Posted inRasifala

ରାଶିଫଳ: ଗୁରୁବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ
ଅତି ପ୍ରିୟ ବ୍ୟକ୍ତିଟିର ନିକଟ ଭବିଷ୍ୟତରେ ଅନୁପସ୍ଥିତିିର କଳ୍ପନାକରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇବେ। ଉପରିସ୍ଥଙ୍କ ନିର୍ଦ୍ଦେଶରେ କର୍ମକ୍ଷେତ୍ରରେ ବହୁତ ଦାୟିତ୍ୱ ହାତକୁ ନେବାକୁ ପଡ଼ିବ। ଅବଶ୍ୟ ମନେ ମନେ ଚିନ୍ତା କରିଥିବା କାମ ହାସଲ କରିବେ ଓ ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ।
ବୃଷ
ବୃଷ
ସାଧାରଣ କଥାକୁ କେନ୍ଦ୍ରକରି ହଠାତ୍‌ କୌଣସି ଆତ୍ମୀୟଙ୍କ ସହ ମତାନ୍ତର ସୃଷ୍ଟି ହୋଇପାରେ। ସ୍ଥଗିତ କାମକୁ ତ୍ୱରାନ୍ବିତ କରିବା ସକାଶେ ଜୋରଦାର ଉଦ୍ୟମ କରି ସଫଳ ମଧ୍ୟ ହେବେ। ଅତି ନିଜର ବୋଲି ଭାବୁଥିବା ବନ୍ଧୁଟି ହିଁ ସ୍ବାର୍ଥକୈନ୍ଦ୍ରିକ ହୋଇପଡ଼ିବ। ପରିବାର ଭିତରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ।
ମିଥୁନ
ମିଥୁନ
ମଧୁର ବ୍ୟବହାର ଦ୍ୱାରା ଅନ୍ୟକୁ ସହଜରେ ଆକର୍ଷିତ କରିପାରିବେ। ଅତି ନିକଟତର ବନ୍ଧୁଙ୍କ ସମ୍ପର୍କକୁ ଅନ୍ୟମାନେ ଖରାପ ଦୃଷ୍ଟିରେ ଦେଖିପାରନ୍ତି। ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ସକାଶେ ବହୁତ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ପାରିବାରିକ ଅଶାନ୍ତି କ୍ରମଶଃ ବଢୁଥିବାରୁ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ।
କର୍କଟ
କର୍କଟ
ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସଫଳ ହେବେ। ଅତ୍ୟାବଶ୍ୟକ ଜିନିଷଟି ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। ଅଧିକାଂଶ ସମୟ ମନ ଅସ୍ଥିର ରହିବା କାରଣରୁ କାମଗୁଡ଼ିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପଡ଼ିବ। ପଡ଼ୋଶୀଙ୍କ ପରୋକ୍ଷ ଶତ୍ରୁତା ହେତୁ କାମଗୁଡ଼ିକ ସକାଶେ ସାମୟିକ ବାଧା ସୃଷ୍ଟି ହୋଇପାରେ।
ସି˚ହ
ସି˚ହ
ଆଜି କୌଣସି ଦୁଃଖଦ ଖବର ମନକୁ ସାମୟିକ ବିଚଳିତ କରିପାରେ। ଆଲୋଚନା କ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବ। ସତ କଥା କହିବାରୁ କେତେକ କ୍ଷେତ୍ରରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି। କର୍ମକ୍ଷେତ୍ରରେ କର୍ମଚାରୀ ସମସ୍ୟା ସୃଷ୍ଟି କରିପାରନ୍ତି।
କନ୍ୟା
ନୂତନ କର୍ମାରମ୍ଭ ସକାଶେ ଅର୍ଥ ଆବଶ୍ୟକ ହୋଇପାରେ। ଆନୁଷ୍ଠାନିକ କାମରେ ଅନ୍ୟମାନଙ୍କ ସହ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିଯିବ। କର୍ମକ୍ଷେତ୍ରରେ ମଧ୍ୟାହ୍ନରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ କିନ୍ତୁ କେବଳ କଥାରେହିଁ ତାହା ସୀମିତ ରହିବ।
ତୁଳା
ତୁଳା
ଆଜିର କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସହ ମତଭେଦ ଘଟିବାର ସମ୍ଭାବନା ରହିଛି। ପ୍ରିୟବନ୍ଧୁଙ୍କ ସୌହାର୍ଦ୍ଦ୍ୟରୁ ବାଣିଜ୍ୟ ଓ ବ୍ୟବସାୟରେ ଲାଭବାନ ହେବେ। ଦୀର୍ଘ ଦିନରୁ ଆଶା କରିଥିବା କାୈଣସି ଖବର ଆଜି ଅପରାହ୍ନେ ପାଇ ଖୁସି ହୋଇପାରନ୍ତି। ଆର୍ଥିକ ସଂକଟ କାର୍ଯ୍ୟସାଧନରେ କେତେକ ବ୍ୟତିକ୍ରମ ସୃଷ୍ଟି କରିବ।
ବିଛା
ବିଛା
କାହାର ସମର୍ଥନ ନ ପାଇ କେତେକ କାମରେ ଦୂରେଇ ରହିବାକୁ ବାଧ୍ୟ ହେବେ । ଗାଡ଼ି, ପୁରୁଣା ଘର ମରାମତି ସକାଶେ ନୂତନ ଯୋଜନା ପ୍ରଣୟନ କରିପାରନ୍ତି। ଅଟକି ରହିଥିବା କାମ ଯଥାବିଧି ସମ୍ପନ୍ନ ହେବ। କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର, ସଙ୍ଗୀତ କ୍ଷେତ୍ରରେ ଉନ୍ନତି କରିବେ। ଅପ୍ରିୟ ସତ କହି ବିରୋଧୀ ହୋଇପାରନ୍ତି।
ଧନୁ
ଧନୁ
କାମର ଚାପ ହେତୁ କ୍ଳାନ୍ତି ଅନୁଭବ କରିବେ। ବ୍ୟବସାୟ କ୍ଷେତ୍ରରେ ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ ନ କଲେ ମନସ୍ତାପ କରିବାକୁ ପଡ଼ିପାରେ। କେତେକ କ୍ଷେତ୍ରରେ ଖର୍ଚ୍ଚାନ୍ତ ହେବେ, ମାତ୍ର ଇଚ୍ଛା କରୁଥିବା ଜିନିଷଟି ନିଶ୍ଚିତ ପାଇପାରିବେ। କର୍ମକ୍ଷେତ୍ରରେ ନିଜର ଅନଚ୍ଛାଜନିତ ପ୍ରତିକ୍ରିୟାକୁ ହଠାତ୍‌ ପ୍ରକାଶ କରନ୍ତୁ ନାହିଁ।
ମକର
ମକର
ସମୟର ପ୍ରତିକୂଳତା ହେତୁ ଘରେ ଓ ବାହାରେ ସବୁଠି ଅଶାନ୍ତିର ଝଲକ ଅନୁଭବ କରିବେ। ନିଜ ଲୋକଙ୍କୁ ଛାଡ଼ି ପାରିବେ ନାହିଁ କିମ୍ବା ସେମାନଙ୍କ ଉପରେ ଭରସା କରିପାରିବେ ନାହିଁ। ସଭାସମିତି, ପରିବହନ, କଳା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ। ଭାଙ୍ଗି ପଡ଼ିଥିବା ସମ୍ପର୍କ ଯୋଡ଼ିବା ସକାଶେ ବିଭିନ୍ନ ଯୋଜନା କରିବେ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା କିମ୍ବା ବିଶୃଙ୍ଖଳାକୁ ନେଇ ମନ ଭାରାକ୍ରାନ୍ତ ରହିପାରେ। ମାନସିକ ଚାପଗ୍ରସ୍ତ ହୋଇ ପାରିବାରିକ ସମସ୍ୟା ପ୍ରତି ବୀତସ୍ପୃହ ରହି ପାରନ୍ତି। କେତେକ କ୍ଷେତ୍ରରେ ସ୍ବକୀୟ ମତ ପୋଷଣ କରି ସମାଲୋଚିତ ହେବାକୁ ପଡିବ। ପିଲାଙ୍କ ବିବାହ ସମ୍ପର୍କୀୟ ପ୍ରସ୍ତୁତି ସକାଶେ ବନ୍ଧୁଙ୍କ ସହ ଆଲୋଚନା ଆରମ୍ଭ କରିବେ।
ମୀନମୀନ
କାମରେ ଅଗ୍ରଗତି ଓ ଜମିଜମା କ୍ଷେତ୍ରରେ ଆଶାନୁରୂପ ସଫଳତା ମିଳିବ। ପୂର୍ବରୁ କଳହ ଲାଗିଥିବା ନିକଟ ସମ୍ପର୍କୀୟ ବନ୍ଧୁ ପ୍ରତି ସତର୍କ ରୁହନ୍ତୁ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ହାସଲ କରିପାରିବେ ନାହିଁ। ପର କଥାରେ ମୁଣ୍ଡ ପୂରାଇଲେ ଅଯଥା ଟେନ୍‌ସନ ବଢ଼ିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର , ଜୁଲାଇ ୬ ତାରିଖ – Daily Horoscope

ମେଷ ଆଜି କେନ୍ଦ୍ରରେ ବୁଧ ଓ ବୃହସ୍ପତିଙ୍କ ଯୋଗୁ କାର୍ଯ୍ୟସିଦ୍ଧି ଓ ବନ୍ଧୁମିଳନ ଘଟିବ। ମନୋରଞ୍ଜନ ଉପକରଣ ଓ ଭୋଗ ବିଳାସ ସମ୍ପର୍କିତ ଦ୍ରବ୍ୟ ପ୍ରତି ଆଗ୍ରହୀ…

ରାଶିଫଳ: ରବିବାର, ଜୁଲାଇ ୫ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର ବନ୍ଧୁମାନଙ୍କ ପରାମର୍ଶକ୍ରମେ ଦୂରଯାତ୍ରା କରିବାକୁ ମନ ବଳାଇବେ। ଗୃହ ମରାମତି, ଭୂମିକ୍ରୟ, ଗାଡ଼ିମୋଟର, ଯାନ୍ତ୍ରିକ ଜିନିଷ କ୍ରୟ କରିପାରନ୍ତି। ଟଙ୍କା ପଇସା…

ରାଶିଫଳ: ଶନିବାର, ଜୁଲାଇ ୪ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଆଜିର ଭୁଲ୍‍ ନିଷ୍ପତ୍ତି ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି। ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ପାଇବେ ତଥାପି ସକାଳ ସମୟଟି ମାନସିକ ଅସ୍ଥିରତା…

ରାଶିଫଳ: ଶୁକ୍ରବାର, ଜୁଲାଇ ୩ ତାରିଖ – Daily Horoscope

ମେଷ ଆଜି ଦ୍ୱିତୀୟଭାବସ୍ଥ ମଙ୍ଗଳ ଓ କେତୁଙ୍କ ସ୍ଥିତିଜନିତ କଠୋର ବ୍ୟବହାର ସାଙ୍ଗକୁ ବିଚାରଧାରାରେ ବ୍ୟତିକ୍ରମ ରହିପାରେ। ନିଜ ଲୋକଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। କର୍ମକ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri