Posted inRasifala

ରାଶିଫଳ: ଗୁରୁବାର, ଏପ୍ରିଲ୍‌ ୨୯ ତାରିଖ – Daily Horoscope

ମେଷ
ଆଜିର ଅନୁକୂଳ ଗ୍ରହ ଚକ୍ରରୁ କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀ ସହଯୋଗ କରିବାର ସୂଚନା ରହିଛି। ଯାନ୍ତ୍ରିକ ଶିଳ୍ପରେ ଉନ୍ନତି, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ମଧ୍ୟମ ଫଳ ପାଇବେ। ପରିବାରରେ ଅଶାନ୍ତ ଦୂର ହେବା ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇପାରନ୍ତି। ବହୁଦିଗରୁ ସୁଖ ସମ୍ମାନ ପାଇଲେ ମଧ୍ୟ ସନ୍ତାନଙ୍କ ଅନାଦର ଯୋଗୁ ଦୁଃଖିତ ହେବେ।
ବୃଷ
ବୃଷ
ବିଶେଷ ଅସୁବିଧା ନ ହେଲେ ମଧ୍ୟ କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମ ସୃଷ୍ଟି ହୋଇପାରେ। ଅନ୍ୟମନସ୍କ ରହିବା ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହୋଇପାରନ୍ତି। ଆଜି ଅଫିସରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେଇପାରିବେ ନାହିଁ। ପାରିବାରିକ କ୍ଷେତ୍ରରେ ଜଗିରଖି ଚଳନ୍ତୁ, ଅନ୍ୟଥା ସମସ୍ୟା ବଢ଼ି ବଢ଼ିଯାଇପାରେ।
ମିଥୁନ
ମିଥୁନ
ଯେକୌଣସି କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ଶୁଭଫଳ ପାଇବେ। ବିବାଦୀୟ ଘଟଣାରେ ମଧ୍ୟସ୍ଥତା କଲେ ଅଶାନ୍ତିର ବାତାବରଣକୁ ଡାକି ଆଣିବେ। ଉଚ୍ଚ ପଦାଧିକାରୀଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରି କାମ ହାସଲରେ ସମର୍ଥ ହେବେ। ସମ୍ପର୍କୀୟଙ୍କ ସମ୍ପର୍କରେ କିଛିଟା ଅବନତି ପରିଲକ୍ଷିତ ହେବାର ସୂଚନା ରହିଛି।
କର୍କଟ
କର୍କଟ
ମନକୁ ସୁହାଇଲା ଭଳି କଥା କହି ପ୍ରତ୍ୟେକ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାରେ ସଫଳ ହେବେ। ଅନ୍ୟାୟ ବିରୋଧରେ ସ୍ବର ଉଠାଇବେ ସତ କିନ୍ତୁ ସହଯୋଗ ପାଇବେ ନାହିଁ। ବିଶେଷ ଭ୍ରମଣ କାରଣରୁ ସ୍ବାସ୍ଥ୍ୟହାନି ଦେଖାଦେଇପାରେ। ଶିଳ୍ପ, ବାଣିଜ୍ୟ, ଯାତ୍ରା, ରାଜନୀତି, ପ୍ରଶାସନ କ୍ଷେତ୍ରରେ ସମସ୍ୟାକୁ ସୁଧାରି ନେବା ପାଇଁ ପ୍ରଯନତ୍ କରିବେ।
ସି˚ହ
ସି˚ହ
ବିଭିନ୍ନ ପ୍ରକାର କାମ ଚାପରେ ମାନସିକ ସ୍ଥିରତା ରହିବ ନାହିଁ। ସଭାସମିତିରେ ପ୍ରିୟଜନମାନଙ୍କୁ ଯୁକ୍ତିଯୁକ୍ତକଥା କହି ସମସ୍ୟାକୁ ସୁଧାରି ନେବେ। କିଛି ମୂଲ୍ୟବାନ ଜିନିଷ କିଣିବା ସକାଶେ ମନ ବଳାଇପାରନ୍ତି, ଅବଶ୍ୟ ପାଇବାରେ ଅସୁବିଧା ହେବନାହିଁ। ନିଜ ପସନ୍ଦର ଜିନିଷ ଆଣିବା ପାଇଁ ପରିବାର ଆପଣଙ୍କୁ ଅନୁରୋଧ କରିପାରନ୍ତି।
କନ୍ୟା
ଆଜି ବିଭିନ୍ନ ଦିଗରୁ ସାହାଯ୍ୟ,ସହଯୋଗର ଅବାରିତ ଧାରା ବହି ଆସିବ। ଜମିଜମା, ମାଲିମକଦ୍ଦମା, ଯାତ୍ରା, ବ୍ୟବସାୟ ଓ ରାଜନୈତିକ କ୍ଷେତ୍ରରେ ଅସ୍ଥିରତା ସୃୃଷ୍ଟି ହେବ। ଆରମ୍ଭ କରିବାକୁ ଥିବା କାମ ନିର୍ବିଘ୍ନରେ ସମାପନ କରିପାରିବେ। ଅର୍ଥାଭାବରୁ କୌଣସି କାମ କରିବାରେ ପଛେଇ ଯାଇପାରନ୍ତି।
ତୁଳା
ତୁଳା
ଆଜି ପାରିବାରିକ, ସାମାଜିକ, ରାଜନୈତିକ, ସାଂଗଠନିକ ଓ ଲୋକ ସମ୍ପର୍କ କ୍ଷେତ୍ରରେ ଆଶାଜନକ ଫଳ ପାଇବେ। କେତେକ କ୍ଷେତ୍ରରେ ଗୁରୁଜନଙ୍କୁ ପ୍ରତାରିତ କରି ଅନୁଶୋଚନା କରିବେ। ଉପରିସ୍ଥଙ୍କ ଆଦେଶପ୍ରାପ୍ତ ପୂର୍ବକ ଅଫିସ୍‌ରେ ପରିଚାଳନା ଦାୟିତ୍ୱ ବୃଦ୍ଧି ପାଇପାରେ। ସ୍ବାତୀ ନକ୍ଷତ୍ର ଉଦାର ଗୁଣରୁ ସମସ୍ତଙ୍କର ପ୍ରିୟଭାଜନ ହେବେ।
ବିଛା
ବିଛା
ଦୀର୍ଘ ଦିନରୁ ଚିନ୍ତା କରୁଥିବା କାମରେ ଅଗ୍ରଗତିର ସୂଚନା ପାଇ ସାମୟିକ ଖୁସି ହେବେ। ବନ୍ଧୁ ମିଳନ ସହ ଆଧ୍ୟାମତ୍ିକ ଭାବଧାରାରେ ଉଦ୍‌ବୁଦ୍ଧ ହୋଇପାରନ୍ତି। କର୍ମ କ୍ଷେତ୍ରରେ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। ଉଚ୍ଚବର୍ଗଙ୍କ ସହାୟତା ମିଳିବା ସାଙ୍ଗକୁ ପ୍ରଶାସନିକ ସ୍ତରରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
ଅତୀତ ଘଟଣାକୁ ଚିନ୍ତା କରି ଆଜି ସକାଳୁ ବିଭିନ୍ନ ଦୁଶ୍ଚିନ୍ତା ମନକୁ ଆକ୍ରାନ୍ତ କରିବ। ପାରିବାରିକ ସମସ୍ୟା ପଛକୁ ପକାଇ ଏକ ଗୁରୁତ୍ୱପୂର୍ଣ୍ଣ କାମକୁ ପ୍ରାଧାନ୍ୟ ଦେବେ। ପ୍ରକାଶନ, ପ୍ରଶାସନ, ରଚନାତ୍ମକ କାମ, ଗବେଷଣା, ଅନୁସନ୍ଧାନ, କଳା, ସାହିତ୍ୟ ପ୍ରଭୃତି କ୍ଷେତ୍ରରେ ଶୁଭଫଳ ପାଇବେ। ମହିଳାଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ।
ମକର
ମକର
ଯୁକ୍ତିଯୁକ୍ତ କଥା କହି ନିଜ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ମୁଗ୍ଧ କରିବାରେ ଅଗ୍ରଣୀ ହେବେ। ଋଣ ଭାର ବୃଦ୍ଧି ପାଉଥିବା କାରଣରୁ ଚିନ୍ତାଗ୍ରସ୍ତ ହୋଇପାରନ୍ତି। ମାଙ୍ଗଳିକ ତଥା ଜନକଲ୍ୟାଣମୂଳକ କାମରେ ନିଜକୁ ନିୟୋଜିତ କରି ଖୁସି ରହିବେ। ବ୍ୟବସାୟୀମାନେ ନିଜର ପ୍ରାଧାନ୍ୟ ବିସ୍ତାର କରି ବନ୍ଧୁଙ୍କ ସମସ୍ୟାକୁ ସୁଧାରି ନେବେ।
କୁମ୍ଭ
କୁମ୍ଭ
ଆଜି ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବା ସହ ନିଜ ଲୋକମାନଙ୍କ ଶତ୍ରୁତା ମଧ୍ୟ ଦୁଶ୍ଚିନ୍ତାକୁ ବୃଦ୍ଧି କରିବ। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବା ଦ୍ୱାରା ଅଟକି ଥିବା କାମ ତ୍ୱରାନ୍ବିତ ହେବ। ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ। ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କଳହ ସୃଷ୍ଟି ହୋଇପାରେ।
ମୀନମୀନ
ଆଜି ଆପଣଙ୍କର ଯାହା କିଛି ସାଧାରଣ ସମସ୍ୟା ରହିଛି, ସେଥିରେ ବିଶେଷ ଅସୁବିଧା ହେବ ନାହିଁ। ପରିବହନ, ଲୋକ ସମ୍ପର୍କ, ଆଲୋଚନା, ସଭାସମିତି ପ୍ରଭୃତି ବିଭିନ୍ନ ଦିଗରୁ ଲାଭବାନ ହେବେ। ଆଗାମୀ ଆନୁଷ୍ଠାନିକ କାମ ସକାଶେ ଦୂରଯାତ୍ରା କରିବାକୁ ପଡ଼ିପାରେ। ପରିବାରରେ ପିତୃ ଅର୍ଜିତ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହୋଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଜୁଲାଇ ୫ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର ବନ୍ଧୁମାନଙ୍କ ପରାମର୍ଶକ୍ରମେ ଦୂରଯାତ୍ରା କରିବାକୁ ମନ ବଳାଇବେ। ଗୃହ ମରାମତି, ଭୂମିକ୍ରୟ, ଗାଡ଼ିମୋଟର, ଯାନ୍ତ୍ରିକ ଜିନିଷ କ୍ରୟ କରିପାରନ୍ତି। ଟଙ୍କା ପଇସା…

ରାଶିଫଳ: ଶନିବାର, ଜୁଲାଇ ୪ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଆଜିର ଭୁଲ୍‍ ନିଷ୍ପତ୍ତି ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି। ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ପାଇବେ ତଥାପି ସକାଳ ସମୟଟି ମାନସିକ ଅସ୍ଥିରତା…

ରାଶିଫଳ: ଶୁକ୍ରବାର, ଜୁଲାଇ ୩ ତାରିଖ – Daily Horoscope

ମେଷ ଆଜି ଦ୍ୱିତୀୟଭାବସ୍ଥ ମଙ୍ଗଳ ଓ କେତୁଙ୍କ ସ୍ଥିତିଜନିତ କଠୋର ବ୍ୟବହାର ସାଙ୍ଗକୁ ବିଚାରଧାରାରେ ବ୍ୟତିକ୍ରମ ରହିପାରେ। ନିଜ ଲୋକଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। କର୍ମକ୍ଷେତ୍ରରେ…

ରାଶିଫଳ: ଗୁରୁବାର, ଜୁଲାଇ ୨ ତାରିଖ – Daily Horoscope

ମେଷ ଆଜି କର୍ମସ୍ଥାନରେ ଚନ୍ଦ୍ରଙ୍କ ସ୍ଥିତି ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ପାଇବା ନିଶ୍ଚିତ। ଅର୍ଥ ସମସ୍ୟା ସୁଧାରି ନେବାରେ ସଫଳ ହେବେ। ସାହାଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri