Posted inRasifala

ରାଶିଫଳ: ସୋମବାର, ଅଗଷ୍ଟ ୨ ତାରିଖ – Daily Horoscope

ମେଷ
ଆଜି ରବି ବାଧକଗ୍ରହ ଶନିଙ୍କ ନକ୍ଷତ୍ରରେ ଥିବାରୁ କୌଣସି କାମ ପ୍ରତି ଉତ୍ସାହ ରହିବ ନାହିଁ। କର୍ମକ୍ଷେତ୍ରରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ। ଈର୍ଷା ପରାୟଣ ବ୍ୟକ୍ତିମାନେ କଟୁ ମନ୍ତବ୍ୟ ଦେବେ ସତ, କିନ୍ତୁ ପ୍ରଶାସନିକ କ୍ଷେତ୍ରରେ ଆପଣଙ୍କୁ ପୂର୍ଣ୍ଣସାହାଯ୍ୟ ଓ ସମର୍ଥନ ମିଳିପାରିବ। ସାମାଜିକ ସ୍ତରରେ ବୁଦ୍ଧିଜୀବୀଙ୍କ ଦ୍ୱାରା ପ୍ରଶଂସିତ ହେବେ।
ବୃଷ
ବୃଷ
ଶନି ଦୃଷ୍ଟ ଚତୁର୍ଥାଧିପ ହେତୁ ଆଜି ଘର ସମ୍ପର୍କିତ କିଛି ବିଷୟକୁ ନେଇ ମାନସିକ ସ୍ଥିତି ଭଲ ରହି ନ ପାରେ। ଯାତ୍ରା, ନିର୍ମାଣ, ବ୍ୟବସାୟ, ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ସାମାଜିକ ସ୍ତରରେ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ସଭାସମିତି ଓ ସାହିତ୍ୟ, ସାମ୍ବାଦିକତା, ଏଜେନ୍‌ଶିପ୍‌ରୁ ପ୍ରଶଂସିତ ହେବେ।
ମିଥୁନ
ମିଥୁନ
ଧନାଧିପ ଚନ୍ଦ୍ର ପାପଗ୍ରହଙ୍କ ମଧ୍ୟରେ ରହିଥିବାରୁ ଆର୍ଥିକ ଅନଟନ ଚିନ୍ତା ବଢ଼ାଇବ। ବୁଧଙ୍କ ସ୍ଥିତି ବିଶେଷ ଭଲ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ମନ ଏକପ୍ରକାର ଭଲ ରହିବ। ମାତ୍ର ସ୍ବକର୍ମକ୍ଷେତ୍ରରେ ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟକର ହୋଇଯିବ।
କର୍କଟ
କର୍କଟ
ମୁଖଭାବାଧିପତି ରବି ଅଷ୍ଟମାଧିପତି ଶନିଙ୍କ ପୂର୍ଣ୍ଣ ଦୃଷ୍ଟିରେ ରହିଥିବାରୁ କାର୍ଯ୍ୟବ୍ୟସ୍ତ ରହି ଖାଇବା ପିଇବାରେ ଅବହେଳା କରିବେ। ପରକଥାକୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବା ସହ କଚେରି ମାମଲା, ଘରୋଇ କଳହ କ୍ଷେତ୍ରରେ ଟେନ୍‌ସନ ଦୂର ହେବ।
ସି˚ହ
ସି˚ହ
ମଙ୍ଗଳଗ୍ରହ ନିଜ ରାଶିରେ ଅବସ୍ଥାନ କରୁଥିବାରୁ ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଯାତ୍ରା କରିବାକୁ ପଡ଼ିପାରେ। ବହୁତ ଖର୍ଚ୍ଚାନ୍ତ ହେବାର ଥିଲେ ହେଁ ନିଜକୁ ନିୟନ୍ତ୍ରଣରେ ରଖିବାରେ ସମର୍ଥ ହେବେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ। ଜଣେ ବନ୍ଧୁଙ୍କ ଆର୍ଥିକ ସହାୟତାରେ ଅଫିସ୍‌ କାମ ହାସଲ କରିନେବେ।
କନ୍ୟା
ରାଶିର କେନ୍ଦ୍ରକୋଣରେ ବୁଧ ଓ ଶନିଜନିତ ବିଶେଷ ସୂତ୍ରରୁ ଅର୍ଥଲାଭ କରିବେ। ରକ୍ତସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ, ସୁଯୋଗ ପାଇ କାମ ହାସଲ କରିପାରିବେ। ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବ। ମାତ୍ର ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ।
ତୁଳା
ତୁଳା
ନୀଚ୍ଚାରୋହି ଶୁକ୍ରଙ୍କ ପ୍ରଭାବରୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିବ। କର୍ମକ୍ଷେତ୍ରରେ ଟେନ୍ସନ ଲାଗିରହିବ। ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡିପାରନ୍ତି। ଜଣେ ବନ୍ଧୁଙ୍କ ପାଇଁ ମନ ଛଟପଟ ହେବ। କଳା, ସାହିତ୍ୟ, ରାଜନୀତି, ସାମ୍ବାଦିକତା ଆଇନ ଓ ଅଦାଲତ ତଥା ଲେଖାପଢ଼ାରୁ ଶୁଭଫଳ ପାଇବେ।
ବିଛା
ବିଛା
ମଙ୍ଗଳଙ୍କ ଦୁର୍ବଳତା ସାଙ୍ଗକୁ ସାଧାରଣ କଥାରେ ରାଗିଲେ ନିଜ ପାଇଁ ଅନିଷ୍ଟ ହୋଇପାରେ। କୌଣସି ମାଙ୍ଗଳିକ କାମରେ ବନ୍ଧୁଙ୍କ ସାହାଯ୍ୟକୁ ଅସ୍ବୀକାର କରି ପରକ୍ଷଣରେ ନିନ୍ଦିତ ହୋଇପାରନ୍ତି। ସଂଗଠନ, ରାଜନୀତି, ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ। ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ।
ଧନୁ
ଧନୁ
ଦୁର୍ବଳ ବୃହସ୍ପତିଜନିତ ପାରିବାରିକ ସମସ୍ୟା ଲାଗି ରହିଥିଲେ ମଧ୍ୟ କାମକୁ ଅଣହେଳା କରିପାରିବେ ନାହିଁ। ମନ ଭଲ ନ ରହିଲେ ସୁଦ୍ଧା ବନ୍ଧୁଙ୍କ ଅନୁରୋଧ ରକ୍ଷା କରି ତାଙ୍କ ସହ ଯିବାକୁ ବାଧ୍ୟ ହେବେ। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। କର୍ମକ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ନେଇ ପ୍ରଶଂସିତ ହେବେ।
ମକର
ମକର
ଅବସ୍ଥାରେ ସାମାନ୍ୟ ପରିବର୍ତ୍ତନ ହେବା କାରଣରୁ ମାନସିକ ସ୍ଥିରତା ଅକ୍ଷୁଣ୍ଣ ରହିବ। ବହୁତ ଦିନରୁ ରହିଯାଇଥିବା ବାକି ଟଙ୍କା ଆଜି ଅପରାହ୍ନରେ ପାଇବେ। ଅଷ୍ଟମରେ ଶୁକ୍ର ଓ ମଙ୍ଗଳଜନିତ ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡ ରୋଗରେ କଷ୍ଟ ପାଇବେ। ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି ।
କୁମ୍ଭ
କୁମ୍ଭ
ରାଶିପ୍ରତି ଶୁକ୍ର ଓ ମଙ୍ଗଳଙ୍କ ଦୃଷ୍ଟି ହେତୁ ପାରସ୍ପରିକ ସହମତି ମଧ୍ୟରେ ପରିବାରରେ ସୁଖ ଶାନ୍ତି ଫେରି ଆସିବ। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କଠାରୁ ଯଥା ସମ୍ଭବ ଦୂରେଇ ରହିବା ଭଲ । ଅଯଥା ବିରକ୍ତ ନ ହୋଇ ପିଲାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାର କରନ୍ତୁ। ରୋଗ ପ୍ରାଦୁର୍ଭାବ ବୃଦ୍ଧି ପାଇବ, ଯାହାକି ମୁଣ୍ଡବ୍ୟଥାର କାରଣ ହୋଇପାରେ।
ମୀନମୀନ
ତୃତୀୟରେ ରାହୁ ଏବଂ ରବି କୋଣଭାବରେ ଥିବାରୁ ଈର୍ଷାପରାୟଣ ପୂର୍ବକ ପଡୋଶୀଙ୍କ କଟୂକ୍ତି ମନରେ ଗଭୀର ରେଖାପାତ କରିପାରେ। ଆଜି ହଠାତ୍‌ ଆବଶ୍ୟକତା ପୂରଣ ସକାଶେ ଧାର କରିବାକୁ ପଡ଼ିବ। କର୍ମକ୍ଷେତ୍ରରେ ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ଜମିଜମା ବିବାଦ ଜଟିଳ ହେବ ଓ ସଫଳତା ହାସଲ କରିବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?