Posted inRasifala

ରାଶିଫଳ: ସୋମବାର, ଡିସେମ୍ବର ୨ ତାରିଖ – Daily Horoscope

ମେଷ
ରାଶ୍ୟାଧିପଙ୍କ ଦୁର୍ବଳତାଜନିତ ଶାରୀରିକ ଓ ମାନସିକ ସୁସ୍ଥତା ନଷ୍ଟ ହୋଇପାରେ। ସାମାନ୍ୟ ଥଣ୍ଡାଜନିତ ପୀଡାନୁଭବ କରିବା ସାଙ୍ଗକୁ ନୈରାଶ୍ୟ, ବ୍ୟସ୍ତ ଓ ବିବ୍ରତ କରାଇପାରେ। କର୍ମକ୍ଷେତ୍ରରେ କୈାଶଳପୂର୍ଣ୍ଣ ବ୍ୟବହାର ଅନ୍ୟମାନଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ। ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ ରହିବ।
ବୃଷ
ବୃଷ
ଆଜି ବନ୍ଧୁଙ୍କ ଆଭ୍ୟନ୍ତରୀଣ ସମସ୍ୟାର ସମାଧାନ ଦିଗରେ ମୁଣ୍ଡ ପୂରାଇ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ଉପରେ ବିରକ୍ତ ହୋଇ କାର୍ଯ୍ୟପ୍ରବାହକୁ ଅବରୁଦ୍ଧ କରିଦେଇପାରନ୍ତି। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ଭଲରେ ଚାଲିବ। ପିଲାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଧାର ଟଙ୍କାକୁ ନେଇ ଟେନ୍‌ସନ୍‌ ବଢ଼ିଯାଇପାରେ।
ମିଥୁନ
ମିଥୁନ
ଆପଣଙ୍କ ଇଚ୍ଛାନୁକୂଳ କାର୍ଯ୍ୟ ଓ ପ୍ରାପ୍ୟ ପାଇଁ ମାର୍ଗ ସୁଗମ ରହିବ। ପ୍ରତ୍ୟେକ କ୍ଷେତ୍ରରେ ବିଜୟଲାଭ କରିବା ସାଙ୍ଗକୁ ନିଜ ବନ୍ଧୁମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ। ବିଭିନ୍ନ ଯୋଜନା ଓ ସାଙ୍ଗଠନିକ କାର୍ଯ୍ୟ କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ସାଧାରଣ କଥାକୁ କେନ୍ଦ୍ରକରି ପରିବାର ଭିତରେ ସମ୍ପର୍କ ହାନି ଘଟିପାରେ।
କର୍କଟ
କର୍କଟ
ଭୁଲ ବୁଝାମଣା ହେତୁ ବନ୍ଧୁଙ୍କ ସହ ବିବାଦ, ନୂତନ କାମରେ ପ୍ରତିବନ୍ଧକଜନିତ ଚିନ୍ତିତ ରହିବେ। ଅପେକ୍ଷା କରିଥିବା ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହେବେ। ପରିବାରରେ ପୂର୍ବ ସମସ୍ୟା ସମାଧାନ ହେବାରେ କୈାଣସି ନୀଚ୍ଚ ଜାତିର ବ୍ୟକ୍ତି ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବ।
ସି˚ହ
ସି˚ହ
ଧନାଧିପ ବ୍ୟୟାଧିପ ଯୁକ୍ତ ହେତୁ ଅର୍ଥ ପ୍ରଦାନ ନ କରିପାରିଲେ ମଧ୍ୟ ପ୍ରତିଶ୍ରୁତି ପାଇ ଖୁସି ହେବେ। ପାରସ୍ପରିକ ସହଯୋଗ ପାରିବାରିକ ଜୀବନକୁ ରସାଣିତ କରିବ। ଆଲୋଚନା ପରିସରରେ ସତକଥା କହି ବିବାଦ ଘେରରେ ପଡିପାରନ୍ତି। ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବା ସାଙ୍ଗକୁ ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
କନ୍ୟା
ସପ୍ତମସ୍ଥ ରାହୁଙ୍କ ପ୍ରଭାବରେ କୈାଶଳ ପ୍ରୟୋଗକରି କାର୍ଯ୍ୟ ହାସଲ କରିପାରିବେ। ସନ୍ତାନଙ୍କ ସମସ୍ୟା ବ୍ୟସ୍ତବିବ୍ରତ କରାଇପାରେ। ପ୍ରତ୍ୟେକ କ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ଶନିଙ୍କ ପ୍ରଭାବରୁ ସନ୍ଦେହ ଘେରରେ ରହିପାରନ୍ତି। ବନ୍ଧୁଙ୍କ ସହ ଟଙ୍କା ପଇସା ଦେବା ନେବାକୁ କେନ୍ଦ୍ରକରି ସାମାନ୍ୟ ଝଗଡା ସୃଷ୍ଟି ହୋଇପାରେ।
ତୁଳା
ତୁଳା
ବ୍ୟୟାଧିପ ଯୁକ୍ତ କର୍ମାଧିପ କାରଣରୁ କର୍ମକ୍ଷେତ୍ରରେ ସ୍ଥାନାନ୍ତର ପାଇଁ ବ୍ୟଗ୍ରତା ପ୍ରକାଶ କରିପାରନ୍ତି। ନୂତନ ବନ୍ଧୁ ସମ୍ପର୍କ ଓ ସୁଚିନ୍ତିତ କାର୍ଯ୍ୟଧାରା କାମକୁ ଅଗ୍ରଗାମୀ କରାଇବାରେ ସାହାଯ୍ୟ କରିବ। ଜଣେ ପଡୋଶୀ କିମ୍ବା ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହୋଇପାରେ। ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ।
ବିଛା
ବିଛା
ଆଳସ୍ୟ ଓ ମାନସିକ ଉଦାସୀନତାଜନିତ କାମରେ ଅବହେଳା ସୃଷ୍ଟି ହୋଇପାରେ। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବା ସକାଶେ ଦିନଟି ବହୁତ ଭଲ। କଳା, ସାହିତ୍ୟ, କ୍ରୀଡା ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ଯୋଗଦେବେ। ସାଧାରଣ କଥାକୁ କେନ୍ଦ୍ର କରି ଅପରାହ୍ନରେ ଟେନସନ ବଢିଯିବ।
ଧନୁ
ଧନୁ
ବହୁତ ଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାଯର୍‌ୟକାରୀ କରିବା ସକାଶେ ମନ ବଳାଇପାରନ୍ତି। ଅନ୍ୟମାନଙ୍କ ବିନା ସାହାଯ୍ୟରେ ବିବାଦୀୟ ଘଟଣାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବନି। ପଡୋଶୀଙ୍କ ସହ ନୂତନ ସ୍ଥାନ ଭ୍ରମଣ ସୁଯୋଗ ଜୁଟିବ। କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ କହିବାରୁ ସହକର୍ମୀ ଦୂରେଇ ରହିପାରନ୍ତି।
ମକର
ମକର
ସମ୍ପର୍କୀୟଙ୍କୁ ସାହାଯ୍ୟ ପ୍ରତିଶ୍ରୁତି ଦେଇ ଶ୍ରଦ୍ଧାଭାଜନ ହୋଇପାରନ୍ତି। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା ସାଙ୍ଗକୁ ସ୍ଥଗିତ କାମଗୁଡିକ ପାଇଁ ଯୋଜନା ପ୍ରସ୍ତୁତ କରିବେ। ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୈାଣସି କାମ ପାଇଁ ଆଗଭର ହୋଇପାରନ୍ତି। ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଏବଂ ବନ୍ଧୁଙ୍କ ସହ ଆଲୋଚନା ପ୍ରଭୃତିରୁ ଲାଭ ପାଇବେ।
କୁମ୍ଭ
କୁମ୍ଭ
କେତେକ ସାଧାରଣ ଅସୁବିଧାକୁ ବାଦ୍‌ ଦେଲେ ଦିନଟିରେ ବହୁତ ଭଲ କାମ କରିବେ। ଆଶା ଓ ଅଭିଳାଷ ପୂରଣ ସାଙ୍ଗକୁ ଅର୍ଥ ପାଇ କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିପାରନ୍ତି। ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂତନ ଜିନିଷ କ୍ରୟ ସକାଶେ ମନ ବଳିବ। ପରିବାର ମଧ୍ୟରେ ଛୋଟ କଥାକୁ ଧରି ବସିଲେ ଅଯଥା ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ।
ମୀନମୀନ

କର୍ମକ୍ଷେତ୍ରରୁ ଫେରନ୍ତା ବାଟରେ ବନ୍ଧୁଙ୍କୁ ଭେଟି କାଲିର ଯୋଜନା ପ୍ରସ୍ତୁତ କରିପାରନ୍ତି। ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ ମାତ୍ର ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବ। ବ୍ୟବସାୟରେ ଲାଭ ମିଳିବ ଏବଂ କୈାଣସି ଅନ୍ୟ ଏକ ଉଦ୍ଦେଶ୍ୟରେ ସେହି ଟଙ୍କାକୁ ବିନିଯୋଗ କରିପାରନ୍ତି। ଯାତ୍ରାରେ ସଫଳତା ପାଇବେ କିନ୍ତୁ ପ୍ରତ୍ୟାବର୍ତ୍ତନ ପ୍ରୀତିପ୍ରଦ ହୋଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଜୁଲାଇ ୨୨ ତାରିଖ – Daily Horoscope

ମେଷ ଆଜି ଖର୍ଚ୍ଚ ପରିମାଣ ବୃଦ୍ଧି ପାଇଲେ ମଧ୍ୟ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ବହୁତ ଭଲ। ଆଲୋଚନା କ୍ରମରେ ଘରର କେତେକ କାମକୁ କରିବା…

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରି ଶାରୀରିକ ଓ ମାନସିକ ସୁସ୍ଥତା ଅକ୍ଷୁଣ୍ଣ ରଖିବେ । କର୍ମକ୍ଷେତ୍ରରେ ଅଗ୍ରଗତି କରିବେ, କିନ୍ତୁ କିଛିଟା ପ୍ରତିରୋଧର…

ରାଶିଫଳ: ସୋମବାର, ଜୁଲାଇ ୨୦ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପରାମର୍ଶରେ ବହୁତ ଦିନରୁ ସ୍ଥଗିତ କାମଟିକୁ ହଠାତ୍‌ ଆରମ୍ଭ କରିବା ସକାଶେ ମନ ବଳାଇବେ। କୃତିକା ନକ୍ଷତ୍ର ଆଜି ଯେଉଁ କାମରେ ଯାତ୍ରା କରୁଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri