Posted inRasifala

ରାଶିଫଳ: ସୋମବାର, ନଭେମ୍ବର ୨୮ ତାରିଖ – Daily Horoscope

ମେଷ
ଦୈହିକ ଦୁର୍ବଳତା ଅପସରିଯିବ ଏବଂ ଧୈର୍ଯ୍ୟ, ପ୍ରଚେଷ୍ଟା ଦିଗରେ ଉତ୍ସାହିତ ହେବେ। କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟକୁ ଆପଣାର କରିବାରେ ସାହାଯ୍ୟ କରିବ। ସନ୍ତାନଙ୍କ ଅଶାନ୍ତ ମନଦେଖି ନିଜେ ଚିନ୍ତିତ ହୋଇପାରନ୍ତି। ଏକ ନିର୍ଦ୍ଦିିଷ୍ଟ ଦିଗରେ ଖର୍ଚ୍ଚ କରିବାକୁ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବାର ସୂଚନା ରହିଛି।
ବୃଷ
ବୃଷ
ଅଜଣା ବ୍ୟକ୍ତିଙ୍କ ସହ ଆକସ୍ମିକ ବନ୍ଧୁତା କୈାଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବାରେ ସହାୟକ ହେବ। କର୍ମକ୍ଷେତ୍ରରେ ଅଟକି ରହିଥିବା କାମର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ଭଲରେ ଚାଲିବା ହେତୁ କେତେକାଂଶରେ ଏକ ପ୍ରକାର ଖୁସି ହେବେ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି।
ମିଥୁନ
ମିଥୁନ
ବିଭିନ୍ନ ଯୋଜନା କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି କରିବାର ପ୍ରକ୍ରିୟା ଆରମ୍ଭ କରିବେ। ସାଂସ୍କୃତିକ କାର୍ଯ୍ୟରେ, ଆନୁଷ୍ଠାନିକ କାମରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ସ୍ଥଳ ବିଶେଷରେ ସଂଯମତାର ଅଭାବ ଓ ଧନହାନି ଦୁଃଶ୍ଚିନ୍ତାର କାରଣ ହୋଇପାରେ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପ୍ରକାଶନ କ୍ଷେତ୍ର ଠିକ୍‌ ରହିବ।
କର୍କଟ
କର୍କଟ
ବନ୍ଧୁଙ୍କ ସହ ବିବାଦ ଓ କିଛି ନୂତନ କାମରେ ପ୍ରତିବନ୍ଧକ ହେତୁ ଚିନ୍ତିତ ରହିବେ। ପୂର୍ବ ସମସ୍ୟା ସମାଧାନ ହେବାରେ କୌଣସି ନୀଚ ଜାତିର ବ୍ୟକ୍ତି ମୁଖ୍ୟ ଭୂମିକା ଗ୍ରହଣ କରିବେ। ସଭାସମିତିରେ କାହା କଥା ସହ ଅନ୍ୟ କାହାର କଥା ମିଶିବ ନାହିଁ। ଆକସ୍ମିକ ଭାବରେ ପ୍ରତିକୂଳ ପରିସ୍ଥିତି ଯୋଗୁ ଯାତ୍ରା ସ୍ଥଗିତ ରହିଯାଇପାରେ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। ଅବଶ୍ୟ ସାହିତ୍ୟ, ସାମ୍ବାଦିକତା, କଳା, କ୍ରୀଡ଼ା, ଚଳଚ୍ଚିତ୍ର ତଥା ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ହଠାତ୍‌ କାୈଣସି କ୍ଷେତ୍ରରେ ଭାଙ୍ଗି ପଡ଼ନ୍ତୁ ନାହିଁ, ସମୟାନ୍ତରେ ଠିକ୍‌ ହେବ। ପୂର୍ବ ଶତ୍ରୁତା, ଅଶାନ୍ତି ଓ ଋଣଭାର କ୍ରମଶଃ ହ୍ରାସ ପାଇବ।
କନ୍ୟା
ପ୍ରତିକୂଳ ପରିସ୍ଥିତି ଲାଗି ରହିଲେ ମଧ୍ୟ ଆପଣ ପଛକୁ ଫେରିବେ ନାହିଁ ଓ କାର୍ଯ୍ୟ ହାସଲରେ ସମର୍ଥ ହେବେ। ଲକ୍ଷ୍ୟ ପୂରଣ ଦିଗରେ ଅସହଯୋଗ, ଅସମ୍ମାନ ପାଇ ଦୁଃଖିତ ହେବେ। ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା କାରଣରୁ ସାମୟିକ ଚିନ୍ତା କରିପାରନ୍ତି। ଘରୁ ବରାଦ ପାଇ ଭଲ ଭଲ ଜିନିଷ କିଣିବା ସକାଶେ ମନ ବଳାଇବେ।
ତୁଳା
ତୁଳା
ନୂତନ ବନ୍ଧୁ ସମ୍ପର୍କ ଆପଣଙ୍କ କାର୍ଯ୍ୟଧାରା ସକାଶେ ସାହାଯ୍ୟ କରିବ। ଜଣେ ପଡ଼ୋଶୀ କିମ୍ବା ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ। ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ। ଅପରିଚିତଙ୍କ ଆଗମନ ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ।
ବିଛା
ବିଛା
ପାରିପାର୍ଶ୍ୱିକ ଅବସ୍ଥା ବଦଳି ଯିବା ସାଙ୍ଗକୁ ଯାହା ଖୋଜୁଛନ୍ତି ଓ ଆଶା କରୁଛନ୍ତି ଅବଶ୍ୟ ପାଇବେ। କଳା, ସଭାସମିତି ଓ ମନୋରଞ୍ଜନରେ ଆଗ୍ରହୀ ହେବେ। ସାଧାରଣ କଥାକୁ କେନ୍ଦ୍ର କରି ଅପରାହ୍ନରେ ଟେନସନ୍‌ ବଢ଼ିପାରେ। ମାଲିମକଦ୍ଦମାରେ ନିଜ ସପକ୍ଷରେ ରାୟ ପ୍ରକାଶ ପାଇବାରେ ଆଶାୟୀ ହେବେ।
ଧନୁ
ଧନୁ
କାର୍ଯ୍ୟ ହାନି ସାଙ୍ଗକୁ ପ୍ରତ୍ୟେକ କ୍ଷେତ୍ରରେ ଅସନ୍ତୋଷର ମାତ୍ରା କ୍ରମଶଃ ବୃଦ୍ଧି ପାଇବ। ଅତି ଦରକାରୀ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। ଚିନ୍ତା କରିଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବାକୁ ମନ ବଳାଇ ପାରନ୍ତି। ଅପେକ୍ଷା କରିବାକୁ କହିଥିବା ବନ୍ଧୁଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ନ ପାଇ ବ୍ୟସ୍ତ ହୋଇ ପଡିବେ।
ମକର
ମକର
ପ୍ରତିବନ୍ଧକ ମଧ୍ୟରେ ନୂତନ ପ୍ଲଟ, ଯାନବାହନ, ବନ୍ଧୁ ସମ୍ପର୍କ ସ୍ଥାପନର ଯୋଗ ରହିଛି। ଆବଶ୍ୟକତା ପୂରଣ କରିବା ସକାଶେ ଧାରକରଜ କରି କାମ ତୁଲାଇ ନେବାକୁ ବାଧ୍ୟ ହେବେ। ନିକଟ ସମ୍ପର୍କୀୟମାନଙ୍କ ଗହଣରେ ପରିହାସଯୁକ୍ତ କଥା କର୍ମ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିବ। ଆର୍ଥିକ ଅବନତିର ସମୀକ୍ଷା କରିପାରନ୍ତି।
କୁମ୍ଭ
କୁମ୍ଭ
ସାମାନ୍ୟ କେତେକ ସାଧାରଣ ଅସୁବିଧାକୁ ବାଦ୍‌ ଦେଲେ ଦିନଟିରେ ବହୁତ ଭଲ କାମ କରିବେ। ଅନ୍ୟମାନଙ୍କ ସହମତିରେ ମୂଲ୍ୟବାନ ଜିନିଷ କିଣିବାର ସୁଯୋଗ ମଧ୍ୟ ପାଇଯିବେ। ନେତ୍ୱ ସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଉପକୃତ ହେବେ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ।
ମୀନମୀନ
ଫେରିବା ବାଟରେ ବନ୍ଧୁଙ୍କୁ ଭେଟି ଆଗାମୀ କାଲିର ଯୋଜନା ପ୍ରସ୍ତୁତ କରିପାରନ୍ତି। ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିବ। ବ୍ୟବସାୟରେ ଲାଭ ମିଳିବ ଏବଂ କୌଣସି ଅନ୍ୟ ଏକ ଉଦ୍ଦେଶ୍ୟରେ ସେହି ଟଙ୍କାକୁ ବିନିଯୋଗ କରିପାରନ୍ତି। ପରିବାର ଭିତରେ ବୁଝାମଣା ସମ୍ପର୍କରେ ଉନ୍ନତି ଘଟିବା ଦିଗରେ ପଡ଼ୋଶୀ ସାହାଯ୍ୟ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର , ଅକ୍ଟୋବେର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ରଙ୍କ ସୁପ୍ରଭାବରେ ମାନସିକ ସନ୍ତୁଳନ ରକ୍ଷା କରିବାରେ ଅସମର୍ଥ ହେବେ। ପ୍ରତ୍ୟେକ କାମ ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ ହେବ, କିନ୍ତୁ ଯଦି…

ରାଶିଫଳ: ସୋମବାର, ଅକ୍ଟୋବର ୧୨ ତାରିଖ – Daily Horoscope

ମେଷ ଆପଣଙ୍କ କଠୋରକ୍ତି ଫଳରେ ମୁହଁ ସାମ୍ନାରେ କଥା କହିବାକୁ ଅନ୍ୟମାନେ ପଛେଇ ରହିବେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହିବେ। ଅଶ୍ୱିନୀ…

ରାଶିଫଳ: ରବିବାର, ଅକ୍ଟୋବର ୧୧ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ନୀଚାରୋହୀ ଶନିଙ୍କ ଦୃଷ୍ଟିରେ ରହିଥିବାରୁ ମାନସିକ ସ୍ଥିତି ଭଲ ରହିବନାହିଁ। କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଅସ୍ବାସ୍ଥ୍ୟକର ରହିପାରେ। ବିବାଦୀୟ କ୍ଷେତ୍ରରେ…

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?