Posted inRasifala

ରାଶିଫଳ: ରବିବାର, ଅଗଷ୍ଟ ୨୯ ତାରିଖ – Daily Horoscope

ମେଷ
ଆଜି ଆପଣ ପାରିବାରିକ ସ୍ନେହ ଶ୍ରଦ୍ଧା ଓ ଆଦର ମଧ୍ୟରେ ନିଜକୁ ହଜାଇ ଦେଇପାରନ୍ତି। କୌଣସି ନୂଆ କାମଟିଏ ଆରମ୍ଭ କରିବା ସକାଶେ ବ୍ୟୟ ଅଟକଳ କରିବେ। ଯାନବାହନ, ପାରିବାରିକ ସମ୍ପର୍କ, ହୋଟେଲ ଶିଳ୍ପ, ଛୋଟ ଦୋକାନରୁ ସୁଫଳ ମିଳିବ। ଆନୁଷ୍ଠାନିକ କାମର ପ୍ରସ୍ତୁତି ସରିବ ଓ ଦୃଢ଼ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ।
ବୃଷ
ବୃଷ
ଆଜିର ଆକସ୍ମିକ ଦୂରଯାତ୍ରା ସଙ୍ଗକୁ ବ୍ୟୟବହୁଳତା ମାନସିକ ଯନ୍ତ୍ରଣାର କାରଣ ହେବ। ବିଭିନ୍ନ ପ୍ରତିବନ୍ଧକ କାରଣରୁ ମନ ଭଲ ରହିବ ନାହିଁ। ସଭା ସମିତି, କଚେରି ମାମଲା, ଚୁକ୍ତିପତ୍ର ଓ କଳା ସାହିତ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମରୁ ପ୍ରଶଂସିତ ହେବେ। କୌଣସି ଦ୍ରବ୍ୟପ୍ରାପ୍ତିରେ ଜଣେ ଜଣାଶୁଣା ବ୍ୟକ୍ତି ଅସହଯୋଗ କରିପାରେ।
ମିଥୁନ
ମିଥୁନ
କିଛି ଦିନ ହେଲା ପରିବାରରେ ଥିବା ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବା ବଦଳରେ ବୃଦ୍ଧି ପାଇବ। ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣ କଲେ ସ୍ଥଗିତ କାମ ତ୍ୱରାନ୍ବିତ କରିପାରନ୍ତି। ବସ୍ତ୍ର ଓ ଅଳଙ୍କାର, ଔଷଧପତ୍ର କ୍ରୟ କ୍ଷେତ୍ରରେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ଅନ୍ୟମନସ୍କ ହେତୁ କୌଣସି ଭୁଲ୍‌ କରି ଅନୁତପ୍ତ ହେବାର ସମ୍ଭାବନା ରହିଛି।
କର୍କଟ
କର୍କଟ
ଘରୋଇ କାମ ସାଙ୍ଗକୁ ଅଫିସ୍‌ କାମର ଜଞ୍ଜାଳ ବଢ଼ିଯିବ। ବହୁତ ଦିନରୁ ଭାଙ୍ଗିଯାଇଥିବା ସମ୍ପର୍କଟି ପୁନଃ ପ୍ରତିଷ୍ଠିତ ହେବାରେ ବନ୍ଧୁ ସାହାଯ୍ୟ କରିବେ। ସାମାଜିକ ସ୍ତରରେ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇ କାମ ହାସଲ କରିପାରନ୍ତି।
ସି˚ହ
ସି˚ହ
ଦୂର ସ୍ଥାନକୁ ଯିବାକୁ ମନସ୍ଥ କରି ସକାଳୁ ଅତ୍ୟାବଶ୍ୟକ କାର୍ଯ୍ୟ ସମ୍ପନ୍ନ କରିବେ। କାର୍ଯ୍ୟସିଦ୍ଧି ସାଙ୍ଗକୁ ବ୍ୟକ୍ତିଗତ ଭାବରେ ଆର୍ଥିକ ଉନ୍ନତି ଓ କାର୍ଯ୍ୟ ହାସଲରୁ ଖୁସି ରହିବେ। ଦିନ ଭିତରେ ଅନ୍ୟମାନଙ୍କଠାରୁ କିଛି ଖବର ଶୁଣି କିମ୍ବା ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରୁ ଖୁସି ରହିବେ।
କନ୍ୟା
କୌଣସି କ୍ଷେତ୍ରରେ ବାରମ୍ବାର ଚେଷ୍ଟା କଲେ ଲକ୍ଷ୍ୟ ହାସଲ କରିବେ। ସାଂସ୍କୃତିକ, ସାମାଜିକ ଅନୁଷ୍ଠାନରେ ଅନ୍ୟମାନଙ୍କର ପ୍ରିୟଭାଜନ ହେବେ। କୌଣସି କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ଅବଶ୍ୟମ୍ଭାବୀ। କର୍ମକ୍ଷେତ୍ରରେ ଅନ୍ୟାୟ ବିରୋଧରେ ଲଢ଼ିଲେ ସମର୍ଥନ ପାଇବେ ନାହିଁ।
ତୁଳା
ତୁଳା
ଦୀର୍ଘ ଦିନ ହେଲା ଯାହା ଭାବୁଥିଲେ, ତାହା ସମ୍ପନ୍ନ କରିବାରେ ଅସୁବିଧା ହେବନାହିଁ। ଶୁଭଯୋଗ ପ୍ରଭାବରୁ କର୍ମକ୍ଷେତ୍ରରେ ଅର୍ଥ, ସମ୍ମାନ, ପ୍ରଶଂସା ମଧ୍ୟ ପାଇ ଖୁସି ହେବେ। ସମସ୍ୟାଜଡ଼ିତ ଘରୋଇ ସମସ୍ୟା ସମାଧାନ ହୋଇଯିବ, କିନ୍ତୁ ମନ ଅସ୍ଥିର ରହିବ। ସ୍ବାସ୍ଥ୍ୟରେ ଉନ୍ନତି ଏବଂ କଳା, ସାହିତ୍ୟ, ସଭାସମିତିରେ ଯୋଗ ଦେଇପାରନ୍ତି।
ବିଛା
ବିଛା
ଆପଣ ସମାଜରେ ଜହ୍ନମାମୁ ଭଳି ଆଦରଣୀୟ ହେବେ, କିନ୍ତୁ କୌଣସି କାମ ଶୃଙ୍ଖଳିତ ହେବନାହିଁ। ଖର୍ଚ୍ଚର ପରିମାଣ ବୃଦ୍ଧି ପାଇଲେ ମଧ୍ୟ ବିଭିନ୍ନ ଦିଗରୁ ରୋଜଗାର କମ୍‌ ହେବନି। ଆଜି ଅଧିକାଂଶ ସମୟ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ। ନିଜ ଲୋକମାନେ କାମରେ ଅବହେଳା କରିବାରୁ ମନ ବିରକ୍ତ ହେବ।
ଧନୁ
ଧନୁ
ଆଜି ଦିନଟି ଆପଣଙ୍କୁ ଖୁବ୍‌ ସହାୟକ ହେବ। ଅଳସୁଆମି ଓ କାଳକ୍ଷେପଣ ନୀତିରୁ ଦୂରେଇ ରହିଲେ ଆଶା ପୂରଣରେ ଜଣେ ବନ୍ଧୁ ସାହାଯ୍ୟ କରିବେ। ବୁଝାମଣା ଅଭାବରୁ ପାରିବାରିକ କ୍ଷେତ୍ରରେ ଚାପ ବଢ଼ିପାରେ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ, ଯାହାକି କାମଗୁଡ଼ିକ ସୁବିଧାରେ ହେବା ଦିଗରେ ସାହାଯ୍ୟ କରିବ।
ମକର
ମକର
ଗତକାଲିର ଆଲୋଚନାନୁସାରେ ସକାଳୁ କୌଣସି କାମ ସକାଶେ ବ୍ୟସ୍ତତା ଅନୁଭବ କରିପାରନ୍ତି। ଆପଣଙ୍କ ଶ୍ରୁତିରୋଚକ ମଧୁର କଥାରେ ଅନ୍ୟମାନଙ୍କୁ ଆପଣେଇ ନେଇପାରିବେ। ପ୍ରତିଯୋଗିତାରେ କିମ୍ବା ଆନୁଷ୍ଠାନିକ କାମରେ ସଫଳତା ଦିଗକୁ ମନ ବଳାଇବେ। ପୂର୍ବ ଶତ୍ରୁତା କାରଣରୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବାର ସୂଚନା ରହିଛି।
କୁମ୍ଭ
କୁମ୍ଭ
ଆଜି ବନ୍ଧୁ ଗହଣରେ ମଜାମସ୍ତିରେ ସମୟ ଅତିବାହିତ କରିବେ। ଶିଳ୍ପ, ବାଣିଜ୍ୟ ସନ୍ତୋଷଜନକ ନ ହୋଇପାରେ। ସମ୍ଭାବ୍ୟ କଳହର ଆଶଙ୍କା କରି ପାରିବାରିକ କ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ନିର୍ମାଣ ଧିମେଇ ଯିବ ଓ ଆବଶ୍ୟକତା ପୂରଣ ପାଇଁ କେତେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
ମୀନମୀନ
ଆଜି ଘର କାମ ଅବହେଳା କରିବା ହେତୁ ପାରିବାରିକ ଅଶାନ୍ତିର ସମ୍ମୁଖୀନ ହୋଇପାରନ୍ତି। ରାଜନୀତି, ପ୍ରଶାସନିକ ସ୍ତରରେ, ସାହିତ୍ୟ, ସାମ୍ବାଦିକତାରେ ଲକ୍ଷ୍ୟ ହାସଲ କରିବେ। କିନ୍ତୁ ସନ୍ତାନଙ୍କ ଦାବିକୁ ଅଗ୍ରାହ୍ୟ କରି ପରିବାରରେ ଛୋଟ ଛୋଟ କଥାରେ କଳହ ଲାଗିବ। ଅନ୍ୟମନସ୍କତା ହେତୁ ହାତ କିମ୍ବା ପାଦରେ ଆଘାତ ଲାଗିବାର ଆଶଙ୍କା ରହିଛି ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ମେ ୨୭ ତାରିଖ – Daily Horoscope

ମେଷ ଆଜି ସ୍ବନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ସମାଜ କଲ୍ୟାଣ କାର୍ଯ୍ୟରେ, ଆନୁଷ୍ଠାନିକ କ୍ଷେତ୍ରରେ, ସଭାସମିତିରେ ସମ୍ମାନିତ ହେବେ। ଧାର୍ମିକ ମନୋଭାବ ନେଇ ସ୍ବେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ…

ରାଶିଫଳ: ମଙ୍ଗଳବାର, ମେ ୨୬ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ହେତୁ ଯାହା କରିବେ ତାହା ନିର୍ବିଘ୍ନରେ ଫଳପ୍ରଦ ହେବ। ପାରିବାରିକ ଶାନ୍ତି, ସାମାଜିକ ସମ୍ମାନ ଏବଂ ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ।…

ରାଶିଫଳ: ସୋମବାର, ମେ ୨୫ ତାରିଖ – Daily Horoscope

ମେଷ ଆଜି ସହକର୍ମୀଙ୍କ ସହଭାଗିତାରୁ ସମସ୍ତ କାର୍ଯ୍ୟରେ ସିଦ୍ଧିଲାଭ ଘଟିବ। ରବି ବୁଧ ମୁଖଭାବରେ ଅବସ୍ଥାନ କରି ଅପ୍ରିୟ ସତ୍ୟଭାଷଣରୁ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିବେ।…

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ…

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri