Posted inRasifala

ରାଶିଫଳ: ଗୁରୁବାର, ମେ ୨୯ ତାରିଖ – Daily Horoscope

ମେଷ
ଆଜିର ପୂର୍ବାହ୍ନ ପ୍ରତ୍ୟେକ କ୍ଷେତ୍ରରେ ଅନୁକୂଳ ରହିବା ସମୟରେ ଅପରାହ୍ନରେ ପରିସ୍ଥିତି ବଦଳିଯିବ। ଆଜିର ଯାତ୍ରା, ବାଣିଜ୍ୟ, ଅଧ୍ୟୟନ, ଗବେଷଣା, ସାହିତ୍ୟ ଓ ରଚନାତ୍ମକ କାମରେ ପ୍ରଶଂସିତ ହେବେ। ପିଲାଙ୍କ କଥାକୁ ନେଇ ମାନସିକ ସ୍ଥିତି ବିପନ୍ନ ହେବ। ନୂତନ ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରିପାରନ୍ତି।
ବୃଷ
ବୃଷ
ଆପଣଙ୍କ ଭୁଲ୍‌ ନିଷ୍ପତ୍ତି କାମରେ ଦ୍ୱନ୍ଦ୍ୱ, ପରିବାରରେ ଅଶାନ୍ତି ଓ ଅର୍ଥପ୍ରାପ୍ତିରେ ସମସ୍ୟା ସୃଷ୍ଟି କରିବ। କର୍ମକ୍ଷେତ୍ରରେ ସତ୍ୟ ଭାଷଣରୁ ନିବୃତ୍ତ ରହିବା ଭଲ, ଅନ୍ୟଥା କଳହ ଲାଗିପାରେ। ନୂତନ ଭାବେ କୌଣସି କାର୍ଯ୍ୟାରମ୍ଭ ସକାଶେ ତପତ୍ରତା ବଢିପାରେ। ପରିବାରର ଆବଶ୍ୟକତା ଅନୁଯାୟୀ ଗୃହୋପକରଣ ସାମଗ୍ରୀ କ୍ରୟ କରିପାରନ୍ତି।
ମିଥୁନ
ମିଥୁନ
ପାରିବାରିକ କଳହ କାରଣରୁ ବିଭିନ୍ନ ଦୁଶ୍ଚିନ୍ତାରେ ମନ ଭଲ ରହିବ ନାହିଁ। କିନ୍ତୁ ବହୁତ ଦିନ ହେଲା ଖୋଜୁଥିବା ଜିନିଷ ସୁବିଧାରେ ପାଇଯିବେ। ପ୍ରକାଶନ, ପ୍ରଶାସନ, ପରିବହନ ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ। ସାମାଜିକ ସ୍ତରରେ ପରିସ୍ଥିତିକୁ ଦେଖି ସବୁ ଜାଣିଶୁଣି ସୁଦ୍ଧା ଚୁପ୍‌ ରହିବାକୁ ବାଧ୍ୟ ହେବେ।
କର୍କଟ
କର୍କଟ
ବିଭିନ୍ନ ପ୍ରକାରର ନକାରାତ୍ମକ ଭାବନା ମନକୁ ବିଷାକ୍ତ କରିପାରେ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଆକସ୍ମିକ ଆବଶ୍ୟକତା ପୂରଣ ସକାଶେ ଋଣ ସୂତ୍ରରେ ଅର୍ଥଲାଭ କରିବେ। ସାହିତ୍ୟ, କଳା, ସଙ୍ଗୀତ, ଚଳଚ୍ଚିତ୍ର ତଥା ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
ସି˚ହ
ସି˚ହ
ପରିସ୍ଥିତିର ଭାରସାମ୍ୟ ରକ୍ଷା ନିମନ୍ତେ ମିଥ୍ୟାଳାପ କରିବାକୁ ପଡିପାରେ। କର୍ମକ୍ଷେତ୍ରରେ କିନ୍ତୁ ସମସ୍ୟା ସମାଧାନ ହୋଇଯିବ ଓ ଶିଳ୍ପ, ଏଜେନ୍ସିପ୍‌, ସାମ୍ବାଦିକତାରୁ ଖୁସି ରହିବେ। ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି। ପାରିବାରିକ ସ୍ତରରେ ଗୁରୁଜନଙ୍କଠାରୁ ପରାମର୍ଶ ପାଇ ଖୁସି ହୋଇପାରନ୍ତି।
କନ୍ୟା
ଦୀର୍ଘ ଦିନର ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ଆର୍ଥିକ ଅନଟନ କାରଣରୁ ମାନସିକ ଅସ୍ଥିରତା ଦେଖାଦେବ। କଥା ଓ କାମରେ ତାଳମେଳ ଅଭାବରୁ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରି ପାରିବେ ନାହିଁ। ସମ୍ପର୍କୀୟମାନେ ସମ୍ମୁଖରେ ଭଲ କଥା କହି ପରୋକ୍ଷ ଶତ୍ରୁତା କରିବା ଯୋଗୁ ବିଚଳିତବୋଧ କରିପାରନ୍ତି।
ତୁଳା
ତୁଳା
ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରୀତିପ୍ରଦ ହେବା ସହ ବନ୍ଧୁମିଳନଜନିତ ଆନନ୍ଦ ଅନୁଭବ କରିବେ। ପରିବାରର ଆବଶ୍ୟକତାନୁଯାୟୀ ମୂଲ୍ୟବାନ ଜିନିଷ କିଣିବାକୁ ମନ ବଳାଇ ପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ମାଧ୍ୟମରେ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ ସାହାଯ୍ୟରୁ ଉପକୃତ ହେବେ।
ବିଛା
ବିଛା
ବନ୍ଧୁଙ୍କ ଜରିଆରେ ସକାଳୁ ଶୁଭ ଖବର ପାଇ ମନ ଖୁସି ହୋଇଯିବ। ତରବରିଆ ଭାବେ କୌଣସି କାମ କଲେ ସବୁ ଓଲଟ ପାଲଟ ହୋଇଯାଇପାରେ। କର୍ମକ୍ଷେତ୍ରରେ ଚେଷ୍ଟା ଅବ୍ୟାହତ ରଖିବା ଫଳରେ ବିଳମ୍ବରେ ସଫଳତା ପାଇବେ। ସେବା ଓ ପରୋପକାର ହେତୁ ନିଜ ପରିସରରେ ପ୍ରତିଷ୍ଠିତ ହୋଇପାରନ୍ତି।
ଧନୁ
ଧନୁ
ଆଜି ଆପଣ ଯେମିତି ଯାହା ଚାହୁଁଛନ୍ତି ତାହା ପାଇବାରେ ଅସୁବିଧା ହେବ ନାହିଁ। ଜାଣିଶୁଣି କେତେଜଣ ବ୍ୟକ୍ତି ସମସ୍ୟା ସୃଷ୍ଟିରେ ସହାୟକ ହେବାର ଆଶଙ୍କା ରହିଛି। ମତାନ୍ତରଜନିତ ପାରିବାରିକ ସ୍ତରରେ ଟେନସନ୍‌ କିଛି ମାତ୍ରାରେ ବଢିଯିବ। କର୍ମକ୍ଷେତ୍ରରେ ମନର ବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହିବେ।
ମକର
ମକର
ଆଜିର କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ସ୍ବାଭାବିକ ରହିବ। ବନ୍ଧୁମାନଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ ସମ୍ପର୍କ ହାନି ଘଟିପାରେ। ଘରକଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରି ପର କ୍ଷଣରେ ଅନୁତପ୍ତ ହେବେ। ବ୍ୟବସାୟିକ ସ୍ଥିତି ସୁଦୃଢ଼ ରହିବ କିନ୍ତୁ ଋଣ ପରିଶୋଧ କରିବାରେ ପଛେଇଯିବେ।
କୁମ୍ଭ
କୁମ୍ଭ
ବନ୍ଧୁଙ୍କୁ ସାହାଯ୍ୟ ସହଯୋଗ କରି ଆତ୍ମତୃପ୍ତି ଲାଭ କରିବେ। ସଭା ସମିତିରେ, ବନ୍ଧୁ ଗହଣରେ ଗାମ୍ଭୀର୍ଯ୍ୟ ରକ୍ଷାକଲେ ତାହା ହିଁ ବ୍ୟକ୍ତିତ୍ୱ ବିକାଶରେ ସହାୟକ ହେବ। କେତେକ କ୍ଷେତ୍ରରେ ନିଜେ କଷ୍ଟ ଅନୁଭବ କଲେ ମଧ୍ୟ କର୍ମକ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଫାଇଦା ହାସଲ ସକାଶେ ବନ୍ଧୁ ଅସୁବିଧାରେ ପକାଇପାରନ୍ତି।
ମୀନମୀନ

ଅକସ୍ମାତ୍‌ ଅର୍ଥପ୍ରାପ୍ତି, ସୌଜନ୍ୟତା, ମଧୁର ବ୍ୟବହାର ଦ୍ୱାରା ବନ୍ଧୁଙ୍କୁ ଆପ୍ୟାୟିତ କରି ପ୍ରଶଂସିତ ହେବେ। ଅବହେଳା କାରଣରୁ ସ୍ବାସ୍ଥ୍ୟ ଭଲ ରହିବ ନାହିଁ ଏବଂ ମାନସିକ ସ୍ତରରେ ଦୁର୍ଭାବନା ବଢ଼ିଚାଲିବ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରିପାରିବେ ନାହିଁ। କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?