Posted inRasifala

ରାଶିଫଳ: ରବିବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ
ସକାଳୁ ସକାଳୁ ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାତିତ ଭାବେ ପାଇ ଖୁସି ହୋଇଯିବେ। କର୍ମକ୍ଷେତ୍ରରେ ଏକାଧିକ ଦାୟିତ୍ୱ ହାତକୁ ନେବାକୁ ପଡ଼ିପାରେ। ସଭା ସମିତିକୁ ଆହୂତ ହୋଇ ସାମାଜିକ ସ୍ତରରେ ସମ୍ମାନ ଲାଭ କରିିବେ।
ବୃଷ
ବୃଷ
ସ୍ଥଗିତ କାମକୁ ତ୍ୱରାନ୍ବିତ କରିବା ସକାଶେ ଜୋରଦାର ଉଦ୍ୟମ କରି ସଫଳତା ହାସଲ କରିବେ। ଅତି ନିଜର ବୋଲି ଭାବୁଥିବା ବନ୍ଧୁଟି ହିଁ ସ୍ବାର୍ଥକୈନ୍ଦ୍ରିକ ହୋଇପଡ଼ିବ। ପରିବାର ଭିତରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। କର୍ମକ୍ଷେତ୍ରରେ ସାଧାରଣ କଥାରେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।
ମିଥୁନ
ମିଥୁନ
ଲକ୍ଷ୍ୟ ହାସଲ ପରିପ୍ରେକ୍ଷୀରେ ମଧୁର ବ୍ୟବହାର ଦ୍ୱାରା ଅନ୍ୟମାନଙ୍କୁ ଆକର୍ଷିତ କରିପାରିବେ। ଆନୁଷ୍ଠାନିକ କ୍ଷେତ୍ରରେ ସମସ୍ୟା ସମାଧାନ ସକାଶେ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ପାରିବାରିକ ଅଶାନ୍ତି ବଢ଼ୁଥିବାରୁ ନୀରବ ରହିବାକୁ ବାଧ୍ୟ ହେବେ। ଯେତେ ଭଲ କାମ କଲେ ମଧ୍ୟ ସମାଲୋଚିତ ହେବାକୁ ପଡ଼ିପାରେ।
କର୍କଟ
କର୍କଟ
ଶନି ଦୃଷ୍ଟ ଚନ୍ଦ୍ର କାରଣରୁ ଥଣ୍ଡାରୋଗରେ ପୀଡ଼ିତ ହୋଇପାରନ୍ତି। ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ନୀଚଜନଙ୍କ ସହ ବିବାଦରୁ ଦୂରେଇ ରହିବା ଭଲ। ମନ ଅସ୍ଥିର ରହିବା କାରଣରୁ କାମଗୁଡ଼ିକ ସଂପନ୍ନ ହେବା କଷ୍ଟକର ହୋଇପଡ଼ିବ। ପଡ଼ୋଶୀଙ୍କ ପରୋକ୍ଷ ଶତ୍ରୁତା ହେତୁ କାମଗୁଡ଼ିକ ସମ୍ପନ୍ନ ହେବା ସକାଶେ କଷ୍ଟକର ହୋଇପାରେ।
ସି˚ହ
ସି˚ହ
ଆଜି କୌଣସି ଦୁଃଖଦ ଖବର ମନକୁ ବିଚଳିତ କରିବ। ସଭାସମିତି କିମ୍ବା ବନ୍ଧୁଙ୍କ ସହ ଆଲୋଚନା କ୍ଷେତ୍ରରେ ବିତର୍କ ସୃଷ୍ଟି ହେବାର ଆଶଙ୍କା ରହିଛି। ଥଣ୍ଡାଜନିତ ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରି ନିଜକୁ ସଂକୁଚିତ ମନେ କରିପାରନ୍ତି। କର୍ମକ୍ଷେତ୍ରରେ କୌଣସି କର୍ମଚାରୀଙ୍କ ଦ୍ୱାରା ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ।
କନ୍ୟା
ପୂର୍ବପରିକଳ୍ପିତ ନୂତନ କର୍ମାରମ୍ଭ ସକାଶେ ଅର୍ଥ ଆବଶ୍ୟକ ହୋଇପାରେ। ଆନୁଷ୍ଠାନିକ କାମରେ ଅନ୍ୟମାନଙ୍କ ସହ ସନ୍ଦେହ ଓ ଭୁଲ୍‌ ବୁଝାମଣା ଘଟିପାରେ। କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି। ଆଲୋଚନା ପରିସରରେ ଅପ୍ରିୟ ସତ୍ୟ କଥା ପ୍ରକାଶ କରି ସମସ୍ୟାକୁ ବଢ଼ାଇ ଦେଇପାରନ୍ତି।
ତୁଳା
ତୁଳା
ପାରସ୍ପରିକ ମତଭେଦ କାରଣରୁ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସହ ମତଭେଦ ଘଟିପାରେ। ଦୀର୍ଘ ଦିନରୁ ଆଶା କରିଥିବା କୌଣସି ଖବର ଆଜି ଅପରାହ୍ନେ ପାଇ ଖୁସି ହେବେ। ଦୈନିକଚର୍ଯ୍ୟାରେ ଆର୍ଥିକ ସଂକଟ କେତେକ ବ୍ୟତିକ୍ରମ ସୃଷ୍ଟି କରିବ। ପାରିବାରିକ ପରିସ୍ଥିତି ଏବଂ ବ୍ୟବସାୟିକ ସ୍ଥିତି ପ୍ରାୟତଃ ପୂର୍ବ ପରି ରହିବ।
ବିଛା
ବିଛା
ଅନ୍ୟମାନଙ୍କ ସମର୍ଥନ ନ ପାଇବା ହେତୁ କେତେକ କାମରୁ ଦୂରେଇ ରହିବାକୁ ବାଧ୍ୟ ହେବେ । ଗାଡ଼ି, ମୋଟର, ଘର ମରାମତି ଯୋଜନା କରିପାରନ୍ତି। ଆତ୍ମୀୟଙ୍କ ପ୍ରତିଶ୍ରୁତି ଲାଭକରି ଟେନସନ୍‌ ଦୂର ହେବା ସାଙ୍ଗକୁ ସ୍ଥଗିତ କାର୍ଯ୍ୟ ତ୍ୱରାନ୍ବିତ ହେବ। କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ଓ ସଙ୍ଗୀତ କ୍ଷେତ୍ରରେ ଉନ୍ନତି କରି ସମସ୍ୟା ସୁଧାରି ନେବେ।
ଧନୁ
ଧନୁ
କର୍ମକ୍ଷେତ୍ରରେ ଅନିଚ୍ଛାଜନିତ ପ୍ରତିକ୍ରିୟାକୁ ହଠାତ୍‌ ପ୍ରକାଶ କରନ୍ତୁ ନାହିଁ। ଋତୁ ପରିବର୍ତ୍ତନଜନିତ ଶାରୀରିକ ଅସୁସ୍ଥତାରୁ ପୀଡ଼ିତ ହୋଇପାରନ୍ତି। ମନର ଗୋପନ ବ୍ୟଥାକୁ ସହି ପାରିବେ ନାହିଁ କିମ୍ବା କହି ପାରିବେ ନାହିଁ। ଫଳରେ ମନକଥା ଅପ୍ରକାଶ୍ୟ ରହିଯିବ। ପଡ଼ୋଶୀଙ୍କ ସହିତ ଗୃହସୀମା ବିବାଦ ତୀବ୍ର ହୋଇପାରେ।
ମକର
ମକର
ଆକସ୍ମିକ ପରିବର୍ତ୍ତନରେ ନିଜ ଲୋକଙ୍କୁ ଛାଡ଼ିପାରିବେ ନାହିଁ କିମ୍ବା ସେମାନଙ୍କ ଉପରେ ଭରସା କରିପାରିବେ ନାହିଁ। ପରିବହନ, କଳା, ସାହିତ୍ୟ ଓ ସାମ୍ବାଦିକତାରୁ ସୁଫଳ ମିଳିବ। ଭାଙ୍ଗି ପଡ଼ିଥିବା ସମ୍ପର୍କ ଯୋଡ଼ିବା ସକାଶେ ବିଭିନ୍ନ ଯୋଜନା କରିବେ। ଆଲୋଚନା ଫଳପ୍ରଦ ନ ହେବାରୁ ସମସ୍ୟା ସମାଧାନରେ ପ୍ରତିବନ୍ଧକ ଦେଖାଦେବ।
କୁମ୍ଭ
କୁମ୍ଭ
ବିଭିନ୍ନ ସମସ୍ୟାରେ ମାନସିକ ଚାପଗ୍ରସ୍ତ ହୋଇ ପାରିବାରିକ ସମସ୍ୟା ପ୍ରତି ବୀତସ୍ପୃହ ରହିପାରନ୍ତି। କେତେକ କ୍ଷେତ୍ରରେ ସ୍ବକୀୟ ମତ ପୋଷଣ କରି ସମାଲୋଚିତ ହୋଇପାରନ୍ତି। ପିଲାଙ୍କ ବିବାହ ସମ୍ପର୍କୀୟ ପ୍ରସ୍ତୁତି ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିବେ। ବ୍ୟବସାୟ କ୍ଷେତ୍ରରେ କର୍ମଚାରୀଙ୍କୁ ଅପ୍ରିୟ ସତ କହି ବିରୋଧୀ ହେବେ।
ମୀନମୀନ

ନିର୍ମାଣାଧୀନ କାର୍ଯ୍ୟ ଓ ଜମିଜମା କ୍ରୟ ବିକ୍ରୟ କ୍ଷେତ୍ରରେ ଆଶାନୁରୂପ ସଫଳତା ମିଳିବ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ହାସଲ କରିପାରିବେ ନାହିଁ। ପର କଥାରେ ମୁଣ୍ଡ ନ ପୂରାଇବା ଭଲ। କାରଣ ଅଯଥା ଟେନ୍‌ସନ ବଢ଼ିବ। ଦୂରବନ୍ଧୁଙ୍କ ସହ ସାକ୍ଷାତ୍‌ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?