପାରନ୍ତି। ବ୍ୟବସାୟୀମାନେ ଆଗକୁ ମାଡ଼ି ଚାଲିବେ। କଳା, ସାହିତ୍ୟ, ଗଣଯୋଗାଯୋଗ, ବିଜ୍ଞାନ ଓ କାରିଗରି ବିଦ୍ୟାରେ ପାରଦର୍ଶିତା ହାସଲ କରିବେ।
କୁମ୍ଭ
କୁମ୍ଭ
ଭାଗ୍ୟସ୍ଥାନକୁ ଗୁରୁଙ୍କ ଦୃଷ୍ଟିଜନିତ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟସିଦ୍ଧି ହେବ। ସ୍ଥଗିତ କାମକୁ ଆଜି ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ। ସାହିତ୍ୟ, ସାମ୍ବାଦିକତା, ସଭାସମିତି, ଏଜେନଶିପ୍‌, କଳା, କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଉଚ୍ଚ ପ୍ରଶଂସା ପାଇବେ। ତୀର୍ଥାଟନ, ବିଦେଶ ଯାତ୍ରା, ଗବେଷଣା କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।
ମୀନମୀନ
ଦ୍ୱିତୀୟସ୍ଥ ରାହୁ ଯୁକ୍ତ ଚନ୍ଦ୍ର ହେତୁ କଳେବଳେ କୌଶଳେ ଅର୍ଥଲାଭ ସହ କାର୍ଯ୍ୟସାଧନ କରିବେ। ପଡ଼ୋଶୀ, ସହକର୍ମୀମାନେ ଅସହଯୋଗ କଲେ ମଧ୍ୟ ଆପଣଙ୍କର କୈାଣସି କାମ ଅଟକିବ ନାହିଁ। ଆମଦାନୀ କାରବାର ଓ ପରିବହନ ପ୍ରଭୃତି ବିଭିନ୍ନ ଦିଗରୁ ଲାଭବାନ ହେବେ। ପ୍ଲଟିଂ ବ୍ୟବସାୟ, କଚେରି ମାମଲା କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

ରାଶିଫଳ:ଶୁକ୍ରବାର, ସେପ୍ଟେମ୍ବର ୧୧ ତାରିଖ – Daily Horoscope

ମେଷ ଆଜି କୋଣଭାବସ୍ଥ ଚନ୍ଦ୍ର ପାପଗ୍ରହ ଯୁକ୍ତ କାରଣରୁ ସନ୍ତାନ ହେତୁକ ଦୁଃଶ୍ଚିନ୍ତା ଲାଗିରହିବ।ରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ବିଶେଷ ଭଲ ରହିନପାରେ। ସ୍ବଗୃହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?