Posted inRasifala

ରାଶିଫଳ: ଗୁରୁବାର, ଅଗଷ୍ଟ ୨୯ ତାରିଖ – Daily Horoscope

ମେଷ
ଆଜିର ଗ୍ରହ ସ୍ଥିତି ଅନୁଯାୟୀ ଅସଜଡ଼ା ପରିବାର ଓ କର୍ମକ୍ଷେତ୍ର ସକାଶେ ଚିନ୍ତିତ ରହିବେ। ସଭାସମିତି ଏବଂ ଆଲୋଚନା କ୍ଷେତ୍ରରେ ବିଭିନ୍ନ ସମସ୍ୟାକୁ ପ୍ରତିହତ କରିପାରିବେ। ପ୍ରିୟ ବନ୍ଧୁଙ୍କ ସହ ନୂତନ ସ୍ଥାନ ବୁଲିଯିବାର ସୁଯୋଗ ଜୁଟିବ। ପ୍ରତ୍ୟେକ କ୍ଷେତ୍ରରେ ଅଭିଳଷିତ ଫଳ ପାଇବେ ଏବଂ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବନାହିଁ।
ବୃଷ
ବୃଷ
ଘରର କେତେକ ଅକୁହା ବିଷୟରେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ବ୍ୟବସାୟ, ପରିବହନ ଓ ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ସ୍ବାର୍ଥହାନି ଆଶଙ୍କାରେ ନିଜର ପ୍ରିୟ ବ୍ୟକ୍ତିମାନେ କ୍ରମଶଃ ଦୂରେଇଯିବାର ଉପକ୍ରମ କରିପାରନ୍ତି। ସଭାସମିତି, କଳା, ସାହିତ୍ୟ, ସାମ୍ବାଦିକତା, ଲେଖାପଢ଼ାରେ ସନ୍ତୁଷ୍ଟ ରହିପାରନ୍ତି।
ମିଥୁନ
ମିଥୁନ
ଆଜି ଆପଣ ଭଲକାମ କରିବାକୁ ଯାଇ ମଧ୍ୟ ଅପଦସ୍ଥ ହୋଇପାରନ୍ତି। ଅଯଥା ବଡ଼ଭାଇପଣିଆ ଦେଖାଇଲେ ଭଲ ବଦଳରେ ମନ୍ଦଫଳ ଭୋଗିବାକୁ ପଡ଼ିବ। ରୋଗିଣା ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ଆଶ୍ୱସ୍ତି ମିଳିବ। ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ ନ ହେବାରୁ ଅନ୍ୟମାନଙ୍କୁ ସନ୍ଦେହଚକ୍ଷୁରେ ଦେଖିପାରନ୍ତି।
କର୍କଟ
କର୍କଟ
ପଦସ୍ଥ ବ୍ୟକ୍ତିଙ୍କ ଅନୁକମ୍ପାରୁ ପ୍ରତ୍ୟେକ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହେବ। କର୍ମଜଞ୍ଜାଳର ତୀବ୍ରତା ମାନସିକ ଶାନ୍ତି ଭଗ୍ନ କରିବା ସହ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ଅବଶ୍ୟ ଘରୋଇ ସମସ୍ୟା କିମ୍ବା ଟଙ୍କା ପଇସାର ଅଭାବକୁ ବନ୍ଧୁ ସମାଧାନ କରିପାରନ୍ତି। ପରକଥାକୁ ବିଶ୍ୱାସକରି କାମକଲେ ଅସୁବିଧାର ସମ୍ମୁଖୀନ ହେବେ।
ସି˚ହ
ସି˚ହ
ପ୍ରତ୍ୟେକ କାର୍ଯ୍ୟକୁ ସଫଳତାର ସହ ସମ୍ପନ୍ନ କରିବେ। ଟେନ୍‌ସନ ଲାଗିରହିବା ସହ କେତେକ ଲୋକ ଅସନ୍ତୁଷ୍ଟ ହୋଇପାରନ୍ତି। ଉତ୍ତରା ଫାଲ୍‌ଗୁନୀ ନକ୍ଷତ୍ର ପ୍ରତ୍ୟେକ ବିଷମ ପରିସ୍ଥିତିରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହୋଇପାରନ୍ତି। ପରିବାରରେ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବାର ସୂଚନା ରହିଛି।
କନ୍ୟା
ବନ୍ଧୁ କଥା ରଖି ଯଥା ସମୟରେ ନିର୍ଦ୍ଦିଷ୍ଟ ସ୍ଥାନକୁ ଆସିବେ, ଯାହାଦ୍ୱାରା କି ଆପଣଙ୍କ କାମ ସୁବିଧାରେ ହୋଇଯିବ। କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କଷ୍ଟକର ହେବ। ସାମାନ୍ୟ କଥାକୁ ନେଇ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଘଟିବ। କଳା, ସାହିତ୍ୟ, ସାମ୍ବାଦିକତା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ।
ତୁଳା
ତୁଳା
ପରିବାରରେ ଅସୁବିଧା ନ ଥିଲେ ମଧ୍ୟ କିଛି ନା କିଛି କାରଣରୁ ଟେନ୍‌ସନ ଲାଗିରହିବ। ଭଲ ସମ୍ପର୍କ ନ ଥିବା ଲୋକଙ୍କ କଥାକୁ ବିଶ୍ୱାସକଲେ ଅସୁବିଧା ଭୋଗିବେ। କଳା, ସାହିତ୍ୟ, ସଙ୍ଗୀତ, ରାଜନୀତି, ସାମ୍ବାଦିକତା, ଆଇନ ଓ ଅଦାଲତରୁ ଶୁଭଫଳ ପାଇବେ। ପିଲାମାନଙ୍କ ବିଶୃଙ୍ଖଳିତ ଆଚରଣ ଦୁଶ୍ଚିନ୍ତାର କାରଣ ହେବାର ସୂଚନା ରହିଛି।
ବିଛା
ବିଛା
ଆଜିର ଗ୍ରହ ସ୍ଥିତି ପ୍ରଭାବରୁ ମନରେ ନକାରାମତ୍କ ଭାବନା ଜାଗ୍ରତ ହେବ। ପରିବାର ଭିତରେ ଟିକିଏ ଟିକିଏ କଥାରେ ରାଗି ବିରକ୍ତି ପ୍ରକାଶ କରନ୍ତୁ ନାହିଁ। ଅନ୍ୟମନସ୍କ କାରଣରୁ କିମ୍ବା ଅସାବଧାନତାରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନି ଘଟିବାର ସୂଚନା ରହିଛି। ରାଜନୀତି, ରଚନାମତ୍କ କାମ, ଅଧ୍ୟୟନ ଓ ଅଧ୍ୟାପନା କ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ।
ଧନୁ
ଧନୁ
ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ବଦାନ୍ୟତାରୁ ଯାହା ଚାହୁଁଛନ୍ତି ତାହା ପାଇବେ। ମୂଳା ନକ୍ଷତ୍ର ବ୍ୟକ୍ତିଙ୍କ ପାଇଁ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ସାମାଜିକସ୍ତରରେ ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଆଜିର ପ୍ରତ୍ୟୁଷ ଯାତ୍ରା, ନୂତନ କର୍ମାରମ୍ଭ, ବନ୍ଧୁଙ୍କ ସହ ଆଲୋଚନା ବିଫଳ ହେବନି।
ମକର
ମକର
ଆଜି ଯାହା କରନ୍ତୁ ନା କାହିଁକି ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅବଶ୍ୟମ୍ଭାବୀ। କୌଣସି ବନ୍ଧୁ ନିକଟରେ ରହିଯାଇଥିବା ବାକି ଟଙ୍କା ଆଜି ପାଇବେ। ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡ ରୋଗରେ କଷ୍ଟ ପାଇପାରନ୍ତି। ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି, ଏଣୁ ଗୋପନୀୟ କଥା ପ୍ରକାଶ କରିବା ଠିକ୍‌ ହେବନାହିଁ।
କୁମ୍ଭ
କୁମ୍ଭ
ଆଜି ବନ୍ଧୁ ଗହଣରେ ପାରସ୍ପରିକ ଆଲୋଚନା ଓ ସହମତିରେ ନିଷ୍ପତ୍ତି ନେବାରେ ସମର୍ଥ ହେବେ। ପଡ଼ୋଶୀ ସାଧାରଣ କଥାରୁ କଳହ କରିପାରନ୍ତି। ପିଲାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାର କରନ୍ତୁ ନତୁବା ପରେ ପସ୍ତେଇବାକୁ ପଡ଼ିପାରେ। ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇବାର ସୂଚନା ଅନୁଭବ କରିବେ।
ମୀନମୀନ

ଆଜି ଦିନଟି ସାମଗ୍ରିକ ଦୃଷ୍ଟିରୁ ବହୁତ ଭଲରେ ଅତିବାହିତ ହେବ। ମାତ୍ର ସାମୟିକ ସ୍ବାସ୍ଥ୍ୟହାନି ସାଙ୍ଗକୁ ପାଖପଡ଼ୋଶୀଙ୍କ କଟୁକ୍ତି ମନରେ ଗଭୀର ରେଖାପାତ କରିପାରେ। ବହୁତଗୁଡ଼ାଏ ଟଙ୍କା ଖର୍ଚ୍ଚ କରିଥିବା କାରଣରୁ ଆଜି ହଠାତ୍‌ ଆବଶ୍ୟକତା ପୂରଣ ଲାଗି ଧାର କରିବାକୁ ପଡ଼ିବ। ଦୀର୍ଘଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ଯୋଡ଼ିବାର ଚେଷ୍ଟା ବିଫଳ ହେବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର , ଅଗଷ୍ଟ ୨୫ ତାରିଖ – Daily Horoscope

ମେଷ ଆଜି ପାରିବାରିକ କ୍ଷେତ୍ରରେ ସାମାନ୍ୟ କାରଣରୁ ବିତର୍କ ଲାଗି ମାନସିକ ଅବସ୍ଥା ଭଲ ରହିବ ନାହଁ। କର୍ମକ୍ଷେତ୍ରରେ ସମସ୍ୟା ଥିଲେ ମଧ୍ୟ ସମାଧାନର ରାସ୍ତା ଖୋଜିବାରେ…

ରାଶିଫଳ: ସୋମବାର, ଅଗଷ୍ଟ ୨୪ ତାରିଖ – Daily Horoscope

ମେଷ ଆଜିର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବା କାରଣରୁ କାମଗୁଡିକ ସହଜରେ ସମ୍ପନ୍ନ ହୋଇଯିବ। ଆତ୍ମୀୟମାନଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡିପାରେ। ସାମାଜିକ ସ୍ତରରେ ସାହିତ୍ୟ, କଳା,…

ରାଶିଫଳ: ରବିବାର, ଅଗଷ୍ଟ ୨୩ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବନ୍ଧୁ ସମ୍ପର୍କ, ବାଣିଜ୍ୟ କ୍ଷେତ୍ର ବହୁତ ଭଲ ରହିବ। ଆପଣ ବନ୍ଧୁଙ୍କ ଅନୁରୋଧକୁ ଉପେକ୍ଷା ନ କରି ପଡୋଶୀ ଲୋକଟିକୁ ସାହାଯ୍ୟ କରି…

ରାଶିଫଳ: ଶନିବାର, ଅଗଷ୍ଟ ୨୨ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବ। ପରିବାର ଭିତରେ ଭୁଲ୍‍ ବୁଝାମଣା କାରଣରୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri