Posted inRasifala

ରାଶିଫଳ: ଶନିବାର, ଏପ୍ରିଲ ୨୯ ତାରିଖ – Daily Horoscope

ମେଷ
ଆଜି ଆପଣଙ୍କୁ କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀ ସାହାଯ୍ୟ ଓ ସହଯୋଗ କରିବାର ପ୍ରତିଶ୍ରୁତି ଦେଇପାରନ୍ତି। ଯାନ୍ତ୍ରିକ ଶିଳ୍ପ ଓ ବ୍ୟବସାୟରେ ଶିଥିଳତା ପରିଲକ୍ଷିତ ହେଲେ ମଧ୍ୟ ଲାଭ କିଛି ଊଣା ହେବନି। ପାରିବାରିକ ଅଶାନ୍ତି ଦୂର ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇ ପାରନ୍ତି। ସନ୍ତାନ ହେତୁକ ଅନାଦର ଭାବ ଅନୁଭବ କରି ଦୁଃଖିତ ହେବେ।
ବୃଷ
ବୃଷ
 ଅନ୍ୟମନସ୍କ ରହିବା ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହୋଇପାରନ୍ତି। ପରିବେଶ ସରଗରମ ଥିଲେ ମଧ୍ୟ ଆଜି ଅଫିସ୍‌ରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ବ୍ୟବସାୟିକ ଦୃଷ୍ଟିକୋଣରୁ ଦିନଟି ବହୁତ ବଢ଼ିଆ ଓ ସନ୍ତୋଷଜନକ ଫଳ ପାଇବେ। ପାରିବାରିକ କ୍ଷେତ୍ରରେ ଜଗିରଖି ଚଳନ୍ତୁ, ଅନ୍ୟଥା ସମସ୍ୟା ବଢ଼ି ବଢ଼ି ଯାଇପାରେ।
ମିଥୁନ
ମିଥୁନ
ଚେଷ୍ଟା କରୁଥିବା କାମରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ଦୁଃସାହସିକ ପଦକ୍ଷେପ ନେବା ଶୁଭଫଳ ଦେବ। ବିବାଦୀୟ ଘଟଣାରେ ମଧ୍ୟସ୍ଥତା କଲେ ଅଶାନ୍ତିକୁ ଡାକିଆଣିବେ। ଉଚ୍ଚ ପଦାଧିକାରୀଙ୍କ ସମ୍ମୁଖରେ ମନକଥା କହି କାମ ହାସଲରେ ସମର୍ଥ ହେବେ।
କର୍କଟ
କର୍କଟ
ଅଧସ୍ଥନ କର୍ମଚାରୀଙ୍କ ମନକୁ ସୁହାଇଲା ଭଳି କଥା କହି ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିପାରିବେ। ଅନ୍ୟାୟ ବିରୋଧରେ ସ୍ବର ଉଠାଇବେ ସତ, ସହଯୋଗ ପାଇବା କଷ୍ଟକର ହେବ। ବିଶେଷ ଭ୍ରମଣ କାରଣରୁ ସ୍ବାସ୍ଥ୍ୟହାନି ଦେଖାଦେଇପାରେ। ଶିଳ୍ପ, ବାଣିଜ୍ୟ, ଯାତ୍ରା, ରାଜନୀତି, ପ୍ରଶାସନ କ୍ଷେତ୍ରରେ ସମସ୍ୟାକୁ ସୁଧାରିନେବା ପାଇଁ ପ୍ରଯନତ୍ କରିପାରନ୍ତି।
ସି˚ହ
ସି˚ହ
ସ୍ଥଗିତ କାର୍ଯ୍ୟ ବହୁତ ଥିବାରୁ ମାନସିକ ସ୍ଥିରତା ରହିବ ନାହିଁ। ସଭାସମିତିରେ ପ୍ରିୟଜନଙ୍କୁ ଯୁକ୍ତିଯୁକ୍ତ କଥା କହି ସମସ୍ୟା ସୁଧାରିନେବେ। କିଛି ମୂଲ୍ୟବାନ୍‌ ଜିନିଷ କିଣିବା ସକାଶେ ମନ ବଳାଇ ପାଇବାରେ ଅସୁବିଧା ହେବନାହିଁ। ନିଜ ପରିସରର ବ୍ୟକ୍ତିଙ୍କ ସଦ୍ଦିଚ୍ଛା କାରଣରୁ ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ।
କନ୍ୟା
ଆଜି ବିଭିନ୍ନ ଦିଗରୁ ସାହାଯ୍ୟ, ସହଯୋଗର ଅବାରିତ ଧାରା ବହି ଆସିବ। ଜମିଜମା, ମାଲିମକଦ୍ଦମା, ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ରାଜନୈତିକ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି। ନୂତନ ଭାବେ ଆରମ୍ଭ କରିବାକୁ ଥିବା କାମ ନିର୍ବିଘ୍ନରେ ସମାପନ କରିପାରିବେ। ଆନୁଷ୍ଠାନିକ କାମରେ ବନ୍ଧୁମିଳନରୁ ଖୁସି ରହିବେ।
ତୁଳା
ତୁଳା
ଆଜି ପାରିବାରିକ, ସାମାଜିକ, ରାଜନୈତିକ, ସାଂଗଠନିକ ଓ ଲୋକସମ୍ପର୍କ କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ସାହାଯ୍ୟ କରୁଥିବା ବ୍ୟକ୍ତି ଉପରେ ବିରକ୍ତ ହୁଅନ୍ତୁ ନାହିଁ। କେତେକ କ୍ଷେତ୍ରରେ ମନକଥା ମନରେ ରଖି ଗୁରୁଜନଙ୍କୁ ପ୍ରତାରିତ କରି ଅନୁଶୋଚନା କରିବେ। ଅଫିସ୍‌ରେ ପରିଚାଳନା ଦାୟିତ୍ୱ ବୃଦ୍ଧି ପାଇପାରେ।
ବିଛା
ବିଛା
ଦୀର୍ଘଦିନରୁ ଚିନ୍ତା କରୁଥିବା କାମରେ ଅଗ୍ରଗତିର ସୂଚନା ପାଇ ସାମୟିକ ଖୁସି ହେବେ। ବନ୍ଧୁମିଳନ ସହ ଆଧ୍ୟାମତ୍ିକ ଭାବଧାରାରେ ଉଦ୍‌ବୁଦ୍ଧ ହେବେ। କର୍ମକ୍ଷେତ୍ରରେ ଉସତ୍ାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। ଉଚ୍ଚବର୍ଗଙ୍କ ସହାୟତା ମିଳିବା ସାଙ୍ଗକୁ ପ୍ରଶାସନିକସ୍ତରରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
ଅତୀତ ଘଟଣାକୁ ଚିନ୍ତାକରି ଆଜି ସକାଳୁ ବିଭିନ୍ନ ଦୁଶ୍ଚିନ୍ତା ମନକୁ ଆକ୍ରାନ୍ତ କରିବ। ପାରିବାରିକ ସମସ୍ୟା ଭୁଲି ଗୁରୁତ୍ୱପୂର୍ଣ୍ଣ କାମକୁ ପ୍ରାଧାନ୍ୟ ଦେବେ। ପ୍ରକାଶନ, ପ୍ରଶାସନ, ରଚନାମତ୍କ କାମ, ଗବେଷଣା, ଅନୁସନ୍ଧାନ, କଳା, ସାହିତ୍ୟ ପ୍ରଭୃତି କ୍ଷେତ୍ରରେ ଶୁଭଫଳ ପାଇବେ। କୌଣସି ଗୁରୁବର୍ଗୀୟ ବ୍ୟକ୍ତିଙ୍କ ଆରୋଗ୍ୟ ସକାଶେ ବ୍ୟାକୁଳ ହେବେ।
ମକର
ମକର
ନିଜ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ମୁଗ୍ଧ କରିବାରେ ଅଗ୍ରଣୀ ହେବେ। ଋଣଭାର କ୍ରମଶଃ ବୃଦ୍ଧି ପାଉଥିବା କାରଣରୁ ସାମୟିକ ଚିନ୍ତା କରିବେ। ମାଙ୍ଗଳିକ ତଥା ଜନକଲ୍ୟାଣମୂଳକ କାମରେ ନିଜକୁ ନିୟୋଜିତ କରି ଖୁସି ରହିବେ। ବ୍ୟବସାୟୀମାନେ ନିଜର ପ୍ରାଧାନ୍ୟ ବିସ୍ତାର କରି ବନ୍ଧୁଙ୍କ ସମସ୍ୟାକୁ ସୁଧାରିନେବେ।
କୁମ୍ଭ
କୁମ୍ଭ
ଗତକାଲିର ସ୍ଥଗିତ କାମକୁ ଆଜି ପୂରାଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେବେ। କର୍ମକ୍ଷେତ୍ରରେ ସମ୍ମାନ୍‌ନୀୟ ବ୍ୟକ୍ତିବିଶେଷ ସହାୟତା କରିବା ଦ୍ୱାରା ଅଟକିଥିବା କାମ ତ୍ୱରାନ୍ବିତ ହେବ। ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ। ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କଳହ ସୃଷ୍ଟି ହୋଇପାରେ।
ମୀନମୀନ
ଆପଣଙ୍କର ଯାହାକିଛି ସାଧାରଣ ସମସ୍ୟା ରହିଛି, ସେଥିରେ ବିଶେଷ କିଛି ଅସୁବିଧା ହେବ ନାହିଁ। ବ୍ୟବସାୟ ଓ ପରିବହନ, ଲୋକସମ୍ପର୍କ, ଆଲୋଚନା, ସଭାସମିତି ପ୍ରଭୃତି ବିଭିନ୍ନ ଦିଗରୁ ଲାଭବାନ୍‌ ହେବେ। ମାଙ୍ଗଳିକ କାମ ଲାଗି ଦୂରଯାତ୍ରା କରିବାକୁ ପଡ଼ିପାରେ। ପରିବାରରେ ପିତୃଅର୍ଜିତ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟିର ଆଶଙ୍କା ମଧ୍ୟ ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

ରାଶିଫଳ: ଶୁକ୍ରବାର, ମେ ୧୫ ତାରିଖ – Daily Horoscope

ମେଷ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ କାମଗୁଡ଼ିକୁ ସମ୍ପନ୍ନ କରିବାରେ କିଛି ଅସୁବିଧା ହେବନାହିଁ। ରହି ଯାଇଥିବା ଫାଇଲ କାମଟିକୁ ଆଜି ହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri