ତ୍ରିରଙ୍ଗା ଧରି ଫିଫା ବିଶ୍ୱକପ୍‌ ଦେଖିଲେ ଆର୍ଜେଣ୍ଟିନା ମହିଳା, କାରଣ ଜାଣିଲେ ଖୁସିରେ ନାଚିଉଠିବ ହୃଦୟ

ଆଜିକାଲି କାତାରରେ ଫିଫା ବିଶ୍ୱକପ୍‌ ଜୋରସୋରରେ ଚାଲିଛି। ସମଗ୍ର ବିଶ୍ୱରୁ ହଜାର ହଜାର ଫୁଟବଲ ପ୍ରଶଂସକ ମଧ୍ୟ ପୂର୍ବ ପୂର୍ବାଞ୍ଚଳ ଦେଶରେ ଏହି ମ୍ୟାଚ ଦେଖିବା ପାଇଁ ଏକାଠି ହୋଇଛନ୍ତି। ନିଜ ଦେଶର ଦଳକୁ ଉତ୍ସାହିତ କରିବା ପାଇଁ ପୃଥିବୀର ବିଭିନ୍ନ ସ୍ଥାନରୁ ଲୋକମାନେ ଏଠାକୁ ଆସିଛନ୍ତି। ଅନେକ କ୍ରୀଡ଼ାପ୍ରେମୀ, ଯେଉଁ ଦେଶ ଏହି ବିଶ୍ୱକପରେ ଖେଳୁନାହାନ୍ତି, ସେମାନେ ମଧ୍ୟ ଏହି ସୁନ୍ଦର ଖେଳକୁ ଉପଭୋଗ କରିବାକୁ ଆସିଛନ୍ତି। କେରଳର ଏଭଳି ଜଣେ ଫୁଟବଲ ପ୍ରେମୀ ଯିଏ କି ଆର୍ଜେଣ୍ଟିନାର ଜଣେ ମହିଳା ପ୍ରଶଂସକଙ୍କୁ ଦେଖିବାକୁ ମିଳିଥିଲା। ଯିଏ କି ଭାରତୀୟ ପତାକା ଘୋଡ଼ାଇ ହୋଇଥିଲେ। ମହିଳା ଜଣକ ଏପରି କରିବାର କାରଣ ମଧ୍ୟ ସୋସିଆଲ ମିଡିଆରେ କହିଛନ୍ତି। ଯାହା ସମସ୍ତଙ୍କ ହୃଦୟ ଜିତିଛି।

ଏହି ଭିଡିଓକୁ yadil_m_iqbal ନାମକ ଇନ୍‌ଷ୍ଟାଗ୍ରାମରେ ଶେୟାର ହୋଇଛି। ଭିଡିଓରେ କେରଳର ବ୍ୟକ୍ତି ଜଣକ ଆର୍ଜେଣ୍ଟିନାର ପତାକାକୁ ଘୋଡାଇ ରଖିଛନ୍ତି। ତାଙ୍କ ପାଖରେ ଠିଆ ହୋଇଥିବା ଆର୍ଜେଣ୍ଟିନା ମହିଳା ବି କାନ୍ଧରେ ଭାରତୀୟ ପତାକା ରଖିଛନ୍ତି। ମାଲାୟାଲମରେ ଭାଷଣ ଦେଇ ସେ କହିଛନ୍ତି, ଆର୍ଜେଣ୍ଟିନା ଖେଳ ସମୟରେ ସେ ତାଙ୍କୁ ଭାରତୀୟ ପତାକା ସହିତ ଦେଖିଥିଲେ। ସେ ତାଙ୍କୁ କହିଥିଲେ, ଆର୍ଜେଣ୍ଟିନା ପ୍ରତି ଭାରତୀୟଙ୍କ ପ୍ରେମର ଏହା ହେଉଛି ଉତ୍ତର। ଅଧିକାଂଶ ଭାରତୀୟ ଦର୍ଶକ ବି ଆର୍ଜେଣ୍ଟିନାକୁ ସମର୍ଥନ କରନ୍ତି।

କେରଳର ବ୍ୟକ୍ତି ଜଣକ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି, ଫୁଟବଲ ପ୍ରତି କେରଳର ଭଲପାଇବା ବିଷୟରେ ସେ କିପରି ପ୍ରଚାର କରୁଛନ୍ତି। ସେ କହିଛନ୍ତି, ଯେତେବେଳେ ବି ବ୍ରାଜିଲ, ପର୍ତ୍ତୁଗାଲ କିମ୍ବା ଅନ୍ୟ କୌଣସି ଦେଶରୁ ଜଣେ ପ୍ରଶଂସକ ଦେଖନ୍ତି, ସେତେବେଳେ ସେ ସେମାନଙ୍କୁ ଦକ୍ଷିଣ ଭାରତୀୟ ରାଜ୍ୟ ଫୁଟବଲ ପ୍ରତି ଭଲପାଇବାର ପ୍ରମାଣ ଭାବରେ କେରଳର ଫଟୋ ଦେଖାନ୍ତି। ସେ କହିଛନ୍ତି, ଆଶା କରୁଛି ଦିନେ କେରଳରେ ଫୁଟବଲ ଖେଳ ହେବ। ଯେଉଁଠିକୁ ବିଶ୍ୱର ବଡ଼ ବଡ଼ ଖେଳାଳି ଆସିବେ। ଯାହା ତାଙ୍କୁ କେରଳ କିମ୍ବା ରାଜ୍ୟର ଅନ୍ୟ କୌଣସି ଲିଗ୍‌ରେ ଖେଳିବାକୁ ପ୍ରେରଣା ଯୋଗାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଫାଫ୍‌ ଡୁ ପ୍ଲେସିସ୍‌ଙ୍କ ଆଗରେ ମୁକ ହୋଇଯାଉଛନ୍ତି ଖେଳାଳି? ଆର୍‌ସିବି ପରାଜୟକୁ ନେଇ ଚମକାଇବା ଭଳି ବୟାନ ଦେଲେ ସେହ୍ବାଗ

ନୂଆଦିଲ୍ଲୀ,୧୬।୪: ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)ର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ସୋମବାର ଦଳ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମୁକାବିଲାରେ ପରାଜିତ ହୋଇଛି(ଲିଡ୍‌ ରାଉଣ୍ଡରେ ୬ଷ୍ଠ)। ଏଯାବତ...

ପୁଣି ପାକିସ୍ତାନ କ୍ରିକେଟ୍‌ ବୋର୍ଡର ଖୋଲିଲା ପୋଲ୍‌

ଇସଲାମାବାଦ୍‌,୧୬।୪: ପାକିସ୍ତାନ କ୍ରିକେଟ୍‌ ବୋର୍ଡର ପୋଲ୍‌ ଖୋଲିଯାଇଛି। ପାକିସ୍ତାନ କ୍ରିକେଟ ବୋର୍ଡ ଏପର୍ଯ୍ୟନ୍ତ ଦଳର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ମହମ୍ମଦ ହାଫିଜଙ୍କୁ ଟଙ୍କା ଦେଇନାହାଁନ୍ତି।...

ଆଇପିଏଲ ୨୦୨୪ରେ ସବୁଠାରୁ ଲମ୍ବା ଛକା ମାରିଲେ ଦୀନେଶ କାର୍ତ୍ତିକ, ଚର୍ଚ୍ଚାରେ…

ନୂଆଦିଲ୍ଲୀ,୧୬।୪: ସୋମବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଦୀନେଶ କାର୍ତ୍ତିକ ଆଇପିଏଲ ୨୦୨୪ର ଦୀର୍ଘତମ ଛକା ମାରିଛନ୍ତି। କାର୍ତ୍ତିକ ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଟି ନଟରାଜନଙ୍କ ବଲରେ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

ଆଇପିଏଲ୍‌ରେ ଅଲୋଡା ରେକର୍ଡ ହାସଲ କଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଫାଫ ଡୁ ପ୍ଲେସିସଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ସନରାଇଜର୍ସ...

ଏହି ୪ ଖେଳାଳିଙ୍କ ପାଇଁ ହାରିଲା ଆରସିବି

ନୂଆଦିଲ୍ଲୀ,୧୬।୪: ସନରାଇଜର୍ସ ହାଇଦ୍ରାବାଦ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୨୫ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୩...

ଆଇପିଏଲ୍‌ରେ ଇତିହାସ ରଚିଲା ସନରାଇଜର୍ସ ହାଇଦ୍ରାବାଦ

ନୂଆଦିଲ୍ଲୀ,୧୬।୪; ଆଇପିଏଲ ୨୦୨୪ର ୩୦ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇତିହାସ ରଚିଛି। ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଆଇପିଏଲର ସର୍ବାଧିକ ସ୍କୋର...

୬ ପରାଜୟ ପରେ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିପାରିବ କି ଆରସିବି: ଜାଣନ୍ତୁ କ’ଣ କହୁଛି ସମୀକରଣ

ନୂଆଦିଲ୍ଲୀ,୧୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଫାଫ ଡୁ ପ୍ଲେସିସଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ସନରାଇଜର୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri